Advertisment

ଛେରାପହଁରା ନୀତି କରୁଛନ୍ତି ମହାରାଜା

ତିନି ରଥରେ ଛେରାପହଁରା କରୁଛନ୍ତି ଗଜପତି ମହାରାଜା। ବିଧି ଅନୁସାରେ ତିନିରଥରେ ଶ୍ରୀଜିଉମାନେ ବିରାଜମାନ କରିବା ପରେ ଗଜପତି ମହାରାଜା ତାମ୍ର ଯାନରେ ଆସି ଶ୍ରୀଜିଉଙ୍କ ସେବା କରିବାର ଅନନ୍ୟ ପରମ୍ପରା ରହିଛି। ପ୍ରଥମେ ବଳଭଦ୍ରଙ୍କ ରଥରେ ଛେରା ପହଁରା କରିବା ପରେ ଶ୍ରୀଜଗନ୍ନାଥଙ୍କ ରଥରେ ଛେରାପହଁରା କରିଥିଲେ ମହାରାଜା। ପରେ ଦେବୀ ରଥରେ ଛେରା ପହଁରା କରିଛନ୍ତି ଗଜପତି। ମହାରାଜା ପ୍ରଥମେ ରଥ ଉପରେ ଶ୍ରୀଜିଉମାନଙ୍କର ଆଳତୀ କରିଥିଲେ

author-image
Sarbeswar
ଅଦ୍ୟତନ ହୋଇଛି
ଛେରାପହଁରା ନୀତି କରୁଛନ୍ତି ମହାରାଜା

Chera pahanra

ପୁରୀ: ତିନି ରଥରେ ଛେରାପହଁରା କରୁଛନ୍ତି ଗଜପତି ମହାରାଜା। ବିଧି ଅନୁସାରେ ତିନିରଥରେ ଶ୍ରୀଜିଉମାନେ ବିରାଜମାନ କରିବା ପରେ ଗଜପତି ମହାରାଜା ତାମ୍ର ଯାନରେ ଆସି ଶ୍ରୀଜିଉଙ୍କ ସେବା କରିବାର ଅନନ୍ୟ ପରମ୍ପରା ରହିଛି। ପ୍ରଥମେ ବଳଭଦ୍ରଙ୍କ ରଥରେ ଛେରା ପହଁରା କରିବା ପରେ ଶ୍ରୀଜଗନ୍ନାଥଙ୍କ ରଥରେ ଛେରାପହଁରା କରିଥିଲେ ମହାରାଜା। ପରେ ଦେବୀ ରଥରେ ଛେରା ପହଁରା କରିଛନ୍ତି ଗଜପତି।

Advertisment

ଦେଖନ୍ତୁ ପୁରୀ ଜଗନ୍ନାଥ ରଥଯାତ୍ରାର ସିଧା ପ୍ରସାରଣ

ମହାରାଜା ପ୍ରଥମେ ରଥ ଉପରେ ଶ୍ରୀଜିଉମାନଙ୍କର ଆଳତୀ କରିଥିଲେ। ଏହାପରେ ଆଲଟ ଓ ଚାମର ସେବା ମଧ୍ୟ କରିଥିଲେ। ଶେଷରେ ରଥରେ ଚନ୍ଦନ ପାଣି ପକାଇବା ସହ ଛେରା ପହଁରା କରିଥିଲେ। ଏତିକି ନୁହେଁ ବରଂ ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟ ମଧ୍ୟ ଶ୍ରୀଜିଉଙ୍କ ଦର୍ଶନ ପାଇଁ ବଡ଼ଦାଣ୍ଡକୁ ଆସିଛନ୍ତି।

Advertisment

ପରମ୍ପରା ମୁତାବକ ଶଙ୍କରାଚାର୍ଯ୍ୟ ରଥାରୂଢ ଦେବତାଙ୍କର ଦର୍ଶନ କରିବା ବିଧି ରହିଛି। ତେବେ ଛେରା ପହଁରା ନୀତି ସରିବା ପରେ ଚାରମାଳ ଫିଟା ଓ ଘୋଡ଼ାଲାଗି ହେବ। ଆଉ ଏହା ପରେ ଶରଧା ବାଲି ଅଭିମୁଖେ ଗଡ଼ିବ ତିନିରଥ।

Puri Ratha Jatra Puri Ratha Yatra Puri Ratha Jatra 2021
Advertisment
Advertisment