ବାଙ୍ଗାଲୋର: ଶେଷରେ କର୍ଣ୍ଣାଟକରେ ଭାଙ୍ଗିଲା ମେଣ୍ଟ ସରକାର। ଏବେ ସରକାର ଗଠନ ଲାଗି ବିଜେପି ଆରମ୍ଭ କରି ଦେଇଛି ସଜବାଜ। ଆଜି ବସିବ ବିଜେପି ବିଧାୟକ ଦଳ ବୈଠକ । ବିଜେପି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଦଳର ପର୍ଯ୍ୟବେକ୍ଷକ ଆଜି ବେଙ୍ଗାଲୁରୁ ଯିବେ ଏବଂ ବିଧାୟକ ଦଳ ବୈଠକରେ ସାମିଲ ହେବେ । ବୈଠକରେ ବି.ଏସ୍. ୟେଦୁରପ୍ପାଙ୍କୁ ନେତା ଭାବେ ବଛାଯିବ । ୨୬ ତାରିଖ ଶୁକ୍ରବାର ଦିନ ୟେଦୁରପ୍ପା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇପାରନ୍ତି […]
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଅଫିସରେ ପ୍ରତିଦିନ ବଡ଼ ବଡ଼ ନେତାଙ୍କୁ ସାକ୍ଷାତ କରନ୍ତି। ମୋଦିଙ୍କୁ ଭେଟୁଥିବା ଭିଆଇପିଙ୍କ ମଧ୍ୟରେ ବିଦେଶର ପ୍ରତିନିଧିମାନେ ମଧ୍ୟ ରହିଥାଆନ୍ତି। ହେଲେ ମଙ୍ଗଳବାର ମୋଦିଙ୍କୁ ସାକ୍ଷାତ କରିବା ପାଇଁ ତାଙ୍କର ଜଣେ ଖାସ୍ ସାଙ୍ଗ ଆସିଥିଲେ। ମୋଦି ସେହି ଖାସ୍ ସାଙ୍ଗ ସହ ଅଫିସରେ ଖେଳୁଥିବାର ଦୃଶ୍ୟ ଆଜି ସେ ନିଜେ ଇନ୍ଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି। ଏହି ଫଟୋରେ ମୋଦି ଗୋଟିଏ ଛୋଟ ପିଲାକୁ ଧରିଥିବା ଦେଖିବାକୁ ମିଳିଛି। ମୋଦି […]
ୱାଶିଂଟନ୍: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ସାକ୍ଷାତ ଓ ତାଙ୍କଠାରୁ କଶ୍ମୀର ସମସ୍ୟାରେ ମଧ୍ୟସ୍ଥତା ସମ୍ପର୍କିତ ବୟାନ ଶୁଣିବା ପରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଉତ୍ସାହିତ ହୋଇ ଉଠିଛନ୍ତି। ଭାରତ କଶ୍ମୀର ସମସ୍ୟାକୁ ଦ୍ୱିପାକ୍ଷିକ ଆଲୋଚନା ଦ୍ୱାରା ସମାଧାନ କରିବାକୁ ଚାହୁଁଥିବା ବେଳେ ଆଜି ଇମ୍ରାନ୍ ବିପରୀତ ଢଙ୍ଗରେ ବୟାନ ଦେଇଛନ୍ତି। ଟ୍ରମ୍ପଙ୍କୁ ସାକ୍ଷାତ କରିବା ପରେ ଇମ୍ରାନ୍ କହିଛନ୍ତି, “କଶ୍ମୀର ସମସ୍ୟା ଦୀର୍ଘ ୭୦ ବର୍ଷ ହେଲା ଚାଲି ଆସିଛି। ତେଣୁ ଏହା ଦ୍ୱିପାକ୍ଷିକ […]
ନୂଆଦିଲ୍ଲୀ: ଲୋକସଭାରେ ଗୁରୁତ୍ୱପୂର୍ଣ୍ଣ ସଂଶୋଧିତ ସୂଚନା ଅଧିକାର ଆଇନ ୨୦୧୯ ପାରିତ ହୋଇଛି। ରାଷ୍ଟ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ ଲୋକସଭାରେ ଏହାକୁ ଆଗତ କରିଥିଲେ। ଏହି ସଂଶୋଧନ ବିଧେୟକ ସପକ୍ଷରେ ୨୧୮ ଏବଂ ବିପକ୍ଷରେ ୭୯ ଜଣ ସାଂସଦ ଭୋଟ୍ ଦେଇଥିଲେ। ସଂଶୋଧିତ ବିଧେୟକରେ ସୂଚନା କମିଶନରଙ୍କ ରୋଜଗାର, ବେତନ, କାର୍ଯ୍ୟକାଳ ଓ ଅନ୍ୟ ନିୟମକୁ ଲାଗୁ କରିବାର ଅଧିକାର ସରକାରଙ୍କୁ ଦେବାକୁ ବିଲ୍ରେ ଉଲ୍ଲେଖ ରହିଛି। ତେବେ ଏହି ବିଲ୍ ଉପରେ ଚର୍ଚ୍ଚା ବେଳେ କଂଗ୍ରେସ ସଂସଦୀୟ […]
ନୂଆଦିଲ୍ଲୀ: ଭାରତୀୟ ମହାକାଶ ଗବେଷଣା କେନ୍ଦ୍ରର ମାଇଲ ଖୁଣ୍ଟ କୁହାଯାଉଥିବା ଚନ୍ଦ୍ରଯାନ-୨ ଜହ୍ନ ଅଭିମୁଖେ ଯାତ୍ରା ଆରମ୍ଭ କରିଛି । ସୋମବାର ମଧ୍ୟାହ୍ନ ୨ଟା ୪୩ ମିନିଟ୍ରେ ଶ୍ରୀହରିକୋଟାର ସତୀଶ ଧୱନ ସ୍ପେସ୍ ସେଣ୍ଟରରୁ ଉତ୍କ୍ଷେପଣ କରାଯାଇଥିଲା। ଚନ୍ଦ୍ରରେ ପହଞ୍ଚିବା ପାଇଁ ଏହାକୁ ପ୍ରାୟ ୪୮ ଦିନ ଲାଗିବ। ୪୮ ଦିନ ପରେ ଜହ୍ନରେ ପହଞ୍ଚିବା ପରେ କେଉଁଠି ରହିବ ? କ’ଣ କରିବ ? ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର(ଇସ୍ରୋ) ଏହି ଚନ୍ଦ୍ରଯାନ-୨କୁ ଜହ୍ନର ସାଉଥ […]
ନୂଆଦିଲ୍ଲୀ: ଭାଇର ସାହସ ଓ ବୀରତ୍ୱରେ ଅନୁପ୍ରାଣିତ ହୋଇ ଭାରତୀୟ ସେନାରେ ଯୋଗ ଦେଇଛନ୍ତି ଜାମ୍ମୁ କାଶ୍ମୀର ସୋପିଆନର ଦୁଇ ଭାଇ ମହମ୍ମଦ ଶବୀର ଓ ମହମ୍ମଦ ତାରିକ। ମାତୃଭୂମିର ରକ୍ଷା ସହ ଆତଙ୍କବାଦୀଙ୍କୁ ନିପାତ କରି ଭାଇ ମୃତ୍ୟୁର ପ୍ରତିଶୋଧ ନେବା ତାଙ୍କର ଲକ୍ଷ୍ୟ ବୋଲି କହିଛନ୍ତି ସେମାନେ। ଭାରତୀୟ ସେନାବାହିନୀରେ ଯୋଗ ଦେଇଥବା ଏହି ଦୁଇ ବୀର ଯବାନ ହେଉଛନ୍ତି ସହିଦ ଔରଙ୍ଗଜେବଙ୍କ ଭାଇ ମହମ୍ମଦ ତାରିକ ଓ ମହମ୍ମଦ ଶବୀର। ଏଠାରେ ମନେ […]
ଉତ୍ତରକାଶୀ: ଉତ୍ତରାଖଣ୍ଡର ଉତ୍ତରକାଶୀ ଜିଲ୍ଲାରେ ୩ ମାସ ହେବ କୌଣସି ଝିଅ ଜନ୍ମଲାଭ କରିନାହାନ୍ତି। ଏମିତି ଏକ ରିପୋର୍ଟ ସାମ୍ନାକୁ ଆସିବା ପରେ ଜିଲ୍ଲା ପ୍ରଶାସନ ଚିନ୍ତାରେ ପଡ଼ିଛି। କାରଣ କେନ୍ଦ୍ର ସରକାର ଲିଙ୍ଗଗତ ସମାନୁପାତ ରଖିବା ପାଇଁ ‘ବେଟି ବଚାଓ, ବେଟି ପଢ଼ାଓ’ ଅଭିଯାନ ଆରମ୍ଭ କରିଥିବାବେଳେ ଉତ୍ତରକାଶୀର ଏହାର କିଛି ପ୍ରଭାବ ପଡି ନ ଥିବା ଦେଖିବାକୁ ମିଳିଛି। ଅନ୍ତିମ ୩ ମାସର ରିପୋର୍ଟ ଅନୁଯାୟୀ ପାଖାପାଖି ୧୩୨ଟି ଗାଁରେ ୨୧୬ ଜଣ ଶିଶୁ ଜନ୍ମଲାଭ […]
ନୂଆଦିଲ୍ଲୀ: ଭାରତୀୟ ସ୍ପେଶ ଇତିହାସରେ ଯୋଡ଼ି ହୋଇଛି ସ୍ୱର୍ଣ୍ଣିମ ଅଧ୍ୟାୟ। ଆମେରିକା, ଚାଇନା ଓ ରୁଷ ପରେ ୪ର୍ଥ ଦେଶ ଭାବେ ଭାରତ ଆଜି ତା’ର ଚନ୍ଦ୍ରଯାତ୍ରା ଆରମ୍ଭ କରିଛି। ଆଜି ଠିକ୍ ମଧ୍ୟାହ୍ନ ୨.୪୩ରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ମହାକାଶ କେନ୍ଦ୍ରରୁ ଚନ୍ଦ୍ରଯାନ-୨ ଜହ୍ନ ମାମୁ ଅଭିମୁଖେ ଉଡ଼ାଣ ଭରିଛି। ଇସ୍ରୋର ଜିଏସ୍ଏଲଭି-ଏମକେ-୩ ଦ୍ୱାରା ଚନ୍ଦ୍ରଯାନ-୨ ଚନ୍ଦ୍ରକୁ ଯାଇଛି। ଏହି ଜିଏଲଏଲଭି-ଏମକେ-୩ ଇସ୍ରୋର ବାହୁବଳୀ ଭାବେ ପରିଚିତ। ଲ୍ୟାଣ୍ଡର ବିକ୍ରମ ଓ ରୋଭର ପ୍ରଜ୍ଞାକୁ ନେଇ ଗଠିତ […]