ନୂଆଦିଲ୍ଲୀ: ଥାନାରେ ପହଞ୍ଚିଲା ଆଇପିଏସ୍ ବିବାଦ। ଜାମ୍ମୁ ଓ କାଶ୍ମୀର ଡିଜିପି ଦିଲବାଗ୍ ସିଂଙ୍କ ନାଁରେ ଥାନାରେ ଫେରାଦ ହେଲେ ଓଡ଼ିଆ ଆଇପିଏସ୍ ଅଫିସର୍ ତଥା କାଶ୍ମୀର ଆଇଜି ବସନ୍ତ ରଥ। ସେ ଜମ୍ମୁର ଗାନ୍ଧିନଗର ପୋଲିସ୍ ଥାନାରେ ଦିଲବାଗ୍ ସିଂଙ୍କ ନାଁରେ ଏତଲା ଦେଇଛନ୍ତି। ତାଙ୍କ ଜୀବନ ପ୍ରତି ବିପଦ ଥିବା ସହ ତାଙ୍କ ସମ୍ମାନହାନୀ ହୋଇଥିବା ନେଇ ଏହି ଅଭିଯୋଗରେ ଲେଖିଛନ୍ତି। ଏନେଇ FIR ଦେବାକୁ ସେ ଚାହିଁ ନାହାନ୍ତି । ବରଂ ଘଟଣାକୁ […]
ୱାଶିଂଟନ:ଆମେରିକା ଏବଂ ଚୀନ ମଧ୍ୟରେ ବଢୁଥିବା ବିବାଦ ଦିନକୁ ଦିନ ବିସ୍ଫୋରକ ରୂପ ନେଉଥିବାବେଳେ ଆମେରିକାର ପରରାଷ୍ଟ୍ର ସଚିବ ମାଇକ ପୋମ୍ପେଓ ଗୁରୁବାର କହିଛନ୍ତି, ଆମେରିକା ଏସିଆରେ ତାହାର ସୈନ୍ୟ ମୁତୟନ ସଂଖ୍ୟା ବଢାଇବ। ଏଥିପାଇଁ ଆମେରିକା ପ୍ରସ୍ତୁତି ଆରମ୍ଭ କରି ଦେଇଛି। ଚୀନର ଆକ୍ରମଣାତ୍ମକ ମନୋଭାବ ଉପରେ ଆଲୋଚନା କରି ପୋମ୍ପେଓ କହିଛନ୍ତି, ଭାରତ ଏବଂ ଅନ୍ୟ ମିତ୍ର ରାଷ୍ଟ୍ର ପ୍ରତି ଚୀନର ବିପଦ ରହିଛି। ଏହାକୁ ଦୃଷ୍ଟିରେ ରଖି ଆମେରିକା ସେଠାରେ ସେନା ମୁତୟନ […]
ନୂଆଦିଲ୍ଲୀ:ଦେଶରେ ଚିନ୍ତା ବଢାଇଛି କରୋନା ପ୍ରକୋପ। ଦିନକୁ ଦିନ ବଢି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଆଜି ସୁଦ୍ଧା ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୫ ହଜାର ଛୁଇଁଛି। ଗତ ୨୪ ଘଣ୍ଟାରେ ୪୦୭ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ଦେଶରେ କରୋନା ମୃତକ ସଂଖ୍ୟା ୧୫ହଜାର ୩୦୧ ପାର୍ କରିଛି। ସେହିଭଳି ଗୋଟିଏ ଦିନରେ ସର୍ବାଧିକ ୧୭ ହଜାର ୨୯୬ ନୂଆ କୋଭିଡ ମାମଲା ସାମ୍ନାକୁ ଆସିଛି । ଦେଶରେ ବର୍ତ୍ତମାନ […]
ନୂଆଦିଲ୍ଲୀ: ସୀମା ବିବାଦକୁ ନେଇ ଭାରତ ଚୀନ ତିକ୍ତତା ଦିନକୁ ଦିନ ବିସ୍ଫୋରକ ରୂପ ନେଉଛି। ଚୀନର ଦୋମୁହାଁ ନୀତିକୁ ଦେଖି ଭାରତ କଡା ଆଭିମୁଖ୍ୟ ଗ୍ରହଣ କରିଛି। ଆପୋଷ ସହମତି ଭିତ୍ତିରେ ସମସ୍ତ ବୁଝାମଣା ହେବା ସତ୍ତ୍ୱେ ଏହାକୁ ସମ୍ପୂର୍ଣ୍ଣ ବେଖାତିର କରିଛି ଚୀନ ସେନା। ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଏକ ବିବୃତିରେ କୁହାଯାଇଛି, ସୀମାରେ ଭାରତର ଭୂଖଣ୍ଡ ଭିତରକୁ ଚୀନ ସେନା ଲଗାତାର ଅନଧିକାର ପ୍ରବେଶ କରିଛି। ଉଭୟ ଦେଶର ଆପୋସ ସହମତିରେ ହୋଇଥିବା […]
ନୂଆଦିଲ୍ଲୀ: ପୁଣି ଚୀନ ତାର ଅସଲ ରୂପ ଦେଖାଇଛି। ଗୋଟେପଟେ ସୀମାନ୍ତରେ ଉତ୍ତେଜନା ହ୍ରାସ କରିବା ପାଇଁ ଆଲୋଚନା କରୁଥିବାବେଳେ ଅନ୍ୟପଟେ ସେନାର ଛାଉଣୀ କରିଛି। ଏଲଏସିର ଗଲଓ୍ୱାନ ଘାଟିରେ ଚୀନ ବହୁ ସଂଖ୍ୟାରେ ସେନା ଛାଉଣୀ କରିଥିବା ସୂଚନା ମିଳିଛି। ସାଟେଲାଇଟ୍ ଚିତ୍ର ଅନୁସାରେ ପାଟ୍ରୋଲ ପଏଣ୍ଟ ୧୪ ନିକଟରେ ଚୀନ ସେନାର କ୍ୟାମ୍ପ କରି ରହିଥିବା ସହ ରାସ୍ତା ମଧ୍ୟ ତିଆରି କରି ସାରିଛି। ସେହିପରି ସୀମା ଆରପାଖରେ ଚୀନ ବହୁଳ ପରିମାଣର ଅସ୍ତ୍ରଶସ୍ତ୍ର […]