ଲକ୍ଷ୍ନୌ: ଉନ୍ନାଓ ଦୁଷ୍କର୍ମ ମାମଲାରେ ଜେଲରେ ଥିବା ବିଜେପିରୁ ବହିଷ୍କୃତ ବିଧାୟକ କୁଲଦୀପ ସିଂହ ସେନ୍ଗାରଙ୍କ ବନ୍ଧୁକ ଲାଇସେନ୍ସ ରଦ୍ଦ ହୋଇଛି। ତାଙ୍କ ପାଖରେ ଏକ ବନ୍ଧୁକ, ରାଇଫଲ ଏବଂ ରିଭଲଭର ରଖିବା ପାଇଁ ତିନୋଟି ପୃଥକ ପୃଥକ ଲାଇସେନ୍ସ ଥିଲା। ଜିଲ୍ଲା ପ୍ରଶାସନ ଏ ସମସ୍ତ ଲାଇସେନ୍ସ ରଦ୍ଦ କରିଛି। ଗତବର୍ଷ ବିଧାୟକ ସେନ୍ଗାରଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆସିଥିଲା। ଏହାପରେ ସେ ଗିରଫ ହୋଇଥିଲେ। ଏବେ ଏହି ଦୁଷ୍କର୍ମ ମାମଲାର ତଦନ୍ତ ସିବିଆଇ କରୁଛି। […]
ଲକ୍ଷ୍ନୌ: ତିନ୍ ତଲାକ୍ ବିଲ୍ ରାଜ୍ୟ ସଭାରେ ଅନୁମୋଦନ ପାଇଲା ପରେ ଏହାର ପ୍ରଭାବ ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଛି। କିଛି ଲୋକ ତ ଏହାକୁ ବିରୋଧ କରି ସୁପ୍ରିମ୍କୋର୍ଟ ପର୍ଯ୍ୟନ୍ତ ଯିବାକୁ ଚାହୁଁଛନ୍ତି। କିନ୍ତୁ କିଛି ଲୋକଙ୍କ ଉପରେ ଏହାର ପ୍ରଭାବ ପଡ଼ିଛି। ଯେଉଁଥିପାଇଁ ଅନେକଙ୍କ ଉଜୁଡା ଘର ସଜାଡି ହେଉଥିବା ଦେଖିବାକୁ ମିଳୁଛି । ଯେଉଁମାନେ ତିନି ତଲାକ କହି ପତ୍ନୀଙ୍କୁ ଛାଡ଼ି ଦେଇଥିଲେ, ସେମାନେ ଏବେ ସସମ୍ମାନେ ନିଜ ପତ୍ନୀଙ୍କୁ ଫେରାଇ ଆଣୁଛନ୍ତି। […]
ନୂଆଦିଲ୍ଲୀ:ଛୋଟ ଛୋଟ ଛୁଆ ଦୁହିଁଙ୍କୁ ନେଇ ମା’ ପହଞ୍ଚିଲା ଷ୍ଟେଶନରେ। ମା’ ସହ ବୁଲିବାକୁ ଯାଉଥିବାରୁ ପିଲାମାନଙ୍କ ମନ ଭାରି ଖୁସି । ହେଲେ ମା’ ମନରେ ଯେ ଏତେ ଭୟଙ୍କର କଥା ଛପି ରହିଛି ନିରୀହ ଶିଶୁ ଦୁହେଁ ବା ଜାଣିବେ କିପରି ? ପିଲାଙ୍କୁ ସୁରକ୍ଷିତ ଜାଗାରେ ଛିଡ଼ା କରାଇ ମା’ ଚାଲି ଯାଇଥିଲା ଆତ୍ମହତ୍ୟା କରିବାକୁ । ହେଲେ କରି ପାରିଲେନି। ଛୋଟ ଛୋଟ ସେଇ ପିଲାମାନେ ହିଁ ତାଙ୍କ ଜୀବନ ବଞ୍ଚାଇଲେ। […]
ବେଙ୍ଗାଲୁରୁ: ଇଣ୍ଟରନେଟରେ ଏକ ଓ୍ୱେବ୍ ସିରିଜ୍ ଦେଖି ଲୋକଙ୍କ ସମସ୍ୟା ବାବଦରେ ହୃଦବୋଧ କଲେ। ଆଉ ୬ ମାସ ପରେ ସମସ୍ୟାର ସମାଧାନ ନିଜେ କରି ସଫଳ ହୋଇଛନ୍ତି ଓଡ଼ିଆ ପୁଅ ପ୍ରତୀକ ମହାପାତ୍ର। ଲୋକମାନେ ଅର୍ଗାନ ଡୋନେସନ ପ୍ରତି ଆଗ୍ରହ ପ୍ରକାଶ କରୁଛନ୍ତି କିନ୍ତୁ ଠିକଣା ସମୟରେ ଅଙ୍ଗପ୍ରତ୍ୟଙ୍ଗ ଲୋଡୁଥିବା ବ୍ୟକ୍ତିଙ୍କୁ ଏହା ମିଳୁ ପାରୁ ନାହିଁ। ଓ୍ୱେବ୍ ସିରିଜରେ ଏଭଳି କିଛି ସମସ୍ୟା ବାବଦରେ ଦେଖିଥିଲେ ପ୍ରତୀକ। ଏହାପରେ ଇଣ୍ଟରନେଟରେ ଅଧିକ ଗବେଷଣା କରି […]
ନୂଆଦିଲ୍ଲୀ: ଦିଲ୍ଲୀରେ ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ ଏକ ବଡ଼ ଘୋଷଣା କରିଛନ୍ତି। ଆଜିଠୁ ଦିଲ୍ଲୀରେ ୨୦୦ ୟୁନିଟ୍ ପର୍ଯ୍ୟନ୍ତ ବିଜୁଳି ବ୍ୟବହାର କଲେ କୌଣସି ଟଙ୍କା ଦେବାକୁ ପଡ଼ିବ ନାହିଁ ବୋଲି କେଜ୍ରିଓ୍ୱାଲ ସରକାର ଘୋଷଣା କରିଛନ୍ତି। ଏହାପରେ ୨୦୧ ୟୁନିଟରୁ ୪୦୦ ୟୁନିଟ୍ ମଧ୍ୟରେ ବିଜୁଳି ବ୍ୟବହାର କଲେ ମୋଟ ବିଲର ମାତ୍ର ୫୦ ପ୍ରତିଶତ ଟଙ୍କା ଦେବାକୁ ପଡ଼ିବ ବୋଲି ମୁଖ୍ୟମନ୍ତ୍ରୀ କେଜ୍ରିଓ୍ୱାଲ କହିଛନ୍ତି। ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଦିଲ୍ଲୀ […]