• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

thunder
୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ଓଡ଼ିଶା ଉପରୁ ଅବପାତ ପ୍ରଭାବ ଯାଇଥିଲେ ତେବେ କିଛି ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି। କାଲି ଯାଏ ପ୍ରବଳ ବର୍ଷିବ। ୯ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ। ବର୍ଷା ସମ୍ଭାବନା ନେଇ କାଲି ପର୍ଯ୍ୟନ୍ତ ୟେଲୋ ଓ୍ବାର୍ଣ୍ଣିଂ ଜାରି ହୋଇଥିବା ଜିଲ୍ଲାଗୁଡିକ ହେଲା- ଢେଙ୍କାନାଳ, ଅନୁଗୁଳ, କଟକ, ଖୋର୍ଦ୍ଧା, ନୟାଗଡ଼, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ ଯାଜପୁର। ସେହିପରି ଘଡ଼ଘଡ଼ି ଏବଂ ବଜ୍ରପାତ ନେଇ ଆଉ ୬ ଜିଲ୍ଲାକୁ ସତର୍କ […]

ganjam
ଭାସିଗଲା ପୋଲ, ବର୍ଷାରେ ବେହାଲ୍‌ ଗଞ୍ଜାମ ସ୍ଥିତି

ବ୍ରହ୍ମପୁର: ଲଗାଣ ବର୍ଷାରେ ବେହାଲ ଦକ୍ଷିଣ ଓଡ଼ିଶା। ସବୁଠୁ ବେଶୀ ପ୍ରଭାବିତ ହୋଇଛି ଗଞ୍ଜାମ ଓ ଗଜପତି ଜିଲ୍ଲା। ତେବେ ଗଞ୍ଜାମ ଜିଲ୍ଲା ସୋରଡା ବ୍ଲକର ଗୋକୁଳପୁର ନିକଟରେ ପଦ୍ମା ନଦୀର ପୋଲ ଭାସିଯାଇଛି। ଏଥିଯୋଗୁଁ ୧୦ଖଣ୍ଡ ଗାଁର ଲୋକ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛନ୍ତି। ଲୋକମାନେ ବିପଦସଙ୍କୁଳ ଅବସ୍ଥାରେ ଜୀବନକୁ ବାଜି ଲଗାଇ ପୋଲ ପାରି ହେଉଛନ୍ତି। ଗୋକୁଳପୁର ଠାରୁ ଡୁମ୍ବୁଳା ଗାଁକୁ ସଂଯୋଗ କରୁଥିବା ଏକ ପୋଲ ଭାସି ଯାଇଥିବାରୁ ଲୋକମାନେ ନାହିଁ ନଥିବା […]

high-court
ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପ୍ରସଙ୍ଗ: ହାଇକୋର୍ଟଙ୍କ ଉତ୍ତର ଅପେକ୍ଷାରେ କେନ୍ଦ୍ର

ନୂଆଦିଲ୍ଲୀ: ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପ୍ରସଙ୍ଗରେ ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଚିଠି ଲେଖି ଜଣାଇଛନ୍ତି କେନ୍ଦ୍ର ଆଇନମନ୍ତ୍ରୀ ରବିଶଙ୍କର ପ୍ରସାଦ। କେନ୍ଦ୍ର ସରକାରଙ୍କ ପାଖରେ ଏ ନିଷ୍ପତ୍ତି ଅଟକି ନାହିଁ। ଓଡ଼ିଶା ହାଇକୋର୍ଟଙ୍କ ନିଷ୍ପତ୍ତିକୁ କେନ୍ଦ୍ର ସରକାର ଅପେକ୍ଷା କରିଛନ୍ତି। ଓଡ଼ିଶା ସରକାର ପଶ୍ଚିମ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାରେ ହାଇକୋର୍ଟର ଦୁଇଟି ବେଞ୍ଚ୍ ପ୍ରତିଷ୍ଠାପାଇଁ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦେଇଥିଲେ। ରାଜ୍ୟ ସରକାରଙ୍କ ନିକଟରୁ ପ୍ରସ୍ତାବ ମିଳିବା ପରେ କେନ୍ଦ୍ର ସରକାର […]

mao-stuff-seized
ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ

ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡ ଦନ୍ତେୱାଡାରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ ହୋଇଛି। ଦନ୍ତେୱାଡାର ଫେରେସାଲ ଜଙ୍ଗଲରେ ଏକ ବଡ ଧରଣର ମାଓ ଶିବିର ଥିବା ସୂଚନା ପାଇ ଛତିଶଗଡ ପୋଲିସ ଓ ସିଆରପିଏଫ୍ ପକ୍ଷରୁ ମିଳିତ ଅପରେସନ କରାଯାଇଥିଲା। ପୋଲିସକୁ ଦେଖି ମାଓବାଦୀମାନେ ଛତ୍ରଭଙ୍ଗ ଦେଇଥିଲେ। ଘଟଣାସ୍ଥଳରୁ ଗୋଟିଏ ବନ୍ଧୁକ, ବିସ୍ଫୋରକ ସାମଗ୍ରୀ ଓ କିଛି ମାଓ ସାମଗ୍ରୀ ଜବତ ହୋଇଛି। ମାଓବାଦୀମାନେ ଏକ ବଡ ଧରଣର ଆକ୍ରମଣ ପାଇଁ ଯୋଜନା କରୁଥିବା ପୋଲିସ […]

rape
କଟକରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ମାମଲାରେ ଜଣେ ଅଭିଯୁକ୍ତ ଗିରଫ

କଟକ: କଟକ ଅଞ୍ଚଳରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ମାମଲାରେ ଜଣେ ଅଭିଯୁକ୍ତ ଗିରଫ। ପ୍ରାଥମିକ ତଦନ୍ତ ପରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିବା ସୂଚନା ଦେଇଛନ୍ତି କଟକ ଡିସିପି ପ୍ରତୀକ ସିଂହ। ଏହି ମାମଲାରେ ଅନ୍ୟତମ ଅଭିଯୁକ୍ତଙ୍କ ସନ୍ଧାନ ଏବେ ପୋଲିସ୍ କରୁଛି। ଏକ ସ୍ପେଶାଲ ଟିମ ଗଠନ କରି ମାମଲାର ଖୋଳତାଡ଼ ହେଉଥିବା ଡିସିପି ସୂଚନା ଦେଇଛନ୍ତି। ୧୬୧ ଧାରାରେ ଚାଉଳିଆଗଞ୍ଜ ଥାନା ପୋଲିସ ପୀଡିତାର ବୟାନ ରେକର୍ଡ କରିଛି। ପୋଲିସ ସୋମବାର ରାତିରେ ୧୫ ବର୍ଷୀୟା […]

lekhashree
''ଅଜ୍ଞାତବାସରେ ମୁଖ୍ୟମନ୍ତ୍ରୀ, ନ୍ୟାୟ ମିଳିବ କେମିତି?''

କଟକ: କଟକରେ ଜଣେ ନାବାଳିକାଙ୍କୁ ୨୨ ଦିନ ଧରି ଗଣଦୁଷ୍କର୍ମ ମାମଲାରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ବିଜେପି। କଟକ ଭଳି ଜାଗାରେ ୨୨ ଦିନ ଦୁଷ୍କର୍ମ କରାଗଲା କିନ୍ତୁ ପୋଲିସ କେମିତି ଟେର ପାଇଲାନି ବୋଲି ପ୍ରଶ୍ନ କରିଛନ୍ତି ବିଜେପି ସାଧାରଣ ସଂପାଦିକା ଲେଖାଶ୍ରୀ ସାମନ୍ତ ସିଂହାର। ପୀଡ଼ିତା ତିର୍ତ୍ତୋଲର ଝିଅ ହୋଇଥିବା ବେଳେ ସରକାରୀ ଦଳ ସେଠି ର୍ନିବାଚନ ଲଢ଼ିବାକୁ ବସିଛି। ଏହି ଘଟଣାରେ ମହିଳା ଶିଶୁ କଲ୍ୟାଣ ମନ୍ତ୍ରୀ, ଗୃହ ମନ୍ତ୍ରୀ ମୁହଁ […]

mufttee
ମେହବୁବା ମୁଫ୍‌ତୀଙ୍କୁ ଭେଟିଲେ ଫାରୁକ ଅବଦୁଲ୍ଲା

ଶ୍ରୀନଗର: ଗୃହବନ୍ଦୀରୁ ମୁକୁଳିବାର ଦିନକ ପରେ ପିଡିପି ମୁଖ୍ୟ ମେହବୁବା ମୁଫ୍‌ତୀଙ୍କୁ ଭେଟିଲେ ଜାମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନ୍ୟାସ୍‌ନାଲ କନଫରେନ୍ସର ସଭାପତି ଫାରୁକ ଅବଦୁଲ୍ଲା ଓ ଉମାର ଅବଦୁଲ୍ଲା। ୧୪ ମାସର ଗୃହବନ୍ଦୀ ଜୀବନ କାଟିବା ପରେ ମଙ୍ଗଳାବାର ରାତିରେ ମୁକୁଳିଛନ୍ତି ମେହବୁବା। ଆଉ ଆଜି ତାଙ୍କୁ ଭେଟିଛନ୍ତି ଫାରୁକ ଅବଦୁଲ୍ଲା।   ଧାରା ୩୭୦ ଉଚ୍ଛେଦ ପରେ ଫାରୁକ ଅବଦୁଲ୍ଲା ଓ ପୁଅ ଉମାର ଅବଦୁଲ୍ଲାଙ୍କୁ ମଧ୍ୟ ଗୃହବନ୍ଦୀ ରଖାଯାଇଥିଲା। ହେଲେ ସେମାନେ ମେହବୁବାଙ୍କ ପୂର୍ବରୁ […]

couple
ମନ୍ଦିରରେ ବିବାହ, ୫ଶହ କୁକୁରକୁ ରିସେପସନ୍‌ ଭୋଜି ଦେଲେ ଦମ୍ପତ୍ତି

ଭୁବନେଶ୍ୱର: ବିବାହକୁ ନେଇ ପ୍ରାୟ ଲୋକଙ୍କର କିଛି ନା କିଛି ସ୍ନପ୍ନଥାଏ। ବିବାହକୁ କେମିତି ଆଡମ୍ବର ସହ କରିବେ ସେ ନେଇ ପ୍ରାୟ ଲୋକ ଯୋଜନା କରନ୍ତି। ସାଙ୍ଗ, ସାଥୀ, ବନ୍ଧୁ, ବାନ୍ଧବଙ୍କ ସହ ସେ ଏହି ଖୁସିକୁ ବାଣ୍ଟିବାର ଲକ୍ଷ ରଖିଥାନ୍ତି।  ଆଉ ବିବାହ ପରେ ଗୋଟେ ଗ୍ରାଣ୍ଡ ରିସେପସନ୍‌ ନହେଲେ ସବୁକିଛି ଅସମ୍ପୂର୍ଣ୍ଣ ଲାଗେ। ହେଲେ ବିବାହକୁ ବିଶେଷ ଆଡମ୍ବରରେ ନକରି ପଶୁ ସେବାକୁ ଗୁରୁତ୍ୱ ଦେଇଛନ୍ତି ଭୁବନେଶ୍ୱରର ଜଣେ ଦମ୍ପତ୍ତି। ୨୫ ସେପ୍ଟେମ୍ବର ଦିନ […]

chiken
ଚିକେନ୍ ରସା

ଆବଶ୍ୟକ ସାମଗ୍ରୀ: କଞ୍ଚା ଲଙ୍କା, ଡାଲ୍‌ଚିନି, ଚିକେନ୍‌, ପିଆଜ, ଟମାଟୋ, ଗୋଲ ମରିଚ, ତେଲ, ଜିରା ଗୁଣ୍ଡ, ଧନିଆ ଗୁଣ୍ଡ, ଲଙ୍କା ଗୁଣ୍ଡ, ହଳଦି ଗୁଣ୍ଡ, ଲୁଣ,  ଅଦା ଓ ରସୁଣ ପେଷ୍ଟ, ନଡ଼ିଆ ରସ,ତେଜପତ୍ର। ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଗ୍ୟାସ୍‌ରେ କଡ଼େଇ ବସାଇ ସେଥିରେ ରିଫାଇନ୍ ତେଲ ପକାନ୍ତୁ।  ତେଲ ଗରମ ହେବା ପରେ ସେଥିରେ ଗୋଟା ଗୋଲ ମରିଚ, ତେଜପତ୍ର ଓ ଡାଲଚିନି ସହ ଲଙ୍କା ଗୁଣ୍ଡ ପକାନ୍ତୁ। ଏହା ସହିତ ସେଥିରେ କିଛି […]

papu-yadav
ପିଡିଏର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବେ ପପୁ ଯାଦବ

ପାଟନା: ବିହାର ନିର୍ବାଚନରେ ପିଡିଏର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା ହୋଇଛି। ପପୁ ଯାଦବ ପିଡିଏ(ପ୍ରୋଗ୍ରେସିଭ୍‌ ଡେମୋକ୍ରାଟିକ୍ ଆଲିଆନ୍ସ)ରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବେ ବୋଲି ଘୋଷଣା କରିଛନ୍ତି ଆଜାଦ ସମାଜ ପାର୍ଟି ମୁଖ୍ୟ ଚନ୍ଦ୍ର ଶେଖର ଆଜାଦ। ସେହିପରି ଏନ୍‌ଡିଏରେ ନୀତୀଶ କୁମାର, ଆର୍‌ଡେଜିର ତେଜସ୍ୱୀ ଯାଦବ ଓ ଉପେନ୍ଦ୍ର କୁଶୱାହ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବେ ବୋଲି ଘୋଷଣା ହୋଇଛି। ଏବେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ତାଲିକାରେ ପପୁ ଯାଦବଙ୍କ ନାଁ ବି ସାମିଲ ହୋଇଛି। ବିହାର ବିଧାନସଭା ନିର୍ବାଚନରେ […]

accident
ଟ୍ରେଲର ପଛପଟୁ ପିଟି ହେଲା ଟ୍ରକ, କ୍ୟାବିନ୍ ଭିତରେ ରହିଗଲେ ଡ୍ରାଇଭର

ଭୁବନେଶ୍ୱର: ବରମୁଣ୍ଡା ଓଭରବ୍ରିଜ୍ ଉପରେ ମର୍ମନ୍ତୁଦ ଦୁର୍ଘଟଣା। ଏକ ଟ୍ରେଲରକୁ ପଛପଟୁ ଧକ୍କା ଦେଲା ମାଲ ବୋଝେଇ ଟ୍ରକ। ଦୁର୍ଘଟଣା ପରେ କ୍ୟାବିନ ଭିତରେ ଚାପି ହୋଇଯାଇଛନ୍ତି ଡ୍ରାଇଭର। ଗୁରୁତର ଡ୍ରାଇଭରଙ୍କୁ ଉଦ୍ଧାର ପାଇଁ ଅଗ୍ନିଶମ କର୍ମଚାରୀ ଉଦ୍ୟମ କରୁଛନ୍ତି। ସୂଚନା ଅନୁସାରେ ବିଶାଖାପାଟଣାରୁ ଗୋଟିଏ କମ୍ପାନୀର ୧୧ଟି ଗାଡି ବଣେଇ ଅଭିମୁଖେ ଯାଉଥିଲା।କିନ୍ତୁ ବରମୁଣ୍ଡା ଓଭରବ୍ରିଜ୍ ଉପରେ ଗୋଟିଏ କଲମ୍ ଲୁହା ଟ୍ରକ୍ ଖରାପ ହୋଇଯିବାରୁ ସେଠାରେ ଅଟକି ରହିଥିଲା। କିନ୍ତୁ ପଛରୁ ଆସୁଥିବା ସେହି […]

mumbai
ଅନଲକ୍‌ ଗାଇଡ୍‌ଲାଇନ୍‌; ୧୫ ରୁ ମେଟ୍ରୋ ସେବା ଆରମ୍ଭ, ସ୍କୁଲ‌ ଓ କଲେଜ ବନ୍ଦ

ମୁମ୍ବାଇ: କରୋନା ହଟ୍‌ସ୍ପଟ୍‌ ରାଜ୍ୟ ମହାରାଷ୍ଟ୍ରରେ ଆଜି ଅନ୍‌ଲକ୍ ଗାଇଡ୍‌ଲାଇନ୍ ଜାରି କରିଛନ୍ତି ରାଜ୍ୟ ସରକାର। ଗାଇଡ୍‌ଲାଇନ୍‌ ଅନୁସାରେ ଅକ୍ଟୋବର ୧୫ ତାରିଖରୁ ମୁମ୍ବାଇ ମେଟ୍ରୋ ଟ୍ରେନ୍ ସେବା ଆରମ୍ଭ ହେବାକୁ ଥିବା ବେଳେ ରାଜ୍ୟରେ ସ୍କୁଲ୍‌, କଲେଜ ସହିତ ସମସ୍ତ ପୂଜାସ୍ଥଳ ବନ୍ଦ ରହିବ। ତେବେ ସହର ବିକାଶ ବିଭାଗ ପକ୍ଷରୁ ଜାରି ହେବାକୁ ଥିବା ଏସ୍‌ଓପି ଅନୁସାରେ ମୋଟ୍ରୋ ସେବା ଆରମ୍ଭ କରାଯିବା ବୋଲି ମହାରାଷ୍ଟ୍ର ସରକାର ଘୋଷଣା କରିଛନ୍ତି। ଏହା ବାଦ୍‌ ଅକ୍ଟୋବର […]

pic
କୋଭିଡ୍‌ ମୃତକଙ୍କ ଶବ ସତ୍କାରକୁ ଗ୍ରାମବାସୀଙ୍କ ବିରୋଧ

କନ୍ଧମାଳ: ଜଙ୍ଗଲରେ ଶବ ସତ୍କାରକୁ ଗ୍ରାମବାସୀଙ୍କ ବିରୋଧ। କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ମାଝୀପଡାରେ ମୃତକଙ୍କ ଶବ ସତ୍କାରକୁ ବିରୋଧ କରିଛନ୍ତି ସ୍ଥାନୀୟ ବାସିନ୍ଦା। ଏଠାକାର ଜଣେ ବ୍ୟକ୍ତି କରୋନାରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇବା ପରେ ଗ୍ରାମବାସୀ ତାଙ୍କର ଦେହାନ୍ତ କରୋନାରେ ହୋଇଛି ସନ୍ଦେହ କରି ଶବ ସତ୍କାରକୁ ବିରୋଧ କରିଛନ୍ତି। ତାଙ୍କ ଶବ ସତ୍କାର ପାଇଁ ପରିବାରଲୋକ ଓ ପ୍ରଶାସନ ମିଶି ମାଝୀପଡ଼ା ଜଙ୍ଗଲର ଘାଟି ଜାଗାକୁ ଆଣିଥିଲେ। ଖବର ପାଇ ଗ୍ରାମବାସୀ ସେଠାରେ […]

GUN-POINT
ବିହାରର ମୁଙ୍ଗେରରୁ ବନ୍ଧୁକ ଆଣି ସୁଧୀର କରୁଥିଲା ବେପାର !

କଟକ: କଟକରେ ଚାଲିଥିବା ବନ୍ଧୁକ କାରବାର ରାକେଟର ପର୍ଦ୍ଦାଫାସ୍ କରିଛି ପୋଲିସ୍। ଜଣେ ଦୁର୍ଦ୍ଦାନ୍ତ ଅପରାଧୀ ସହ ଅନ୍ୟ ତିନି ଜଣଙ୍କୁ ଗିରଫ କରିଛି ଚାଉଳିଆଗଞ୍ଚ ପୋଲିସ୍‌। ମୁଖ୍ୟ ଅଭିଯୁକ୍ତ ସୁଧୀର ସ୍ୱାଇଁକୁ ଗିରଫ କରିବା ସହ ତାର ୩ ଜଣ ସହଯୋଗୀଙ୍କୁ ପୋଲିସ୍ ଗିରଫ କରିଛି। ଏହାସହ ୫ଟି ବନ୍ଧୁକ ସହ ୫୦ ରାଉଣ୍ଡ ଗୁଳି ସମେତ ଅନେକ ମୋବାଇଲ ଜବତ ହୋଇଛି। ସୂଚନା ନେବାରୁ ଜଣାପଡ଼ିଛି, ଆଖପାଖ ଅଞ୍ଚଳର ଅପରାଧୀ ୭୦ ହଜାର ଟଙ୍କାରେ […]

forest dept
ହାତୀ ସୁରକ୍ଷାରେ ଅବହେଳା ଅଭିଯୋଗ, ରେଞ୍ଜର ନିଲମ୍ବିତ

ସମ୍ବଲପୁର: ହାତୀ ସୁରକ୍ଷାରେ ଅବହେଳା ଅଭିଯୋଗରେ ରେଞ୍ଜର ନିଲମ୍ବିତ। ସମ୍ବଲପୁର ସଦର ବନାଞ୍ଚଳର ରେଞ୍ଜର ଗୌରୀଶଙ୍କର ଦାସଙ୍କୁ ନିଲମ୍ବନ କରାଯାଇଛି। ଗତ ୨୦୧୯ରୁ ୨୦ ୨୧ ମଧ୍ୟରେ ସଦର ଫରେଷ୍ଟ ରେଞ୍ଜ ଅଞ୍ଚଳରେ ମୋଟ ୬ଟି ହାତୀଙ୍କର ମୃତ୍ୟୁ ଘଟିଥିଲା।  କେତେବେଳେ…

police-public
ଗାଡ଼ି ଚେକିଂ ବେଳେ ପୋଲିସ-ପବ୍ଲିକ ମୁହାଁମୁହିଁ

ସମ୍ବଲପୁର: ସମ୍ବଲପୁରରେ ଗାଡ଼ି ଚେକିଂ ବେଳେ ପୋଲିସ-ପବ୍ଲିକ ମୁହାଁମୁହିଁ ହୋଇଛନ୍ତି।  ଲକ୍ଷ୍ମୀ ଟକିଜ ଛକ ନିକଟରେ ଗାଡ଼ି ଚେକିଂ ବେଳେ ଏଭଳି ସ୍ଥିତି ଉପୁଜିଛି। ବାଇକରେ ୩ ଜଣ ଯାଉଥିବାବେଳେ ଏମାନଙ୍କୁ ପୋଲିସ ଅଟକାଇଥିଲା।  ତେବେ ପୋଲିସ ଗାଡ଼ି ରୋକିବାରୁ ସ୍ଥାନୀୟ…

rairakhol
କୋଇଲା ଚୋରା ଚାଲାଣ ବେଳେ ୫ ଟ୍ରେଲର ଜବତ : ଚଢ଼ାଉ ବେଳେ ଦୌଡ଼ି ପଳାଇଲେ ଡ୍ରାଇଭର

ରେଢ଼ାଖୋଲରେ କୋଇଲା ଚୋରି ରାକେଟ ଠାବ ୫ ଟ୍ରେଲର ଜବତ, ଜଣେ ଅଟକ ଚୋରା କୋଇଲା ଥିବା ଷ୍ଟକୟାର୍ଡରେ ଚଢ଼ାଉ କରିଥିଲା ପୋଲିସ ରେଢ଼ାଖୋଲ: ଧରାପଡିଲା କୋଇଲା ଚୋରି । ସମ୍ବଲପୁର ଜିଲ୍ଲା ରେଢ଼ାଖୋଲରେ ଏକ ବଡ଼ ଧରଣର କୋଇଲା ଚୋରି…

sambalpur
ବନ୍ଦ ହୋଇଯିବ ସମ୍ବଲପୁର ରୋଡ ରେଳ ଷ୍ଟେସନ : ରେଳବାଇର ନିଷ୍ପତ୍ତିକୁ ବିରୋଧ କରି ଆନ୍ଦୋଳନ ଧମକ

ସମ୍ବଲପୁର : ବନ୍ଦ ହୋଇଯିବ ସମ୍ବଲପୁରର ଲାଇଫ ଲାଇନ୍ । ସମ୍ବଲପୁର ରୋଡ ରେଳ ଷ୍ଟେସନ ରେଳ ଲାଇନ ଦୋହରୀକରଣ ପାଇଁ ଫାଟକ ଷ୍ଟେସନ ଭାବେ ଜଣାଶୁଣା ଷ୍ଟେସନକୁ ସ୍ଥାୟୀ ଭାବେ ଉଚ୍ଛେଦ କରିବାକୁ ପୂର୍ବତଟ ରେଳବାଇ ପକ୍ଷରୁ ପ୍ରକ୍ରିୟା ଆରମ୍ଭ…

XI-jinping
ଚୀନ ସେନାକୁ ଜିନପିଙ୍ଗ୍‌ଙ୍କ ନିର୍ଦ୍ଦେଶ; ଯୁଦ୍ଧ ପାଇଁ ପ୍ରସ୍ତୁତ ରୁହ

ଲଦାଖ: ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବାକୁ ପିଏଲ୍‌ଏ(‌ ଚୀନ ସେନା)କୁ ନିର୍ଦ୍ଦେଶ ଦେଲେ ଚୀନ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ। ଦେଶପାଇଁ ବିଶ୍ୱସ୍ତ ରହିବା ସହିତ ଯୁଦ୍ଧ ପାଇଁ ପ୍ରସ୍ତୁତ ରୁହ ବୋଲି ଜିନପିଙ୍ଗ୍ କହିଛନ୍ତି। ଅନ୍ତର୍ଜାତୀୟ ଗଣମାଧ୍ୟମ CNN ଏହି ଖବର ପ୍ରକାଶ କରିଛି। ଲଦାଖର ଏଲ୍‌ଏସିରେ ଭାରତ ଓ ଚୀନ ସେନା ପରସ୍ପର ମୁହାଁମୁହିଁ ହୋଇ ଛିଡ଼ା ହୋଇଥିବା ସମୟରେ ଚୀନ ରାଷ୍ଟ୍ରପତିଙ୍କ ଏପରି ବୟାନ ମାମଲାକୁ ଆହୁରି ଉତ୍ତେଜନାପୂର୍ଣ୍ଣ କରିଦେଇଛି। CNNର ରିପୋର୍ଟ ଅନୁସାରେ, […]

Electrocuted
ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଛାତ୍ରୀଙ୍କ ମୃତ୍ୟୁ

ମୁନିଗୁଡ଼ା(ନନ୍ଦ କିଶୋର ପଟ୍ଟନାୟକ): ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ବ୍ଲକ୍‌ ଅନ୍ତର୍ଗତ କୁମୁଡ଼ାବାଲି ସ୍ଥିତ କସ୍ତୁରବା ବାଳିକା ବିଦ୍ୟାଳୟର ଜଣେ ଛାତ୍ରୀଙ୍କ ମୃତ୍ୟୁ ଘଟିଛି। ମୃତ ଛାତ୍ରୀଙ୍କ ନାଁ  ନନ୍ଦିନୀ କାଡ୍ରାକା। ସେ ସପ୍ତମ ଶ୍ରେଣୀର ଛାତ୍ରୀ ଥିଲେ।…

mask
ସୁସ୍ଥ ହେଲେ ରାଜ୍ୟରେ ୨୭୭୫ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ଆଜି ରାଜ୍ୟରେ ୨୭୭୫ କରୋନା ଆକ୍ରାନ୍ତ ସୁସ୍ଥ ହେଲେ। ରାଜ୍ୟରେ ମୋଟ୍ ଆରୋଗ୍ୟ ସଂଖ୍ୟା ୨ ଲକ୍ଷ ୩୫ ହଜାର ୭୬୩କୁ ବୃଦ୍ଧି ହୋଇଛି। ଏ ନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। କେଉଁ ଜିଲ୍ଲାରୁ କେତେ:- ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୦୦, ନୂଆପଡ଼ା-୧୮୯, କଟକ- ୧୮୩, ବରଗଡ଼- ୧୪୮, କେନ୍ଦ୍ରାପଡ଼ା- ୧୩୬, ଅନୁଗୁଳ- ୧୨୩, ଯାଜପୁର- ୧୧୭, ଭଦ୍ରକରୁ ୧୧୪, ସମ୍ବଲପୁର ଜିଲ୍ଲାରୁ ୧୦୫, ଷ୍ଟେଟ୍ […]

padmalochan
ପରଲୋକରେ ଶ୍ରୀମନ୍ଦିର ଡାମେଜ୍ ସେଫେଟି ବିଶେଷଜ୍ଞ ଇଞ୍ଜିନିୟର ପଦ୍ମଲୋଚନ ମହାପାତ୍ର

ଭୁବନେଶ୍ୱର: ଶ୍ରୀମନ୍ଦିର ଡାମେଜ୍ ସେଫେଟି ବିଶେଷଜ୍ଞ ଇଞ୍ଜିନିୟର ପଦ୍ମଲୋଚନ ମହାପାତ୍ରଙ୍କ ଦେହାନ୍ତ। ଶ୍ରୀଜଗନ୍ନାଥ ମନ୍ଦିର ବିଶେଷଜ୍ଞ କୋର କମିଟିର ବରିଷ୍ଠ ଇଞ୍ଜିନିୟର ପଦ୍ମଲୋଚନ ମହାପାତ୍ରଙ୍କ ୮୦ବର୍ଷ ବୟସରେ ଗତକାଲି(ମଙ୍ଗଳବାର) ଦେହାନ୍ତ ଘଟିଛି। ହୃଦଘାତରେ ସେ ମୃତ୍ୟୁବରଣ କରିଛନ୍ତି। ସେ ଶ୍ରୀଜଗନ୍ନାଥ ମନ୍ଦିର ପୂର୍ଣ୍ଣାଙ୍ଗ ମରାମତି କାର୍ଯର ପ୍ରତ୍ୟକ୍ଷ ତଦାରଖ ବିଗତ ୨୭ବର୍ଷ ଧରି କରିଆସୁଥିଲେ। ପ୍ରତ୍ନତତ୍ତ୍ୱ ବିଭାଗ ଦ୍ୱାରା ପ୍ରତିଷ୍ଠିତ ବୈଷୟିକ କୋର କମିଟିର ମୁଖ୍ୟ ସଦସ୍ୟ ଭାବରେ ୧୯୯୩ ମସିହାରୁ କାର୍ଯ୍ୟ କରିଆସୁଥିଲେ। ମେକାନିକାଲ ଇଞ୍ଜିନିୟର […]

encounter
ପୁଣି ଏନକାଉଣ୍ଟର: ୫ ଆତଙ୍କୀ ନିପାତ

ନୂଆଦିଲ୍ଲୀ: ଜାମ୍ମୁ-କାଶ୍ମୀରରେ ପୁଣି ଏନକାଉଣ୍ଟର। ଯବାନଙ୍କ ଆକ୍ରମଣରେ ନିପାତ ହେଲେ  ୫ ଆତଙ୍କବାଦୀ । ଜାମ୍ମୁ କାଶ୍ମୀରର ପୁଲୱାମାରେ ହୋଇଛି ଏହି ଏନକାଉଣ୍ଟର । ସୁରକ୍ଷାକର୍ମୀଙ୍କ ଗୁଳିରେ ନିହତ ୫ ଆତଙ୍କବାଦୀ ଲସ୍କର- ଇ-ତୋଇବା  ସଂଗଠନର ବୋଲି ସୂଚନା ମିଳିଛି। ନିହତ…

sanjay-shinde
କାର୍‌ ଭିତରେ ଜିଅନ୍ତା ଜଳିଗଲେ ଏନ୍‌ସିପି ନେତା

ନାସିକ: କାର ଧକ୍କା ପରେ ନିଆଁ ଲାଗିଯିବାରୁ ଜିଅନ୍ତା ଜଳିଗଲେ ଏନ୍‌ସିପି ନେତା ସଞ୍ଜୟ ସିନ୍ଦେ। ମଙ୍ଗଳବାର ଏଭଳି ଦୁଃଖଦ ଘଟଣା ଘଟିଛି। ସଞ୍ଜୟ ମୁମ୍ବାଇ-ଆଗ୍ରା ରାଜପଥରେ ଯାତ୍ରା କରୁଥିବାବେଳେ ପିମ୍ପଲଗାଓଁ ବସୱନ୍ତ ଟୋଲ ପ୍ଲାଜା ନିକଟରେ ଶର୍ଟ ସର୍କିଟ ଯୋଗୁ ତାଙ୍କ କାର୍‌ରେ ନିଆଁ ଲାଗିଯାଇଥିଲା। ଅଙ୍ଗୁର ରପ୍ତାନୀରେ ନାସିକ ଜିଲ୍ଲାର ସଞ୍ଜୟ ଜଣେ ଜଣାଶୁଣା ଚେହେରା। ସେ ତାଙ୍କ କ୍ଷେତ ପାଇଁ କୀଟନାଶକ କିଣିବାକୁ ପିମ୍ପଲଗାଓଁ ଅଭିମୁଖେ ଯାଉଥିଲେ। କଡୱା ନଦୀ ନିକଟରେ କାର୍‌ଟି […]

statu-of-unity
ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଷ୍ଟେଚ୍ୟୁ ଅଫ୍ ୟୁନିଟି

ଗାନ୍ଧୀନଗର: ଅକ୍ଟୋବର ୧୭ ତାରିଖ ଠାରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବା ବିଶ୍ୱର ସବୁଠାରୁ ଉଚ୍ଚତମ ପ୍ରତିମୂର୍ତ୍ତୀ ଷ୍ଟେଚ୍ୟୁ ଅଫ୍ ୟୁନିଟି। କରୋନା ଭାଇରସ୍ ପାଇଁ ଦୀର୍ଘ ୬ ମାସ ଧରି ବନ୍ଦ ଥିବା ଏହି ପ୍ରତିମୂର୍ତ୍ତୀ ପୁଣିଥରେ ଖୋଲିବା ନେଇ ପ୍ରସ୍ତୁତ ହେଉଛି। ଏହି ଦିନ ନବରାତ୍ରୀ ପଡ଼ୁଥିବାରୁ ଏକତାର ଏହି ପ୍ରତୀକକୁ ଦେଖିବା ପାଇଁ ପର୍ଯ୍ୟଟକଙ୍କ ମନ ବି ବେଶ୍ ଖୁସ୍। ନର୍ମଦା ନଦୀ କୂଳରେ ସର୍ଦ୍ଦାର ସରୋବର ଡ୍ୟାମ୍‌କୁ ମୁହୁଁ କରି ଛିଡ଼ା ହୋଇଥିବା […]