ନୂଆଦିଲ୍ଲୀ: ଭାରତ-ପାକିସ୍ତାନ କୂଟନୈତିକ ଯୁଦ୍ଧ ଜୋର ଧରିଛି । ନୂଆଦିଲ୍ଲୀ ସ୍ଥିତ ପାକିସ୍ତାନ ହାଇକମିଶନ କାର୍ଯ୍ୟାଳୟର ଦୁଇ କର୍ମଚାରୀଙ୍କ ଗୁପ୍ତଚର କାର୍ଯ୍ୟକୁ ନେଇ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି ଭାରତ । ହାଇ କମିଶନ କାର୍ଯ୍ୟାଳୟର କର୍ମଚାରୀ ସଂଖ୍ୟା ୭ ଦିନ ମଧ୍ୟରେ ଅଧା କରିଦେବାକୁ ପାକିସ୍ତାନକୁ କୁହାଯାଇଛି । ୨୦୦୧ପରେ ପ୍ରଥମ ଥର ପାଇଁ ଭାରତ ପକ୍ଷରୁ ଏପରି ପଦକ୍ଷେପ ନିଆଯାଇଛି। ଏଥି ସହିତ ଇସଲାମାବାଦସ୍ଥିତ ନିଜ ହାଇ କମିଶନ କାଯର୍ୟାଳୟରୁ ୫୦ପ୍ରତିଶତ ଷ୍ଟାଫଙ୍କୁ ଫେରାଇ […]
ନୂଆଦିଲ୍ଲୀ: ଲଦାଖରେ ଭାରତ-ଚୀନ ମଧ୍ୟରେ ଦେଖା ଦେଇଥିବା ଉତ୍ତେଜନା ସାମାନ୍ୟ କମିଥିବା ଦେଖିବାକୁ ମିଳିଛି। ଗତକାଲି ଦୁଇ ଦେଶର ଜେନେରାଲ ସ୍ତରୀୟ ଆଲୋଚନା ପରେ ଚୀନ ପୂର୍ବ ଲଦାଖର ଉତ୍ତେଜନାପୂର୍ଣ୍ଣ ସ୍ଥାନରୁ ସେନା ପ୍ରତ୍ୟାହାର କରିବା ପାଇଁ ରାଜି ହୋଇଛି। ସୂଚନାଥାଉ କି, ଏହି ଜାଗାରେ ଚୀନ-ଭାରତୀୟ ସେନା ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟି ୨୦ ଭାରତୀୟ ଯବାନ ସହିଦ ହୋଇଥିଲେ। ଚୀନର ୪୦ ସୈନ୍ୟ ନିହତ ହୋଇଥିଲେ। ସେହିଦିନଠାରୁ ଦୁଇ ଦେଶ ମଧ୍ୟରେ ସମ୍ପର୍କରେ ତିକ୍ତତା […]
ୱାଶିଂଟନ: ଆମେରିକା ଗୁଇନ୍ଦା ସଂସ୍ଥା ଗଲୱାନ ଘାଟି ଆକ୍ରମଣ ନେଇ ବଡ ଧରଣର ଖୁଲାସା କରିଛି। ରିପୋର୍ଟ ଅନୁସାରେ, ଭାରତୀୟ ସେନା ଉପରକୁ ଆକ୍ରମଣ କରିବା ପାଇଁ ଚୀନର ବରିଷ୍ଠ ଜନରାଲ ନିଜ ସୈନିକମାନଙ୍କୁ ଆଦେଶ ଦେଇଥିଲେ। ଏହି ଘଟଣାରେ ୨୦ ଜଣ ଭାରତୀୟ ଯବାନ ସହିଦ ହୋଇଥିଲେ। ଏହି ଘଟଣା ପରେ ଭାରତ-ଚୀନ ସମ୍ପର୍କରେ ତିକ୍ତତା ଚରମ ସୀମାରେ ପହଞ୍ଚିଛି। ଆମେରିକା ରିପୋର୍ଟ ଅନୁସାରେ ଚୀନ୍ର ପଶ୍ଚିମି ଥିଏଟର କମାଣ୍ଡ ପ୍ରମୁଖ ଜେନରାଲ ଝାଓ ଜୋଙ୍ଗକି […]
କୋଲକାତା: ପାରିବାରିକ ଅଶାନ୍ତିର ପରିଣତି କେତେ ଭୟଙ୍କର ହୋଇପାରେ ତାହାର ଏକ ନଗ୍ନରୂପ ଦେଖିବାକୁ ମିଳିଛି ବାଙ୍ଗାଲୁରରେ। ଚାପଗ୍ରସସ୍ତ ଜଣେ ବ୍ୟକ୍ତି ବେଙ୍ଗଲୁରରେ ନିଜ ପତ୍ନୀଙ୍କୁ ହତ୍ୟା କରିବା ପରେ କୋଲକାତା ଯାଇଥିଲେ। ତଥାପି ତାଙ୍କ କ୍ରୋଧ ଶାନ୍ତ ହୋଇ ନ ଥିଲା। ସେଠାରେ ତାଙ୍କ ଶାଶୁଙ୍କୁ ଗୁଳି କରି ହତ୍ୟା କରିଥିଲେ। ଶେଷରେ ଆତ୍ମଗ୍ଳାନିରେ ନିଜକୁ ଗୁଳିକରି ଦେଇ ଥିଲେ । ବ୍ୟକ୍ତି ଜଣକ ଜଣେ ଚାର୍ଟାଡ ଆକାଉଣ୍ଟାଣ୍ଟ। ପୋଲିସ ଘଟଣାର ଯାଞ୍ଚ କରୁଛି। ପୋଲିସ […]
ନୂଆଦିଲ୍ଲୀ:ଭାରତରେ ବଢିବଢି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ରାଜଧାନୀ ଦିଲ୍ଲୀରେ ସବୁ ପ୍ରତିକାର ବ୍ୟବସ୍ଥା ସତ୍ତ୍ୱେ ଆକ୍ରାନ୍ତଙ୍କ ସଂଖ୍ୟା କମିବାର ନା ଧରୁନି। ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଦେଶରେ କରୋନା ରୋଗୀଙ୍କ ସଂଖ୍ୟା ୪,୨୫,୨୮୨ରେ ପହଞ୍ଚିଛି। ବର୍ତ୍ତମାନ ସୁଦ୍ଧା କରୋନା ମୃତ୍ୟୁ ସଂଖ୍ୟା ୧୩, ୩୬୬ ରହିଛି। ଦେଶରେ ଆକ୍ଟିଭ କେସ ୧, ୭୪, ୩୮୭ ଥିବାବେଳେ ୨, ୩୭, ୧୯୬ ଜଣ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଦିଲ୍ଲୀରେ ବର୍ତ୍ତମାନସୁଦ୍ଧା […]
ଜମ୍ମୁ:ଜମ୍ମୁ କାଶ୍ମୀରର ପୁଲୱାମାରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଆତଙ୍କବାଦୀ ନିହତ ହୋଇଛନ୍ତି। ଏଥରେ ଜଣେ ଯବାନଙ୍କର ବୀରଗତିପ୍ରାପ୍ତ ହୋଇଛି। ଜମ୍ମୁ-କାଶ୍ମୀରର ପୁଲୱାମା ସ୍ଥିତ ବାନ୍ଦଜୁ ଇଲାକାରେ ଆତାଙ୍କବାଦୀ ଲୁଚି ରହିଥିବା ଜାଣିବାକୁ ପାଇଥିଲେ ସୁରକ୍ଷାକର୍ମୀ। ଏହି ପରେ ଉକ୍ତ ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ଅପରେସନ ଆରମ୍ଭ ହୋଇ ଯାଇଥିଲା। ସୁରକ୍ଷାକର୍ମୀଙ୍କ ଆକ୍ରମଣରେ ୨ ଆତଙ୍କୀ ପ୍ରାଣ ହରାଇଥିବାବେଳେ ସିଆରପିଏଫର ଜଣେ ଯବାନ ସହିଦ ହୋଇ ଯାଇଛନ୍ତି। ସୂଚନାଥାଉ କି, ୨୧ ତାରିଖ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟରେ […]
ନୂଆଦିଲ୍ଲୀ:ସୋଶାଲ ମିଡିଆରେ ଏକ ଭିଡିଓ ଖୁବ ଭାଇରାଲ ହୋଇଛି। ଏହି ଭିଡିଓରେ ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ଭିଡିଓରେ ଦେଖିବାକୁ ମିଳିଛି, ଏକ ବାଘ ଅଚାନକ ଜଣଙ୍କ ଘର ଭିତରକୁ ପଶି ଆସୁଛି। ଏହା ଦେଖି ଗାଁ ଲୋକ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଆତଙ୍କ ଖେଳି ଯାଇଥିଲା। ଏହି ଭିଡିଓକୁ ସୁଶାନ୍ତ ନନ୍ଦ ତାଙ୍କ ଟ୍ୱିଟରରେ ଶେୟାର କରିଛନ୍ତି ଯାହାଖୁବ୍ ଭାଇରାଲ ହୋଇଛି। All along we had seen of lion in human landscape […]