• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

Untitled-1
କେମିତି ବିକାଶକୁ ଗରିଫ କଲା ପୋଲିସ ? ପୁରା ଘଟଣା ଥିଲା ଏମିତି

କାନପୁର: ନାଟକୀୟ ଢଙ୍ଗରେ ବିକାଶ ଦୁବେକୁ ଆଜି ଗିରଫ କରିଛି ପୋଲିସ୍। ଆଜି ସକାଳ ୮ଟା ବେଳେ ମନ୍ଦିର ଗେଟ୍ ପାଖରେ ପହଞ୍ଚିଥିଲା ବିକାଶ।  ଫେକ୍ ପରିଚୟ ପତ୍ର ଧରି ମନ୍ଦିର ଭିତରକୁ ଯିବାକୁ ଚେଷ୍ଟା କରିଥିଲା। ହେଲେ ଏହି ସମୟରେ ସୁରକ୍ଷାକର୍ମୀଙ୍କ ସହ ଯୁକ୍ତିତର୍କ କରିଥିଲା ବିକାଶ। ଯାହାପରେ ବିକାଶକୁ ଟ୍ରାକ୍ କରୁଥିବା ଅନ୍ୟ ପୋଲିସ୍ କର୍ମଚାରୀଙ୍କ ସନ୍ଦେହ ବଢ଼ିଥିଲା। ମନ୍ଦିରକୁ ଯିବା ପରେ ପୁରା ଅଞ୍ଚଳକୁ କର୍ଡନ୍ କରିଥିଲା ଫୋର୍ସ । ମନ୍ଦିରରୁ ବାହାରିବାର […]

icmr
ଦେଶରେ କରୋନା ରେକର୍ଡ; ୨୪ ଘଣ୍ଟାରେ ୨୫ ହଜାର ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପ୍ରତିଦିନ ନୂଆ ରେକର୍ଡ ସୃଷ୍ଟି କରୁଛି।  ଦେଶରେ ଗତ ୨୪ ଘଣ୍ଟାରେ ସର୍ବାଧିକ ୨୪ ହଜାର ୮୭୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।  ଏହି ସମୟ ମଧ୍ୟରେ ୪୮୭ ଜଣଙ୍କର ମୃତ୍ୟୁ ଘଟିଛି।  ଏଥିସହ କରୋନା ମୃତ୍ୟୁ ସଂଖ୍ୟା ୨୧ ହଜାର ପାର ହୋଇଛି । ଦେଶରେ ବର୍ତ୍ତମାନ ସୁଦ୍ଧା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭ ଲକ୍ଷ ୬୭ ହଜାର ୨୯୬ ହୋଇଛି।  ଏଥିମଧ୍ୟରୁ ମହାରାଷ୍ଟ୍ରରେ ସର୍ବାଧିକ ପଜିଟିଭ ଚିହ୍ନଟ ହୋଇଛନ୍ତି […]

jawan
ଫେସବୁକ୍,‌ ଟିକ୍‌‌ଟକ୍‌ ପରି ଆପ୍‌ ବ୍ୟବହାର ନ କରିବାକୁ ସେନାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଭାରତୀୟ ସେନା କର୍ମଚାରୀଙ୍କୁ ଫେସବୁକ୍  ଟିକ୍‌ଟକ୍‌, ଟ୍ରୁ କଲର ଏବଂ ଇନଷ୍ଟାଗ୍ରାମ୍ ଭଳି ଆପ୍ ବ୍ୟବହାର ନକରିବାକୁ ନିର୍ଦ୍ଦେଶ ଦିଆଯାଇଛି।  ସେହିଭଳି ଡେଟିଂ ଆପ୍ ଟିଣ୍ଡର, କାଉଚ୍ ସର୍ଫିଂ ଏବଂ ଡେଲି ହଣ୍ଟ ଭଳି ନ୍ୟୁଜ୍ ଆପ୍‌କୁ ମଧ୍ୟ ସ୍ମାର୍ଟ ଫୋନରୁ ଡିଲିଟ୍ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ତଥ୍ୟ ଲିକ୍ ଆଶଙ୍କାରେ ମୋଟ୍ ୮୯ଟି ଆପକୁ ଜୁଲାଇ ୧୫ ତାରିଖ ସୁଦ୍ଧା ସ୍ମାର୍ଟଫୋନ୍‌ରୁ ହଟାଇ ନେବାକୁ ସେନାର ଅଫିସର ଓ ଯବାନମାନଙ୍କୁ କୁହାଯାଇଛି। ଯେଉଁମାନେ […]

sbi
ସାମୟିକ ଋଣ ଉପରେ ସୁଧ ହାର ହ୍ରାସ କଲା ଏସ୍‌ବିଆଇ

ମୁମ୍ବାଇ: ଦେଶର ବୃହତ୍ତମ ଋଣ ପ୍ରଦାନକାରୀ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ସାମୟିକ ଋଣ ଉପରେ ସୁଧ ହାର ହ୍ରାସ କରିବ ବୋଲି କହିଛି।  ବୁଧବାର ବ୍ୟାଙ୍କ ପକ୍ଷରୁ କୁହାଯାଇଛି,  କ୍ଷୁଦ୍ର ଟେଣ୍ଡରମାନଙ୍କ  ମାର୍ଜିନାଲ କଷ୍ଟ ଅଫ ଫଣ୍ଡ୍‌ସ ବେସ୍‌ଡ ଲେଣ୍ଡିଙ୍ଗ ରେଟ୍‌ (MCLR) ୫ରୁ ୧୦ ବେସିସ୍‌ ପଏଣ୍ଟରେ ହ୍ରାସ ପାଇଛି।  ଜୁଲାଇ ୧୦ରୁ ଲାଗୁ କରାଯିବ ବୋଲି କୁହାଯାଇଛି। ଏହି ସଂଶୋଧନ ସହିତ ତିନିମାସ ପର୍ଯ୍ୟନ୍ତ ବ୍ୟାଙ୍କର MCLR ବାର୍ଷିକ 6.65 […]

bikash dube-1
ମୃତ୍ୟୁ ଭୟରେ ନ୍ୟୁଜ ଚାନେଲ୍‌ରେ ଆତ୍ମସର୍ମପଣ କରିବାକୁ ଚାହୁଁଛି ବିକାଶ ଦୁବେ

କାନପୁର: ଉତ୍ତରପ୍ରଦେଶର କାନପୁରରେ ଗ୍ୟାଙ୍ଗଷ୍ଟାର ବିକାଶ ଦୁବେ ଆଠ ଜଣ ପୋଲିସ କର୍ମଚାରୀଙ୍କୁ ହତ୍ୟା କରି ଖସି ପଳାଇଥିଲେ। ବିକାଶକୁ ଧରିବା ପାଇଁ ଉତ୍ତର ପ୍ରଦେଶ ପୋଲିସ ପ୍ରାଣମୁର୍ଚ୍ଛା ଉଦ୍ୟମ କରୁଛି। ଇତି ମଧ୍ୟରେ ପୋଲିସ ତାର  ୨ ଜଣ ସହଯୋଗୀଙ୍କୁ ଏନ୍‌କାଉଣ୍ଟର କରି ମାରି ଦେଇଛି। ଏହା ପରେ ବିକାଶ ଜୀବନ ବଞ୍ଚାଇବାକୁ ଆତ୍ମସମର୍ପଣ କରିବା ପାଇଁ ଚେଷ୍ଟା କରୁଛି।  ବର୍ତ୍ତମାନ ସୂତ୍ରରୁ ପ୍ରକାଶ ଯେ, ଜୀବନ ବଞ୍ଚାଇବା ପାଇଁ ବିକାଶ ଦୁବେ ଏକ ଟିଭି […]

bikash dube
ଏନ୍‌କାଉଣ୍ଟରରେ ଅପରାଧୀ ବିକାଶ ଦୁବେର ୨ ସହଯୋଗୀ ନିହତ

ଲକ୍ଷ୍ନୌ: ପୋଲିସ ଏନକାଉଣ୍ଟରରେ ଉତ୍ତରପ୍ରଦେଶର ମୋଷ୍ଟ ୱାଣ୍ଟେଡ ବିକାଶ ଦୁବେର ଦୁଇ ସହଯୋଗୀ ପ୍ରଭାତ ମିଶ୍ରା ଓ ରଣବୀର ନିହତ ହୋଇଛନ୍ତି। ଗତକାଲି ୩ ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଥିଲା। ଅଭିଯୁକ୍ତମାନେ ଖସି ପଳାଇବାକୁ ଉଦ୍ୟମ କରୁଥିବା ବେଳେ ପୋଲିସ ଏନକାଉଣ୍ଟରରେ ଆହତ ହୋଇଥିଲେ । ଅଭିଯୁକ୍ତ କାନପୁରରେ ପ୍ରଭାତ ଓ ଇଟାଓ୍ୱାରେ ରଣବୀରକୁ ଏନକାଉଣ୍ଟର କରାଯାଇଥିଲା । ପରେ ଏମାନଙ୍କୁ ଡାକ୍ତରଖାନା ନିଆଯାଇଥିଲା।  ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ଫରିଦାବାଦରେ ଏକ ହୋଟେଲରେ […]

trump
ଚେତାବନୀ ଦେଲେ ଟ୍ରମ୍ପ- ’ସ୍କୁଲ ଖୋଲ, ନ ହେଲେ ଫଣ୍ଡ ମିଳିବନି’

ୱାଶିଂଟନ୍‌: ମାରାତ୍ମକ କରୋନା ଜୀବାଣୁ ବିପର୍ଯ୍ୟୟ ସତ୍ତ୍ୱେ ଆମେରିକାରେ ସ୍କୁଲ ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବୁଧବାର ଏପରି ଚେତାବନୀ ଦେଇଛନ୍ତି । ସେ କହିଛନ୍ତି, ଯଦି ବିଦ୍ୟାଳୟଗୁଡ଼ିକ ଖୋଲା ନଯାଏ ତେବେ ସ୍କୁଲକୁ ଦିଆ ଯାଉଥିବା ପାଣ୍ଠି ବନ୍ଦ କରାଯିବ। ଟ୍ରମ୍ପ ଅଭିଯୋଗ କରିଛନ୍ତି, ଜନସ୍ୱାସ୍ଥ୍ୟ ଅଧିକାରୀଙ୍କ ସୁରକ୍ଷା ନିର୍ଦ୍ଦେଶାବଳୀ ଅଯୌକ୍ତିକ ଏବଂ ମହଙ୍ଗା ଅଟେ। ଏହାର କିଛି ସମୟ ପରେ ଆମେରିକାର ଉପରାଷ୍ଟ୍ରପତି ମାଇକ ପେନ୍ସ ଘୋଷଣା କରିଛନ୍ତି ଯେ ରୋଗ […]

Otv-odisha
‘ସକାଳେ ଏତେ ଭଲ ପାଇଲେ, ସନ୍ଧ୍ୟାରେ ଘରୁ ଚାଲିଯିବାକୁ କହିଲେ’

ଭୁବନେଶ୍ୱର: ଆଉ ନାହାନ୍ତି ମୋଟିଭେସନାଲ ସ୍ପିକର ଆଦିତ୍ୟ ଦାଶ। ଜୀବନକୁ ନେଇ ଅନେକ ସ୍ୱପ୍ନ ଦେଖୁଥିବା, ଅନେକ ସମ୍ଭାବନା ଖୋଜୁଥିବା ମାନବ ପ୍ରେମୀ ଆଦିତ୍ୟଙ୍କୁ ଯେ ଦିନେ ଏମିତି ଅବସ୍ଥାରେ ଦେଖିବାକୁ ମିଳିବ ଏକଥା କେହି ବିଶ୍ୱାସ କରିପାରୁ ନାହାନ୍ତି। ଆଦିତ୍ୟଙ୍କ ମୃତ୍ୟୁକୁ ବିଶ୍ୱାସ କରିପାରୁ ନାହାନ୍ତି ତାଙ୍କର ଫ୍ୟାନ୍ସ। ଅନେକ ପ୍ରଶ୍ନ ମନରେ। କାହିଁକି ଆଦିତ୍ୟ ନେଲେ ଏପରି ଚରମ ପଦକ୍ଷେପ ? ଗତମାସ ୯ ତାରିଖରେ କଟକ ଖପୁରିଆରେ ତାଙ୍କର ବିବାହ ହୋଇଥିଲା। ପ୍ରେମ […]

lac
LAC ନିକଟରେ ଭାରତର ନିର୍ମାଣ କାମ ଜୋରଦାର, ରାସ୍ତା ସହିତ ଚାଲିଛି ପୋଲ ତିଆରି

ନୂଆଦିଲ୍ଲୀ:  LACରେ ଦୁଇ ଦେଶ ଭାରତ-ଚୀନ ସେନା ମଧ୍ୟରେ ଗତ କିଛି ଦିନ ଧରି ଦେଖା ଦେଇଥିବା ଉତେଜନା ସାମାନ୍ୟ ହ୍ରାସ ପାଇଛି। ଗଲୱାନ ଘାଟିରୁ ଦୁଇ ସେନା ଦୁଇ କିମି ଲେଖାଏ ପଛକୁ ହଟିବା ପରେ ସାମାନ୍ୟ ଆଶ୍ୱସ୍ତି ମିଳିଛି। କିନ୍ତୁ ବିପଦ ସଂପୂର୍ଣ୍ଣ ଟଳି ନାହିଁ । ଭବିଷ୍ୟତକୁ ଦୃଷ୍ଟିରେ ରଖି LAC ନିକଟରେ ଭାରତ ଜୋରଦାର କରିଛି ନିର୍ମାଣ କାମ। ରାସ୍ତା ସହିତ ଅନେକ ପୋଲ ତିଆରି କରାଯାଉଛି । ଯାହା ଫଳରେ  […]

coronavirus
କଟକରୁ ଆଜି ଚିହ୍ନଟ ହେଲେ  ୨୯ କରୋନା ଆକ୍ରାନ୍ତ

କଟକ: କଟକ ଜିଲ୍ଲାରୁ ଆଜି ଚିହ୍ନଟ ହୋଇଛନ୍ତି  ୨୯ କରୋନା ଆକ୍ରାନ୍ତ। ସମାନଙ୍କ ମଧ୍ୟରୁ CMC ଅଧୀନରେ ଅଛନ୍ତି ୫ଜଣ ।  ଏହା ବ୍ୟତୀତ ଟାଙ୍ଗୀରୁ ୧, ସଦରରୁ ୧, ବାଙ୍କୀରୁ ୧୨, ବଡ଼ମ୍ବାରୁ ୫ , ନରସିଂହପୁରରୁ ୨, ନିଆଳିରୁ ୨ ଏବଂ ସାଲେପୁରରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ କଟକ ଜିଲ୍ଲାରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୮୫୫ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ୫୪୪ ଜଣ ସୁସ୍ଥ ହୋଇ ସାରିଥିବା ବେଳେ ୩୦୩ […]