• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

rti-information
ନବୀନ ସରକାରଙ୍କ ଅମଳରେ ପାଞ୍ଚଟି ବଡ଼ ଜମି ଦୁର୍ନୀତି ଅଭିଯୋଗ ଆଣିଲେ ସୂଚନା ଅଧିକାର କର୍ମୀ

ଭୁବନେଶ୍ୱର: ଗୋଟିଏ କି ଦୁଇଟି ନୁହେଁ, ନବୀନ ସରକାର ଅମଳରେ ପାଞ୍ଚ ପାଞ୍ଚଟି ମେଗା ଜମି ଦୁର୍ନୀତିର ଅଭିଯୋଗ ଆସିଛି। ତଥ୍ୟ ଭିତ୍ତିକ ପ୍ରମାଣ ସହ ଏଭଳି ସଂଗୀନ ଅଭିଯୋଗ ଆଣି ଆଜି ସିଧାସଳଖ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ସୂଚନା ଅଧିକାର କର୍ମୀ ପ୍ରଦୀପ ପ୍ରଧାନ। ପ୍ରଦୀପ କହିଛନ୍ତି-ଟ୍ୱିନସିଟିରେ ଇଚ୍ଛାଧୀନ କୋଟାରେ ଘର ଓ ପ୍ଳଟ୍ ସ୍କାମରୁ ଗୋଟିଏ ବି ଜମି ସରକାରୀ ଖାତାକୁ ଫେରିନି। ପ୍ରାୟ ୨୦ ହଜାର କୋଟିର ଜମି ଦୁର୍ନୀତିକୁ ଚାପି […]

  • Thursday, 01 July 2021
minor-girl
ଓଏଏସ ଅଧିକାରୀଙ୍କ ଘରେ କାମ କରୁଥିବା ନାବାଳିକା ଗର୍ଭବତୀ ହେବା ଘଟଣା; ତଦନ୍ତ ଆରମ୍ଭ

ଭୁବନେଶ୍ୱର: ରାଜଧାନୀରେ ଜଣେ ଓଏଏସ ଅଧିକାରୀଙ୍କ ଘରେ କାମ କରୁଥିବା ଆଦିବାସୀ ନାବାଳିକା ଅନ୍ତଃସତ୍ତ୍ୱା ହେବା ଅଭିଯୋଗରେ ପୋଲିସର ତନାଘନା ଆରମ୍ଭ କରିଛି। ଯାଜପୁର ବାଲିଚନ୍ଦ୍ରପୁର ପୋଲିସ ଅଭିଯୁକ୍ତଙ୍କ ବିରୋଧରେ ପୋକ୍ସୋ ଆକ୍ଟରେ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। ପୀଡ଼ିତାଙ୍କ ଡାକ୍ତରୀ ମାଇନା ସହ ମାଜିଷ୍ଟ୍ରେଟଙ୍କ ସାମ୍ନାରେ ବୟାନ ରେକର୍ଡ କରିଛି ପୋଲିସ। ପୀଡିତା ଜଣଙ୍କ ପ୍ରଶାସନିକ ଅଧିକାରୀଙ୍କ ଘରେ ଘରୋଇ ସହାୟିକା ଭାବେ କାମ କରୁଥିଲେ। ତେବେ ସଂପୃକ୍ତ ଅଧିକାରୀଙ୍କ ଶ୍ୱଶୁରଙ୍କ ଦ୍ୱାରା […]

  • Thursday, 01 July 2021
Bjd-Aduaaa
ରାଜ୍ୟ ସରକାର ଲୁଚାଉଥିଲେ, ସୌମ୍ୟ କହିଦେଲେ?

ରାଜ୍ୟରେ କୋଭିଡ୍ ମୃତ୍ୟୁ ସଂଖ୍ୟାକୁ ନେଇ ବିବାଦ ଲାଗି ରହିଥିବାବେଳେ ବିଜେଡି ଉପସଭାପତି ସୌମ୍ୟରଂଜନ ପଟ୍ଟନାୟକଙ୍କ ସଂପାଦକୀୟ ଲେଖା ସରକାରଙ୍କ କୋଭିଡ୍ ପରିଚାଳନାର ଗୁମର ଖୋଲିଛି

  • Thursday, 01 July 2021
କଟକ ତ୍ରିଶୁଳିଆ ବ୍ରିଜ୍‌ ଉପରେ ଡମ୍ଫର-କାର୍‌ ମୁହାଁମୁହିଁ ଧକ୍କା

କଟକ: କଟକ ତ୍ରିଶୁଳିଆ ନେତାଜୀ ସେତୁ ଉପରେ ଗତକାଲି ବିଳମ୍ବିତ ରାତିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଡମ୍ଫର ଓ କାର୍‌ ମୁହାଁମୁହିଁ ଧକ୍କା ହେବାରୁ କାର୍‌ ଡ୍ରାଇଭର ଗୁରୁତର ଭାବେ ଆହତ ହୋଇଛନ୍ତି। କଟକରୁ ଭୁବନେଶ୍ୱର ଯାଉଥିବା ଏକ ଡମ୍ଫର ସହ ବାରଙ୍ଗରୁ କଟକ ଆସୁଥିବା ଏକ କାର୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଖବରପାଇ କଟକ ଓ ବାରଙ୍ଗରୁ ଦୁଇଟି ଦମକଳ ଗାଡ଼ି ଘଟଣାସ୍ଥଳରେ ପହଞ୍ଚିଥିଲା। କାର୍‌ର କିଛି ଅଂଶ ଡମ୍ଫର ଭିତରେ ପଶି […]

  • Thursday, 01 July 2021
corona 2
ଡିସେମ୍ବରରେ ଓଡ଼ିଶାରେ ଦ୍ୱିତୀୟ ପର୍ଯ୍ୟାୟ କରୋନା ସଂକ୍ରମଣ ଆଶଙ୍କା

ଭୁବନେଶ୍ୱର: ଡିସେମ୍ବର ଦ୍ୱିତୀୟ ସପ୍ତାହ ପରେ ଓଡ଼ିଶାକୁ ପୁଣି କରୋନା ସଂକ୍ରମଣ ଡର। ଏହି ସମୟ ବେଳକୁ ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣ ଆଶଙ୍କା ଥିବାରୁ ଏବେଠୁ ସତର୍କ ରହିବାକୁ ପଡ଼ିବ ବୋଲି କୋଭିଡ୍ ମୁକାବିଲା କାର୍ଯ୍ୟକ୍ରମର ସମୀକ୍ଷା ବେଳେ ସତର୍କ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଜ୍ୟରେ ଦ୍ୱିତୀୟ ସଂକ୍ରମଣକୁ ରୋକିବାକୁ ହେଲେ ମାସ୍କ, ସାମାଜିକ ଦୂରତା, ସାନିଟାଇଜେସନ୍ ଆଦି ବ୍ୟବସ୍ଥାକୁ କଡ଼ାକଡ଼ି କରିବାକୁ ପଡ଼ିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଆଗକୁ ଦୀପାବଳି ଆସୁଥିବାରୁ ଶୃଙ୍ଖଳା […]

  • Thursday, 01 July 2021
ମାଲକାନଗିରିରେ ଅଜଣା ରୋଗ ଆତଙ୍କ, ଗଲାଣି ୫ରୁ ଅଧିକ ଲୋକଙ୍କ ଜୀବନ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପଡ଼ିଆ ବ୍ଲକ୍‌ ଅନ୍ତର୍ଗତ ଭେଜନପାଲୀ ଗାଁରେ ଅଜଣା ରୋଗ ଆତଙ୍କ ଦେଖାଦେଇଛି। ଗତ ଦେଢ଼ ମାସ ମଧ୍ୟରେ ୫ରୁ ଅଧିକ ଲୋକଙ୍କ ଜୀବନ ଯାଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଏବେ ବି ୧୦ରୁ ଅଧିକ ଲୋକ ରୋଗରେ ଆକ୍ରାନ୍ତ ଥିବା ଜଣାପଡ଼ିଛି। ସେମାନଙ୍କ ମଧ୍ୟରୁ ୫ ଜଣ ଗୁରୁତର ଅଛନ୍ତି। ରୋଗରେ ଆକ୍ରାନ୍ତ ଥିବା ଲୋକଙ୍କ ହାତଗୋଡ଼ ଫୁଲିବା ସହ ଶରୀର ଦୁର୍ବଳ ହୋଇ ପଡ଼ୁଛି। ଶେଷରେ ଆକ୍ରାନ୍ତଙ୍କ ମୃତ୍ୟୁ ଘଟୁଥିବା […]

  • Thursday, 01 July 2021
ଯୁବ ସାମ୍ବାଦିକ ପ୍ରବୀର ପ୍ରଧାନଙ୍କ ପରଲୋକ

ଭୁବନେଶ୍ୱର: ନ୍ୟୁଜ୍‌ ୧୮ ଓଡ଼ିଆର ଯୁବ ସାମ୍ବାଦିକ ପ୍ରବୀର ପ୍ରଧାନଙ୍କ ପରଲୋକ ହୋଇଯାଇଛି। ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ସେ କରୋନାରେ ଆକ୍ରାନ୍ତ ଥିଲେ। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ଚିକିତ୍ସା ପରେ ମଧ୍ୟ ତାଙ୍କର ସ୍ୱାସ୍ଥ୍ୟାବସ୍ଥାରେ କୌଣସି ପରିବର୍ତ୍ତନ ଘଟିନଥିଲା। ଶେଷରେ ଚିକିତ୍ସାଧିନ ଅବସ୍ଥାରେ ହସ୍ପିଟାଲରେ ତାଙ୍କର ମୃତ୍ୟୁ ଘଟିଛି। କିଛି ଦିନ ତଳେ ପ୍ରବୀରଙ୍କ ବାପାଙ୍କର ପରଲୋକ ହୋଇଥିଲା।

  • Thursday, 01 July 2021
corona
କମୁଛି ଲୋକାଲ୍‌ କେସ୍‌, ୨୪ ଘଣ୍ଟାରେ ଓଡ଼ିଶାରେ ୧,୩୮୫ କରୋନା ଆକ୍ରାନ୍ତ‌ ଚିହ୍ନଟ

ଭୁବନେଶ୍ୱର: ଗତ ୨୪ ଘଣ୍ଟାରେ ଓଡ଼ିଶାରେ ୧,୩୮୫ ନୂଆ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଛନ୍ତି। ଆଜି ଖୋର୍ଦ୍ଧା ରୁ ସର୍ବାଧିକ ୧୫୯ ପଜିଟିଭ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ୧,୩୮୫  ଆକ୍ରାନ୍ତଙ୍କ ମଧ୍ୟରୁ ୭୯୮  ଜଣ କ୍ୱାରେଣ୍ଟିନ୍‌ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍‌ ୫୮୭ ରହିଛି। ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨,୯୭,୨୭୪ରେ ପହଞ୍ଚିଛି। Covid-19 Report […]

corona 1
୨୪ ଘଣ୍ଟାରେ କରୋନା ନେଲା ୧୪ ଜୀବନ

ଭୁବନେଶ୍ୱର: କରୋନା ନେଲା ଆଉ ୧୪ ଜଣଙ୍କ ଜୀବନ। ଗତକାଲି  ୧୨ ଜଣ କରୋନାରେ ପ୍ରାଣ ହରାଇଥିବାବେଳେ ଆଜି ଏହି ସଂଖ୍ୟା ବୃଦ୍ଧି ପାଇଛି । ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ କରୋନା ମୃତ୍ୟୁ ସଂଖ୍ୟା ୧, ୩୭୮ରେ ପହଞ୍ଚିଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି। ଆଜି ମୟୂରଭଞ୍ଜ ଓ ଭୁବନେଶ୍ୱରର ୩ ଜଣ ଲେଖାଏ କରୋନା ଆକ୍ରାନ୍ତ ଆଖି ବୁଜିଛନ୍ତି। ସୂଚନାଥାଉକି, ଆଜି ରାଜ୍ୟରେ ନୂଆ ପଜିଟିଭଙ୍କ […]

  • Thursday, 01 July 2021
ରାଜରାସ୍ତାରେ ଗର୍ଜିଲେ ରାନୀ; କହିଲେ, ‘ଏଇଟା ଟ୍ରେଲର୍‌, ଆଗକୁ କ’ଣ ହେବ ଭାବନ୍ତୁ ...’

ଭୁବନେଶ୍ୱର: କରୋନା ସ୍ଥିତିରେ ଦୀର୍ଘ ୭ ମାସରୁ ଅଧିକ ସମୟ ଧରି ବନ୍ଦ ରହିଛି ଯାତ୍ରା ପରିବେଷଣ। ଏହି ସମୟରେ ଦୁର୍ଦ୍ଦିନରେ ଦିନ କାଟୁଛନ୍ତି ଅନେକ କଳାକାର। ରୋଜଗାର ଅଭାବରୁ ଯାତ୍ରା ଜଗତ ବୁଡ଼ିବାକୁ ବସିଲାଣି। ତେଣୁ ଆଗକୁ ଯାତ୍ରା ପରିବେଷଣ ପାଇଁ ସରକାର ଅନୁମତି ଦେବାକୁ ଧାରଣା ଦେଇଛନ୍ତି ଯାତ୍ରା ଜଗତର କଳାକାର। ଯାତ୍ରା କଳାକାର ରାନୀ ପଣ୍ଡାଙ୍କ ନେତୃତ୍ୱରେ କଳାକାରମାନେ ଭୁବନେଶ୍ୱର ପିଏମ୍‌ଜି ଛକରେ ଧାରଣା ଦେଇଥିଲେ। କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ ମଧ୍ୟ […]

  • Thursday, 01 July 2021
highcourt
ଦୋଷୀ ସାବ୍ୟସ୍ତ ହେଲେ ମାଧ୍ୟମିକ ଶିକ୍ଷା ପରିଷଦ ନିର୍ଦ୍ଦେଶକ

ଭୁବନେଶ୍ୱର: ମହଙ୍ଗା ପଡ଼ିଲା ହାଇକୋର୍ଟରେ ମିଥ୍ୟା ସତ୍ୟପାଠ ଦାଖଲ। ଅଦାଲତ ଅବମାନନା ମାମଲାରେ ମାଧ୍ୟମିକ ଶିକ୍ଷା ପରିଷଦ ନିର୍ଦ୍ଦେଶକଙ୍କ ସହ ଯାଜପୁର, ଜଗତସିଂହପୁର ଓ ପୁରୀର ଜିଲ୍ଲା ଶିକ୍ଷାଧିକାରୀ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ହାଇକୋର୍ଟଙ୍କ ନିର୍ଦ୍ଦେଶ ପାଳନ କରିବାରେ ଅବହେଳା, ମିଥ୍ୟା ସତ୍ୟପାଠ ଦାଖଲ ଅଭିଯୋଗରେ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ପ୍ରଦୀପ କୁମାର ଦାଶ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଏଥିସହ ଯାଜପୁର, ଜଗତସିଂହପୁର, ପୁରୀ ଜିଲ୍ଲା ଶିକ୍ଷା ଅଧିକାରୀ ମଧ୍ୟ ଦୋଷୀ ସାବ୍ୟସ୍ତ ହୋଇଛନ୍ତି […]

  • Thursday, 01 July 2021
bjd
ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାସ ବିଜେଡିରୁ ସସ୍‌ପେଣ୍ଡ୍

ଭୁବନେଶ୍ୱର: ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାସ ବିଜେଡିରୁ ସସ୍‌ପେଣ୍ଡ୍ ହୋଇଛନ୍ତି। ଦଳ ବିରୋଧୀ କାର୍ଯ୍ୟ ଲାଗି ତାଙ୍କୁ ଦଳରୁ ସସ୍‌ପେଣ୍ଡ୍ କରାଯାଇଛି। ଏ ନେଇ ବିଜେଡି ପକ୍ଷରୁ ସୂଚନା ଦିଆଯାଇଛି। ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ତାଙ୍କୁ ଦଳରୁ ସସ୍‌ପେଣ୍ଡ୍ କରାଯାଇଛି।ପୂର୍ବରୁ ବାଲେଶ୍ୱରରୁ ବିଜେଡି ବିଧାୟକ ଥିଲେ ଜୀବନ ପ୍ରଦୀପ ଦାସ। ୨୦୧୯ରେ ବିଜେଡି ଟିକେଟ୍‌ରୁ ବାଲେଶ୍ୱରରେ ଲଢ଼ି ପରାଜିତ ହୋଇଥିଲେ ଜୀବନ ପ୍ରଦୀପ […]

  • Thursday, 01 July 2021
drown
ପୋଖରୀରେ ଗାଧୋଉ ଥିବାବେଳେ ବୁଡ଼ିଗଲେ ୨ ସାଙ୍ଗ

ଢେଙ୍କାନାଳ: ପୋଖରୀକୁ ଗାଧୋଇବାକୁ ଯାଇ ଥିବାବେଳେ ବୁଡ଼ିଗଲେ ଦୁଇ ନାବାଳିକା। ଢେଙ୍କାନାଳ ଜିଲ୍ଲା ଗଁନ୍ଦିଆ ଥାନା ଅନ୍ତର୍ଗତ କରମୁଳ ଗାଁରେ ଏହି ଦୁଃଖଦ ଘଟଣା ଘଟିଛି। ମୃତକ ଦ୍ୱୟ ହେଳେ-ଅନିତା ମଲ୍ଲିକ ଓ ଅଙ୍କିତା ମଲ୍ଲିକ। ଏମାନେ ଦୁଇ ସାଙ୍ଗ ବୋଲି ଜଣାପଡ଼ିଛି। ଉଭୟଙ୍କ ବୟସ ୧୦ ବର୍ଷ। ଅନିତା ଓ ଅଙ୍କିତା ଗାଁର ଗୋଡ଼ିପୋଖରୀକୁ ଗାଧୋଇବାକୁ ଯାଇଥିଲେ। ଗାଧୋଉଥିବା ବେଳେ ହଠାତ ଗୋଡ଼ ଖସି ଯିବାରୁ ଦୁହେଁ ପାଣି ଭିତରେ ବୁଡ଼ି ଯାଇଥିଲେ। ପରେ ଅଗ୍ନିଶମ […]

  • Thursday, 01 July 2021
clerk died
କ୍ଲାସ୍‌ ରୁମ୍‌ରୁ ମିଳିଲା କିରାଣିଙ୍କ ଝୁଲନ୍ତା ମୃତଦେହ

ସମ୍ବଲପୁର: କଲେଜ କ୍ଲାସ୍‌ ରୁମ୍‌ରୁ ମିଳିଲା କିରାଣିଙ୍କ ଝୁଲନ୍ତା ମୃତଦେହ। ସମ୍ବଲପୁରର ଏକ କଲେଜ କ୍ଲାସ୍‌ ରୁମ୍‌ରୁ ଜଣେ କିରାଣିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ଫ୍ୟାନ୍‌ରେ ତାଙ୍କ ମୃତଦେହ ଝୁଲୁଥିଲା। ଅଧିକ କାର୍ଯ୍ୟ ଚାପରେ ସେ ଆତ୍ମହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି। ଧନୁପାଲି ପୋଲିସ୍‌ ମୃତଦେହ ଉଦ୍ଧାର କରି ଘଟଣାର ତଦନ୍ତ ଆରମ୍ଭ କରିଛି।

  • Thursday, 01 July 2021
nirnajn-patniak
‘୨୦ ହଜାର କୋଟି ଟଙ୍କାର ଜମି ଦୁର୍ନୀତି ଅଭିଯୋଗକୁ ଚାପିଦେବାକୁ ବସିଛନ୍ତି ରାଜ୍ୟ ସରକାର’

ଭୁବନେଶ୍ୱର: ରାଜ୍ୟରେ ହୋଇଥିବା ଜମି ଦୁର୍ନୀତି ଅଭିଯୋଗକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ଏନେଇ ସେ ଟ୍ୱିଟ୍ କରି ଲେଖିଛନ୍ତି ଯେ ୨୦ ହଜାର କୋଟି ଟଙ୍କାର ଜମି ଦୁର୍ନୀତି ଅଭିଯୋଗ ଘଟଣାକୁ ଚାପିଦେବାକୁ ବସିଛନ୍ତି ରାଜ୍ୟ ସରକାର। ଜମି ଦୁର୍ନୀତି ନେଇ ବିଜେଡି ବିରୋଧରେ ଏଭଳି ଅନେକ ଅଭିଯୋଗ ରହିଛି। ଯଦି ଏହା ସତ ହୋଇଥାଏ, ତାହେଲେ ସରକାର ଦୁର୍ନୀତିର ଗନ୍ତାଘର ବୋଲି କୁହାଯିବ। ତା’ସହ ଏଭଳି ଦୁର୍ନୀତି […]

  • Thursday, 01 July 2021
chasi-andolona
ଜାତୀୟ କୃଷି ଆଇନକୁ ବିରୋଧ କରି ନବନିର୍ମାଣ କୃଷକ ସଂଗଠନର ରାଜପଥ ଅବରୋଧ

ଭୁବନେଶ୍ୱର: ଜାତୀୟ କୃଷି ଆଇନକୁ ବିରୋଧ କରି ରାଜପଥ ଅବରୋଧ। ନବନିର୍ମାଣକୃଷକ ସଂଗଠନର ଶତାଧିକ ସଂଖ୍ୟାରେ ସଦସ୍ୟ ଜାତୀୟ ରାଜପଥ ଅବରୋଧ କରିଥିଲେ। ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥର ହାଇଟେକ୍ ଛକ ନିକଟରେ ରାଜପଥ ଅବରୋଧ କରିଥିଲେ ନବ ନିର୍ମାଣ କୃଷକ ସଂଗଠନର ସଦସ୍ୟ। ଭୁବନେଶ୍ୱରକୁ ଆସୁଥିବା ଚାଷୀ ପଟୁଆରକୁ ଅଟକାଇଥିଲା ପୋଲିସ। ପ୍ରତିବାଦରେ ଜାତୀୟ ରାଜପଥ ଉପରେ ବସିଲେ ଶହ ଶହ ଚାଷୀ। ରାସ୍ତା ଉପରେ ଚାଷୀଙ୍କ ଆନ୍ଦୋଳନ ଯୋଗୁଁ ଯାତାୟତ ବାଧାପ୍ରାପ୍ତ ହୋଇଥିଲା। ଚାଷୀ ନେତା […]

  • Thursday, 01 July 2021
surjya patra
ଇ-ବିଧାନସଭା ଲାଗି ଆସନ୍ତାକାଲି ଠାରୁ ଟ୍ରେନିଂ ଆରମ୍ଭ

ଭୁବନେଶ୍ୱର: ୪ ଘଣ୍ଟା ବସିବ ଶୀତ ଅଧିବେଶନ। ରାଜ୍ୟ ବିଧାନସଭା ଶୀତ ଅଧିବେଶନ ନେଇ ସୂଚନା ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର। କୋଭିଡ କଟକଣା ଭିତରେ ଦୈନିକ ସାଢ଼େ ୪ ଘଣ୍ଟା ବସିବ ଶୀତ ଅଧିବେଶନ। ପ୍ରଶ୍ନ କାଳ ହେବ କି ନାହିଁ ସେନେଇ କିଛି ସ୍ଥିର କରାଯାଇନାହିଁ ବୋଲି ସୂର୍ଯ୍ୟ ପାତ୍ର କହିଛନ୍ତି। ବିଧାୟକ, କର୍ମଚାରୀ, ସାମ୍ବାଦିକଙ୍କ କୋଭିଡ଼ ଟେଷ୍ଟ ନେଇ ପରାମର୍ଶ ନିଆଯିବ। ଇ-ବିଧାନସଭା ଲାଗି ଆସନ୍ତାକାଲି ଠାରୁ ପ୍ରଶିକ୍ଷଣ ଶିବିର ଆରମ୍ଭ […]

  • Thursday, 01 July 2021
222
କୋଭିଡ୍ ରୋକିବାରେ ସହାୟକ ହେଉଛି ଆଇଭରମେକ୍ସିନ !

ଭୁବନେଶ୍ୱର:  କୋଭିଡ୍ ରୋକିବାରେ ସହାୟକ ହେଉଛି କି ଆଇଭରମେକ୍ସିନ ? ଏହି ମେଡିସିନ ଶରୀରରେ ଭୂତାଣୁର ମାତ୍ରା କମାଇ ଦେଉଥିବା ଭୁବନେଶ୍ୱର AIIMS ଗବେଷଣାରୁ ଜଣାପଡ଼ିଛି। ଏନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ଆଇଭରମେକ୍ସିନର ୨ଟି ଡୋଜ୍ କୋଭିଡ ଭୂତାଣୁ ସଂକ୍ରମଣକୁ ୭୩ ପ୍ରତିଶତ କମାଇଦେଉଥିବା ଗବେଷଣାରେ ଦାବି କରାଯାଇଛି। ଗତ ସେପ୍ଟେମ୍ବର ୨୦ରୁ ଅକ୍ଟୋବର ୧୯ ମଧ୍ୟରେ ଏମ୍ସ ଭୁବନେଶ୍ୱର ପକ୍ଷରୁ ଏହି ଗବେଷଣା କରାଯାଇଥିଲା । ଏମ୍ସ ସ୍ୱାସ୍ଥ୍ୟକର୍ମୀଙ୍କ ଦୁଇଟି ଗୋଷ୍ଠୀଙ୍କୁ ନେଇ […]

  • Thursday, 01 July 2021
PRABIR-BHAI
ସାମ୍ବାଦିକ ପ୍ରବୀରଙ୍କ ବିୟୋଗରେ ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଓ ଡିଜିପି

ଭୁବନେଶ୍ୱର: ଯୁବ ସାମ୍ବାଦିକ ପ୍ରବୀର ପ୍ରଧାନଙ୍କ ଦେହାନ୍ତରେ ଶୋକ ପ୍ରକାଶ କରିଛନ୍ତି ପୋଲିସ ଡିଜି ଅଭୟ।  ପ୍ରବୀରଙ୍କ ଭଉଣୀଙ୍କ ସହ କଥା ହୋଇ ସେ ସମବେଦନା ଜଣାଇଛନ୍ତି। ତାଙ୍କର ଅମର ଆତ୍ମାର ସଦଗତି କାମନା କରିଛନ୍ତି ପୋଲିସ ଡିଜି। ଅଭୟ ଟୁଇଟ୍ କରି କହିଛନ୍ତି, ପ୍ରବୀର ଜଣେ ପ୍ରତିଭାଶାଳୀ ସାମ୍ବାଦିକ ଥିଲେ। କ୍ରାଇମ ରିପୋର୍ଟିଂ କରୁଥିଲେ। ପ୍ରବୀର ତାଙ୍କ ବାପା ଜଣେ ଅବସରପ୍ରାପ୍ତ ପୋଲିସ ଅଧିକାରୀ ଥିଲେ। ତାଙ୍କର ମଧ୍ୟ କରୋନାରେ ମୃତ୍ୟୁ ହୋଇଛି ବୋଲି ଡିଜି […]

  • Thursday, 01 July 2021
icmr
କରୋନା ସଂକ୍ରମଣ ପାଇଁ କାହିଁକି ଡିସେମ୍ବର ଦ୍ୱିତୀୟ ସପ୍ତାହ ଗୁରୁତ୍ୱପୂର୍ଣ୍ଣ ?

ଭୁବନେଶ୍ୱର: କରୋନାର ଦ୍ୱିତୀୟ ୱେଭ୍ ନେଇ ଅନେକଙ୍କ ମଧ୍ୟରେ ଆଶଙ୍କା ବଢିଛି। ମୁଖ୍ୟମନ୍ତ୍ରୀ ମଧ୍ୟ ଏଥିପ୍ରତି ସତର୍କ ରହିବାକୁ ସେଚତନ କରାଇଛନ୍ତି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଦୀପାବଳିରେ ବାଣ ନ ଫୁଟାଇବାକୁ କଡାକଡି କରାଯାଇଛି।  ଏପରି କ୍ଷେତ୍ରରେ କାହିଁକି ଡିସେମ୍ବର ଦ୍ୱିତୀୟ ସପ୍ତାହ ଗୁରୁତ୍ୱପୂର୍ଣ୍ଣ ସେନେଇ ମତ ରଖିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ନିରୋଜ ମିଶ୍ର । ଶୀତ ଦିନେ ପ୍ରଦୂଷଣ ମାତ୍ରା ଅଧିକ ରୁହେ। ଏହି ଦିନରେ ଭାଇରାଲ ଇନଫେକ୍ସନ ଅଧିକ ହୁଏ । […]

  • Thursday, 01 July 2021
ganjam-deadbody
ମହାପ୍ରୟାଣ ଗାଡ଼ି ନମିଳିବାରୁ ଦୁଇ କିମି ରାସ୍ତା କାନ୍ଧରେ ବୋହିଲେ ଶବ

ଭୁବନେଶ୍ୱର: ମହାପ୍ରୟାଣ ଗାଡ଼ି ନମିଳିବାରୁ ଶେଷରେ ଦୀର୍ଘ ୨ କିଲୋମିଟର କାନ୍ଧରେ ବୋହି ବୋହି ଘରକୁ ମୃତଦେହ ଆଣିଲେ ପରିବାର ଲୋକେ। ଏଭଳି ଅଭିଯୋଗ ଆସିଛି ଗଞ୍ଜାମ ଜିଲ୍ଲା ସୋରଡା ବ୍ଲକ ବଡଗଡ ଅଞ୍ଚଳରୁ। ଅଭିଯୋଗ ଅନୁଯାୟୀ, ପଦ୍ମପୁର ଗାଁର ଲକ୍ଷ୍ମୀ ଗୌଡଙ୍କ ଦେହ ଖରାପ ହେବାରୁ ତାଙ୍କୁ ବଡଗଡ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ଅଣାଯାଇଥିଲା। ହେଲେ ମେଡିକାଲରେ ଆଖି ବୁଜିଥିଲେ ଲକ୍ଷ୍ମୀ। ମୃତଦେହ ଘରକୁ ନେବା ପାଇଁ ମେଡିକାଲ କର୍ତ୍ତପକ୍ଷଙ୍କୁ ଯୋଗାଯୋଗ କରିଥିଲେ। ହେଲେ […]

  • Thursday, 01 July 2021
odisha
ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ଏମିତି ପରାମର୍ଶ ଦେଲେ ସ୍ୱାସ୍ଥ୍ୟ ବିଶେଷଜ୍ଞ

ଭୁବନେଶ୍ୱର: କରୋନା ସଂକ୍ରମିତଙ୍କ ମଧ୍ୟରୁ କେବଳ ୫ରୁ ୬% ଲୋକଙ୍କ ଠାରେ ଲକ୍ଷଣ ଦେଖାଯାଉଛି। ଅନେକ ରୋଗପ୍ରତିରୋଧକ ଶକ୍ତି ପାଇଁ ଆପଣା ଛାଏଁ ଭଲ ହୋଇଯାଆନ୍ତି ବୋଲି ବିଶିଷ୍ଟ ଇମୁନୋଲୋଜିଷ୍ଟ ରମାନାଥ ମିଶ୍ରଙ୍କ ପରାମର୍ଶ ଦେଇଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ କରୋନା ସ୍ଥିତି ଓ ଏହାର ମୁକାବିଲା ନେଇ ଏପରି ସୂଚନା ଦିଆଯାଇଛି। ଶ୍ରୀ ମିଶ୍ର ଆହୁରି ମଧ୍ୟ କହିଛନ୍ତି ଯେ ଭୁବନେଶ୍ୱରରେ ୫୦%ରୁ ଊର୍ଦ୍ଧ୍ୱ ଲୋକଙ୍କ ଠାରେ ହାର୍ଡ ଇମ୍ୟୁନିଟି ଡେଭଲପ କରିଛି। ରୋଗ ପ୍ରତିରୋଧକ […]

  • Thursday, 01 July 2021
bapa
ବାଥରୁମରେ ବାପାଙ୍କୁ ୮ ଦିନ ଧରି ବନ୍ଦ ରଖିଥିଲେ ପୁଅ-ବୋହୂ; ଉଦ୍ଧାର କଲା ପୋଲିସ

ଭୁବନେଶ୍ୱର: ବାଥରୁମ୍ ଭିତରେ ବାପାଙ୍କୁ ୮ ଦିନ ଧରି ବନ୍ଦ କରି ରଖିଥିଲେ ପୁଅ-ବୋହୂ। ଖବର ପାଇ ଅସହାୟ ବୃଦ୍ଧଙ୍କୁ ଉଦ୍ଧାର କରିଛି ପୋଲିସ। ରାଜଧାନୀ ଭୁବନେଶ୍ୱର ପଳାଶୁଣିରେ ଘଟିଛି ଏଭଳି ଅଭାବନୀୟ ଘଟଣା। ପଳାଶୁଣି ଅଞ୍ଚଳରେ ରହୁଥିବା ଅବସରପ୍ରାପ୍ତ କର୍ମଚାରୀ ନବଘନ ସେଠୀଙ୍କୁ ତାଙ୍କ ପୁଅ-ବୋହୂ କୌଣସି କାରଣରୁ ଦୀର୍ଘ ୮ ଦିନ ଧରି ବାଥରୁମ୍ ଭିତରେ ବନ୍ଦ କରି ରଖିଥିଲେ। ବୃଦ୍ଧ ଜଣକ ଆଜି କୌଣସିମତେ ଘରର ବାଲକୋନିକୁ ଆସି ତାଙ୍କୁ ଉଦ୍ଧାର ପାଇଁ […]

  • Thursday, 01 July 2021
saru
ସାରୁଅ ଜମି କିଣାବିକା ମାମଲାରେ କ୍ରାଇମ୍ବ୍ରାଞ୍ଚର ଅନୁରୋଧକୁ ଓଟିଭିର ସ୍ୱାଗତ

ଭୁବନେଶ୍ୱର: ବେନାମୀ ଟ୍ରାଞ୍ଜାକସନ୍‌ର ତଦନ୍ତ ରାଜ୍ୟ ପୋଲିସ୍‌ର ତଦନ୍ତ ପରିସରଭୁକ୍ତ ନୁହେଁ। ଖୋର୍ଦ୍ଧା ଜିଲ୍ଲା ସାରୁଅରେ ଓଡ଼ିଶା ଇନ୍‌ଫ୍ରାଟେକ୍ ପ୍ରାଇଭେଟ୍ ଲିମିଟେଡ୍ ଦ୍ୱାରା ଜମି କିଣା ଦୁର୍ନୀତି ଅଭିଯୋଗ ଉପରେ ଏକ ପ୍ରେସ୍‌ମିଟରେ ଏହା କହିଛନ୍ତି କ୍ରାଇମବ୍ରାଞ୍ଚ ଏଡ଼ିଜି ସୌମେନ୍ଦ୍ର ପ୍ରିୟଦର୍ଶୀ। ତେଣୁ ବେନାମୀ ଟ୍ରାଞ୍ଜାକସନ୍‌ର ତଦନ୍ତ ପାଇଁ ଆୟକର ବିଭାଗକୁ ଅନୁରୋଧ କରାଯାଇଥିବା ସେ କହିଛନ୍ତି। ଏବେ ସାରୁଅ ଜମି ଦୁର୍ନୀତି ଅଭିଯୋଗ ମାମଲାରେ କ୍ରାଇମ୍ବ୍ରାଞ୍ଚର EOW ଶାଖା ତଦନ୍ତ କରୁଛି। ଏପଟେ ସାରୁଅ ଜମି […]

  • Thursday, 01 July 2021
bjp bjd
ଆଗକୁ ବିଜେଡିକୁ ଆଉ ଲୋଡ଼ିବ ତ ବିଜେପି ?

ଭୁବନେଶ୍ୱର: ରାଜ୍ୟସଭାରେ ଏନ୍‌ଡିଏର ପଲ୍ଲା ଭାରି ହେବା ପରେ ବିଜେପି-ବିଜେଡି ସଂପର୍କର ଭବିଷ୍ୟତକୁ ନେଇ ଚର୍ଚ୍ଚା ଜୋର ଧରିଛି। ନିକଟରେ ବିଜେପିର ୯ ଜଣ ସାଂସଦ ନିର୍ବାଚିତ ହେବା ପରେ ରାଜ୍ୟସଭାରେ ଏନ୍‌ଡିଏର ସଂଖ୍ୟା ଏବେ ୧୧୦ ଉପରେ ରହିଛି। ତେଣୁ ଏଭଳି ସ୍ଥିତିରେ ଆଗକୁ କିଭଳି ରହିବ ସମୀକରଣ ?  ବିଜେଡି ପ୍ରତି ବିଜେପିର ଆଭିମୁଖ୍ୟ ଆଗକୁ କଠୋର ହେବା ନେଇ ରାଜନୈତିକ ସମୀକ୍ଷକ ମତ ଦେଇଥିଲା ବେଳେ ଆରମ୍ଭ ହୋଇଛି ରାଜନୈତିକ ଆରୋପ ପ୍ରତ୍ୟାରୋପ। […]

  • Thursday, 01 July 2021