• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

hafiz-saeed
ପାକିସ୍ତାନ ମାନିଲା ହାଫିଜ୍‌ ଆତଙ୍କବାଦୀ

ନୂଆଦିଲ୍ଲୀ: ଭାରତ ଓ ଆମେରିକାର ଚାପ ଆଗରେ ଶେଷରେ ମୁଣ୍ଡ ନୁଆଁଇଛି ପାକିସ୍ତାନ। ନିଜର ସ୍ଥିତି ସୁଧାରିବାକୁ ପାକିସ୍ତାନ ଆତଙ୍କବାଦୀ ସଂଗଠନ ଓ ଆତଙ୍କବାଦୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ମନ ସ୍ଥିର କରିବା ପରି ଲାଗୁଛି। ମିଳିଥିବା ସୂଚନା ଅନୁସାରେ, ପାକିସ୍ତାନ ରାଷ୍ଟ୍ରପତି ମମନୁନ ହୁସେନ୍‌ ଏକ ଅଧ୍ୟାଦେଶରେ ଦସ୍ତଖତ କରିଛନ୍ତି, ଯାହାର ଉଦ୍ଦେଶ୍ୟ ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦ (ୟୁଏନ୍‌ଏସ୍‌ସି) ଦ୍ୱାରା ପ୍ରତିବନ୍ଧିତ ବ୍ୟକ୍ତି ଏବଂ ଲଶ୍କର-ଏ-ତୋଏବା, ଅଲକଏଦା ଓ ତାଲିବାନ ପରି ସଂଗଠନ […]

edu_what_is_earth_0
ପୃଥିବୀ ସମ୍ପର୍କରେ କିଛି ରୋଚକ, କିଛି ରହସ୍ୟମୟ ତଥ୍ୟ

ପୃଥିବୀକୁ ନେଇ ବହୁତ କଥା ଶୁଣିବାକୁ ମିଳିଥାଏ। ଏହାର ସୃଷ୍ଟି ରହସ୍ୟ, ଜୀବସତ୍ତାକୁ ନେଇ ମଧ୍ୟ ବହୁ କଥା ରହିଛି ଓ ଏହା ଆମେ ପାଠରେ ମଧ୍ୟ ପଢୁଛନ୍ତି। ନୀଳ ଗ୍ରହ ଭାବେ ପରିଚିତ ଆମ ପୃଥିବୀ ହେଉଛି ଏକମାତ୍ର ଗ୍ରହ ଯେଉଁଠି ଜୀବଜଗତ ବଞ୍ଚି ରହିବା ସମ୍ଭବ। ଆସନ୍ତୁ ଜାଣିବା ଆମ ପୃଥିବୀ ସମ୍ପର୍କରେ କିଛି ଜଣା କିଛି ଅଜଣା କଥା। ୧. ନିଜକୁ ଥରଟିଏ ଆବର୍ତ୍ତନ କରିବାକୁ ପୃଥିବୀକୁ ୨୪ ଘଣ୍ଟା ସମୟ ଲାଗିଥାଏ। କିନ୍ତୁ […]

pankodhar
ବାବା ଲୋକନାଥ ଦେବଙ୍କ ପଙ୍କୋଦ୍ଧାର ଏକାଦଶୀ ନୀତି ସମ୍ପନ୍ନ

ପୁରୀ : ଶ୍ରୀକ୍ଷେତ୍ରରେ ବାବା ଲୋକନାଥ ଦେବଙ୍କ ପଙ୍କୋଦ୍ଧାର ଏକାଦଶୀ ନୀତି ସମ୍ପନ୍ନ ହୋଇଛି। ଏକ ବର୍ଷ ଧରି ଗମ୍ଭୀରା ଭିତରେ ପଡିରହିଥିବା ବେଲପତ୍ର, କୋରା, କଦଳୀ ଆଦି ପାଦୁକ କାଳକ୍ରମେ ପଙ୍କରେ ପରିଣତ ହୋଇଥିବାରୁ ଆଜିର ପବିତ୍ର ତିଥିରେ ସେବାୟତ ଓ ଭକ୍ତ ଏକାକାର ହୋଇ ଏହି ପଙ୍କ ଉଦ୍ଧାର କରିଥିଲେ। ଫଳରେ ଆଜି ହିଁ ଗୋଟିଏ ଦିନ ଭକ୍ତ ମାନେ ଶ୍ରୀଲୋକନାଥଙ୍କ ଲିଙ୍ଗ ସମ୍ପୂର୍ଣ୍ଣ ଦର୍ଶନ କରିବାର ସୁଯୋଗ ପାଇଥାନ୍ତି। ଏହି ପବିତ୍ର ଅବସରରେ […]

ranbir
ରଣବୀର ଜୀବନରେ ପୁଣି ଜଣେ ଚୁଲବୁଲି ନାୟିକାଙ୍କ ଏଣ୍ଟ୍ରି

ମୁମ୍ବାଇ: ବଲିଉଡ଼ର ଲଭର ବୟ ରଣବୀର କପୁର ଅଭିନୟ ପାଇଁ ଯେତିକି ଚର୍ଚ୍ଚାରେ ରହି ନଥାନ୍ତି ତା’ଠାରୁ ଅଧିକ ଚର୍ଚ୍ଚା ହୋଇଥାଏ ତାଙ୍କ ରୋମାନ୍ସକୁ ନେଇ। ବଲିଉଡ୍‌ରେ ପାଦ ଦେବା ପରଠାରୁ ଅନେକ ଅଭିନେତ୍ରୀଙ୍କ ସହ ତାଙ୍କ ସଂପର୍କକୁ ନେଇ କିଛି ନା କିଛି ଶୁଣିବାକୁ ମିଳିଥାଛି। ବିଶେଷ କରି ଦୀପିକା ପାଦୁକୋନ୍‌ ଓ କ୍ୟାଟ୍ରିନା କୈଫ୍‌ଙ୍କୁ ନେଇ ସେ ବହୁ ସମୟରେ ଖବରର ଶିରୋନାମା ପାଲଟିଛନ୍ତି। ହେଲେ ରଣବୀରଙ୍କ ଜୀବନରେ ଏବେ ଆଉ ଜଣେ ଅଭିନେତ୍ରୀଙ୍କ […]

exam
ପରୀକ୍ଷାର୍ଥୀଙ୍କୁ ସ୍ମାର୍ଟ ଓ୍ୱାଚ୍‌ ମନା

ଭୁବନେଶ୍ୱର : ମାଟ୍ରିକ୍‌ ପ୍ରଶ୍ନପତ୍ର ଭାଇରାଲ ପରେ ପଶିଲା ଚେତା। ଯୁକ୍ତ ଦୁଇ ପରୀକ୍ଷାରେ ଯେମିତି କିଛି ବି ଅବହେଳା ରହିବ ନାହିଁ ସେନେଇ ତତ୍ପର ହୋଇଛି ପରିଷଦ। ଯୁକ୍ତ ଦୁଇ ପରୀକ୍ଷା ନେଇ ପରିଷଦ ପକ୍ଷରୁ ବିଭିନ୍ନ କଟକଣା ଜାରି କରାଯାଇଛି। ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଅଧ୍ୟକ୍ଷ ଅମରେନ୍ଦ୍ର କୁମାର ପଟ୍ଟନାୟକ ସୂଚନା ଦେଇଛନ୍ତି। ପରୀକ୍ଷା ହଲ୍‌କୁ ସାଧାରଣ ଘଣ୍ଟା ପିନ୍ଧି ଯାଇପାରିବେ ଯୁକ୍ତ ଦୁଇ ପରୀକ୍ଷାର୍ଥୀ। କିନ୍ତୁ ସ୍ମାର୍ଟ ଘଣ୍ଟା ପ୍ରବେଶ […]

pakisthan
ଓ୍ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କୁ ଛାଡ଼ିବାକୁ ନେଇ ପାକିସ୍ତାନର ପ୍ରୋପାଗାଣ୍ଡା

ନୂଆଦିଲ୍ଲୀ : ପାକିସ୍ତାନର ପ୍ରୋପାଗାଣ୍ଡା। ଓ୍ୱିଙ୍ଗ୍ କମାଣ୍ଡର ଅଭିନନ୍ଦନଙ୍କ ମୁହଁରେ ନିଜର ପ୍ରଶଂସା କରାଇବାକୁ ଇସଲାମାବାଦର ଅପଚେଷ୍ଟା। କୁହାଯାଉଛି ସେଥିପାଇଁ ଲାହୋରରେ ISI ତରଫରୁ ପ୍ରସ୍ତୁତ କରାଯାଇଥିଲା। ଏହି ଭିଡ଼ିଓ ଯେଉଁଥିରେ ପାକିସ୍ତାନ ସେନା ତାଙ୍କ ପ୍ରତି ଭଲ ବ୍ୟବହାର କରିଥିବା ଅଭିନନ୍ଦନ କହୁଥିବା ଦେଖିବାକୁ ମିଳିଥିଲା। କିନ୍ତୁ ଏହି ଭିଡ଼ିଓରେ ଅନେକ କଟ୍ ଅଛି, ଯେଉଁଥିରୁ ସ୍ପଷ୍ଟ ହେଉଛି ଓ୍ୱିଙ୍ଗ୍ କମାଣ୍ଡରଙ୍କୁ ଚାପ ପକାଇ ଓ ତାଙ୍କ ଶବ୍ଦକୁ ଏପଟ ସେପଟ କରି ନିଜକୁ ସୁହାଇବା […]

spacex
ବିଶ୍ୱର ସବୁଠାରୁ ଶକ୍ତିଶାଳୀ ରକେଟ୍‌ ଗଲା ମହାକାଶ

ୱାସିଂଟନ: ବିଶ୍ୱର ସବୁଠାରୁ ଶକ୍ତିଶାଳୀ ରକେଟ୍‌ ‘ଫାଲକନ ହେଭି’ ମହାକାଶକୁ ଯାଇଛି। ଘରୋଇ କମ୍ପାନୀ SPACE X ପକ୍ଷରୁ ଏହାକୁ ଉତ୍‌କ୍ଷେପନ ହୋଇଯାଇଛି। ଆମେରିକାର ଫେ୍ଲାରିଡା ସ୍ଥିତ କେନେଡି ସ୍ପେସ ସେଣ୍ଟରରୁ ଏହି ଉତ୍‌କ୍ଷେପଣ ଗତକାଲି ହୋଇଛି। ଏହାର ଓଜନ ପାଖାପାଖି ୬୩.୮ ଟନ୍ ଓ ଲମ୍ବ ୨୩୦ ଫୁଟ୍‌ ରହିଛି। ରକେଟ୍‌ରେ ୨୭ଟି ଶକ୍ତିଶାଳୀ ଇଂଜିନ ରହିଛି। ଏହା ମଙ୍ଗଳ ଗ୍ରହ ପର୍ଯ୍ୟନ୍ତ ଯିବ। ଗୁରୁତ୍ୱପୂର୍ଣ୍ଣ କଥା ହେଲା ପ୍ରଥମ ଥର ପାଇଁ ଏକ କାରକୁ […]

dada
ଗାଙ୍ଗୁଲିଙ୍କୁ ପଛରେ ପକାଇ ଇତିହାସ ରଚିଲେ ବିରାଟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅଧିନାୟକ ବିରାଟ କୋହଲିଙ୍କ ନେତୃତ୍ୱରେ ଭାରତୀୟ ଟଇମ୍‌ ୬ଟିକିଆ ଦିନିକିଆ ସିରିଜର ପ୍ରଥମ ୩ଟି ମ୍ୟାଚ୍‌ ଜିତି ସାରିଛି। ଏହି ୩ଟି ମ୍ୟାଚରୁ ବିରାଟ କୋହଲି ୨ଟି ଶତକ ହାସଲ କରିସାରିଛନ୍ତି। ଅଧିନାୟକ ଭାବେ ଦକ୍ଷିଣ ଆଫ୍ରିକାରେ ବିରାଟ ପ୍ରଥମ ଖେଳାଳି ଭାବେ ସର୍ବାଧିକ ଶତକ ଲଗାଇଛନ୍ତି। ଏହାସହ ବିରାଟ ୪ର୍ଥ ଖେଳାଳି ଭାବେ ଗୋଟିଏ ସିରିଜରେ ଦକ୍ଷିଣ ଆଫ୍ରିକାରେ ଏକାଧିକ ଶତକ ହାସଲ କରିଛନ୍ତି। ପୂର୍ବରୁ କେଭିନ ପିଟରସନଙ୍କ ନାଁରେ ଗୋଟିଏ ସିରିଜରେ […]

electricity
ଅଘୋଷିତ ବିଦ୍ୟୁତ୍‌କାଟ ଓ ଲୋ ଭୋଲଟେଜ୍ ଯୋଗୁଁ ଲୋକେ ଅତିଷ୍ଠ

ଭଦ୍ରକ  : ଅଘୋଷିତ ବିଦ୍ୟୁତ୍‌ କାଟ ଓ କମ୍‌ ଭୋଲଟେଜ୍ ଯୋଗୁଁ ହନ୍ତସନ୍ତ ହେଉଛନ୍ତି ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ୍‌ର ୭ଟି ପଞ୍ଚାୟତବାସୀ। ବାରମ୍ବାର ଅଭିଯୋଗ ପରେ ବି କାର୍ଯ୍ୟକ୍ଷମ ହେଉନି ଷ୍ଟ୍ରକ୍‌ଚର। ଯାହାକୁ ନେଇ ଜନ ଅସନ୍ତୋଷ ବଢ଼ିବାରେ ଲାଗିଛି। ବାରମ୍ବାର ବିଦ୍ୟୁତ୍‌ କାଟ ଓ କମ୍‌ ଭୋଲଟେଜ୍ ଯୋଗୁଁ ଶିକ୍ଷା, ସ୍ୱାସ୍ଥ୍ୟ ଓ ବ୍ୟବସାୟ ବି ପ୍ରଭାବିତ ହେଉଥିବା ସେମାନେ ଅଭିଯୋଗ କରିଛନ୍ତି। ଏମିତି କି ଛାତ୍ରଛାତ୍ରୀମାନେ କମ୍‌ ଭୋଲଟେଜ୍ ଯୋଗୁଁ ପାଠପଢ଼ାରେ ଅସୁବିଧା […]

download
ଅଧିକାଂଶ ଭାରତୀୟ ମହିଳାଙ୍କ ପସନ୍ଦ ଛୋଟ ପରିବାର

ନୂଆଦିଲ୍ଲୀ/ଭୁବନେଶ୍ୱର: ସମୟ ସହ ତାଳ ଦେଇ ଆମ ସମାଜରେ ପରିବର୍ତ୍ତନ ଘଟୁଛି। ଦିନ ଥିଲା ଲୋକେ ଯୌଥ ପରିବାରରେ ରହିବାକୁ ପସନ୍ଦ କରୁଥିଲେ। ବଡ଼ ପରିବାରକୁ ସମାଜରେ ବିଶେଷ ସମ୍ମାନ ମିଳୁଥିଲା। ଲୋକେ ମଧ୍ୟ ଅଧିକ ପିଲା ଜନ୍ମ କରିବାକୁ ପସନ୍ଦ କରୁଥିଲେ। ଶିକ୍ଷାର ପ୍ରସାର, କର୍ମନିଯୁକ୍ତି ଧାରାରେ ପରିବର୍ତ୍ତନ ଯୋଗୁଁ ଏହି ଭାବନାରେ ପରିବର୍ତ୍ତନ ଆସିଛି।ଏବେ ବଡ଼ ପରିବାର ନୁହେଁ, “ଛୋଟ ପରିବାର, ସୁଖୀ ପରିବାରର”ର କଥା ଉଠୁଛି। ବର୍ତ୍ତମାନ ସ୍ଥିତିରେ ଭାରତର ୭୫ ପ୍ରତିଶତ […]

murder
ସାମାନ୍ୟ କଳହରୁ ହତ୍ୟାକାଣ୍ଡ ; ସ୍ୱାମୀର ଠେଙ୍ଗା ମାଡ଼ରେ ସ୍ତ୍ରୀର ମୃତ୍ୟୁ

ସମ୍ବଲପୁର : ସାମାନ୍ୟ କଳହରୁ ହତ୍ୟାକାଣ୍ଡ। ସମ୍ବଲପୁର ଜିଲ୍ଲା ଜମନକିରା ଥାନା ଲେଦିମଦୁଲି ଗାଁରେ ଏହି ଘଟଣା ଘଟିଛି। ସାମାନ୍ୟ ବଚସା ଯୋଗୁ ସ୍ୱାମୀ ନିଜ ସ୍ତ୍ରୀଙ୍କୁ ଠେଙ୍ଗାରେ ମାଡ଼ ମାରିଥିଲେ। ସେଥିରେ ତାଙ୍କର ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଥିଲା। ଏହି ଘଟଣାଟି ଗତକାଲି ରାତିରେ ଘଟିଥିବା ବେଳେ ଆଜି ଅଭିଯୁକ୍ତ ସ୍ୱାମୀ ଉପେନ୍ଦ୍ର ଦୀପ କୁଚିଣ୍ଡା ଥାନାରେ ଆତ୍ମସମର୍ପଣ କରିଥିଲେ। ପରେ ପୁଲିସ ପହଞ୍ଚି ଘଟଣାସ୍ଥଳରୁ ଠେଙ୍ଗା ଜବତ କରି ମୃତଦେହକୁ ଜବତ କରିବା […]

cancer-cells-dividing
ସ୍ୱତନ୍ତ୍ର ସଫ୍ଟୱେରରେ ହେବ କର୍କଟ ଚିକିତ୍ସା

ଚେନ୍ନାଇ: ଭାରତରେ ଦିନକୁ ଦିନ କର୍କଟ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ପାଖାପାଖି ବାର୍ଷିକ ୮୦ ହଜାର ନୂଆ କର୍କଟ ରୋଗୀ ଚିହ୍ନଟ ହେଉଛନ୍ତି। ଏହି ଦୂରାରୋଗ୍ୟରୁ ମୁକ୍ତି ପାଇବା ବଡ କଷ୍ଟକର ଓ ବ୍ୟୟବହୁଳ। ସାମାନ୍ୟତମ ଅବହେଳା ଜୀବନ ନେଇଯାଇପାରେ। ଏପରି ସ୍ଥିତିର ମୁକାବିଲା ପାଇଁ ଚେନ୍ନାଇସ୍ଥିତ ଆପୋଲୋ ହସ୍ପିଟାଲର ମେଡିକାଲ ଅନକୋଲୋଜୀ ନିର୍ଦ୍ଦେଶକଙ୍କ ତତ୍ୱବଧାନରେ ଏକ ସ୍ୱତନ୍ତ୍ର ସଫ୍ଟୱେୟାର ପ୍ରସ୍ତୁତ କରାଯାଇଛି। ଏହାକୁ ରୋଗୀର ଶରୀରର ବିଭିନ୍ନ ଅଂଶରେ ଖଞ୍ଜି ଦିଆଯିବ। ଏହା […]

rahul
୮ ତାରିଖରେ ଜୟପୁର ଆସିବେ ରାହୁଲ ଗାନ୍ଧି

ଜୟପୁର  : କଂଗ୍ରେସର ଫୋକ୍‌ସରେ ଓଡ଼ିଶା। ସାଧାରଣ ନିର୍ବାଚନ ପୂର୍ବରୁ ଜୋରଦାର କସରତ କରୁଛି କଂଗ୍ରେସ। ଉପକୂଳ, ପଶ୍ଚିମ ଓଡ଼ିଶା ଗସ୍ତ ପରେ ଏବେ କଂଗ୍ରେସ ସଭାପତିଙ୍କ ଟାଗେର୍ଟରେ ଦକ୍ଷିଣ ଓଡ଼ିଶା। ଏହି ଧାରାରେ ଆସନ୍ତା ୮ ତାରିଖରେ ପୁଣି ଥରେ ଓଡ଼ିଶା ଆସିବେ ରାହୁଲ। ଏନେଇ ବିଧିବଦ୍ଧ ସୂଚନା ଦେଇଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ତଥା ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି। ଗତକାଲି ଜୟପୁର ଜିଲ୍ଲା କଂଗ୍ରେସ ଭବନରେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି […]

paralakhemundi
ନାବାଳିକାଙ୍କୁ ପ୍ରତାରଣା ଦେଇ ଗର୍ଭବତୀ କରିଥିବା ଯୁବକ ଗିରଫ

ପାରଳାଖେମୁଣ୍ଡି: ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖି ଗର୍ଭବତୀ କରିଲେ ଓ ପୁଣି ମିଥ୍ୟା ପ୍ରତିଶ୍ରୁତି ଦେଇ ଗର୍ଭବାତ କରାଇ ଦେଲେ। ଏହାପରେ ଫେରାର ହୋଇଗଲେ ଧୋକ୍କାବାଜ୍‌ ପ୍ରେମିକ। ଏପରି ଏକ ଅଭିଯୋଗ ଘଟିଛି ଗଜପତି ଜିଲ୍ଲାରେ। ରାୟଗଡ଼ ଥାନାରେ ଏନେଇ ଅଭିଯୋଗ ହେବା ପରେ ପୋଲିସ୍‌ ଅଭିଯୁକ୍ତ ରାଜୁ ଗୌଡ଼କୁ ହାଇଦ୍ରାବାଦରୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତର ଘର ରାୟଗଡ଼ ଥାନା ସୋରଡ଼ା ଗାଁରେ ବୋଲି ଜଣାପଡିଛି। ଅଭିଯୋଗ ଅନୁସାରେ, ରାଜୁ […]

congress
କଂଗ୍ରେସ-ବାମ ଦଳ ନେତାଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ୱର :  ନିର୍ବାଚନ ପୂର୍ବରୁ ସମଭାବାପନ୍ନ ଦଳ ସହ ଆସନ ବୁଝାମଣା କରିବାକୁ କଂଗ୍ରେସର କସରତ। ଆସନ ଭାଗବଣ୍ଟ ନେଇ କଂଗ୍ରେସ ସହ ବାମଦଳଙ୍କର ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଛି। ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ଘରେ ହୋଇଥିବା ବୈଠକରେ  ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ବରିଷ୍ଠ ନେତା ବିଭୁ ତରାଇଙ୍କ ସହ ବାମଦଳର ବହୁ ବରିଷ୍ଠ ନେତା ଆଲୋଚନା କରିଛନ୍ତି। ଆଜି ସିପିଆଇ ସହ କଂଗ୍ରେସର ବୈଠକ ଶେଷ ହୋଇଥିବାବେଳେ ଆସନ୍ତାକାଲି ସିପିଏମ୍ ସହ ବୈଠକ […]

representational image
ଢେଙ୍କାନାଳରୁ ମିଳିଲା ଦନ୍ତାହାତୀର ମୃତଦେହ

ଢେଙ୍କାନାଳ  : ଢେଙ୍କାନାଳ ମହାବୀର୍ ରୋଡ୍‌ ରେଞ୍ଜରୁ ମିଳିଲା ଦନ୍ତାହାତୀର ମୃତଦେହ। ଜଙ୍ଗଲରେ ଯନ୍ତ୍ରଣାରେ ଛଟପଟ ହୋଇ ଶେଷରେ ପ୍ରାଣ ହରାଇଛି ଦନ୍ତାହାତୀ। କେନ୍ଦୁଝର ଜିଲ୍ଲାରୁ ଗତ କିଛି ମାସ ତଳେ ହାତୀଟି ଏହି ଅଞ୍ଚଳକୁ ଆସିଥିଲା। ତେବେ ସେ ଅସୁସ୍ଥ ଥିବାରୁ ତାଙ୍କୁ ଟ୍ରାଙ୍କୁଲାଇଜ୍ କରି ଚିକିତ୍ସା କରାଯାଉଥିଲା। ତିନି ଦିନ ତଳେ ହାତୀଟି ଜଙ୍ଗଲ ନିକଟ ଏକ ବିଲ ମଝିରେ ପଡ଼ି ଯାଇଥିଲା। ବନ ବିଭାଗ ଓ ପ୍ରାଣୀ ଚିକିତ୍ସକ ପହଞ୍ଚି ଅସୁସ୍ଥ ହାତୀର […]

cm
ବଡ଼ଚଣାରେ ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

ଯାଜପୁର  : ଯାଜପୁର ବଡ଼ଚଣା ଗସ୍ତରେ ଯାଇ ମୁଖ୍ୟମନ୍ତ୍ରୀ ଆଜି ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କରିଛନ୍ତି। ମୁଖ୍ୟମନ୍ତ୍ରୀ ପ୍ରଥମେ ବଡ଼ଚଣା ବ୍ଲକ୍‌ର ଚଣ୍ଡିଖୋଲ ଠାରେ ପ୍ରାୟ ୫ଶହ କୋଟିରୁ ଅଧିକ ଟଙ୍କା ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କରିଥିଲେ। ଏହି  ଅବସରରେ ଆୟୋଜିତ ସାଧାରଣ ସଭାରେ ସେ  କାଳିଆ ଯୋଜନା ସମ୍ପର୍କରେ ଉପସ୍ଥିତ ଜନତାଙ୍କୁ ଅବଗତ କରିବା ସହ କେନ୍ଦ୍ର ସରକାରଙ୍କ ପିଏମ୍‌ କିଶାନ ଯୋଜନାକୁ ସମାଲୋଚନା କରିଥିଲେ। ରାଜ୍ୟର ସବୁ ବର୍ଗର […]

secury zplus
ନୌସେନା ଓ ବାୟୁସେନା ମୁଖ୍ୟଙ୍କୁ ଜେଡ୍ ପ୍ଲସ୍‌ ସୁରକ୍ଷା

ନୂଆଦିଲ୍ଲୀ :  ଭାରତୀୟ ବାୟୁସେନା ମୁଖ୍ୟ ଓ ନୌସେନା ମୁଖ୍ୟଙ୍କ ସୁରକ୍ଷା ବଢ଼ାଯାଇଛି। ପାକିସ୍ତାନ ସହ ଉତ୍ତେଜନାକୁ ନଜରରେ ରଖି ବାୟୁସେନା ମୁଖ୍ୟ ଏୟାର ମାର୍ଶଲ ବିଏସ୍ ଧାନଓ୍ୱା ଏବଂ ନୌସେନା ମୁଖ୍ୟ ନାଭାଲ ଷ୍ଟାଫ୍ ଆଡମିରାଲ୍ ସୁନିଲ ଲାନ୍‌ବାଙ୍କ ସୁରକ୍ଷା ବ୍ୟବସ୍ଥାକୁ Z+ (ଜେଡ୍ ପ୍ଲସ)କୁ ବଢ଼ାଇ ଦିଆଯାଇଛି। ନିଜ ବାହିନୀର କମାଣ୍ଡୋ ସୁରକ୍ଷା ପାଇଁ ମୁତୟନ ରହିବେ। ବର୍ତ୍ତମାନ ପରିପ୍ରେକ୍ଷୀରେ ଦୁଇ ମୁଖ୍ୟଙ୍କ ପ୍ରତି ବିପଦ ଥିବାରୁ ସୁରକ୍ଷା ବୃଦ୍ଧି ଲାଗି ନିଷ୍ପତ୍ତି ନିଆଯାଇଛି। […]

abhinandan-
ଫେରିଲେ ଅଭିନନ୍ଦନ

ନୂଆଦିଲ୍ଲୀ : ଭାରତ ମାଟିରେ ପାଦ ଦେଇଛନ୍ତି ବାୟୁସେନାର ବୀର ଯବାନ ଓ୍ୱିଙ୍ଗ କମାଣ୍ଡର ଅଭିନନ୍ଦନ। ବର୍ତ୍ତମାନ ଜେନେଭା ଚୁକ୍ତି ଅନୁସାରେ ପାକିସ୍ତାନ ସରକାରଙ୍କ ପକ୍ଷରୁ ଦସ୍ତାବିଜ୍ ପ୍ରସ୍ତୁତିରେ ବିଳମ୍ଭ ଯୋଗୁଁ ଅଭିନନ୍ଦନଙ୍କ ଭାରତ ଫେରିବାରେ ଅହେତୁକ ବିଳମ୍ବ ହୋଇଥିଲା। ସୂଚନା ଅନୁସାରେ ଆଜି ମଧ୍ୟାହ୍ନ ୧୨ଟା ବେଳେ ଅଭିନନ୍ଦନଙ୍କୁ ଇସଲାମାବାଦରୁ ଲାହୋର ଅଣାଯାଇଥିଲା। ସେଠାରେ ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ସହ ତାଙ୍କ ସମ୍ପର୍କିତ କେତେକ କାଗଜପତ୍ର ପ୍ରସ୍ତୁତ ହୋଇଥିଲା। ଓ୍ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କୁ ପ୍ରତ୍ୟର୍ପଣ ପୂର୍ବରୁ […]

zodaic1-1-1-1-2-1-1-1-1-1-2-1-1
ଜାନୁଆରୀ ୨୯, ସୋମବାର: ଜାଣନ୍ତୁ ଆଜି କେଉଁ ରାଶିର ଲୋକେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନନେଲେ ଭଲ

ମେଷ: ମନ ଚଞ୍ଚଳ ରହିବ। ସେଥିପାଇଁ ଯେ କୌଣସି ନିଷ୍ପତ୍ତି ନେବାରେ ଆପଣଙ୍କୁ ସମସ୍ୟା ହେବ। ନୂଆ କାର୍ଯ୍ୟ କରିବା ପାଇଁ ପ୍ରେରଣା ମିଳିବ। ବୃଷ: ସ୍ଥିର ଚିତରେ କାମ କରନ୍ତୁ। ନହେଲେ ଭଲ ସୁଯୋଗ ହାତରୁ ଖସି ଯିବ। କୌଣସି କଥାରେ ଜିଦ୍ କରନ୍ତୁ ନାହିଁ। ମିଥୁନ: ଆର୍ଥିକ ଦୃଷ୍ଟି କୋଣରୁ ଦିନଟି ଭଲ ରହିଛି। ଉଭୟ ଶାରୀରିକ ଓ ମାନସିକ ଭାବେ ସତେଜ ଅନୁଭବ କରିବେ। ସ୍ୱାଦିଷ୍ଟ ଭୋଜନ ଖାଇବେ। କର୍କଟ: କୌଣସି ପ୍ରସଙ୍ଗକୁ […]

mobile
ବିଜୁ ଯୁବ ବାହିନୀକୁ ମାଗଣା ମୋବାଇଲ ବଣ୍ଟାରେ କେଁ

ବାଲେଶ୍ୱର : ବିଜୁ ଯୁବବାହିନୀ ସଦସ୍ୟଙ୍କୁ ମାଗଣା ମୋବାଇଲ ବଣ୍ଟାକୁ ନେଇ ବଢୁଛି ବିବାଦ। ଖଣି ଦୁର୍ନୀତିରେ ସଂପୃକ୍ତ ତ୍ରିବେଣୀ ଆର୍ଥମୁଭର୍ସ ଓ ସିରାଜଉଦ୍ଦିନ ଭଳି ଖଣି କମ୍ପାନୀ ସବୁ ବ୍ଲକ୍‌ରେ ବିଜୁଯୁବବାହିନୀକୁ ମୋବାଇଲ ଦେଉଥିବା ଅଭିଯୋଗ ନେଇ ବିଜେପି ରାଜ୍ୟପାଳଙ୍କଠୁ ଆରମ୍ଭ କରି ଭିଜିଲାନ୍‌ସ ପର୍ଯ୍ୟନ୍ତ ଅଭିଯୋଗ କରିବା ପରେ ସରକାରଙ୍କ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି। ସମୟ ସଂଧ୍ୟା ୬ଟା। ବାଲେଶ୍ୱର ଭୋଗରାଇ ବ୍ଲକ୍‌ରେ ମୋବାଇଲ ବଣ୍ଟନ ବେଳେ ହାତାହାତି ହୋଇଛନ୍ତି ଦୁଇ […]

nachiketa
ଅନୁଭୂତି ବଖାଣିଲେ ନଚିକେତା

ପାକିସ୍ତାନରେ ୮ ଦିନର ଯୁଦ୍ଧବନ୍ଦୀ ଭାବେ ନିଜର ଭୟଙ୍କର ଅନୁଭୂତି ବଖାଣିଛନ୍ତି ୧୯୯୯ କାର୍ଗିଲ ଯୁଦ୍ଧର ହିରୋ ଗ୍ରୁପ୍ କ୍ୟାପ୍‌ଟେନ କେ. ନଚିକେତା। କାର୍ଗିଲ ଯୁଦ୍ଧ ବେଳେ ସେ ଉଡାଉଥିବା ମିଗ୍-୨୭ ଜେଟ୍ ଦୁର୍ଘଟଣାଗ୍ରସ୍ତ ହେବାରୁ ତାଙ୍କୁ ପାକ୍ ଅଧିକୃତ କାଶ୍ମୀରରେ ଓହ୍ଲାଇବାକୁ ପଡିଥିଲା। ପାକିସ୍ତାନ ସୈନ୍ୟ ତାଙ୍କୁ ଧରିନେଇ ଭୟଙ୍କର ଶାରୀରିକ ନିର୍ଯାତନା ଦେଇଥିଲେ।  ଏମିତିକି ତାଙ୍କୁ ମାରିଦେବାକୁ ଉଦ୍ୟମ ମଧ୍ୟ କରିଥିଲେ। ତେବେ ପାକିସ୍ତାନ ସେନାର ଜଣେ ଉଚ୍ଚପଦସ୍ଥ ଅଧିକାରୀ ତାଙ୍କୁ ଉଦ୍ଧାର କରିବା […]

pcr
ଅଧାରୁ ଅଧିକ ଭ୍ୟାନ୍‌ରେ ସିସିଟିଭି ଅଚଳ

ଭୁବନେଶ୍ୱର : ଅପରାଧ ରୋକିବାରେ ଅନେକ ସମୟରେ କମିଶନରେଟ୍‌ ପୁଲିସର ପିସିଆର ଭ୍ୟାନ୍‌ ସହାୟକ ହେଉଛି। ଏଭଳି ଏକ ଲୁଟ୍ ଗ୍ୟାଙ୍ଗ୍‌କୁ ଗୁରୁବାର ରାତିରେ ଧରି ପୁରସ୍କୃତ ହୋଇଛନ୍ତି ପିସିଆର ଷ୍ଟାଫ୍। ତେବେ ପୁଲିସ ବ୍ୟବହାର କରୁଥିବା ଏହି ପିସିଆର୍‌ର ସିସିଟିଭି ଅଚଳ। କେବଳ ଏହି ଗୋଟିକ ନୁହଁ, କମିଶନରେଟ୍‌ ପୁଲିସର ଅଧିକାଂଶ ପିସିଆର ଭ୍ୟାନ୍‌ରେ ସିସିଟିଭି ଅଚଳ ହୋଇ ପଡିଛି। ଅପ୍ରୀତିକର ପରିସ୍ଥିତିରେ ସିସିଟିଭି ଜରିଆରେ ଫୁଟେଜ୍‌ ସଂଗ୍ରହ ପାଇଁ ପିସିଆରରେ ଏହି ବ୍ୟବସ୍ଥା କରାଯାଇଥିଲା। […]