ନୂଆଦିଲ୍ଲୀ: ସୁଶାନ୍ତ ସିଂ ରାଜପୁତ୍ଙ୍କ ଅକଳା ବିୟୋଗରେ ବଲିଉଡ୍ରେ ପରିବାରବାଦକୁ ନେଇ ଏବେ ନିଆଁ ଜଳୁଛି। ସୁଶାନ୍ତଙ୍କ ମୃତ୍ୟୁ ପାଇଁ ଲୋକେ କରଣ ଜୋହର ଏବଂ ସଲମାନଙ୍କ ପରି ଅନେକ କଳାକାରଙ୍କୁ ଦାୟୀ କରୁଛନ୍ତି। ହେଲେ କରଣ ଜୋହରଙ୍କ ପାଇଁ ସଫେଇ ଦେବାକୁ ସାମ୍ନାକୁ ଆସି ବଲିଉଡ୍ର ଜଣାଶୁଣା ଫିଲ୍ମ ନିର୍ମାତା ତଥା ନିର୍ଦ୍ଦେଶକ ରାମ ଗୋପାଳ ବର୍ମା ଖୁବ୍ ଟ୍ରୋଲ ହୋଇଛନ୍ତି ସୋସିଆଲ ମିଡିଆରେ। Yentha teesukunnav…?? Aa…?? How much..?? pic.twitter.com/xsR9dXRbeB — yashwanth […]
ନୂଆଦିଲ୍ଲୀ: ଗଲୱାନ ଭ୍ୟାଲିରେ ଚାଇନା ସହ ସଂଘର୍ଷରେ ୨୦ ଭାରତୀୟ ଯବାନ ସହିଦ ହୋଇଛନ୍ତି। ଭାରତର ଜବାବୀ ଆକ୍ରମଣରେ ୪୫ ଚୀନ ସେନା ନିହତ ହୋଇଛନ୍ତି। ତେବେ ଏକାଧିକ ଭାରତୀୟ ସେନା ନିଖୋଜ ଥିବା ଜଣାପଡ଼ିଛି। ଏଥିସହିତ ୪ ଜଣ ଭାରତୀୟ ଯବାନ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଥିବା ସେନା ସୂତ୍ରରୁ ଜଣାପଡ଼ିଛି। ସୋମବାର ରାତିରେ ଘଟିଥିବା ସଂଘର୍ଷ ବେଳେ କିଛି ଭାରତୀୟ ଯବାନ ନିକଟସ୍ଥ ନଦୀକୁ ଖସି ପଡ଼ିଥିବା ଆଶଙ୍କା କରାଯାଉଛି। କେବଳ ଭାରତର ନୁହେଁ […]
ନୂଆଦିଲ୍ଲୀ: ସୁଚିନ୍ତିତ ଯୋଜନା କରି ନିରସ୍ତ୍ର ଭାରତୀୟ ସେନାଙ୍କୁ ଆକ୍ରମଣ କରିଥିବା ଚୀନ ବିରୋଧରେ ସାରା ଦେଶରେ ଜଳୁଛି ନିଆଁ। ସୀମାନ୍ତରେ ଚୀନର ଦାଦାଗିରିକୁ ସବୁ ମହଲରେ ବିରୋଧ କରାଯାଇଛି। ଆଜି ଉତ୍ତରପ୍ରଦେଶର ବାରଣାସୀରେ ଏହାକୁ ନେଇ ବିରୋଧ କରିବା ସହ ଜଳାପୋଡା କରିଛନ୍ତି। ଚୀନର ବିଭିନ୍ନ ସାମଗ୍ରୀକୁ ବର୍ଜନ କରିବା ସହ ଚୀନ ରାଷ୍ଟପ୍ରତି ଜିନ୍ପିଙ୍ଗଙ୍କ କୁଶପୁତ୍ତଳିକା ଦାହ କରାଯାଇଛି। ଦେଶବ୍ୟାପି ଚୀନ୍ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରାଯାଉଥିବା ଦେଖିବାକୁ ମିଳିଛି। ବିଭିନ୍ନ ସ୍ଥାନରେ ଚୀନ୍ […]
ନୂଆଦିଲ୍ଲୀ: ଗଲଓ୍ୱାନ ଉପତ୍ୟକାରେ ସହିଦ ହୋଇଛନ୍ତି ୨୦ ଭାରତୀୟ ଯବାନ। ଭାରତୀୟ ସେନାଙ୍କ ଜବାବି ଆକ୍ରମଣରେ ଚୀନର ୪୫ ସୈନିକ ନିହତ ହୋଇଛନ୍ତି । ସୀମାନ୍ତରେ ସହିଦ ୨୦ ଭାରତୀୟ ଯବାନଙ୍କ ନାଁ ସରକାର ପକ୍ଷରୁ ପ୍ରକାଶ କରାଯାଇଛି । ଏହି ସହିଦଙ୍କ ମଧ୍ୟରେ ଓଡ଼ିଶାର ଦୁଇଜଣ ଯବାନ ରହିଛନ୍ତି । ମୟୂରଭଞ୍ଜ ବିଜାତଳା ବ୍ଲକ ନୁସାଡିହିର ନନ୍ଦୁରାମ ସୋରେନ୍ ଏବଂ କନ୍ଧମାଳ ରାଇକିଆ ଅଂଚଳର ଚନ୍ଦ୍ରକାନ୍ତ ପ୍ରଧାନ । ସହିଦମାନେ ହେଉଛନ୍ତି- ୧-କର୍ଣ୍ଣେଲ ବି ସନ୍ତୋଷ […]
ନୂଆଦିଲ୍ଲୀ: ଗଲଓ୍ୱନ ଉପତ୍ୟକାରେ ଭାରତ ଚୀନ ସେନାର ସଂଘର୍ଷ ପରେ ଏହି ଅଂଚଳରେ ପ୍ରଥମଥର ଲାଗି ସାର୍ବଭୌମତ୍ୱ ଜାହିର କରିଛି ଚୀନ। ପୂର୍ବରୁ ଏହି ଅଞ୍ଚଳକୁ ନିଜର ବୋଲି କେବେ ବି କହିନଥିଲା ଚୀନ। ସେପଟେ ଲଦାଖ ଗାଲଓ୍ୱାନ ଭ୍ୟାଲିରେ ଭାରତ-ଚୀନ ସେନା ରକ୍ତାକ୍ତ ସଂଘର୍ଷ ପରେ ପରିସ୍ଥିତି ସେଠାରେ ଉତ୍ତେଜନାପୂର୍ଣ୍ଣ ରହିଛି। ସ୍ଥିତିରେ ଏଯାଏ କିଛି ପରିବର୍ତ୍ତନ ହୋଇନାହିଁ। ଉଭୟ ପକ୍ଷ ମଧ୍ୟରେ ଶାନ୍ତିର କୌଣସି ବୁଝାମଣା ହୋଇନଥିବା ଜଣାପଡ଼ିଛି । ଭାରତ-ଚୀନ ସାଂପ୍ରତିକ ସ୍ଥିତିକୁ […]
ନୂଆଦିଲ୍ଲୀ: ଗଲୱାନ ଭ୍ୟାଲିରେ ଭାରତ-ଚୀନ ଯବାନ ସଂଘର୍ଷ ଘଟଣା ପରେ ପ୍ରେସମିଟରେ ମୁହଁଟାଣ ଦେଖାଇଲେ ଚୀନ । ପ୍ରେସ୍ମିଟ୍ରେ ବୈଦେଶିକ ବ୍ୟାପାର ମୁଖପାତ୍ର ଗାଲୱାନ ଭ୍ୟାଲିକୁ ଚୀନ୍ର ବୋଲି କହିଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ମୁଖପାତ୍ର ଝାଓ ଲିଜିଆନ କହିଛନ୍ତି, ଭାରତ ଯବାନ ବଦମାସୀ କରିଛନ୍ତି । ଅଯଥା ଚୀନ ସୀମାକୁ ପଶି ପ୍ରୋଟୋକଲ ଭାଙ୍ଗିଛନ୍ତି। ଯାହା ସବୁ ଘଟିଛି, ତାହା ଚୀନ ସୀମା ଭିତରେ । ଯାହା ବି ଘଟିଛି ସେଥିପାଇଁ ଚୀନକୁ ଅଯଥାରେ ନିନ୍ଦିତ […]
ସାହିବଗଞ୍ଜ: ଭାରତ-ଚୀନ ବର୍ଡର ଲଦାଖର ଗଲୱାନୀ ଭାରତ-ଚୀନ ସେନାର ରକ୍ତାକ୍ତ ସଂଘର୍ଷରେ ୨୦ ଭାରତୀୟ ଯବାନ ସହିଦ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ଅଛନ୍ତି ଝାରଖଣ୍ଡ ସାହିବଜଞ୍ଜ ଜିଲ୍ଲା ସଦର ଡାହିବ ଗାଁର କୁନ୍ଦନ କୁମାର ଓଝା। ୨୬ ବର୍ଷ ବୟସ୍କ କୁନ୍ଦନଙ୍କ ମୃତ୍ୟୁରେ ତାଙ୍କ ପରିବାରରେ ଶୋକର ଛାୟା ଖେଳି ଯାଇଛି। ସହିତ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ ଝାରଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଟ୍ୱିଟ କରି କହିଛନ୍ତି, ‘ଯେବେ ଯେବେ ସୀମାନ୍ତରେ ଦେଶ ସାର୍ବଭୌମତା ଉପରେ ଆକ୍ରମଣ […]
ନୂଆଦିଲ୍ଲୀ: ଗଲଓ୍ୱନ ଉପତ୍ୟକାରେ ଭାରତ ଚୀନ ସେନାର ସଂଘର୍ଷ ପରେ ଏହି ଅଂଚଳରେ ପ୍ରଥମଥର ଲାଗି ସାର୍ବଭୌମତ୍ୱ ଜାହିର କରିଛି ଚୀନ। ପୂର୍ବରୁ ଏହି ଅଞ୍ଚଳକୁ ନିଜର ବୋଲି କେବେ ବି କହିନଥିଲା ଚୀନ। ସେପଟେ ଲଦାଖ ଗାଲଓ୍ୱାନ ଭ୍ୟାଲିରେ ଭାରତ-ଚୀନ ସେନା ରକ୍ତାକ୍ତ ସଂଘର୍ଷ ପରେ ପରିସ୍ଥିତି ସେଠାରେ ଉତ୍ତେଜନାପୂର୍ଣ୍ଣ ରହିଛି। ସେଠାକାର ସ୍ଥିତିରେ ଏଯାଏ କିଛି ପରିବର୍ତ୍ତନ ହୋଇନାହିଁ। ଉଭୟ ପକ୍ଷ ମଧ୍ୟରେ ଶାନ୍ତିର କୌଣସି ବୁଝାମଣା ହୋଇନଥିବା ଜଣାପଡ଼ିଛି । ସୋମବାର ରାତିର […]
ନୂଆଦିଲ୍ଲୀ: ଧୋକାବାଜ ଚୀନ ସୋମବାର ରାତିରେ ନିରସ୍ତ୍ର ଭାରତୀୟ ସୈନ୍ୟଙ୍କ ଉପରକୁ ଗଲୱାନ ଘାଟିରେ ଆକ୍ରମଣ କରବା ପାଇଁ ପୂରା ଯୋଜନା ପ୍ରସ୍ତୁତ କରି ଆସିଥିଲା। ଲୁହା ରଡ୍ ଏବଂ ଲାଠି ଧରି ରକ୍ତମୁଖା ଚୀନସେନା ୧୬ ବିହାର ରେଜିମେଣ୍ଟର ଜବାନଙ୍କୁ ପ୍ରହାର କରିବା ଆରମ୍ଭ କରି ଦେଇଥିଲେ। ଏହି ସଂଘର୍ଷରେ କର୍ନଲ ସନ୍ତୋଷ ବାବୁଙ୍କ ସମେତ ୨୦ ଯବନା ସହିଦ ହୋଇଥିଲେ। ଅନ୍ୟପକ୍ଷେ ଚୀନର ୪୦ ସେନା ନିହତ ଡୋଇଥିବା ଖବର ମିଳିଛି। ଚୀନର ଜଣେ […]
ଛପରା:ଗତକାଲି ଖବର ମିଳିଥିଲା ପୁଅ ସହିଦ ହୋଇଯାଇଛି। ଖେଳି ଯାଇଥିଲା ଶୋକର ଲହରି । ପରିବାର ଲୋକଙ୍କ କାନ୍ଦରେ ଭିଜୁଥିଲା ଘର ଅଗଣା। ହେଲେ ଆଜି ସେଇ ଘରେ ଖୁସିର ଜୁଆର। କାରଣ ଆଜି ସକାଳୁ ଖବର ଆସିଛି ଛପରାର ଲାଲ୍ ସୁନିଲ ରାୟ ସୀମାରେ ସହିଦ୍ ହୋଇନାହାନ୍ତି। ସେ ଠିକ୍ଠାକ୍ ଅଛନ୍ତି। ଇଣ୍ଡୋ-ଚୀନ ବର୍ଡରରେ ଉତ୍ତେଜନା ଲାଗି ରହିଛି। ଏଥିରେ ୨୦ ଜଣ ଭାରତୀୟ ସେନା ସହିଦ ହୋଇଛନ୍ତି। ଗତକାଲି ସୁନିଲଙ୍କ ପରିବାରକୁ ଖବର ମିଳିଲା, […]
ମୁମ୍ବଇ: ବଲିଉଡ୍ର ଅନେକ ଫିଲ୍ମରେ କାମ କରି ଦର୍ଶକଙ୍କ ମନକୁ ଜିତିଥିବା ଅଭିନେତା ସୁଶାନ୍ତି ସିଂହ ରାଜପୁତଙ୍କ ଅକାଳ ବିୟୋଗରେ କେବଳ ବଲିଉଡ କାନ୍ଦୁନି । ସାରା ଦେଶରେ ଥିବା ତାଙ୍କ ପ୍ରଶଂସକ ସ୍ତବ୍ଧ ହୋଇଯାଇଛନ୍ତି । ଏମିତି ଏକ ଘଟଣାକୁ କେହି ବିଶ୍ୱାସ କରିପାରୁ ନାହାନ୍ତି । ତେବେ କାହିଁକି ସୁଶାନ୍ତ ଏମିତି ଚରମ ପଦକ୍ଷେପ ନେଲେ ? କ’ଣ ଅସୁବିଧା ହୋଇଥିଲା ତାଙ୍କର ? ଫ୍ୟାନ୍ସମାନେ ତାଙ୍କର ମୃତ୍ୟୁର କାରଣ ଖୋଜୁଛନ୍ତି । ବଲିଉଡର […]
ଥିରୁଅନନ୍ତପୁରମ୍: କେରଳର ଏର୍ଣ୍ଣାକୁଲମରେ ଘଟିଛି ଏକ ଦୁଃଖଦ ଘଟଣା। ବ୍ୟାଙ୍କର ପ୍ରବେଶ ପଥରେ ଲାଗିଥିବା କାଚ କବାଟରେ ପିଟି ହୋଇ ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି। ମହିଳା ଜଣଙ୍କ ଟଙ୍କା ଜମା କରିବା ଲାଗି ବ୍ୟାଙ୍କକୁ ଯାଇଥିଲେ। ହେଲେ ତରବରରେ ସ୍କୁଟିର ଚାବି ନେବାକୁ ଭୁଲି ଯାଇଥିଲେ। ଡିପୋଜିଟ୍ ଫର୍ମ ପୂରଣବେଳେ ମହିଳାଙ୍କର ଗାଡ଼ି ଚାବି କଥା ମନେ ପଡ଼ିଯାଇଥିଲା। ଦୌଡ଼ି ଦୌଡ଼ି ବାହାରକୁ ଆସୁଥିଲେ ଚାବି ନେବାପାଇଁ। ହେଲେ ବ୍ୟାଙ୍କ ପ୍ରବେଶ ପଥରେ ଲାଗିଥିବା କାଚ […]
ନୂଆଦିଲ୍ଲୀ:ଭାରତ-ଚୀନ୍ ସୀମାନ୍ତ LAC ନିକଟରେ ମୁହାଁମୁହିଁ ହୋଇଛନ୍ତି ଦୁଇଦେଶର ସେନା। ଚୀନ ସେନା ପୁଣି ଦାଦାଗିରି ଦେଖାଇଛି। ଚୀନ ସେନାର ଆକ୍ରମଣରେ ୩ ଭାରତୀୟ ଯବାନ ସହିଦ ହୋଇଛନ୍ତି। ସୂଚନାଥାଉ କି, ଗତକାଲି ରାତିରେ ହଠାତ୍ ଗାଲବାନ ଘାଟିରେ ଚୀନ-ଭାରତ ସେନା ମୁହାଁମୁହିଁ ହୋଇଥିଲେ। ଚୀନ ସେନା ପକ୍ଷରୁ ଗୁଳିବର୍ଷଣ କରା ଯାଇଥିଲା। ଏଥରେ ଭାରତର ଜଣେ କର୍ଣ୍ଣେଲ ଏବଂ ଦୁଇ ଯବାନ ସହିଦ ହୋଇଥିଲେ। ତେବେ ଚୀନ ପକ୍ଷରୁ କ’ଣ କ୍ଷୟକ୍ଷତି ହୋଇଛି ତା‘ର କୌଣସି […]
ନୂଆଦିଲ୍ଲୀ: ଭାରତୀୟ ଦୂତାବାସର ୨ ଜଣ କର୍ମଚାରୀ ଡ୍ୟୁଟିରେ ଥିବାବେଳେ ଗତକାଲି ପାକିସ୍ତାନରୁ ନିଖୋଜ ହୋଇଯାଇଥିଲେ। ପରେ ଇସ୍ଲାମବାଦ ପୋଲିସ ପକ୍ଷରୁ କୁହାଯାଇଥିଲା, ଏକ ରାସ୍ତା ଦୁର୍ଘଟଣା ମାମଲାରେ ପାକିସ୍ତାନ ପୋଲିସ ୨ ଭାରତୀୟ ଦୂତାବାସ କର୍ମଚାରୀଙ୍କୁ ଅଟକ ରଖିଥିଲା। କିନ୍ତୁ ଏ ନେଇ ଭାରତୀୟ ଦୂତାବାସକୁ କୌଣସି ସୂଚନା ଦିଆଯାଇନଥିଲା। ପରେ ଉଭୟଙ୍କୁ ମୁକ୍ତି କରି ଦେଇଥିଲା ପାକିସ୍ତାନ। ସବୁଠାରୁ ଆଶ୍ଚର୍ଯ୍ୟର କଥା, ପାକ୍ ପୋଲିସ ଷ୍ଟେସନରେ ଏତଲା ଦେବାର ୭ ଘଣ୍ଟା ପରେ ୨ […]
ନୂଆଦିଲ୍ଲୀ: ଦିଲ୍ଲୀର ହସ୍ପିଟାଲଗୁଡ଼ିକରେ ଥିବା କରୋନା ଓ୍ୱାର୍ଡରେ ସିସିଟିଭି ଲଗାଇବାକୁ ଦିଲ୍ଲୀ ସରକାର ନିର୍ଦ୍ଦେଶ ଦେଇଛନ୍ତି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ନିର୍ଦ୍ଦେଶ ପରେ ମୁଖ୍ୟ ଶାସନ ସଚିବଙ୍କ ପକ୍ଷରୁ ଏନେଇ ସଂପୃକ୍ତ ହସ୍ପିଟାଲକୁ ଜଣାଇ ଦିଆଯାଇଛି । ଆକ୍ରାନ୍ତଙ୍କ ଚିକିତ୍ସା ଅନୁଧ୍ୟାନ ଲାଗି ସିସିଟିଭି ଲଗାଇବାକୁ ଶାହ କହିଥିଲେ । ଏହାଛଡ଼ା ଅତିରିକ୍ତ କ୍ୟାଣ୍ଟିନ ପ୍ରସ୍ତୁତ କରି ରଖିବାକୁ ମଧ୍ୟ ରାଜ୍ୟ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଶାହ। ଯଦି କାର୍ଯ୍ୟକ୍ଷମ କ୍ୟାଣ୍ଟିନର କର୍ମଚାରୀଙ୍କୁ କରୋନା ସଂକ୍ରମଣ […]
ନୂଆଦିଲ୍ଲୀ:ବଲିଉଡ ଆକ୍ଟର ସୁଶାନ୍ତ ସିଂ ରାଜପୁତ୍ଙ୍କ ଅକସ୍ମାତ ବିୟୋଗରେ ଯେମିତି ଭାଙ୍ଗିପଡ଼ିଛି ସାରା ଦେଶ। ପରିବାର ଲୋକଙ୍କ ଆଖିରୁ ଲୁହ ଶୁଖୁନି। ତେବେ ଏପରି ସମୟରେ ତାଙ୍କ ପରିବାରକୁ ଆଉ ଏକ ଦୁଃଖ। ସୁଶାନ୍ତଙ୍କ ଏପରି ଅକାଳ ବିୟୋଗକୁ ସହି ନ ପାରି ଆଖିବୁଜିଛନ୍ତି ତାଙ୍କ ପରିବାରର ଆଉ ଜଣେ ସଦସ୍ୟ। ସେ ହେଉଛନ୍ତି ସୁଶାନ୍ତଙ୍କ ଭାଉଜ ସୁଧା। ଗୋଟିଏ ପଟେ ଚାଲିଥିଲଶ ସୁଶାନ୍ତଙ୍କର ଅନ୍ତିମ ସଂସ୍କାର, ଅନ୍ୟପଟେ ବିହାରରେ ରହୁଥିବା ତାଙ୍କର ଭାଉଜ ପ୍ରାଣ ହରାଇଥିଲେ। […]
ଶ୍ରୀନଗର:ଜମ୍ମୁ କାଶ୍ମୀରରେ ସୁରକ୍ଷାକର୍ମୀଙ୍କୁ ସଫଳତା । ଆଜି ଜମ୍ମୁ କାଶ୍ମୀର ସୋପିଆନ୍ ଅଞ୍ଚଳର ତୁକର୍ଓାଙ୍ଗମରେ ଏହି ଏନ୍କାଉଣ୍ଟର ହୋଇଛି । ଏଥିରେ ୩ ଆତଙ୍କୀଙ୍କ ନିପାତ କରିଛନ୍ତି ଭାରତୀୟ ସୁରକ୍ଷାବଳ। ଘଟଣାସ୍ଥଳରୁ AK-47 ଏବଂ ଏକ ଇନସାସ୍ ରାଇଫଲ ଜବତ ହୋଇଛି। ତୁକର୍ଓାଙ୍ଗମ୍ ଅଞ୍ଚଳରେ ଆତଙ୍କବାଦୀ ଲୁଚିଥିବା ଖବରପାଇ ଆଜି ସକାଳୁ ଅପରେସନ ଆରମ୍ଭ କରିଥିଲେ ସୁରକ୍ଷାକର୍ମୀ । ଏହି ସମୟରେ ଆତଙ୍କବାଦୀଙ୍କ ପଟୁ ଗୁଳି ଚାଳନା କରାଯାଇଥିଲା। ସୁରକ୍ଷାକର୍ମୀଙ୍କ ପକ୍ଷରୁ ପାଲଟା ଜବାବ ଦିଆଯାଇଥିଲା। ଏଥିରେ […]
ଲକ୍ଷ୍ନୌ: ଏମିତି ବି ଆସେ ମୃତ୍ୟୁ। କୁନି କୁନି ପିଲା କାର୍ ଭିତରେ ଖେଳୁଥିଲେ। ହେଲେ ସେମାନେ ଜାଣି ନ ଥିଲେ କାର ଭିତରେ ତାଙ୍କପାଇଁ ଏମିତି ମୃତ୍ୟୁ ଜଗି ବସିଛି ବୋଲି। ହଠାତ୍ କାର୍ ଲକ୍ ପଡ଼ିଗଲା। ଶ୍ୱାସରୁଦ୍ଧ ହୋଇ ଚାଲିଗଲା ୨ ଶିଶୁଙ୍କ ଜୀବନ। ଘଟଣା ଘଟିଛି ଉତ୍ତରପ୍ରଦେଶ ମୋରଦାବାଦ ସହରରେ। ୨ଜଣଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଉତ୍ତରପ୍ରଦେଶ ମୋରଦାବାଦ ସହରର ୪ ଜଣ ଛୋଟ ପିଲା କାର ଭିତରେ ଖେଳୁଥିଲେ। […]