ନୂଆଦିଲ୍ଲୀ: ଦେଶରେ ପ୍ରତିଦିନ ନୂଆ ରେକର୍ଡ ରଚୁଛି ମହାମାରୀ କରୋନା। ଆକ୍ରାନ୍ତଙ୍କ ସଂଖ୍ୟା ଦୃଷ୍ଟିରୁ ରୁଷିଆକୁ ପଛରେ ପକାଇ ଭାରତ ୩ ନମ୍ବର ସ୍ଥାନରେ ପହଞ୍ଚିଛି। ଆମେରିକା ପ୍ରଥମରେ ଥିବାବେଳେ ଦ୍ୱିତୀୟରେ ରହିଛି ବ୍ରାଜିଲ । ଏହାପରେ ତୃତୀୟ ସ୍ଥାନରେ ଭାରତ । ଓ୍ୱଲଡୋମିଟର ତଥ୍ୟ ଅନୁଯାୟୀ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ଏବେ ୬ ଲକ୍ଷ ୯୭ ହଜାର ୬୯୩ରେ ପହଞ୍ଚିଛି । ରୁଷିଆରେ ଆକ୍ରାନ୍ତଙ୍କ ସଂଖ୍ୟା ୬ ଲକ୍ଷ ୮୦ ହଜାର ୨୮୩ ଥିବାବେଳେ ଭାରତ […]
ଭୁବନେଶ୍ୱର: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍) ଓ ଭାରତର ଅଗ୍ରଣୀ ଡିଜିଟାଲ୍ ସେବା ପ୍ଲାଟଫର୍ମ ଜିଓ ପ୍ଲାଟଫର୍ମସ୍ ଲିମିଟେଡ୍ (ଜିଓ ପ୍ଲାଟଫର୍ମସ୍) ପକ୍ଷରୁ ଆଜି ଏକ ବଡ ଘୋଷଣା କରାଯାଇଛି । ଇଣ୍ଟେଲ୍ କର୍ପୋରେସନର ନିବେଶ ସଂସ୍ଥା ଇଣ୍ଟେଲ୍ କ୍ୟାପିଟାଲ୍ ପକ୍ଷରୁ ଜିଓ ପ୍ଲାଟଫର୍ମସ୍ରେ ୧୮୯୪.୫୦ କୋଟି ଟଙ୍କା ପୁଞ୍ଜିନିବେଶ କରାଯିବ । ଜିଓ ପ୍ଲାଟ୍ଫର୍ମସ୍ର ମୋଟ ଇକ୍ୱିଟି ମୂଲ୍ୟ ୪.୯୧ ଲକ୍ଷ କୋଟି ଟଙ୍କା ଏବଂ ଏଣ୍ଟରପ୍ରାଇଜ୍ ମୂଲ୍ୟ ୫.୧୬ ଲକ୍ଷ କୋଟି ଟଙ୍କା […]
ରାଉରକେଲା: ଜୁଲାଇ ଆରମ୍ଭରୁ ଭୟଙ୍କର ରୂପ ନେଲାଣି କରୋନା। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଉରକେଲାରେ ଜାରି କରାଯାଇଛି କଟକଣା । ୧୪ଟି ଜିଲ୍ଲାର ଲୋକଙ୍କ ପାଇ କଟକଣା ଜାରି କରାଯାଇଛି। ଏମାନେ ରାଉରକେଲା ଆସିଲେ ସରକାରୀ କ୍ୱାରେଣ୍ଟିନରେ ରହିବେ। ରାଉରକେଲା ପୌରା ପରିଷଦ ପକ୍ଷରୁ ଏପରି କଟକଣା ଜାରି କରାଯାଇଥିବା ଏଡିଏମ୍ ସୂଚନା ଦେଇଛନ୍ତି। ଖୋର୍ଦ୍ଧା, ଗଞ୍ଜାମ, ଭଦ୍ରକ, ବାଲେଶ୍ୱର, ବଲାଙ୍ଗିର, ନୟାଗଡ଼, ପୁରୀ, କଟକ, ଜଗତସିଂହପୁର, ଯାଜପୁର, କେନ୍ଦୁଝର, ଗଜପତି, ଝାରସୁଗୁଡ଼ା, ମୟୂରଭଞ୍ଜ ଜିଲ୍ଲାର […]
ଭୁବନେଶ୍ୱର : ପ୍ରତିବର୍ଷ ରଜ ଓଡ଼ିଶାରେ ବହୁତ ଧୁମ୍ଧାମରେ ପାଳିତ ହୁଏ । କିନ୍ତୁ ଏହି ବର୍ଷ କରୋନା ମହାମାରୀ କାରଣରୁ ସମସ୍ତେ ଘରେ ରହି ରଜ ପାଳନ କରିଛନ୍ତି । କିଛି ଟିଭି ଚ୍ୟାନେଲ ରଜରେ ବିଭିନ୍ନ କାର୍ଯ୍ୟକ୍ରମ ମାନ ଆୟୋଜନ କରିଥାନ୍ତି । କଟକଣା କାରଣରୁ ଏ ବର୍ଷ ଭିନ୍ନ ପ୍ରକାରରେ ରଜ ରାଜକୁମାରୀ କାର୍ଯ୍ୟକ୍ରମ କରିଛି ‘ଆମ ଟିଭି’ । ରଜ ରାଜକୁମାରୀ ସିଜିନ୍-୩ର ପ୍ରସ୍ତୁତି ‘ଆମ ଟିଭି’ ରଜରେ ଆୟୋଜନ କରିଥିଲା […]
ପାରାଦୀପ: ପଣ୍ୟ କାରବାର କ୍ଷେତ୍ରରେ ପାରାଦୀପ ବନ୍ଦରର ନୂଆ ରେକର୍ଡ । ପ୍ରଥମ ଥର ଲାଗି ଦେଶର ସମସ୍ତ ବୃହତ ବନ୍ଦର ମଧ୍ୟରେ ସର୍ବାଧିକ ପଣ୍ୟ କାରବାର କରି ପ୍ରଥମ ସ୍ଥାନ ଅଧିକାର କରିଛି ପାରାଦୀପ। ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକ କାରବାରରେ ୨୫.୭୩ ନିୟୁତ ମେଟ୍ରିକ ଟନ୍ ପଣ୍ୟ କାରବାର କରି ଦେଶର ଅନ୍ୟ ୧୧ଟି ବୃହତ ବନ୍ଦରକୁ ପଛରେ ପକାଇଛି। ୧ ନମ୍ବର ବନ୍ଦର ଭାବେ ଉଭା ହୋଇଛି ପାରାଦୀପ ବନ୍ଦର। ମୁଖ୍ୟତଃ […]
ନୂଆଦିଲ୍ଲୀ: ଆୟକର ରିଟର୍ଣ୍ଣ ଅବଧି ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର । ନଭେମ୍ବର ୩୦ ପର୍ଯ୍ୟନ୍ତ ରିଟର୍ଣ୍ଣ ଅବଧି ବୃଦ୍ଧି କରାଯାଇଛି ।୨୦୧୯-୨୦ ଆର୍ଥିକ ବର୍ଷରେ ଏହି ଡେଡ୍ଲାଇନ ବଢାଇଛନ୍ତି ସରକାର । ବର୍ତ୍ତମାନ ସମୟ ଓ ପରିସ୍ଥିତିକୁ ଦେଖି ଏହି ନିଷ୍ପତ୍ତି ନିଆଯାଇଛି । ସମୟସୀମା ବୃଦ୍ଧି ନେଇ ଆୟକର ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏହାପୂର୍ବରୁ ଆୟକର ବିଭାଗ ଇନଭେଷ୍ଟମେଣ୍ଟ ଟାକ୍ସ ସେଭିଂ ଡେଡ୍ ଲାଇନ ଜୁଲାଇ ୩୧ ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ […]
ନୂଆଦିଲ୍ଲୀ: ବର୍ଷର ତୃତୀୟ ଚନ୍ଦ୍ରଗ୍ରହଣ କାଲି। ଅନେକ ଦେଶରେ ଜୁଲାଇ ୪ ତାରିଖ ରାତିରେ ଚନ୍ଦ୍ର ଗ୍ରହଣ ଲାଗିବ ଏବଂ ଜୁଲାଇ ୫ ତାରିଖ ଶେଷ ହେବ। କିନ୍ତୁ ଭାରତୀୟ ସମୟ ଅନୁସାରେ ଗ୍ରହଣ ଜୁଲାଇ ୫ ତାରିଖ ସକାଳ ୮ଟା ୩୭ ମିନିଟ୍ରୁ ଆରମ୍ଭ ହେବ ଏବଂ ସକାଳ ୧୧ଟା ୨୨ରେ ଶେଷ ହେବ। ଏହି ଗ୍ରହଣ ପ୍ରାୟ ୨ ଘଣ୍ଟା ୪୫ ମିନିଟ ପର୍ଯ୍ୟନ୍ତ ରହିବ। ତେବେ ଭାରତରେ ସେହି ସମୟରେ ଦିନ ଥିବାରୁ […]
ଭୁବନେଶ୍ୱର: ବିଶ୍ୱ ଦରବାରରେ ଓଡ଼ିଶାର ନାଁ ଉଜ୍ଜ୍ୱଳ କଲେ ଓଡ଼ିଆ ଝିଅ। ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟରେ ଟପର୍ ହୋଇଥିଲେ ଓଡ଼ିଆ ଝିଅ ବୈଶାଳୀ ମହାନ୍ତି। ଏବେ ତାଙ୍କୁ ଜାତିସଂଘର ନୀତି ଅଧିକାରୀ ଭାବେ ନିଯୁକ୍ତ ମିଳିଛି। ଚଳିତ ମାସ ୧ ତାରିଖରେ ସେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ୨୦୧୬ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟରୁ ଇଣ୍ଟରନ୍ୟାସନାଲ୍ ଷ୍ଟଡିଜ୍ରେ ମାଷ୍ଟର ଡିଗ୍ରୀ ପରେ ବୈଶାଳୀ ୟୁନାଇଟେଡ୍ ନେସନ୍ରେ ଇଣ୍ଟରନାସନାଲ୍ ସିଭିଲ୍ ସର୍ଭିସ୍ରେ ଯୋଗ ଦେବା ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ। ୨୦୧୮ରେ ୟୁଏନ୍ […]
ନୂଆଦିଲ୍ଲୀ: ଦେଶରେ ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୪୪୨ ଜଣଙ୍କର ମୃତ୍ୟୁ ଘଟିଛି। ଏଥହି ସହିତ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୮ ହଜାର ୬୫୫କୁ ବୃଦ୍ଧି ପାଇଛି। ସେହିପରି ୨୪ ଘଣ୍ଟା ମଧ୍ୟରେ ୨୨,୭୭୧ ଆକ୍ରାନ୍ତ ହୋଇଛନ୍ତି। ଆଜିର ସଂଖ୍ୟାକୁ ମିଶାଇ ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬ ଲକ୍ଷ ୪୮ ହଜାର ୩୧୫କୁ ବୃଦ୍ଧି ପାଇଛି। ସେଥି ମଧ୍ୟରୁ ମୋଟ ଆକ୍ଟିଭ୍ କେସ୍ ୨,୩୫,୪୩୩ ଥିବାବେଳେ […]
କାନପୁର: ଉତ୍ତରପ୍ରଦେଶ କାନପୁର ଧୌବେପୁର ଥାନା ବେକରୁ ଗାଁ ପାଖରେ କଖ୍ୟାତ ଅପରାଧୀ ବିକାଶ ଦୁବେ ଓ ତା‘ର ଗ୍ୟାଙ୍ଗକୁ ଧରିବାକୁ ଯାଇ ଗୁଳି ବିନିମୟ ଘଟିଥିଲା ଯେଉଥିରେ ୮ ଜଣ ପୋଲସ ସହିଦ ହୋଇଥିଲେ। ଗତକାଲି ମଧ୍ୟରାତ୍ରିରେ କାନପୁର ଚୌବେପୁର ଥାନା ଅଞ୍ଚଳରେ ବିକାଶ ଓ ତାଙ୍କ ଗ୍ୟାଙ୍ଗ ସଦସ୍ୟ ଲୁଚି ରହିଥିବା ନେଇ ଖବର ମିଳିଥିଲା। ତେବେ କିଏ ଏହି ବିକାଶ ଦୁବେ ? କେତେ ଭୟଙ୍କର ଅପରାଧୀ ସେ ! ୮ ପୋଲିସକୁ […]
ଭୁବନେଶ୍ୱର: ରାଜ୍ୟରେ ୨୪ ଘଣ୍ଟାରେ କରୋନା ନେଲା ଆଉ ୫ ଜଣଙ୍କ ଜୀବନ। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି । ମୃତକଙ୍କ ମଧ୍ୟରେ ଅଛନ୍ତି ଗଞ୍ଜାମ ଜିଲ୍ଲାରୁ ୩ ଓ ଖୋର୍ଦ୍ଧାରୁ ୨ ଜଣ। ଖୋର୍ଦ୍ଧା ଜିଲ୍ଲାର ୨ ମୃତକ ଭୁବନେଶ୍ୱରର। ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ମୃତକଙ୍କ ସଂଖ୍ୟା ୩୪କୁ ବୃଦ୍ଧି ପାଇଛି। ଏହାକୁ ମିଶାଇ ଗଞ୍ଜାମ ଜିଲ୍ଲାରେ ମୃତକଙ୍କ ସଂଖ୍ୟା ୨୦ […]
ଆଜି ୨୦୨୦ ମସିହା, ମାର୍ଚ୍ଚ ମାସ ୧୨ ତାରିଖ, ଗୁରୁବାର। ଜାଣନ୍ତୁ ଆଜି ଦିନଟି ଆପଣଙ୍କର କେମିତି କଟିବ…
ଭୁବନେଶ୍ୱର: ଆଜି ରାଜ୍ୟରୁ ୪୯୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ୪୯୫ ମଧ୍ୟରୁ ୩୫୫ କ୍ୱାରେଣ୍ଟାଇନରୁ, ୧୪୦ ଲୋକାଲ୍ କେସ ରହିଛି। ଏହାକୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୦୬୧କୁ ବୃଦ୍ଧି ପାଇଛି। ସେମାନଙ୍କ ମଧ୍ୟରୁ ୫,୭୦୫ ଜଣ ସୁସ୍ଥ ହୋଇସାରିଥିବା ବେଳେ ୨୮୫୩ ଜଣ ଚିକିତ୍ସାଧୀନ ଅଛନ୍ତି। ଆଜି ଚିହ୍ନଟ ହୋଇଥିବା ୪୯୫ ଜଣଙ୍କ ମଧ୍ୟରୁ ୩୫୫ ଜଣ କ୍ୱାରେଣ୍ଟାଇନ୍ରେ […]