ଆଜିଠୁ ବାହାର ଜିଲ୍ଲାର ଲୋକଙ୍କ ପାଇଁ ସ୍ୱର୍ଗଦ୍ୱାର ବନ୍ଦ କୋଭିଡରେ ମୃତ ବ୍ୟକ୍ତିଙ୍କ ଶବଦାହ ଉପରେ କଟକଣା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଜିଲ୍ଲା ପ୍ରଶାସନର ନିଷ୍ପତ୍ତି ଅସ୍ଥି ବିସର୍ଜନ ଓ ଶ୍ରାଦ୍ଧ ଆଦିକାର୍ଯ୍ୟରେ ମଧ୍ୟ ବାହାର ଜିଲ୍ଲା ଲୋକଙ୍କ ଲାଗି…
ମାଲକାନଗିରି: ବିଷାକ୍ତ ଖାଦ୍ୟ ଖାଇ ଗୋଟିଏ ପରିବାରର ୩ଜଣଙ୍କ ମୃତ୍ୟୁ ଘଟିଛି। ମାଲକାନଗିରି ଜିଲ୍ଲା କଚେଲି ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତକଙ୍କ ମଧ୍ୟରେ ୨ଜଣ ଭଉଣୀ ଓ ଜଣେ ଭାଇ ଅଛନ୍ତି। ମୃତ୍ୟୁବରଣ କରିଥିବା ୩ ପିଲାଙ୍କ ବୟସ- ୧୨,୭ ଓ ୩ ବର୍ଷ। ସେମାନଙ୍କ ନାଁ ସୁକାନ୍ତି ମାଡ଼ି, ସୀତାରାମ ମାଡ଼ି, ଅଞ୍ଜଳି ମାଡ଼ି। ତେବେ ମା’ ଓ ଆଉ ଜଣେ ଭଉଣୀ ଗୁରୁତର ଥିବା ସୂଚନା ମିଳିଛି। ସେମାନଙ୍କୁ ଗୁରୁତର ଅବସ୍ଥାରେ […]
ନୂଆପଡା(ମାୟାଧର ସରାଫ୍) : ଗାଁ ପାଖରେ ବୁଲୁଛି ବାଘ । ନୂଆପଡା ଜିଲ୍ଲା ଖରିଆରରୋଡ ରେଞ୍ଜ ଅନ୍ତର୍ଗତ ହଲଦୀ ଗାଁ ନିକଟ ଜଙ୍ଗଳରେ ଏକ କଲରାପତରିଆ ବାଘ ବୁଲୁଥିବା ଜଣାପଡିଛି । କିଛି ଦିନ ହେବ ଏ ସଂରକ୍ଷିତ ଜଙ୍ଗଳରେ ବାଘ…
ନୂଆପଡା(ମାୟାଧର ସରାଫ): ଶସ୍ୟ ଶ୍ୟାମଳା ହେବ ଗାଁ। ଜଙ୍ଗଲ ବୃଦ୍ଧି ପାଇଲେ ଫେରିଆସିବ ପଶୁପକ୍ଷୀ। କିଚିରିମିଚିରି ଶବ୍ଦରେ ଫାଟି ପଡ଼ିବ ଗାଁ।ସହର ଜୀବନଶୈଳୀକୁ ଆଦରି ନେଇଥିବା ଲୋକେ ଗାଁକୁ ଫେରିବେ। ସବୁଜିମାମୟ ହେବ ନୂଆପଡା ଜିଲ୍ଲ। ଗାଁର ନୀରିହପଣ ଓ ସରଳତାରେ…
ନୂଆଦିଲ୍ଲୀ: ଆଜି ଭାରତର ମିସାଇଲ୍ ମ୍ୟାନ୍ ଭାବରେ ଲୋକପ୍ରିୟ ଡକ୍ଟର ଏପିଜେ ଅବଦୁଲ କଲାମଙ୍କର ଜନ୍ମଦିନ। ୧୯୩୧ ମସିହା ଅକ୍ଟୋବର ୧୫ତାରିଖରେ ରାମେଶ୍ୱରମ୍ରେ ଜନ୍ମଗ୍ରହଣ କରିଥିଲେ ଅବଦୁଲ୍ କଲାମ। ବେଶ୍ ସରଳ ସ୍ୱାଭାବ ଏବଂ ଲୋକଙ୍କ ସମସ୍ୟାକୁ ଗୁରୁତ୍ୱ ଦେଉଥିବାରୁ ଅବଦୁଲ୍ଙ୍କୁ ‘ଲୋକଙ୍କ ରାଷ୍ଟ୍ରପତି’ କୁହାଯାଉଥିଲା। ସମାଜର ସମସ୍ତ ବର୍ଗ ଏବଂ ବିଶେଷକରି ଯୁବକମାନଙ୍କର ପ୍ରେରଣା ଥିବା ଡକ୍ଟର କଲାମଙ୍କ ପାଇଁ ଆଜି ବି ଭାରତବାସୀଙ୍କ ହୃଦୟରେ ରହିଯାଇଛି ଏକ ସ୍ୱତନ୍ତ୍ର ସ୍ଥାନ। ରାମେଶ୍ୱରମ୍ର ଏକ ସାଧାରଣ ପରିବାରରେ […]
ନୟାଗଡ଼(ଆର୍ତ୍ତତ୍ରାଣ ପ୍ରଧାନ): ମୁହଁ ନୁହେଁ ଆଖି କଥା କହୁଛି । କର୍ଫ୍ୟୁରେ ଦାଉ ଦାଉ ଜାଳୁଛି ପେଟର ଭୋକ । ସଂକ୍ରମଣ ଭୟ ଭିତରେ ନିତିଦିନିଆ ଅତିଥି ପାଲଟିଛି ଭୋକ । ପେଟର ଭୋକ ଅହରହ ଜାଳୁଛି ମଣିଷକୁ, ଶାନ୍ତିରେ ରଖେଇ ଦେଉନି…
ନୟାଗଡ଼(ଆର୍ତ୍ତତ୍ରାଣ ପ୍ରଧାନ) : ନୟାଗଡ଼ର କୁନି ରାମଦେବ । ମାତ୍ର ସାଢେ ତିନି ବର୍ଷର କୁନି ଝିଅ ଟିଏ, ନିଖୁଣ ଏବଂ ନିର୍ଭୁଲ ଭାବେ ପ୍ରଦର୍ଶନ କରୁଛି ଯୋଗର ସମସ୍ତ ମୁଦ୍ରା । ଚକ୍ରାସନ, ମତ୍ସ୍ୟାସନ, ବୃଶ୍ଚିକାସନ, ଭୂନମାସନ, ପଦାହସ୍ତାସନ, ପଶ୍ଚିମତାନାସନ…
ନୂଆଦିଲ୍ଲୀ: ବଜାରକୁ ଆସିବାକୁ ଯାଉଛି ନୂଆ ଧରଣର ମାସ୍କ। ଏନ୍ ୯୫ ସହ ଏୟାର ଫିଲଟର୍ ସଂଯୋଗ ହୋଇଥିବା ମାସ୍କ ଏବେ ନିର୍ମାଣ ହୋଇଛି। ଆଇଆଇଟିର ପୂର୍ବତନ ଓଡିଆ ଛାତ୍ର ପିୟୁଷ ଅଗ୍ରୱାଲ୍ ଏହାକୁ ନିର୍ମାଣ କରିଛନ୍ତି। ମୋକ୍ଷ ନାମକ ଏହି ମାସ୍କରେ ବିଶେଷ ବ୍ୟବସ୍ଥା ରହିଛି। ମାସ୍କ ଏନ୍ ୯୫ ଧରଣର ହୋଇଥିବା ବେଳେ ଏଥିରେ ଲାଗିଛି ବାୟୁ ବିଶୁଦ୍ଧିକରଣ ବ୍ୟବସ୍ଥା। ଯାହା ଦ୍ୱାରା ଶରୀରକୁ ଅଧିକ ଅମ୍ଲଜାନ ମିଳିପାରିବ ବୋଲି କୁହାଯାଉଛି। ମାସ୍କର ଉଭୟ […]
ପାରାଦୀପ,ନବରଙ୍ଗପୁର(ରମାକାନ୍ତ ନାୟକ, ନବଘନ ବିଷୋୟୀ) : ଖରା ତାତି ବଢିବା ସାଙ୍ଗକୁ ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ଅଂଚଳରେ ଉତ୍କଟ ହେଉଛି ପାନୀୟ ଜଳ ସମସ୍ୟା । ନଳକୂପ ଜଳ ଅନେକ ସ୍ଥାନରେ ଲୁଣି ଓ ଆଇରନ ଯୁକ୍ତ ହୋଇଥିବାରୁ ସମସ୍ୟା…
ନବରଙ୍ଗପୁର(ନବଘନ ବିଷୋୟୀ) : ରାସ୍ତା କଡ଼ରେ ନିର୍ଭୟରେ ବୁଲୁଛନ୍ତି ଭାଲୁ। ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ସିନ୍ଧିଗୁଡ଼ା ଗ୍ରାମ ନିକଟରେ ପୁଣି ଭାଲୁ ବୁଲୁଥିବାର ସୂଚନା ମିଳିଛି l ରାସ୍ତା କଡ଼େ କଡ଼େ ୪ ଟି ଭାଲୁ ବୁଲୁ ଥିବାର…
ଭୁବନେଶ୍ୱର: ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ। ଏଥର ଜନ୍ମଦିନ କିପରି ପାଳନ କରବେ ସେ ନେଇ ଦିନକ ପୂର୍ବରୁ ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଦେଇଛନ୍ତି। କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ଏଥର ଜନ୍ମଦିନ ପାଳନ କରିବେ ନାହିଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ପଷ୍ଟ କରିଛନ୍ତି। ଦଳୀୟ କର୍ମୀ ଓ ଶୁଭେଚ୍ଛୁମାନଙ୍କୁ ନୀବନ ନିବାସ ନ ଆସିବାକୁ ସେ ଅନୁରୋଧ କରିଛନ୍ତି। ସେହିପରି ଗରିବ ଲୋକଙ୍କୁ ସାହାଯ୍ୟ କରିବାକୁ ଆହ୍ୱାନ ଦେଇଛନ୍ତି। ଏଥିସହିତ ରକ୍ତଦାନ ଓ ପ୍ଲାଜମା ଦାନ […]
ରେଢାଖୋଲ(ରମାକାନ୍ତ ମହାନନ୍ଦ): ସମ୍ମାନ ସହ ମିଳିଲା ବଂଚିବାର ଅଧିକାର। ଜୀବନର ଅଙ୍କାବଙ୍କା ରାସ୍ତାରେ ନିର୍ଯାତନା ଓ ପ୍ରତାରଣା ତାଙ୍କୁ ସଂଗ୍ରାମରେ ହରାଇ ପାରିଲାନି। ସମାଜର ଟାହି ଟାପରାକୁ ଭ୍ରୁକ୍ଷେପ ନକରି ଦୃଢ଼ ଆତ୍ମବିଶ୍ୱାସ ବଳରେ ନିଜକୁ ସ୍ୱାବଲମ୍ବୀ କରିପାରିଛନ୍ତି ପୂଜା କିନ୍ନର।…
ନୂଆଦିଲ୍ଲୀ: ଗତ କିଛିଦିନ ହେବ ସୁନା,ରୂପା ଦର ହ୍ରାସ ପାଉଥିବା ଦେଖିବାକୁ ମିଳିଛି। ବୁଧବାର ଦିନ ଦିଲ୍ଲୀର Bullion Marketରେ ସୁନା ଦର ୬୦୦ ଟଙ୍କା ହ୍ରାସ ପାଇଥିବା ଦେଖିବାକୁ ମିଳିଥିଲା। ଆଜି ମଧ୍ୟ ସୁନା, ରୂପା ଦରରେ ହ୍ରାସ ଦେଖିବାକୁ ମିଳିଛି। Bullion Marketରେ ପ୍ରାରମ୍ଭରୁ ଆଜି ସୁନା ଦର ହ୍ରାସ ପାଇ ପ୍ରତି ୧୦ ଗ୍ରାମକୁ ୫୦,୬୦୩ ଟଙ୍କାରେ କାରବାର ଚାଲିଥିଲା। ସେହିପରି ରୂପା ଦରରେ ମଧ୍ୟ ହ୍ରାସ ଘଟି ପ୍ରତି କିଲୋକୁ ୬୦,୫୭୩ […]
ବଲାଙ୍ଗିର: ନଦୀକୁ ଡେଇଁ ପଡ଼ି ୨ ଭଉଣୀ ନିଖୋଜ। ବଲାଙ୍ଗିର ଜିଲ୍ଲା ତୁସୁରା ଥାନା ତେଲ ନଦୀ ବ୍ରିଜ୍ ଉପରେ ଆଜି ଏହି ଅଘଟଣ ଘଟିଛି। ବ୍ରିଜ୍ ଉପରେ ଗୋଟିଏ ସ୍କୁଟି ଓ ୨ ହଳ ଚପଲ ପଡ଼ି ରହିଥିବା ଦେଖିବାକୁ ମିଳିଛି। ସେମାନେ ୨ ଭଉଣୀ ଓ ସେମାନଙ୍କ ଘର ଗୁଡ଼ଭେଲା ଅଞ୍ଚଳରେ ବୋଲି ସୂଚନା ମିଳିଛି। ଉଭୟଙ୍କ ବୟସ ୨୦ରୁ ୨୫ ବର୍ଷ ମଧ୍ୟରେ ହେବ ବୋଲି ଅନୁମାନ କରାଯାଉଛି। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, […]
ନୂଆଦିଲ୍ଲୀ: ଏକ ନବଜାତ ଶିଶୁର କାରନାମାକୁ ନେଇ ସୋଶାଲ ମିଡିଆରେ ବେଶ ଚର୍ଚ୍ଚା ଚାଲିଛି। ନବଜାତ ଶିଶୁଟି ଜନ୍ମ ହେଉ ହେଉ ଡାକ୍ତରଙ୍କ ମୁହଁରୁ ମାସ୍କ ହଟାଇବାକୁ ଚେଷ୍ଟା କରୁଛି। ଶିଶୁର ଏକ ପୁରୁଣା ଫଟୋ ସୋଶାଲ ମିଡିଆରେ ଭାଇରାଲ ହୋଇଛି। ୟୁଏଇର ଜଣେ ଡାକ୍ତର ସମୀର ଚେଇବଙ୍କ ଦ୍ୱାରା ଏହି ଫଟୋ ଇନ୍ଷ୍ଟାରେ ସେୟାର କରାଯାଇଥିଲା। ଫଟୋରେ ଦେଖିବାକୁ ମିଳିଛି, ନବଜାତ ଶିଶୁଟି ତାଙ୍କ ମୁହଁରୁ ମାସ୍କକୁ ଟାଣି ଧରିଛି। ମାସ୍କକୁ ତଳକୁ ତଳକୁ ଭିଡୁଛି। […]
ଭୁବନେଶ୍ୱର: ଓଟିଭିର ବରିଷ୍ଠ ସାମ୍ବାଦିକଙ୍କୁ ଉଠାଇ ନେଲା ପୋଲିସ। ଓଟିଭିର ଭୁବନେଶ୍ୱର ପ୍ରତିନିଧି ରମେଶ ରଥଙ୍କୁ ପୋଲିସ୍ ଉଠାଇ ନେଲା। ରମେଶଙ୍କୁ ତାଙ୍କ ଘର ପାଖରୁ ପୋଲିସ ଉଠାଇ ନେଇଛି। ୪ରୁ ୫ ଜଣ ପୋଲିସ ଜୋର ଜବରଦସ୍ତ ଉଠାଇ ନେଇଥିବା ଜଣାପଡ଼ିଛି। ରମେଶଙ୍କୁ ଗାଡ଼ିରେ ବସାଇ ଅଜ୍ଞାତ ସ୍ଥାନକୁ ପୋଲିସ ନେଇଯାଇଛନ୍ତି। ଏମିତିକି ଫୋନ୍ଟିଏ କରିବାକୁ ବି ରମେଶଙ୍କୁ ସୁଯୋଗ ଦେଇନଥିଲେ। ଫୋନ୍ କରିବାକୁ ଚାହିଁବାରୁ, ମୋବାଇଲ ଛଡ଼ାଇ ନେଇଥିଲା ପୋଲିସ। ଏ ସମସ୍ତ ଘଟଣା […]