ନୂଆଦିଲ୍ଲୀ: କଡ଼ା ସୁରକ୍ଷା ବଳୟକୁ ଭେଦ କରି ୩ ଜଣ ଆତଙ୍କବାଦୀ ଓ ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସ୍ଆଇର ଜଣେ ଏଜେଣ୍ଟ ଗୁଜରାଟ ସୀମା ଦେଇ ଭାରତ ମଧ୍ୟକୁ ପଶି ଆସିଥିବା ଜଣାପଡ଼ିଛି। ଗୁଇନ୍ଦା ବିଭାଗ ଏହି ସୂଚନା ଦେବା ପରେ ରାଜସ୍ଥାନ ଓ ଗୁଜରାଟ ସମେତ ସମଗ୍ର ଦେଶରେ ହାଇଆଲର୍ଟ ଜାରି କରାଯାଇଛି। ରାଜସ୍ଥାନର ସିରୋହି ଏସ୍ପି କଲ୍ୟାଣମଲ ମୀନା ଏହି ଆତଙ୍କୀ ଆଲର୍ଟ ସମ୍ପର୍କରେ ଜିଲ୍ଲାର ସମସ୍ତ ପୁଲିସ୍ ଷ୍ଟେସନକୁ ଚିଠି ଲେଖି ଅବଗତ […]
ନୂଆଦିଲ୍ଲୀ: ବଲିଉଡ୍ର ଖିଲାଡି ଅକ୍ଷୟ କୁମାରଙ୍କ ସହ ମନ ଖୋଲା କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଧାନମନ୍ତ୍ରୀ ଅକ୍ଷୟଙ୍କ ସହ ଏକ ଅଣରାଜନୈତିକ ଆଲୋଚନା କରି ନିଜ ବ୍ୟକ୍ତିଗତ ଜୀବନର ଅନେକ ଅନୁଭୂତି ଏବଂ ତଥ୍ୟ ବାଣ୍ଟିଛନ୍ତି। ପ୍ରଧାନମନ୍ତ୍ରୀ ହୋଇ ନ ଥିଲେ କ’ଣ ହୋଇଥାନ୍ତେ, କାହା ସହ ତାଙ୍କର ବନ୍ଧୁତା ରହିଛି ଭଳି ନିଜ ବ୍ୟକ୍ତିଗତ ଜୀବନଶୈଳୀର ଅନେକ ରୋଚକପୂର୍ଣ୍ଣ କଥା କହିଛନ୍ତି ମୋଦି।
ନୂଆଦିଲ୍ଲୀ: ଆଜି ଦେଶର ୧୩ଟି ରାଜ୍ୟ ଓ ୨ଟି କେନ୍ଦ୍ର ଶାସିତ ଅଞ୍ଚଳରେ ତୃତୀୟ ପର୍ଯ୍ୟାୟ ପାଇଁ ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି। ଏହି ପର୍ଯ୍ୟାୟ ନିର୍ବାଚନରେ ବହୁ ହେଭିୱେଟ୍ଙ୍କ ଭାଗ୍ୟ ଇଭିଏମ୍ରେ ସିଲ୍ ହେବ। ସେମାନଙ୍କ ମଧ୍ୟରେ ଅଛନ୍ତି ଗୁଜରାଟର ଗାନ୍ଧିନଗରରୁ ଏଥର ଲୋକସଭା ନିର୍ବାଚନ ଲଢୁଥିବା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ। ସେହିଭଳି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ଦକ୍ଷିଣ ଅଭିଯାନ କେତେ ଫଳପ୍ରଦ ସାବ୍ୟସ୍ତ ହେବ ତାହା ମଧ୍ୟ ଜଣାପଡ଼ିବ। ଆମେଥି […]
ଅହମଦାବାଦ: ସାଧାରଣ ନିର୍ବାଚନ ପାଇଁ ଆଜି ଦେଶର ୧୩ଟି ରାଜ୍ୟ ଓ ୨ଟି କେନ୍ଦ୍ର ଶାସିତ ଅଞ୍ଚଳରେ ତୃତୀୟ ପର୍ଯ୍ୟାୟ ପାଇଁ ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି। ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜରାଟର ଅହମଦାବାଦ ସ୍ଥିତ ଏକ ମତଦାନ କେନ୍ଦ୍ରରେ ନିଜର ମତଦାନ ସାବ୍ୟସ୍ତ କରିଛନ୍ତି। ସକାଳେ ମୋଦି ନିଜ ଘରକୁ ଯାଇ ମା’ ହୀରାବେନ୍ଙ୍କ ଆଶୀର୍ବାଦ ଗ୍ରହଣ କରିଥିଲେ। ଏହାପରେ ମତଦାନ କେନ୍ଦ୍ରକୁ ଆସି ଭୋଟ୍ ଦେଇଥିଲେ। ଭୋଟ୍ ଦେବା ପରେ […]