• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

police
ଜମି ବିବାଦରୁ ଗଳାକାଟି ଦେଲେ

ଟିଟିଲାଗଡ: ଜମି ବିବାଦରୁ ହତ୍ୟା । ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ରେ।  ଜଣେ ବ୍ୟଙ୍କିଙ୍କ ଗଳାକାଟି ହତ୍ୟା କରିବା ପରେ ପାହାଡ଼ ତଳକୁ ଫିଙ୍ଗି ଦେଇଥିଲେ। ପରିବାର ଲୋକେ ଗତକାଲି ରାତିରେ ମୃତଦେହକୁ ଉଦ୍ଧାର କରିଛନ୍ତି। ଟିଟିଲାଗଡ ଥାନା ଅନ୍ତର୍ଗତ ଚୋରମରା ଗାଁରେ ଗତକାଲି ସଂଧ୍ୟାରେ ଲୋକେ ନଦୀପଠାକୁ ଯାଇଥିବାବେଳେ ପାହାଡ ତଳେ ଜଣେ ଯୁବକଙ୍କ ମୃତଦେହ ପଡିଥିବା ଦେଖିବାକୁ ପାଇଥିଲେ।  ମୃତ ଯୁବକ ଜଣକ ଚୋରମରା ଗାଁ ର ଗର୍ଜନ ରଣା ବୋଲି ଜଣାପଡିଥିଲା। […]

bike
ଖାଲରେ ଖସି ପଡ଼ିଲା ବାଇକ୍‌, ଚାଲିଗଲା ୪ ନାବାଳକଙ୍କ ଜୀବନ

କୋରାପୁଟ: କାଳ ହେଲା ବାଇକ୍ ଚଲାଇବା। ଦ୍ରୁତ ଗତିରେ ଗାଡ଼ି ଚଲାଉଥିଲେ। ୟୁଟର୍ଣ୍ଣ ନେଇ ପାରିଲେନି। ଖାଲ ଭିତରକୁ ଖସି ପଡ଼ିଲା ବାଇକ୍। ଫଳରେ ୪ ନାବାଳକଙ୍କର ମୃତ୍ୟୁ ଘଟିଛି। ଏପରି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି କୋରାପୁଟରେ। ଗୋଟିଏ ବାଇକ୍‌ରେ ୪ ଜଣ ନାବାଳକ ପାଡୁଆ ଆସୁଥିଲେ। ପାଡ଼ୁଆ ଡାକବଙ୍ଗଳା ଛକ ନିକଟରେ ୟୁ ଟର୍ଣ୍ଣ ନେବାବେଳେ ବାଇକ୍‌ଟି ଭାରସାମ୍ୟ ହରାଇ ରାସ୍ତା ତଳ ଖାଲକୁ ଖସିପଡ଼ିଥିଲା। ଫଳରେ ଘଟଣାସ୍ଥଳରେ ହିଁ ୪ ଜଣଙ୍କ ମୃତ୍ୟୁ ଘଟିଛି। […]

igh-11
ରାଉରକେଲା IGHରେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ରାଉରକେଲା: ସୁନ୍ଦରଗଡ଼ରେ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ତାଙ୍କୁ ବୁଧବାର ରାଉରକେଲା ଆଇଜିଏଚରେ  ଭର୍ତ୍ତି ହୋଇଥିଲା।  ଆଜି ତାଙ୍କର ମୃତ୍ୟୁ ଘଟିଛି। ୬୪ ବର୍ଷିୟ ଏହି ବ୍ୟକ୍ତି ଜଣକ ଶ୍ୱାସକ୍ରିୟାରେ କଷ୍ଟ ଅନୁଭବ କରିବାରୁ ଆଇଜିଏଚ୍‌ରେ ଭର୍ତ୍ତି ହୋଇଥିଲେ। ତାଙ୍କ ସ୍ୱାବ୍ ରିପୋର୍ଟ ପଜିଟିଭ୍ ଆସିବା ପରେ କରୋନା ଚିକିତ୍ସା କରାଯାଇଥିଲା। ତେବେ ତାଙ୍କ ମୃତ୍ୟୁ କରୋନା ଯୋଗୁ ହୋଇଛି ନା ଅନ୍ୟ କେଉଁ ରୋଗ କାରଣରୁ ହୋଇଛି ସେ ନେଇ କୌଣସି ସୂଚନା ମିଳିପାରିନି।  […]

electicity
ଏଣିକି ଅନ୍ଧାରରେ ରହିବେନି ଟୁଇନ୍‌ ସିଟିବାସୀ

ଭୁବନେଶ୍ୱର:  ଟୁଇନ୍ ସିଟିରେ ଦୂର ହେବ ବିଦ୍ୟୁତ୍‌ ସମସ୍ୟା। ଏଣିକି  ଭୁବନେଶ୍ୱର ଓ କଟକବାସୀ ପାଇବେ ନିରବଚ୍ଛିନ୍ନ ବିଦ୍ୟୁତ ସେବା।  ପ୍ରାକୃତିକ ବିପର୍ଯ୍ୟୟ ପ୍ରତିରୋଧୀ ଭୂତଳ ବିଦ୍ୟୁତ୍ ସେବା ଯୋଜନାରେ ୨୪ ଘଣ୍ଟିଆ ନିରବଚ୍ଛିନ୍ନ ବିଦ୍ୟୁତ୍ ସେବା ପାଇଁ ୧୬୦୦ କୋଟିର ବ୍ୟୟ ଅଟକଳ କରାଯାଇଛି । ଡିସେମ୍ବର ମାସ ଶେଷ ସୁଦ୍ଧା ପ୍ରକଳ୍ପ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ହୋଇଛି […]

sunabesha
ଆଜି ଶ୍ରୀଜୀଉଙ୍କ ଅଧରପଣା ନୀତି

ପୁରୀ: ଦିନକ ପରେ ଶ୍ରୀମନ୍ଦିର ଫେରିବେ ଶ୍ରୀଜିଉ। ଜନ୍ମବେଦୀରୁ ଲୀଳାଖେଳା ସାରି ଏବେ ସିଂହଦ୍ୱାରରେ ଅପେକ୍ଷା କରିଛନ୍ତି। ଗତକାଲି ସୁନାବେଶ ପରେ ଆଜି  ଶ୍ରୀକ୍ଷେତ୍ରରେ ଅନୁଷ୍ଠିତ ହେବ ଶ୍ରୀଜୀଉଙ୍କ ଅଧରପଣା ନୀତି । ତିନି ରଥ ଉପରେ ବିରାଜିତ ବଳଭଦ୍ର, ସୁଭଦ୍ରା ଓ ଜଗନ୍ନାଥଙ୍କ ବିଗ୍ରହ ସାମ୍ନାରେ ଏହି ନୀତି ସମ୍ପନ୍ନ ହେବ। ମଧ୍ୟାହ୍ନ ଧୂପ ପରେ ଅଧରପଣା ନୀତି ଅନୁଷ୍ଠିତ ହେବ। ତିନି ଠାକୁରଙ୍କ ଅଧର ବା ଓଠ ଉଚ୍ଚର କୁମ୍ବ ଆକୃତିର ୯ଟି ମାଟି […]

igh
ରାଉରକେଲା ଆଇଜିଏଚ୍‌ରେ ରୋଗୀଙ୍କୁ କରୋନା, ଡାକ୍ତର, କର୍ମଚାରୀ କ୍ୱାରେଣ୍ଟିନରେ

ରାଉରକେଲା: ରାଉରକେଲା ଆଇଜିଏଚ୍‌(Ispat General Hospital)ରେ ପଶିଲା କରୋନା।  ହସ୍ପିଟାଲରେ ଚିକିତ୍ସାଧୀନ ଜଣେ ରୋଗୀ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହା ପରେ ଜଣେ ଡାକ୍ତରଙ୍କ ସହ ୬ କର୍ମଚାରୀଙ୍କୁ କ୍ୱାରେଣ୍ଟିନ ପଠାଯାଇଛି । ହସ୍ପିଟାଲ  କିଛି ଅଂଶକୁ ଆଇସୋଲେସନ୍ ଘୋଷଣା କରାଯାଇଛି।  ସଂପୃକ୍ତ ରୋଗୀଙ୍କ କଣ୍ଟାକ୍ଟ ଟ୍ରେସିଂ ସହ ହସ୍ପିଟାଲକୁ ସାନିଟାଇଜ କରାଯାଉଥିବା ଆଇଜିଏଚ୍ କର୍ତ୍ତୃପକ୍ଷଙ୍କ ସୂଚନା ଦେଇଛନ୍ତି। ଚିହ୍ନଟ ହୋଇଥିବା କରୋନା ରୋଗୀଙ୍କ କଣ୍ଟାକ୍ଟ ଟ୍ରେସିଂ ପରେ କିଛି ଅଞ୍ଚଳକୁ କଣ୍ଟେନମେଣ୍ଟ ଘୋଷଣା କରିଛି ରାଉରକେଲା ମହାନଗର […]

shot-down
ସପ୍ତାହାନ୍ତ ଶଟ୍‌ଡାଉନ୍‌ ତାଲିକାରେ ସାମିଲ୍‌ ହେଲା ଏସବୁ ଜିଲ୍ଲା

ଭୁବନେଶ୍ୱର: ୧୦ଟି ଜିଲ୍ଲାରେ ଶନିବାର ଓ ରବିବାର ସଟଡାଉନ ନେଇ ପୂର୍ବରୁ ସରକାର ଘୋଷଣା କରିଥିବା ବେଳେ ଏବେ ଏହି ତାଲିକାରେ ଯୋଡି ହୋଇଛି ଆଉ କିଛି ଜିଲ୍ଲା। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି  ସପ୍ତାହାନ୍ତ ସଟ୍‌ଡାଉନ ପାଳନ ପାଇଁ ସମ୍ପୃକ୍ତ ଜିଲ୍ଲା ପ୍ରଶାସନ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଛି। ଏହି ଜିଲ୍ଲାଗୁଡିକ ହେଉଛି କୋରାପୁଟ, ବଲାଙ୍ଗିର, ଢେଙ୍କାନାଳ, କେନ୍ଦ୍ରାପଡ଼ା । ଜୁଲାଇ ମାସର ପ୍ରତ୍ୟେକ ଶନିବାର ଓ ରବିବାର ସଟ୍ ଡାଉନ ଲାଗୁ ହେବ । […]

saroj khan
ପରଲୋକରେ ବଲିଉଡର କୋରିଓଗ୍ରାଫର ସରୋଜ ଖାନ୍

ମୁମ୍ବାଇ: ଆଉ ନାହାନ୍ତି ବଲିଉଡର ପ୍ରସିଦ୍ଧ କୋରିଓଗ୍ରାଫର ସରୋଜ ଖାନ୍ (Saroj Khan) । ୭୨ ବର୍ଷ ବୟସରେ ସରୋଜଙ୍କର ମୁମ୍ବାଇରେ ହୃଦ୍‌ଘାତରେ  ପରଲୋକ ହୋଇଯାଇଛି ।  ଶ୍ୱାସକ୍ରିୟାରେ ସମସ୍ୟା ଯୋଗୁଁ ତାଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ସେ ମଧୁମେହ ସହ ଅନ୍ୟ କେତେକ ରୋଗରେ ମଧ୍ୟ ପୀଡ଼ିତ ଥିଲେ । ତେବେ କରୋନା ଟେଷ୍ଟିଂରେ ତାଙ୍କର ସାମ୍ପଲ ନେଗେଟିଭ୍ ଆସିଥିଲା । ୨୦୦୦ରୁ […]

up
ଅପରାଧୀଙ୍କ ଗୁଳିରେ ୮ ପୋଲିସ କର୍ମଚାରୀ ସହିଦ

ଲକ୍ଷ୍ନୌ: ଅପରାଧୀଙ୍କ ଗୁଳିରେ ୮ ପୋଲିସ କର୍ମଚାରୀ ସହିଦ ହୋଇଛନ୍ତି। ଏମିତି ଖବର ମିଳିଛି ଉତ୍ତରପ୍ରଦେଶ କାନପୁରରେ । ମୋଷ୍ଟଓ୍ୱାଣ୍ଟେଡ୍ ଅପରାଧୀଙ୍କ ସହ ଗୁଳିବିନିମୟ ବେଳେ ସହିଦ ହୋଇଛନ୍ତି । କାନପୁର ଧୌବେପୁର ଥାନା ବେକରୁ ଗାଁ  ପାଖରେ ଘଟିଥିଲା ଏହି ଗୁଳି ବିନିମୟ। ଗତକାଲି ମଧ୍ୟରାତ୍ରିରେ କାନପୁର ଚୌବେପୁର ଥାନା ଅଞ୍ଚଳରେ ବିକାଶ ଓ ତାଙ୍କ ଗ୍ୟାଙ୍ଗ ସଦସ୍ୟ ଲୁଚି ରହିଥିବା ନେଇ ଖବର ମିଳିଥିଲା। ଯାହା ପରେ ଅଞ୍ଚଳକୁ କଡନ୍‌ କରିବା ସହ ଗିରଫ […]

gold price
କମିଲା ସୁନା, ରୂପା ଦର

ନୂଆଦିଲ୍ଲୀ: କମିଲା ସୁନା ଦର। ଗୁରୁବାର ଘରୋଇ ବଜାରରେ ସୁନାଦର ହ୍ରାସ ପାଇଥିବା ଦେଖିବାକୁ ମିଳିଛି। ଗୁରୁବାର ସକାଳେ ସୁନା ଦରରେ ୦.୨୪ ପ୍ରତିଶତ ହ୍ରାସ ପାଇଛି। ଅର୍ଥାତ୍‌ ୧୧୭ ଟଙ୍କା ହ୍ରାସ ପାଇ ସୁନା ଦର ପ୍ରତି ୧୦ ଗ୍ରାମକୁ  ୪୮, ୧୫୦ ଟଙ୍କା ରହିଛି। ସୁନା ବ୍ୟତୀତ ବିଶ୍ୱ ବଜାରରେ ରୂପା ଦର ମଧ୍ୟ ହ୍ରାସ ପାଇଥିବା ଦେଖିବାକୁ ମିଳିଛି। ଗୁରୁବାର ସକାଳେ ରୂପ ଦର ୦.୪୪ ପ୍ରତିଶତ ଅର୍ଥାତ୍‌ ୨୧୬ ଟଙ୍କା ହ୍ରାସ […]

corona-virus-w
DSPଙ୍କ ପରିବାରର ୪ କରୋନା ଆକ୍ରାନ୍ତ

କଟକ: କଟକ ଗ୍ରାମାଞ୍ଚଳ ଜିଲ୍ଲାର ଜଣେ ପୋଲିସ DSPଙ୍କ ପରିବାରର ଆଉ ୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। DSPଙ୍କ ରିପୋର୍ଟ ପଜିଟିଭ ଆସିବା ପରେ ତାଙ୍କର ପିରବାର ସଦସ୍ୟଙ୍କ ନମୂନା ପରୀକ୍ଷା କରାଯାଇଥିଲା। ଏଥିସହିତ ଆଠଗଡ଼ ଉପଖଣ୍ଡ ଅଞ୍ଚଳରୁ ଆଉ ୧୭ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।  DSPଙ୍କ ପରିବାର୪ ସଦସ୍ୟଙ୍କ ସହ ଜଣେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ପଜିଟିଭ ମଧ୍ୟ ପଜିଟିଭ ଆସିଛନ୍ତି। କଣ୍ଟାକ୍ଟ ଟ୍ରେସିଂ ପରେ ୧୨୫ ଜଣଙ୍କ ସ୍ୱାବ୍ ପରୀକ୍ଷା […]