• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

high court
ଲକ୍‌ଡାଉନ୍‌ ବେଳେ କୋର୍ଟ ଚାଲିବା ନେଇ ଗାଇଡ୍‌ଲାଇନ୍‌ ଜାରି

କଟକ: ରାଜ୍ୟରେ ଲକଡାଉନ ବେଳେ କୋର୍ଟ ଚାଲିବା ନେଇ ଗାଇଡଲାଇନ ଜାରି । ହାଇକୋର୍ଟ ରେଜିଷ୍ଟ୍ରାର ଜେନେରାଲଙ୍କ ପକ୍ଷରୁ ଗାଇଡଲାଇନ ଜାରି ହୋଇଛି । ଜିଲ୍ଲା ଓ ଅଧସ୍ତନ କୋର୍ଟ ପାଇଁ ଜୁଲାଇ ୧୭ ଯାଏ ମାର୍ଗଦର୍ଶିକା ଜାରି । ଜିଲ୍ଲା…

bus
ବସ୍‌ ମାଲିକଙ୍କୁ ୫ ଲକ୍ଷ ୬୬ ହଜାର ଟଙ୍କା ଫାଇନ୍‌

ଭୁବନେଶ୍ୱର: ଏକ ଯାତ୍ରୀବାହୀ ବସ୍‌ର ମାଲିକଙ୍କୁ ୫,୬୬,୯୮୧ ଟଙ୍କା ଫାଇନ୍‌ କରାଯାଇଛି। ୨୦୧୯ ମେ’ରୁ ଏଯାଏ MV ଟ୍ୟାକ୍ସ ଦିଆଯାଇ ନ ଥିବାରୁ RTO-୨ ଭୁବନେଶ୍ୱର ଏହି ଜରିମାନା କରିଥିବା ସୂଚନା ମିଳିଛି। ବସ୍‌ଟି(OD10 F0409) କୋରାପୁଟରୁ ଭୁବନେଶ୍ୱର ଚଳାଚଳ କରୁଥିଲା। ବସ୍‌ଟିର ବୈଧ ଷ୍ଟେଜ୍‌ କ୍ୟାରେଜ୍ ପରମିଟ୍ ନ ଥିବା ମଧ୍ୟ ସୂଚନା ମିଳିଛି। ଏ ନେଇ RTO-୨ ଭୁବନେଶ୍ୱର ପକ୍ଷରୁ ଟ୍ୱିଟ୍‌ କରାଯାଇ ସୂଚନା ଦିଆଯାଇଛି। A bus no. OD10F0409 plying from […]

robo
ଆସିଗଲା ମେଡ୍‌ ରୋବୋ: ଆଉ ବାରମ୍ବାର କରୋନା ରୋଗୀଙ୍କ ସଂସ୍ପର୍ଶରେ ଆସିବେନି ଡାକ୍ତର

ଭୁବନେଶ୍ୱର: ଡାକ୍ତର ଓ ନର୍ସଙ୍କୁ ବାରମ୍ବାର କରୋନା ରୋଗୀ ସଂସ୍ପର୍ଶରେ ଆସିବାକୁ ପଡ଼ିବନି। ସାମାଜିକ ଦୂରତା ବଜାୟ ରହିବ,  କରୋନା ସଂକ୍ରମଣର ଆଶଙ୍କା ବି କମିଯିବ। ଏମିତି ଏକ ମହତ୍ ଉଦ୍ଦେଶ୍ୟ ନେଇ ପୂର୍ବତଟ ରେଳପଥ ବିକାଶ କରିଛି ମେଡ୍ ରୋବୋ। କେବଳ ବିକାଶ କରିନି, ମଞ୍ଚେଶ୍ୱର ସେଣ୍ଟ୍ରାଲ ରେଲେୱେ ହସ୍ପିଟାଲରେ ଏହି ରୋବୋକୁ କାମରେ ଲଗାଇ ସଫଳତା ବି ପାଇଛି। ୪୦ ଫୁଟ ଦୂରତାରୁ କୋଭିଡ୍ ହସ୍ପିଟାଲର ଡାକ୍ତର, ନର୍ସ ଓ ଅନ୍ୟ କରୋନା ଯୋଦ୍ଧା […]

corona test
ଓଡ଼ିଶାରେ କରୋନା ସ୍ଥିତି: ୨୪ ଘଣ୍ଟାରେ ୨,୬୦୪ ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର: ଦିନକରେ ଓଡ଼ିଶାରେ ୨,୬୦୪ ନୂଆ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧାରୁ ସର୍ବାଧିକ ୩୮୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ୨,୬୦୪ ଆକ୍ରାନ୍ତଙ୍କ ମଧ୍ୟରୁ ୧,୫୧୧ ଜଣ କ୍ୱାରେଣ୍ଟିନ୍‌ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍‌ ୧,୦୯୩ ରହିଛି। ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୨,୫୯,୫୪୧ରେ ପହଞ୍ଚିଛି। ଆହୁରି ପଢ଼ନ୍ତୁ: ଦିନକରେ ଓଡ଼ିଶାରେ ଆଖି ବୁଜିଲେ […]

ଦିନକରେ ଓଡ଼ିଶାରେ ଆଖି ବୁଜିଲେ ୧୫ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୫  କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା  ୧,୦୭୨ ହୋଇଛି। ଏ ନେଇ ରାଜ୍ୟ  ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। କଟକ ଜିଲ୍ଲାରୁ ୩ ଜଣ, ବାଲେଶ୍ୱର, ବୌଦ୍ଧ, ଗଞ୍ଜାମ, ଯାଜପୁରରୁ, କଳାହାଣ୍ଡି, କନ୍ଧମାଳ, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, ମୟୂରଭଞ୍ଜ, ପୁରୀ, ରାୟଗଡ଼ା ଓ ସୁନ୍ଦରଗଡ଼ରୁ ଜଣେ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। Regret to inform the demise […]

soumya
କୋଳରେ ପିଲା ହାତରେ ପେନ୍‌, ମା' ହେବାର ୧୪ ଦିନ ପରେ କାର୍ଯ୍ୟରେ ଯୋଗଦେଲେ IAS

ନୂଆଦିଲ୍ଲୀ: ଅନନ୍ୟ କର୍ତ୍ତବ୍ୟନିଷ୍ଠାର ନିଆରା ଉଦାହରଣ। ମା ହେବାର ମାତ୍ର ୧୪ ଦିନ ପରେ କାର୍ଯ୍ୟରେ ଯୋଗଦେଲେ ଆଇଏଏସ୍ ଅଫିସର। ଅଫିସକୁ ନିଜ ନବଜାତ ଶିଶୁକୁ ଧରି କାର୍ଯ୍ୟରେ ଯୋଗଦେଇଥିବା ଏହି ଆଇଏଏସ୍ ଅଫିସର ଜଣଙ୍କ ହେଉଛନ୍ତି ସୌମ୍ୟା ପାଣ୍ଡେ। ତାଙ୍କୁ ଏବେ ଗାଜିଆବାଦର କୋଭିଡ୍ ପରିଚାଳନା ଦାୟିତ୍ୱ ଦିଆଯାଇଛି। ସୌମ୍ୟା କରୋନା ସଂକ୍ରମଣ ଭଳି କଠିନ ପରିସ୍ଥିତି ସତ୍ତ୍ୱେ ମୋଦିନଗର ସବ ଡିଭିଜନାଲ ମାଜିଷ୍ଟ୍ରେଟ୍ ଭାବେ ଯୋଗ ଦେଇଛନ୍ତି। ମାତ୍ର ୧୪ ଦିନର ଶିଶୁକୁ ଧରି […]

helicopters collide
ମଝି ଆକାଶରେ ୨ ସେନା ବିମାନ ମୁହାଁମୁହିଁ ଧକ୍କା, ୧୫ ମୃତ

କାବୁଲ: ଆଫଗାନିସ୍ତାନରେ ବାୟୁସେନାର ୨ଟି ହେଲିକପ୍ଟର ମୁହାଁମୁହିଁ ଧକ୍କା ହେବା ଫଳରେ ୧୫ ଜଣଙ୍କର ମୃତ୍ୟୁ ଘଟିଛି। ସେଠାକାର ସ୍ଥାନୀୟ ଗଣମାଧ୍ୟମ ଟୋଲୋ ନ୍ୟୁଜ୍‌ର ସୂଚନା ଅନୁସାରେ, ମଙ୍ଗଳବାର ରାତିରେ ଦକ୍ଷିଣ ହେଲମନ୍ଦ ପ୍ରଦେଶର ମଝି ଆକାଶରେ ଆଫଗାନିସ୍ତାନ ବାୟୁସେନାର ୨ଟି ହେଲିକପ୍ଟର ମଧ୍ୟରେ ଏହି ଦୁର୍ଘଟଣା ଘଟିଛି। ଏଥିରେ ୧୫ଜଣଙ୍କ ମୃତ୍ୟୁ ଘଟିଛି। ଅନ୍ୟ ଏକ ସୂତ୍ରରୁ ଜଣାପଡ଼ିଛି ଯେ ମୋଟ୍ ୮ ଜଣଙ୍କର ମୃତ୍ୟୁ ଘଟିଛି। ହେଲେ ଏ ନେଇ ପ୍ରତିରକ୍ଷା ମନ୍ତ୍ରାଳୟ କୌଣସି […]

କୋଇଲା ଦୁର୍ନୀତି ମାମଲା: ୨୬କୁ ଘୁଞ୍ଚିଲା ଦିଲୀପ ରାୟଙ୍କ ଦଣ୍ଡବିଧାନ

ଭୁବନେଶ୍ୱର: କୋଇଲା ଖଣି ଆବଣ୍ଟନ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲୀପ ରାୟଙ୍କ ଦଣ୍ଡବିଧାନ ଶୁଣାଣି ଆସନ୍ତା ୨୬ ତାରିଖକୁ ଘୁଞ୍ଚିଛି। ଏହି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ସମସ୍ତ ବ୍ୟକ୍ତିଙ୍କୁ କୋର୍ଟରେ ହାଜର ପାଇଁ ସ୍ୱତନ୍ତ୍ର କୋର୍ଟର ଜଜ୍ ଭାରତ ପରାଶର ନିର୍ଦ୍ଦେଶ ଦେଇଛନ୍ତି। ତେବେ ଏହି ହାଜିରା ବେଳେ କୋଭିଡ୍ ୧୯ ଗାଇଡ୍‌ଲାଇନ୍‌ ପାଳନ ନେଇ ମଧ୍ୟ ଧ୍ୟାନ ରଖିବାକୁ କୋର୍ଟ କହିଛନ୍ତି। ୧୯୯୯ ମସିହାର କୋଇଲା ଖଣି ଆବଣ୍ଟନ […]

kajol
ଶିବାୟରେ କିସିଂ ସିନ୍‌ ଦେଖି ଅଜୟଙ୍କୁ ମାରିବାକୁ ବାହାରିଥିଲେ କାଜୋଲ୍‌!

ମୁମ୍ବାଇ: ବଲିଉଡ୍‌ ଫିଲ୍ମରେ କିସିଂ ସିନ୍‌ ରହିବା ଏକ ସାଧାରଣ କଥା। କାହାଣୀର ଗୁରୁତ୍ୱ ଦେଖି ଏହି ସିନ୍‌କୁ ସିନେମାରେ ସାମିଲ୍‌ କରନ୍ତି ନିର୍ଦ୍ଦେଶକ। କିନ୍ତୁ ବଲିଉଡ୍‌ରେ ଏମିତି କିଛି କଳାକାର ଅଛିନ୍ତି ଯେଉଁମାନେ କିସିଂ ସିନ୍‌ କରିବାକୁ ପସନ୍ଦ କରନ୍ତି ନାହିଁ। ସେଥିପାଇଁ ଫିଲ୍ମ ସାଇନ୍‌ କରିବା ପୂର୍ବରୁ ସେମାନେ ନିର୍ଦ୍ଦେଶକଙ୍କ ସହ ଏ ସମ୍ପର୍କରେ କଥା ହୋଇଥାନ୍ତି। ଅଭିନେତା ସଲମାନ୍‌ ଖାନ୍‌ ଏବଂ ଅଜୟ ଦେବଗନ୍‌ ତାଙ୍କ ଫିଲ୍ମରେ କିସିଂ ସିନ୍‌ କରନ୍ତି ନାହିଁ। […]

dhanusha
ତାମିଲ ଷ୍ଚାର୍ ଧନୁଶ ଓ ନେତା ବିଜୟକାନ୍ତଙ୍କ ଘରେ ବୋମା ମାଡ଼ ନେଇ ଆସିଲା ଧମକପୂର୍ଣ୍ଣ କଲ୍‌

ଚେନ୍ନାଇ: ତାମିଲ ସୁପରଷ୍ଟାର ଧନୁସ ଓ ତାମିଲନାଡୁ ରାଜନେତା ବିଜୟକାନ୍ତଙ୍କ ଘରକୁ ବୋମା‌ରେ ଉଡ଼ାଇ ଦେବାକୁ ଧମକ ଦେଲା ଦୁର୍ବୃତ୍ତ। ପୋଲିସ କଣ୍ଟ୍ରୋଲ୍ ରୁମ୍‌କୁ ଦୁଇଟି ଅଲଗା ଅଲଗା ଫୋନ୍ କରି ଉଭୟ ସେଲିବ୍ରିଟିଙ୍କ ଘରେ ବୋମା ଫିଟ୍‌ କରାଯାଇଥିବା ନେଇ ଦୁର୍ବୃତ୍ତ କହିବା ପରେ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ସର୍ଚ୍ଚ ଆପରେସନ ଆରମ୍ଭ କରିଥିଲା ପୋଲିସ। କିନ୍ତୁ ସେଠାରେ ପହଞ୍ଚିବା ପରେ ସେମିତି କୌଣସି ବିସ୍ଫୋରକ ବସ୍ତୁ ମିଳିନଥିଲା।  ସୂଚନା ଅନୁସାରେ, ଅକ୍ଟୋବର ୧୮ […]

kangana 1
କଙ୍ଗନାଙ୍କ ବିରୋଧରେ ମାମଲା ରୁଜୁ କଲା ପୋଲିସ୍‌

ତୁମ୍‌କୁରୁ: ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାଣାୱତ୍‌ଙ୍କ ବିରୋଧରେ କର୍ଣ୍ଣାଟକ ତୁମ୍‌କୁରୁ ଜିଲ୍ଲାରେ ମାମଲା ରୁଜୁ ହୋଇଛି। କୃଷକଙ୍କୁ ନେଇ ସେପ୍ଟେମ୍ବର ୨୧ରେ କଙ୍ଗନା କରିଥିବା ଏକ ଟ୍ୱିଟ୍‌ ତାଙ୍କ ପାଇଁ ଏହି ଅଡ଼ୁଆ ସୃଷ୍ଟି କରିଛି। ଏହି ଟ୍ୱିଟ୍‌କୁ ନେଇ ମଙ୍ଗଳବାର ଦିନ ପୋଲିସ୍‌ କଙ୍ଗନାଙ୍କ ବିରୋଧରେ ଏକ  ମାମଲା ରୁଜୁ କରିଛି। ଏହି ଟ୍ୱିଟ୍‌କୁ ନେଇ କଙ୍ଗନାଙ୍କ ବିରୋଧରେ ମାମଲା ରୁଜୁ କରିବା ପାଇଁ ଗତ ସପ୍ତାହରେ ତୁମ୍‌କୁରୁ କୋର୍ଟ Kyatasandra ପୋଲିସ୍‌ ଷ୍ଟେସନକୁ ନିର୍ଦ୍ଦେଶ ଦେଇଥିଲେ। […]

car
ଭାଇଭଉଣୀଙ୍କ ଉପରେ କାର୍ ଚଢ଼ାଇ ଦେଲା ୧୭ ବର୍ଷର ନାବାଳକ; ୨ ମୃତ, ଜଣେ ଗୁରୁତର

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ହିଟ୍ ଆଣ୍ଡ୍ ରନ୍ କେସ୍ ଘଟାଇଛି ଜଣେ ନାବାଳକ। ସୋମବାର ରାତିରେ ଏଭଳି ଘଟଣା ଘଟିଛି। ୧୭ ବର୍ଷୀୟ ଏହି ନାବାଳକର କାର୍ ଧକ୍କାରେ ଦୁଇ ନାବାଳିକାଙ୍କର ମୃତ୍ୟୁ ହୋଇଥିବା ବେଳେ ତାଙ୍କର ୬ ବର୍ଷର ଭାଇ ଗୁରୁତର ହୋଇଛନ୍ତି। ତାକୁ ଦିଲ୍ଲୀ ଏମ୍ସର ଟ୍ରମା ସେଣ୍ଟରରେ ଭର୍ତ୍ତି କରାଯାଇଛି। ମୃତ ନାବାଳିକାଙ୍କର ବୟସ ଯଥାକ୍ରମେ ୫ ଓ ୮ ବର୍ଷ। ନିଜ ଅଙ୍କଲଙ୍କ ସହ ତିନି ଜଣ ପିଲା ରାସ୍ତା ପାର୍ […]

kajal-agarwal
ସରିଲା ନିର୍ବନ୍ଧ, ଅକ୍ଟୋବର ୩୦ରେ ବାହାହେବେ କାଜଲ୍‌

ମୁମ୍ବାଇ: ଅଭିନେତ୍ରୀ କାଜଲ୍‌ ଅଗ୍ରୱାଲ୍‌ ନିକଟରେ ଏକ ଟ୍ୱିଟ୍‌ କରି ତାଙ୍କ ବିବାହ ନେଇ ସୂଚନା ଦେଇଥିଲେ। ସେ ମୁମ୍ବାଇରେ ଅକ୍ଟୋବର ୩୦ତାରିଖରେ ବିବାହ କରିବାକୁ ଯାଉଛନ୍ତି ବୋଲି ଜଣାଇଥିଲେ। ଏବେ କାଜଲ୍‌ଙ୍କ‌ ଭାବି ସ୍ୱାମୀ ଗୌତମ ତାଙ୍କ ନିର୍ବନ୍ଧର ଫଟୋ ଶେଆର କରିଛନ୍ତି। ଇନ୍‌ଷ୍ଟାଗ୍ରାମରେ ସେ କାଜୋଲ୍‌ ଏବଂ ତାଙ୍କର ଏକ ଫଟୋ ଶେଆର କରିଛନ୍ତି। ଏହି ଫଟୋରେ କାଜଲ୍‌ କମେଣ୍ଟ କରିଛନ୍ତି। କମେଣ୍ଟରେ ସେ ଲେଖିଛନ୍ତି, ଏହି ପୋଷ୍ଟଟି ପରିକଳ୍ପନାର ଏକ ଉପାଦାନ ବହନ […]

yogi
ହାଥରସ ମାମଲା: ପୀଡ଼ିତାଙ୍କ ପରିବାରକୁ ତ୍ରୀସ୍ତରୀୟ ସୁରକ୍ଷା ଯୋଗାଇଲେ ୟୁପି ସରକାର

ଲକ୍ଷ୍ନୌ: ହାଥରସ ମାମଲାରେ ପୀଡ଼ିତାଙ୍କ ପରିବାକୁ ତ୍ରୀସ୍ତରୀୟ ସୁରକ୍ଷା ଯୋଗାଇ ଦେଲେ ଉତ୍ତରପ୍ରଦେଶ ସରକାର। ଏ ନେଇ ଯୋଗୀ ଆଦିତ୍ୟନାଥ ସରକାରଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରାଯାଇଛି। ପୂର୍ବ ଶୁଣାଣିରେ ପୀଡ଼ିତାଙ୍କ ପରିବାର ଓ ସାକ୍ଷୀମାନଙ୍କ ସୁରକ୍ଷା ବିଷୟରେ ଜାଣିବାକୁ ଇଚ୍ଛା ପ୍ରକାଶ କରିଥିଲା କୋର୍ଟ। ଏହାର ଉତ୍ତରରେ ଆଦି କୋର୍ଟରେ ଏଭଳି ସତ୍ୟପାଠ ଦାଖଲ କରିଛନ୍ତି ଯୋଗୀ ସରକାର। ସତ୍ୟପାଠରେ ମାମଲାର ତଦନ୍ତ କରୁଥିବା ସିବିଆଇ ତଦନ୍ତ ରିପୋର୍ଟ ରାଜ୍ୟ ସରକାରଙ୍କୁ ଦେବାକୁ ସୁପ୍ରିମକୋର୍ଟଙ୍କୁ […]

train
ଖୋଲା ବଜାରରୁ ଋଣ କରିବାକୁ ଓଡ଼ିଶାକୁ ଅନୁମତି ଦେଲା କେନ୍ଦ୍ର

ଭୁବନେଶ୍ୱର: ଖୋଲା ବଜାରରୁ ଋଣ କରିବାକୁ ଓଡ଼ିଶାକୁ ଅନୁମତି ଦେଇଛନ୍ତି କେନ୍ଦ୍ର ସରକାର। ଓଡ଼ିଶା ସରକାର ୨ ହଜାର ୮୫୮ କୋଟି ଟଙ୍କା ଋଣ କରିପାରିବେ ବୋଲି କେନ୍ଦ୍ର ଅର୍ଥମନ୍ତ୍ରାଳୟ ଅନୁମତି ଦେଇଛି। ଜିଏସ୍‌ଟି କାର୍ଯ୍ୟକାରିତାରେ ସମସ୍ୟା ଯୋଗୁଁ ପୁଞ୍ଜି ଅଭାବ ପୂରଣ କରିବାକୁ ରାଜ୍ୟଗୁଡ଼ିକୁ କେନ୍ଦ୍ର ତରଫରୁ ଦୁଇଟି ବିକଳ୍ପ ଦିଆଯାଇଥିଲା। ସେଥିମଧ୍ୟରୁ ପ୍ରଥମ ବିକଳ୍ପ ବାଛିଥିବା ରାଜ୍ୟଗୁଡ଼ିକୁ ରାଜ୍ୟ ଜିଡିପିର ଦଶମିକ ୫ ପ୍ରତିଶତ ଅତିରିକ୍ତ ଋଣ ସଂଗ୍ରହ ପାଇଁ ଅନୁମତି ପ୍ରଦାନ କରିଛି […]