ନୂଆଦିଲ୍ଲୀ: ଇବ୍ ନଦୀ ଉପରେ ଛତିଶଗଡ଼ର ଦାଦାଗିରି । ପ୍ରଥମେ ଇବ ନଦୀର ଉପର ମୁଣ୍ଡରେ ଏକ ହାଇଡ୍ରୋ ପାଓ୍ୱାର ପ୍ରୋଜେକ୍ଟ ଏବଂ ତା ତଳକୁ ଏକ ଜଳସେଚନ ପ୍ରକଳ୍ପ କରି ପାଣିକୁ ଅଟକାଇଥିଲା ଛତିଶଗଡ । ଆଉ ଏବେ ପୁଣିଥରେ ସୁନ୍ଦରଗଡ଼ ସୀମାନ୍ତ ସମଡମାଠାରେ ୧୭ କୋଟି ଟଙ୍କା ବ୍ୟୟରେ ଏକ ଆନିକଟ ନିର୍ମାଣ କରୁଛି ଛତିଶଗଡ଼ । ଏହି ଆନିକଟରେ ରହିଛି ୪୦ଟି ଗେଟ୍ । ବନ୍ୟା ଜଳର ୯୫ ଦଶମିକ ୮ ପ୍ରତିଶତ […]
ବେଜିଂ: ଲଦାଖରେ ଉତ୍ତେଜନା ଦୂର କରିବା ପାଇଁ ଚକ୍କରରେ ଚୀନର ସରକାରୀ ମିଡିଆ ପୁଣି ଥରେ ଭାରତକୁ ଧମକ ଦେଇଛି। ଭାରତ ନିରପେକ୍ଷତା ପାଳନ କରିବା ସହ ଆମରିକାଠାରୁ ଦୂରେଇ ରହିବା ପାଇଁ ଚେତାବନୀ ଦେଇଛି। ଚୀନର ସରକାରୀ ଖବରକାଗଜ ଗ୍ଲାବାଲ ଟାଇମ୍ସ କହିଛି, ଭାରତ ଚୀନକୁ ବିରୋଧ କରିବା ପାଇଁ ଯଦି ଆମେରିକାର ସାହାଯ୍ୟ ନିଏ ତେବେ ଚୀନ ନିଜର ସ୍ୱାର୍ଥ ପାଇଁ ଯେ କୌଣସି ପଦକ୍ଷେପ ନେବାକୁ ପଛଘୁଞ୍ଚା ଦେବନି। ରାଜନୈତିକ ହେଉ ବା […]
ବେଜିଂ: ଚାଇନାରେ ଅବିବାହିତ ପୁରୁଷଙ୍କ ସଂଖ୍ୟା ବୃଦ୍ଧି ସଙ୍କଟର କାରଣ ପାଲଟିଛି। ଲିଙ୍ଗଗତ ଅସମାନତା ହେତୁ ଚୀନ୍ର ଅବସ୍ଥା ଏତେ ଖରାପ ହୋଇଛି ଯେ ୨୦୫୦ ସୁଦ୍ଧା ୩୦ ନିୟୁତ ପୁରୁଷ ଅବିବାହିତ ରହିବେ। ଏହି ସଙ୍କଟର ସମାଧାନ ପାଇଁ ଜଣେ ଚାଇନାର ଜଣେ ପ୍ରଫେସର କ୍ରାନ୍ତିକାରୀ ପରିବର୍ତ୍ତନ ଆଣିବାକୁ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି, ସରକାର ମହିଳାମାନଙ୍କୁ ଦୁଇ କିମ୍ବା ଅଧିକ ସ୍ୱାମୀ ରଖିବାର ଅଧିକାର ଦେବା ଉଚିତ୍। ଚାଇନାର ଅର୍ଥନୀତିଜ୍ଞ ୟି କାଙ୍ଗ ଏନ୍ଜି […]
ନୁଆଦିଲ୍ଲୀ: ଜୁନ୍ ୨୧ ତାରିଖରେ ପଡିବ ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟପରାଗ। ସୂର୍ଯ୍ୟପରାଗ ରିଙ୍ଗ ଅଫ ଫାୟର ପରି ଦୃଶ୍ୟ ହେବ। ଏହି ସୂର୍ଯ୍ୟପରାଗ ଯୋଗୁଁ ଦିନ ବି ରାତି ପରି ଲାଗିବ। ସୂର୍ଯ୍ୟପରାଗ ୨୧ ତାରିଖ ସକାଳ ୯ଟାରୁ ଆରମ୍ଭ ହୋଇ ଅପରାହ୍ନ ୩ଟା ପଯ୍ୟନ୍ତ ରହିବ। ପୂର୍ଣ୍ଣ ସୂର୍ଯ୍ୟପରାଗ ସକାଳ ୧୦ଟା ୧୭ ମିନିଟରେ ଲାଗିବ। ତେବେ ଭାରତରେ ଏହା ଖଣ୍ଡଗ୍ରାସ ସୂର୍ଯ୍ୟପରାଗ ଭାବେ ପରିଲକ୍ଷିତ ହେବ। ସୁଚନା ଅନୁଯାୟୀ, ଏହି ସୂର୍ଯ୍ୟପରାଗରେ ଚନ୍ଦ୍ର […]
ନୂଆଦିଲ୍ଲୀ:ଦେଶର ଶ୍ରେଷ୍ଠ ୫୦ ଶିକ୍ଷାନୁଷ୍ଠାନ ତାଲିକାରେ ଓଡିଶାରୁ ତିନିଟି ପ୍ରତିଷ୍ଠିତ ପ୍ରତିଷ୍ଠାନ ନିଜ ସ୍ଥାନ ସୁରକ୍ଷିତ କରି ପାରିଛନ୍ତି । ତା ମଧ୍ୟରୁ ଏନଆଇଟି ରାଉରକେଲା ୩୨ତମ ସ୍ଥାନରେ ରହିଛି। ଏ ନେଇ କେନ୍ଦ୍ର ସରକାରଙ୍କ National Institutional Ranking Framework(NIRF) ଏକ ରିପୋର୍ଟ ଗୁରୁବାର ପ୍ରକାଶ କରିଛି। କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖ୍ରିୟାଲ ଗୁରୁବାର NIRF-୨୦୨୦ର ରାଙ୍କିଂ ତାଲିକା ପ୍ରକାଶ କରିଛନ୍ତି। NIT ରାଉରକେଲାରକୁ ବାଦ ଦେଲେ ଶିକ୍ଷା ଓ ଅନୁସନ୍ଧାନ […]
ଶ୍ରୀନଗର: କାଶ୍ମୀରରେ ଏନକାଉଣ୍ଟର ବେଳେ ଖସି ପଳାଇଲେ ୨ ଆତଙ୍କବାଦୀ। ଜମ୍ମୁ ଓ କାଶ୍ମୀର ବଡଗାମ ଜିଲ୍ଲା ପଠାନପୋରା ଅଞ୍ଚଳରେ ଗୁଳି ବିନିମୟ ବେଳେ ସୁରକ୍ଷାକର୍ମୀଙ୍କ ଉପରକୁ ଗ୍ରେନେଡ ଫିଙ୍ଗି ଖସି ପଳାଇବାରେ ସକ୍ଷମ ହୋଇଛନ୍ତି ୨ ଆତଙ୍କୀ। ଘଟଣାସ୍ଥଳରେ ଗୋଟିଏ ପିସ୍ତଲ, ସିକ୍ସ ମାଗାଜିନ୍ ଏକେ ରାଇଫଲ ଏବଂ ଅନ୍ୟ ମାରଣାସ୍ତ୍ର ଛାଡି ଯାଇଛନ୍ତି। ଏହି ମାରଣାସ୍ତ୍ର ଉଦ୍ଧାର କରି ଅପରେସନ ଜାରି ରଖିଛି କାଶ୍ମୀର ପୋଲିସ । ଜମ୍ମୁ ଓ କାଶ୍ମୀର ବଡଗାମ ଜିଲ୍ଲା […]
ଥିରୁଅନନ୍ତପୁରମ୍: କେରଳରେ ପୁଣି ଅମାନବୀୟ ଘଟଣା ! ଗର୍ଭଣୀ ହାତୀକୁ ବାଣଭର୍ତ୍ତି ସପୁରୀ ଖୁଆଇ ମାରିଥିବା ଘଟଣାକୁ ନେଇ ଚର୍ଚ୍ଚା ଥମିନି, ପୁଣି ନିରୀହ ଜୀବଙ୍କ ପ୍ରତି ମଣିଷର ବର୍ବର ଆଚରଣ ସାମ୍ନାକୁ ଆସିଛି। ଦେଖିବାକୁ ମିଳିଛି, ଗୋଟିଏ କୁକୁର ମୁହଁକୁ ଖୁବ୍ ଟାଇଟ୍ କରି ବନ୍ଧା ଯାଇଛି ଯେ ମୁହଁରେ ଘା’ ହୋଇଯାଇଛି। ପ୍ରାୟ ୭ ଦିନ ଧରି ମୁହଁର ପଟକୁ ନେଇ କୁକୁରଟି ଯନ୍ତ୍ରଣାରେ ଛଟପଟ ହେଉଥିଲେ ହେଁ ତାକୁ ଉଦ୍ଧାର କରାଯାଇ ନାହିଁ। […]