• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

encounter
ଏନ୍‌କାଉଣ୍ଟରରେ ୨ ଆତଙ୍କୀ ନିହତ

ଶ୍ରୀନଗର: ସୀମାନ୍ତରେ  ସେନା-ସୁରକ୍ଷାବାହିନୀ ମଧ୍ୟରେ ଆଜି ଚାଲିଥିବା ଏନ୍‌କାଉଣ୍ଟରରେ ୨ ଆତଙ୍କବାଦୀ ନିହତ ହୋଇଛନ୍ତି। ଜାମ୍ମୁକାଶ୍ମୀର ଶ୍ରୀନଗର ଉପକଣ୍ଠ ରଣବୀରଗଡ଼ ଅଂଚଳରେ ଆତଙ୍କବାଦୀଙ୍କ ସହ ମୁହାଁମୁହିଁ ହୋଇଥିଲେ ଯବାନ । ସକାଳ ୮ଟାରୁ ଗୁଳି ବିନିମୟ ଆରମ୍ଭ ହୋଇଥିଲା । ଗୁଳି ବିନିମୟରେ ୨ଆତଙ୍କୀ ନିହତ ହୋଇଥିବାବେଳେ CRPFର ଜଣେ ଯବାନ ଆହତ ହୋଇଛନ୍ତି । ନିହତ ହୋଇଥିବା ଦୁଇ ଆତଙ୍କବାଦୀଙ୍କ ମଧ୍ୟରୁ ଜଣେ ସୋଜିଥ୍ ଗାଁର ବାସିନ୍ଦା ଓ ତାଙ୍କ ନାମ  ଇଶାଫ ରସିଦ।  ସେ […]

  • Tuesday, 06 July 2021
gehalat
ରାଜସ୍ଥାନ ରାଜନୀତି: ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ନାହିଁ କହି ବିଧାନସଭା ଅଧିବେଶନକୁ ଏଡ଼ାଇଲେ ରାଜ୍ୟପାଳ

ଜୟପୁର: ରୋଚକ ମୋଡ ନେଉଛି ରାଜସ୍ଥାନ ରାଜନୀତି। ବିଧାନସଭା ଅଧିବେଶନ ଡାକି ବହୁମତ ସାବ୍ୟସ୍ତ କରିବାକୁ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଚାହୁଁଥିବାବେଳେ ରାଜ୍ୟପାଳ କଲରାଜ ମିଶ୍ର ବିଧାନସଭା ଅଧିବେଶନ ପାଇଁ ଅନୁମତି ଦେଇ ନାହାନ୍ତି।  ଏ ନେଇ ପ୍ରତିକ୍ରିୟା ପ୍ରକାଶ କରଛନ୍ତି ଗେହଲଟ। ସେ କହିଛନ୍ତି  ‘ମୋ ସୁରକ୍ଷା ପାଇଁ ମୁଁ କାହାକୁ କହିବି ? ସୋମବାରରୁ ଜରୁରୀ ବିଧାନସଭା ଡକା ନଗଲେ ଲୋକେ ଯଦି ରାଜଭବନ ଘେରାଉ କରନ୍ତି ସେଥିପାଇଁ ଯାହା ସ୍ଥିତି ଉପୁଜିବ ସରକାର […]

  • Tuesday, 06 July 2021
china
ଚାଇନାର ୯୦ ବୈଜ୍ଞାନିକଙ୍କ ଇସ୍ତଫା ଘଟଣା; ତଦନ୍ତକାରୀ ଟିମ୍‌ ପଠାଇଲେ ସରକାର

ନୂଆଦିଲ୍ଲୀ: ଚାଇନିଜ୍ ଏକାଡେମୀ ଅଫ୍‌ ସାଇନ୍ସର(ସିଏଏସ୍‌)ର ଏକ ଗବେଷଣା ସଂସ୍ଥାନର ପରମାଣୁ ସୁରକ୍ଷା ବିଭାଗ(Nuclear Security Science)ରୁ ୯୦ ଜଣ ବୈଜ୍ଞାନିକଙ୍କ ଇସ୍ତଫା ଘଟଣା ବର୍ତ୍ତମାନ ଚାଇନାରେ ଚହଳ ପକାଇଛି। ତେବେ କାହିଁକି ହଠାତ୍ ଏତେ ସଂଖ୍ୟାକ ବୈଜ୍ଞାନିକ ଇସ୍ତଫା ଦେଲେ ସେନେଇ ତଦନ୍ତ କରିବାକୁ ଏକ ଇନ୍‌ଭେଷ୍ଟିଗେସନ ଟିମ୍ ପଠାଇଛି ଚାଇନା କ୍ୟାବିନେଟ୍‌। ଏନେଇ ସିଏଏସ୍ ସୂଚନା ଦେଇଛି। ମଙ୍ଗଳବାର ୯୦ ଜଣ ବୈଜ୍ଞାନିକ ଇସ୍ତଫା ଦେବା ନେଇ ସିଏଏସ ସୂଚନା ଦେବା ପରେ ଏହି […]

  • Tuesday, 06 July 2021
rajsthan
ରାଜସ୍ଥାନ ରାଜନୀତି; ବିଧାୟକଙ୍କୁ ନୋଟିସ୍ ପ୍ରସଙ୍ଗରେ ସୋମବାର ସୁପ୍ରିମକୋର୍ଟରେ ଶୁଣାଣି

ଜୟପୁର: ସାମ୍ବିଧାନିକ ସଂକଟ ଆଡ଼କୁ ମୁହାଁଉଛି ରାଜସ୍ଥାନ ରାଜନୀତି। ରାଜ୍ୟରେ ଚାଲିଥିବା ପଲିଟିକାଲ ଡ୍ରାମା ଏବେ ଅଦାଲତରୁ ଯାଇ ରାଜଭବନରେ କେନ୍ଦ୍ରୀଭୂତ ହୋଇଛି। କୋର୍ଟରୁ ଝଟକା ଖାଇ ମୁଖ୍ୟମନ୍ତ୍ରୀ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବାକୁ ଉଦ୍ୟମ କରୁଥିବାବେଳେ ରାଜ୍ୟପାଳ କିନ୍ତୁ ଅନୁମତି ଦେଉନଥିବା ଅଭିଯୋଗ କରିଛି କଂଗ୍ରେସ। ଏପଟେ ବିଧାୟକମାନେ ଡେରା ପକାଇଥିବା ହୋଟେଲ ଫେୟାରମଣ୍ଟରେ ଏନେଇ ବିଧାୟକ ଦଳ ବୈଠକରେ ଆଲୋଚନା ହୋଇଛି। ଆବଶ୍ୟକ ପଡ଼ିଲେ ଏହି ପ୍ରସଙ୍ଗରେ ରାଷ୍ଟ୍ରପତିଙ୍କ ଦ୍ୱାରସ୍ଥ ହେବା ପାଇଁ ପ୍ରସ୍ତୁତ […]

  • Tuesday, 06 July 2021
pm modi
ମନ୍‌ କି ବାତ୍‌ କାର୍ଯ୍ୟକ୍ରମ: ଦିନ ୧୧ଟାରେ ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ଦିନ ୧୧ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ୍‌ କି ବାତ୍‌ କାର୍ଯ୍ୟକ୍ରମ ମାଧ୍ୟମରେ ଦେଶବାସୀଙ୍କୁ ସମ୍ବୋଧନ କରିବେ। ଏହା ମନ୍ କି ବାତ୍‌ର‌ ୬୭ ତମ ସଂସ୍କରଣ। ମନ୍‌ କି ବାତ୍‌ରେ ପ୍ରଧାନମନ୍ତ୍ରୀ କରୋନା ମୁକାବିଲା ଉପରେ ଆଲୋଚନା କରିପାରନ୍ତି ବୋଲି ଆଶା କରାଯାଉଛି। ସେହିପରି ଆସନ୍ତା ମାସରେ ଅନ୍‌ଲକ୍ ୩ ଆରମ୍ଭ ହେଉଥିବାରୁ ଏହା ଉପରେ ମଧ୍ୟ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ସମ୍ବୋଧନ କରିପାରନ୍ତି ବୋଲି ମଧ୍ୟ ଆଶା କରାଯାଉଛି। ମନ୍ କି ବାତ୍‌ର […]

  • Tuesday, 06 July 2021
bjp
ଦିନକୁ ୫ଥର ହନୁମାନ ଚାଳିଶା ପଢ଼ିଲେ କରୋନା ଛାଡ଼ି ପଳାଇବ: ପ୍ରଜ୍ଞା ଠାକୁର

ଭୋପାଳ: ଅଗଷ୍ଟ ୫ ତାରିଖ ଯାଏ ଯଦି ଦିନକୁ ୫ ଥର ହନୁମାନ ଚାଳିଶା ପଢ଼ାଯାଏ ତେବେ କରୋନା ଭାଇରସ ଛାଡ଼ି ପଳାଇବ। ଗତ ଶନିବାର ଏପରି କହିଛନ୍ତି ବିଜେପି ସାଂସଦ ସାଧ୍ୱୀ ପ୍ରଜ୍ଞା ସିଂହ ଠାକୁର। ସୂଚନା ଥାଉକି, ଅଗଷ୍ଟ ୫ ତାରିଖରେ ଅଯୋଧ୍ୟା ରାମ ମନ୍ଦିର ନିର୍ମାମ ପାଇଁ ଭୂମି ପୂଜନ କାର୍ଯ୍ୟକ୍ରମ ରହିଛି। ତେଣୁ ସେପର୍ଯ୍ୟନ୍ତ ହନୁମାନ ଚାଳିଶା ପାଠ କରିବା ପାଇଁ ଦେଶବାସୀଙ୍କୁ କହିଛନ୍ତି ପ୍ରଜ୍ଞା। ଏନେଇ ସେ ଟ୍ୱିଟ୍ କରି […]

  • Tuesday, 06 July 2021
china
ଲଦାଖ ଅଂଚଳରେ ପଛକୁ ହଟିଲା ଚୀନ ସେନା

ନୂଆଦିଲ୍ଲୀ: ଶେଷରେ ଚୀନ୍‌ର ଗଉଁ ଭାଙ୍ଗିଛି। ଭାରତ-ଚୀନ ସୀମାନ୍ତ ପୂର୍ବ ଲଦାଖ ଅଂଚଳରେ ପଛକୁ ହଟିଛି ଚିନ ସେନା । ଭାରତ ମଧ୍ୟ ତାର ସେନା ହଟାଇ ନେଇଛି। ଲାଇନ୍ ଅଫ୍ ଆକ୍‌ଚୁଆଲ କଣ୍ଟ୍ରୋଲ (LAC)ର ପାଟ୍ରୋଲିଂ ପଏଣ୍ଟ ୧୫, ୧୪ ଏବଂ ୧୭Aରେ ଦୁଇ ଦେଶର ସୈନ୍ୟ ପ୍ରତ୍ୟାହାର ସମ୍ପୂର୍ଣ୍ଣ ଶେଷ ହୋଇଛି। ପାଟ୍ରୋଲିଂ ପଏଣ୍ଟ ୧୫-ହଟସ୍ପ୍ରିଙ୍ଗ୍, ପାଟ୍ରୋଲିଂ ପଏଣ୍ଟ ୧୪-ଗଲଓ୍ୱାନ ଉପତ୍ୟକା ଏବଂ ପାଟ୍ରୋଲିଂ ପଏଣ୍ଟ ୧୭-ଗୋଗ୍ରା ଅଂଚଳରୁ ସେନ୍ୟ ପଛକୁ ହଟିଛନ୍ତି। ସୀମାରେ […]

  • Tuesday, 06 July 2021
kargil
ଆଜି କାର୍ଗିଲ ବିଜୟ ଦିବସ

ନୂଆଦିଲ୍ଲୀ: ଆଜି କାର୍ଗିଲ ବିଜୟ ଦିବସ। ସାରା ଦେଶ ମନେ ପକାଉଛି ଭାରତୀୟ ସେନାଙ୍କ ବିଜୟ ଗାଥା। ୧୯୯୯ ମସିହା ଆଜିର ଦିନରେ ପାକିସ୍ତାନୀ ସେନା ଉପରେ ବିଜୟଲାଭ  କରି କାର୍ଗିଲରେ ତ୍ରିରଙ୍ଗା ଉଡ଼ାଇଥିଲା ଭାରତୀୟ ସେନା। ତେବେ ଏଥିପାଇଁ ୫୨୭ ଜଣ ବୀର ସୈନିକଙ୍କୁ ବଳିଦାନ ଦେବାକୁ ପଡ଼ିଥିଲା। ୧୯୯୯ ମସିହାରେ କାଶ୍ମୀର ଉପତ୍ୟକାରେ ଭାରତୀୟ ଉପଖଣ୍ଡରେ ପ୍ରବେଶ କରିଥିଲା ପାକିସ୍ତାନୀ ସେନା। ଶତ୍ରୁଙ୍କୁ ତଡ଼ିବାକୁ ଆରମ୍ଭ ହୋଇଥିଲା ଅପରେସନ ବିଜୟ। ପ୍ରାୟ ୨ ମାସ […]

  • Tuesday, 06 July 2021
sonu
ପୋଖରୀର ନାଁ ‘ସୋନୁ ସୁଦ୍‌’!

ନୂଆଦିଲ୍ଲୀ: ଲକ୍‌ଡାଉନ୍‌ ସମୟରେ ଅସୁବିଧାରେ  ପଡ଼ିଥିବା ଲୋକଙ୍କୁ ସାହାଯ୍ୟ କରିବା ପାଇଁ ସୋନୁ ସୁଦ୍‌ ଯେଉଁଭଳି ଭାବରେ ଆଗକୁ ଆସିଥିଲେ ତାହା ଅତ୍ୟନ୍ତ ପ୍ରଶଂସନୀୟ ଥିଲା। ବଲିଉଡର ଅଭିନେତା ସୋନୁ ଏପର୍ଯ୍ୟନ୍ତ ମଧ୍ୟ ସାହାଯ୍ୟ କରିବାର ପ୍ରକ୍ରିୟା ଜାରି ରଖିଛନ୍ତି। कभी आएँगे आपके इस सोनू सूद को देखने। ❣️🙏 https://t.co/ypQLfbRWX6 — sonu sood (@SonuSood) July 26, 2020 ଖାଲି ସେତିକି ନୁହେଁ, ଯେଉଁମାନଙ୍କ ପାଖରେ ରୋଜଗାର କରିବାର କୌଣସି ମାଧ୍ୟମ […]

  • Tuesday, 06 July 2021
ମଝି ରାସ୍ତାରେ ହଠାତ୍ ଫାଟିଗଲା ପାଣି ପାଇପ୍ ଲାଇନ୍

ଯୋଧପୁର: ମଝି ରାସ୍ତାରେ ହଠାତ୍ ଫାଟିଗଲା ପାଣି ପାଇପ୍ ଲାଇନ୍। ବିସ୍ଫୋରଣ ଶବ୍ଦ ଏତେ ଜୋର୍‌ ଥିଲା ଯେ, ଏହାଶୁଣି ଲୋକମାନେ ପୂରାପୂରି ଭୟଭୀତ ହୋଇଯାଇଥିଲେ। ରାଜସ୍ଥାନର ଯୋଧପୁର ସହରରେ ଏହି ଘଟଣା ଘଟିଛି। ଯୋଧପୁର ସହରରେ ୨୪ ଘଣ୍ଟା ଧରି ପାନୀୟ ଜଳ ଯୋଗାଣ ବନ୍ଦ ରହିବା ପରେ ଗତକାଲି ସକାଳେ ପାନୀୟ ଜଳ ଯୋଗାଣ ଆରମ୍ଭ ହୋଇଥିଲା। ସହରର ବିଭିନ୍ନ ସ୍ଥାନରେ ଥିବା ପିଏଚ୍‌ଡି ପାଣି ଟାଙ୍କିରୁ ଭିନ୍ନ ଭିନ୍ନ ସମୟରେ ପାଇପ୍‌ ଲାଇନ୍ […]

  • Tuesday, 06 July 2021
isis
ସତର୍କ କରାଇଲା ଜାତିସଂଘ; ଭାରତର ଏହି ଦୁଇ ରାଜ୍ୟରେ ସକ୍ରିୟ ଅଛନ୍ତି ISIS ଆତଙ୍କବାଦୀ

ନୂଆଦିଲ୍ଲୀ: କେରଳ ଓ କର୍ଣ୍ଣାଟକରେ ଲୁଚି ରହିଛନ୍ତି ବହୁ ସଂଖ୍ୟକ ISIS ଆତଙ୍କବାଦୀ। ଏନେଇ ଜାତିସଂଘ ଭାରତକୁ ସତର୍କ କରାଇଛି। କେବଳ ISIS ନୁହେଁ, ଭାରତୀୟ ଉପମହାଦେଶୀୟ ଅଲ୍‌କାଏଦାର ଏକ ଟିମ୍‌ ଭାରତରେ ସକ୍ରିୟ ଥିବା ଚେତାଇ ଦେଇଛି ଜାତିସଂଘ। ଯେଉଁଥିରେ ଭାରତ, ପାକିସ୍ତାନ, ବାଂଲାଦେଶ ଏବଂ ମ୍ୟାନ୍‌ମାର୍‌ ୧୫୦ ରୁ ୨୦୦ ଆତଙ୍କବାଦୀ ଅଛନ୍ତି, ଏବଂ ଏମାନେ ଆକ୍ରମଣ ଯୋଜନା କରୁଥିବା ଜାତିସଂଘ କହିଛି। ଭାରତୀୟ ଉପମହାଦେଶୀୟ ଅଲ-କାଏଦା(AQIS)ର ଏହି ଦଳ ତାଲିବାନ ଅମ୍ବ୍ରେଲା ସଂଗଠନର […]

  • Tuesday, 06 July 2021