ଭୋପାଳ: ମଧ୍ୟପ୍ରଦେଶରେ ୧୫ ମାସର ସରକାରକୁ ବଞ୍ଚାଇବା ଲାଗି ମୁଖ୍ୟମନ୍ତ୍ରୀ କମଳନାଥ ଓ ବରିଷ୍ଠ ନେତା ଚଳାଇଛନ୍ତି ପ୍ରୟାସ। ଦଳ ଭିତରେ ଥିବା ଅସନ୍ତୋଷ ଦୂର କରିବା ସହ ବିଜେପିର ଚାଲ୍କୁ ସଫଳ ନ ହେବାକୁ ଦେବା ଲାଗି କମଳନାଥଙ୍କ ମନ୍ତ୍ରିମଣ୍ଡଳର ସମସ୍ତ ମନ୍ତ୍ରୀ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ବିଳମ୍ବିତ ରାତିରେ କମଳନାଥଙ୍କ ସହ ବୈଠକ ପରେ ମନ୍ତ୍ରୀମାନେ ନିଜ ନିଜର ଇସ୍ତଫାପତ୍ର କମଳନାଥଙ୍କୁ ଦେଇଛନ୍ତି । ଏହାସହ ନୂଆ ମନ୍ତ୍ରିମଣ୍ଡଳ ଗଠନ ପାଇଁ […]
ଭବନେଶ୍ୱର: ଆଜି ବନ୍ଦ ରହିବ ‘ମୋ ବସ୍’ ସେବା। ଆଜି ହୋଲି ପର୍ବ ଥିବାରୁ ‘ମୋ ବସ୍’ ସେବା ସକାଳୁ ଅପରାହ୍ଣ ୨ଟା ପର୍ଯ୍ୟନ୍ତ ବନ୍ଦ ରହିବ ବୋଲି ସୂଚନା ମିଳିଛି। ଅପରାହ୍ଣ ୨ଟା ପରଠୁ ବସ୍ ଚଳାଚଳ ସ୍ୱାଭାବିକ ହେବ। ମାଷ୍ଟର କ୍ୟାଣ୍ଟିନରେ ଥିବା କାଉଣ୍ଟର ମଧ୍ୟ ଆଜି ବନ୍ଦ ରହିବ। ଏଥିପାଇଁ ଆଜି ଟ୍ୱିନ୍ ସିଟି ଯାତ୍ରୀ ମୋ ବସ୍ ସେବାରୁ କିଛି ଘଣ୍ଟା ପାଇଁ ବିରତ ରହିବେ। ଏନେଇ କ୍ୟାପିଟାଲ ରିଜିଅନ୍ ଅର୍ବାନ […]
ଶ୍ରୀନଗର: ହୋଲିରେ ଏକ ବଡ ଧରଣର ଅଘଟଣ ଘଟାଇବା ପାଇଁ ଆତଙ୍କବାଦୀମାନେ ଉଦ୍ୟମ କରୁଥିଲେ। ଭାରତୀୟ ସେନା ଆତଙ୍କବାଦୀଙ୍କ ଏହି ଚାଲ୍ରେ ପାଣି ପକାଇ ଦେଇଛନ୍ତି। ଜମ୍ମୁ-କଶ୍ମୀରର ଶୋପିଆନ୍ ଜିଲାସ୍ଥିତ ଖାଜପୁରା ରେବନ ଅଞ୍ଚଳରେ ଯବାନଙ୍କ ଗୁଳିରେ ଦୁଇ ଆତଙ୍କବାଦୀ ନିପାତ ହୋଇଛନ୍ତି। ସୋମବାର ଆତଙ୍କବାଦୀ ଏବଂ ସୁରକ୍ଷାବଳଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଏଯାବତ ସେନାର ଏନକାଉଣ୍ଟରରେ ୨ ଆତଙ୍କବାଦୀ ନିପାତ ହୋଇଛନ୍ତି। ଏହାସହ ଅନେକ ଅସ୍ତ୍ରଶସ୍ତ୍ର ଏବଂ ଯୁଦ୍ଧ ସାମଗ୍ରୀ ମଧ୍ୟ ଆତଙ୍କବାଦୀ ପାଖରୁ […]
ଭୁବନେଶ୍ୱର:ଭାରତର ବିଶିଷ୍ଟ ରାଜନେତା ତଥା ଲେଖକ ଶଶି ଥରୁରଙ୍କ ଇଂଲିଶକୁ ବୁଝିବାବେଳେ ଯେମିତି ଅନେକଙ୍କ ମୁଣ୍ଡ ଘୂରାଇ ଦିଏ, ସେମିତି ବିଶିଷ୍ଟ ରାଜନେତା ତଥା ସଂପାଦକ ତଥାଗତ ସତପଥୀଙ୍କ ଲେଖା ବି ସେମିତି ଅନେକ ସମୟରେ ବୁଝିବା କଷ୍ଟକର ହୋଇପଡ଼େ। ସମ୍ପାଦକରୁ ରାଜନେତା ଓ ପରେ ରାଜନୀତିରୁ ଏକପ୍ରକାର ସନ୍ନ୍ୟାସ ନେଇଥିବା ତଥାଗତଙ୍କ ଏକ ଫଟୋ ସହ ଟ୍ୱିଟ୍ ଏବେ ସୋଶାଲ ମିଡିଆରେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି। ସମଝଦାରଙ୍କୁ ଇଶାରା କାଫି ଭଳି ତଥାଗତଙ୍କ ଏହି […]
ନୂଆଦିଲ୍ଲୀ: ଭାରତକୁ ଆସିବନି କୌଣସି ବେଦେଶୀ କ୍ରୁଜ ସିପ୍। କୌଣସି ବିଦେଶୀ କ୍ରୁଜକୁ ଭାରତୀୟ ବନ୍ଦରକୁ ଆସିବାକୁ ଅନୁମତି ମିଳିବନି। ଆଜି ଏନେଇ ବୈଦେଶିକ ବ୍ୟାପର ମନ୍ତ୍ରଣାଳୟ, ଜାହାଜ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ବିଧିବଦ୍ଧ ଭାବେ ନିଷ୍ପତ୍ତି ହୋଇଛି ା କରୋନା କାୟା ବିସ୍ତାର କରୁଥିବା ଯୋଗୁଁ ପ୍ରତିଷେଧକମୂଳକ ବ୍ୟବସ୍ଥା ସ୍ୱରୂପ ଭଳି ନିଷ୍ପତ୍ତି ନିଆଯାଇଥିବା କୁହାଯାଇଛି। ସେପଟେ ସିଙ୍ଗାପୁର କ୍ରୁଜ୍ ସିପକୁ ମିଳୁନି ବନ୍ଦର। ସିଙ୍ଗାପୁର, ମାଲେସିଆ,ଥାଇଲାଣ୍ଡ, ଚୀନ, ଦକ୍ଷିଣ କୋରିଆ ପ୍ରଭୃତି ଦେଶ ଏହି କ୍ରୁଜକୁ […]
ଭଦ୍ରକ: ଭଣ୍ଡାରିପୋଖରୀର ପୂର୍ବତନ ବିଧାୟକ ତଥା ବରିଷ୍ଠ ରାଜନେତା ପୁରୁଷୋତ୍ତମ ସେଠୀଙ୍କର ଆଜି ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୩ ବର୍ଷ ହୋଇଥିଲା। ଦୀର୍ଘଦିନ ହେଲା ସେ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ହୋଇ ଶଯ୍ୟାଶାୟୀ ଥିଲେ।ଭଣ୍ଡାରୀପୋଖରୀ ଵ୍ଲକ ସ୍ଥିତ ରାଣୀପଡ଼ା ଵାସଭବନରେ ଆଜି ସକାଳେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ସ୍ୱର୍ଗତ ସେଠୀ ୧୯୮୦ ରୁ ୧୯୮୫ ମସିହା ପର୍ଯ୍ୟନ୍ତ ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀର ବିଧାୟକ ଥିଲେ । ୧୯୮୫ ରୁ ୧୯୯୦ […]
ପୁଣେ: ସରିଯାଇଛି ଆନ୍ତର୍ଜାତିକ ମହିଳା ଦିବସ। ଏହି ଅବସରରେ ଅନେକ ମହିଳାଙ୍କୁ ସମ୍ମାନିତ କରାଯାଇଛି। ଅନେକ ମହିଳାଙ୍କ ସାହସିକତା, କରୁଣ କାହାଣୀ ଶୁଣିବାକୁ ମିଳିଛି। ଏପରିକି ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ୭ ଜଣ ମହିଳାଙ୍କୁ ରାଷ୍ଟ୍ରପତି ନାରୀ ଶକ୍ତି ପୁରସ୍କାର ପ୍ରଦାନ କରିଛନ୍ତି। ହେଲେ ଏ ହେଉଛନ୍ତି ମହାରାଷ୍ଟ୍ରର ପୁଣେ ସହରର ଆଦିତ୍ୟ ତିୱାରୀ। ଆଦିତ୍ୟଙ୍କୁ ମିଳିଛି ଆନ୍ତର୍ଜାତିକ ମହିଳା ଦିବସରେ ଶ୍ରେଷ୍ଠ ମା’ ପୁରସ୍କାର। ଆଶ୍ଚର୍ଯ୍ୟ ଲାଗୁଛି ନା ! […]
ନୂଆଦିଲ୍ଲୀ: ଦି ଦ୍ୱିପହର। ଲୋକ ଭିଡ଼। ହଠାତ୍ ପଶି ଆସିଲା ସିଂହ। ଯିଏ ଯୁଆଡେ ପାରିଲେ ଦୌଡିଲେ। ସିଂହ ବି ପଛେ ପଛେ ଦୌଡିଲା….ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଗୁଜରାଟର ଏକ ଗାଁରେ। ଏହାର ଭିଡିଓ ଭାଇରାଲ ମଧ୍ୟ ହୋଇଛି। ଏହି ଭିଡିଓ ଦେଖି ଲୋକେ ଭୟଭିତ ହୋଇ ଯାଇଛନ୍ତି। ଭିଡିଓଟିକୁ ଇଣ୍ଡିଆନ ଫରେଷ୍ଟ ସର୍ବିସର ଜଣେ ଅଫିସର ସୁଶାନ୍ତ ନନ୍ଦ ଟ୍ୱିଟରରେ ଶେୟାର କରିଛନ୍ତି। ବର୍ତ୍ତମାନ ସୁଦ୍ଧା ଏହାର ୬ ହଜାର ଭିଉଜ୍ ହୋଇ […]
ନୂଆଦିଲ୍ଲୀ:କଂଗ୍ରେସ୍ର ସାଧାରଣ ସମ୍ପାଦକ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ମୁକୁଲ ୱାଶନିକ୍ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ୬୦ ବର୍ଷ ବୟସରେ ବନ୍ଧୁ ରବିନା ଖୁରାନାଙ୍କ ସହ ତାଙ୍କର ବିବାହ ସମ୍ପନ୍ନ ହୋଇଛି। ଏକ ଫାଇଭ୍ ଷ୍ଟାର ହୋଟେଲ୍ରେ ବହୁ ବରିଷ୍ଠ କଂଗ୍ରେସ ନେତାଙ୍କୁ ଉପସ୍ଥିତିରେ ସେ ରବିନାଙ୍କୁ ଜୀବନ ସାଥୀ ଭାବେ ଗ୍ରହଣ କରିଛନ୍ତି। ମହାରାଷ୍ଟର ବରିଷ୍ଠ ନେତା ବାଲକ୍ରିଷ୍ଣଙ୍କ ପୁଅ ମୁକୁଲ ୱାଶନିକ୍। ତାଙ୍କ ନାଁ ସେତିକିବେଳେ ଚର୍ଚ୍ଚାକୁ ଆସିଥିଲା, ଯେତେବେଳେ କଂଗ୍ରେସ ଅଧ୍ୟକ୍ଷ […]
କୋରାପୁଟ: ପୁଣି ଜନନୀ ଯନ୍ତ୍ରଣା। ଦୁର୍ଗମ ରାସ୍ତା.. ପ୍ରସବ ବେଦନା…ଅଧାବାଟରେ ଆମ୍ବୁଲାନ୍ସ ଅଟକିଯିବା…ଯେମିତି ନିତିଦିନିଆ ଘଟଣା ଏଠି। ହେଲେ ପ୍ରଶାସନ ସବୁବେଳେ ନୀରବ। ଏମିତି ଏକ ଘଟଣାର ପୁନରାବୃତ୍ତି ଘଟିଛି କୋରାପୁଟ ଜିଲ୍ଲାର ବିବାଦୀୟ କୋଟିଆ ପଞ୍ଚାୟତରେ। କୋରାପୁଟ ଜିଲ୍ଲାର ବିବାଦୀୟ କୋଟିଆ ପଞ୍ଚାୟତ ତଳସେମ୍ବି ଗାଁର ମୁକେୟା ହରଡାଙ୍କ ପତ୍ନୀ ଗୁଣ୍ଡୁଲି ଗତକାଲି ପ୍ରସବ ବେଦନାରେ ଛଟପଟ ହେଉଥିଲେ। ତାଙ୍କୁ ତୁରନ୍ତ ଡାକ୍ତରଖାନା ନେବା ପାଇଁ ପରିବାର ଲୋକ ୧୦୨ ଆମ୍ବୁଲାନ୍ସକୁ ଫୋନ କରିଥିଲେ। ତେବେ […]
ଥିରୁଅନନ୍ତପୁରମ୍: ଭାରତରେ କରୋନା ଭାଇରସ୍ର ଆତଙ୍କ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଭାରତରେ ବର୍ତ୍ତମାନ ସୁଦ୍ଧା କରୋନା ଅକ୍ରାନ୍ତଙ୍କ ସଂଖ୍ୟା ୪୦ରେ ପହଞ୍ଚିଲାଣି। କେରଳରେ ଜଣେ ତିନିବର୍ଷର ଶିଶୁ କରୋନା ଆକ୍ରାନ୍ତ ହୋଇଥିବା ଜାଣିବାକୁ ମିଳିଛି। ଏହାକୁ ମିଶାଇ କେରଳରେ କରୋନା ରୋଗୀଙ୍କ ସଂଖ୍ୟା ୯ରେ ପହଞ୍ଚିଛି। ଶିଶୁଟି ନିଜ ପରିବାର ଲୋକଙ୍କ ସହ ଇଟାଲି ଯାଇଥିଲା। ଇଟାଲିରୁ ଫେରିବା ପରେ କରୋନା ଆକ୍ରାନ୍ତ ହୋଇଥିବା ଜଣାଯାଇଛି।ଛୋଟ ଛୁଆଟିକୁ ଏବେ କେରଳର ଏର୍ନାକୁଲମ ମେଡିକାଲ କଲେଜର […]
ନୀଳଗିରି :ଦାରଦ୍ର୍ୟର ଉପହାସରୁ ଶବ ବି ବାଦ ପଡ଼ିଲାନି। ଗାଁ ଲୋକ ନିଷ୍ଠୁର ହେଲେ । ଶେଷ ସମୟରେ ଶବକୁ ନା ଦେଲେ ଚାରିକାନ୍ଧ ନା ମିଳିଲା ଶେଷଶଯ୍ୟା ପାଇଁ ୪ ହାତ ଜାଗା । ଅସହାୟ ବୁଢୀ ମା’ ଯେଉଁ ପୁଅର ହାତ ଧରି ଚାଲୁଥିଲା ସେଇ ପୁଅକୁ ନିଜ ହାତରେ ଗାତଖୋଳି ପୋତିଦେଲା। ଏପରି ଦୁଃଖଦ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ନୀଳଗିରି ଅଞ୍ଚଳରେ। ଜଡ଼ିଦା ପଞ୍ଚାୟତ ଅନ୍ତର୍ଗତ ପୋଡାଶୁଳ ଗାଁର କମଳିନୀ । […]
ନୂଆଦିଲ୍ଲୀ: ୟେସ୍ ବ୍ୟାଙ୍କରେ ଜମାକାରୀଙ୍କ ଟଙ୍କା ସୁରକ୍ଷିତ ରହିଛି। ବ୍ୟାଙ୍କର ଆର୍ଥିକ ସ୍ଥିତିକୁ ସୁଧାରିବା ପାଇଁ ସମସ୍ତ ପ୍ରକାର ଚେଷ୍ଟା କରାଯାଉଛି ବୋଲି ଏସବିଆଇର ଚେୟାରମ୍ୟାନ୍ ରଜନୀଶ କୁମାର ଆଜି ଏହା କହିଛନ୍ତି। ଏସବିଆଇ ଆରବିଆଇ ସହ ଯୋଗାଯୋଗ କରି ୟେସ୍ ବ୍ୟାଙ୍କକୁ ଦେବାଳିଆ ସ୍ଥିତିରୁ ଉଦ୍ଧାର କରିବାକୁ କାମ କରୁଛି। ୟେସ୍ ବ୍ୟାଙ୍କର ୪୯ ପ୍ରତିଶତ ଶେୟାର ଏସବିଆଇ କିଣିବ। ଏଥିପାଇଁ ଆରବିଆଇ ବୋର୍ଡ ଅନୁମତି ଦେଇଛି। ହେଲେ ଏସବିଆଇ ସହିତ ୟେସ୍ ବ୍ୟାଙ୍କ ମିଶ୍ରଣ […]
ଭୁବନେଶ୍ୱର: ୟେସ ବ୍ୟାଙ୍କରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଟଙ୍କା ରଖାଯିବାକୁ ନେଇ ମୁହଁ ଖୋଲିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା। ୟେସ ବ୍ୟାଙ୍କ ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଜାଣି ମଧ୍ୟ ରାଜ୍ୟ ସରକାର ଆଜିଯାଏ କାହିଁକି ଟଙ୍କା ଉଠାଇ ନାହାନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି। ଗୁରୁତର ଆର୍ଥିକ ସଂକଟ ଦେଇ ଗତି କରୁଛି ୟେସ୍ ବ୍ୟାଙ୍କ। ସ୍ଥିତି ଏପରି ହୋଇଛି ଯେ, ଆରବିଆଇ ଏବେ ୟେସ ବ୍ୟାଙ୍କରୁ ଟଙ୍କା ଉଠାଇବାକୁ ନେଇ […]
ବେଜିଂ: ନୂଆ ଟ୍ରାଫିକ ନିୟମ ଅନୁଯାୟୀ, ଗାଡ଼ି ଚଳାଇବା ବେଳେ ମୋବାଇଲରେ ଗପିବା ମନା। କାରଣ ଏଥିରେ ବିପଦର ଆଶଙ୍କା ରହିଛି। ହେଲେ ଲୋକେ ଫାଇନ୍ ଦେବାକୁ ପସନ୍ଦ କରୁଛନ୍ତି ପଛେ ଏହି ନିୟମକୁ ମାନିବାକୁ ପ୍ରସ୍ତୁତ ନୁହଁନ୍ତି। କିନ୍ତୁ ଏହାର ପରିଣତି କେତେ ଭୟଙ୍କର ହୋଇପାରେ ତାହାର ନମୁନା ଦେଖିବାକୁ ମିଳିଛି ଚୀନ୍ରେ। ଫେବ୍ରୁଆରୀ୨୧ ତାରିଖ ଘଟଣା। ଗଣମାଧ୍ୟମ ଖବର ଅନୁଯାୟୀ, ଚୀନ୍ର ଜଣେ ବ୍ୟକ୍ତି ଡ୍ରାଇଭିଂ ଟେଷ୍ଟ ପାସ୍ କରିବାର ୧୦ ମିନିଟ୍ ପରେ […]
ନୂଆଦିଲ୍ଲୀ:ନିର୍ଭୟା ଦୋଷୀଙ୍କୁ ଫାଶି ଦଣ୍ଡ ମିଳିବ। ହେଲେ କେବେ ? ତାରିଖ ପରେ ତାରିଖ ଟାଳି ଚାଲିଛନ୍ତି ଦୋଷୀ। କୋର୍ଟ ମାର୍ଚ୍ଚ୨୦ ତାରିଖ ସାନି ଡେଥ୍ ୱାରେଣ୍ଟ ଜାରି କରିଥିଲେ ହେଁ ସେଦିନ ବି ଦୋଷୀଙ୍କୁ ଫାଶି ମିଳିବ କି ନାହିଁ ସନ୍ଦେହ ଦେଖା ଦେଇଛି। ଏମିତ ସମୟରେ ସୁପ୍ରିମ୍ କୋର୍ଟ ଜଣେ ହତ୍ୟାକାରୀଙ୍କ ଫାଶିଦଣ୍ଡକୁ ପରିବର୍ତ୍ତନ କରି ଆଜୀବନ କାରାଦଣ୍ଡାଦେଶ ଦେଇଛନ୍ତି। ଛତିଶଗଡ଼ର ମନୋଜ ସୂର୍ଯ୍ୟଭାନ୍ସି ନାମକ ଜଣେ ବ୍ୟକ୍ତି ୮ ରୁ ୬ ବର୍ଷ ବୟସର […]
ମୁମ୍ବଇ:ଦିନ ଥିଲା ତାଙ୍କ ଆଖି ସାମ୍ନାରେ ଥିଲା ଖାଲି ଅନ୍ଧାର ଆଉ ଅନ୍ଧାର। ଜୀବନ ହୋଇ ପଡ଼ିଥିଲା ଦୁର୍ବିସହ। ଜୀବନ ଯୁଦ୍ଧରେ ସତରେ କ’ଣ ମୁଁ ଲଢି ପାରିବି – ଏମିତି ଏକ ପ୍ରଶ୍ନ ତାଙ୍କ ମନକୁ ବାରମ୍ବାର ଆନ୍ଦୋଳିତ କରୁଥିଲା। କାରଣ ଏକ ଦୁର୍ଘଟଣାରେ ସେ ତାଙ୍କର ଦୁଇଟି ହାତ ହରାଇଥିଲେ। ଗୋଟିଏ ବର୍ଷ ଏପରି ଦ୍ୱନ୍ଦ୍ୱରେ କଟିଗଲା। ହେଲେ ଆଜି ତାଙ୍କ ପାଇଁ ସମୟ ବଦଳି ଯାଇଛି। ଏବେ ତାଙ୍କ ଆଖିରେ ଅନେକ ସ୍ୱପ୍ନ। […]
କୋଲକାତା: ସାରା ବିଶ୍ୱରେ କାୟା ମେଲାଇ ସାରିଥିବା ‘କରୋନା’ ଭାଇରସ୍ ଏବେ ଭାରତ ମୁହାଁ ହୋଇଛି। ଭାରତରେ ଏବେ କରୋନା ଭାଇରସକୁ ନେଇ ନାହିଁ ନଥିବା ଭୟ ମଧ୍ୟ ଦେଖିବାକୁ ମିଳିଛି। ଏହା ମଧ୍ୟରେ ଚଳିତ ମାସ ଶେଷଭାଗରେ ବିଶ୍ୱର ସବୁଠାରୁ ବ୍ୟୟବହୁଳ ଟି-୨୦ ଟୁର୍ଣ୍ଣାମେଣ୍ଟ ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ)ର ଆୟୋଜନକୁ ନେଇ ମଧ୍ୟ ନାନା ପ୍ରଶ୍ନ ଉଠିବାରେ ଲାଗିଛି। କରୋନା ପାଇଁ ଆଇପିଏଲ୍ ବନ୍ଦ ହେବ କି ଜାରି ରହିବ, ତାକୁ ନେଇ ଦ୍ୱନ୍ଦ୍ୱ। […]
କାବୁଲ:ଆଜି ଆଫଗାନିସ୍ତାନର ରାଜଧାନୀ କାବୁଲରେ ଆୟୋଜିତ ଏକ ରାଜନୀତିକ ଶୋଭାଯାତ୍ରା ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି। ଏଥିରେ ୨୭ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଶତାଧିକ ଲୋକ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ମହିଳା ଓ ଶିଶୁ ମଧ୍ୟ ରହିଛନ୍ତି। ତେବେ ଏହି ଆକ୍ରମଣ ସମ୍ପର୍କରେ ବିସ୍ତୃତ ତଥ୍ୟ ମିଳିପାରି ନାହିଁ। ସେହିପରି କୌଣସି ଆତଙ୍କବାଦୀ ସଂଗଠନ ଏଥିପାଇଁ ନିଜକୁ ଦାୟୀ ମଧ୍ୟ କରିପାରି ନାହିଁ। ଶୋଭାଯାତ୍ରାରେ ବିସ୍ଫୋରଣ କରି ଏଭଳି ହମଲା କରାଯାଇଛି। ପୁଲିସ୍ ଓ […]
ନୂଆଦିଲ୍ଲୀ:ମନପସନ୍ଦର ଜୀବନ ସାଥୀଟିଏ କିଏ ବା ନ ଚାହେଁ ? ମନର ମଣିଷକୁ ପାଇବା ପାଇଁ ମଣିଷ ତ କଷ୍ଟରୁ କଷ୍ଟ ପରୀକ୍ଷା ଦେଇପାରେ। ଜୀବନକୁ ବାଜି ବି ଲଗାଇପାରେ। ହେଲେ ବାଘଟିଏ ଯେ ତା’ର ପ୍ରେମିକା ପାଇଁ ଏତେ କଷ୍ଟ କରିପାରେ ଶୁଣିଲେ ଆଶ୍ଚର୍ଯ୍ୟ ଲାଗେ। ପ୍ରେମିକକୁ ପାଇବା ପାଇଁ ବାଘ ୨୦୦୦ କିମି ବାଟ ଚାଲିଛି। ଭାରତୀୟ ବନ ଅଧିକାରୀ (IFS) ପରବୀନ କସ୍ୱାନ ଟ୍ୱିଟ କରି ଏହି ପ୍ରେମିକ ବାଘର କାହାଣୀ କହିଛନ୍ତି […]