ନୂଆଦିଲ୍ଲୀ: ସପ୍ତାହ ଆରମ୍ଭରୁ ଆଜି ସୁନା, ରୂପା ଦରରେ ବୃଦ୍ଧି ଦେଖିବାକୁ ମିଳିଥିବା ବେଳେ ଆଗାମୀ ଦିନରେ ସୁନା ଦରରେ ହ୍ରାସ ଦେଖିବାକୁ ମିଳିପାରେ ବୋଲି ଏକ୍ସପର୍ଟମାନେ ଅନୁମାନ କରିଛନ୍ତି। Multi Commodity Exchange(MCX)ରେ ଆଜି ଦିନ ସାଢ଼େ ୧୧ଟାରେ ସୁନା ଦର ପ୍ରତି ୧୦ ଗ୍ରାମକୁ ୧୧୭ଟଙ୍କା ବୃଦ୍ଧି ସହ ୪୬,୩୧୪ ଟଙ୍କାରେ କାରବାର ଚାଲିଥିଲା। ସେହିପରି ରୂପା ଦର ପ୍ରତି କିଲୋଗ୍ରାମକୁ ୪୨୨ ଟଙ୍କା ବୃଦ୍ଧି ସହ ୬୯,୪୩୪ ଟଙ୍କାରେ କାରବାର ଚାଲିଥିଲା। ହେଲେ […]
ମଦୁରାଇ : ଧାନ ଅମଳର ନୂଆ ତରିକା । ବଳଦ କି ମେସିନ ବଦଳରେ ହାତୀକୁ ଲଗାଯାଇଛି ଧାନ ଅମଳ କାମରେ। ବେଙ୍ଗଳା କରୁଛି ହାତୀ । ଧାନ ଖାଇବା ପରିବର୍ତ୍ତେ ମାହୁନ୍ତର ଅନୁଗାମୀ ହୋଇ ବଦଳ ପରି ବେଙ୍ଗଳା କରୁଛି ହାତୀ । ତାମିଲନାଡୁ ମଦୁରାଇ ଅଅଞ୍ଚଳରେ ଏପରି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଧାନ ଅମଳ ପାଇଁ ବଳଦ ବ୍ୟବହାର କରିବା ଏକ ସାଧାରଣ କଥା। ଏବେ କିନ୍ତୁ ଦୁନିଆ ବଦଳିବା ସଙ୍ଗେ ଚାଷୀମାନେ […]
ବେଜିଂ: ଚର୍ଚ୍ଚାରେ ଡୋନାଲ୍ଡ ଟ୍ରମ୍ପଙ୍କ ବୁଦ୍ଧ ଷ୍ଟାଚ୍ୟୁ। ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବୁଦ୍ଧ ଅବତାର ଏବେ ଚାଇନାର ଅନଲାଇନ୍ ସପିଂ ପ୍ଲାଟଫର୍ମରେ ଟ୍ରେଣ୍ଡ୍ କରୁଛି । ଯାହାର ଦାମ୍ ରହିଛି ୧୧ ହଜାରରୁ ୪୪ ହଜାର ଟଙ୍କା। ମେକ୍ ୟୋର କଂପାନି ଗ୍ରେଟ୍ ଏଗେନ୍ ଟ୍ୟାଗ୍ ଲାଇନ୍ ସହ ଏହି ଷ୍ଟାଚ୍ୟୁ ବିକ୍ରି କରାଯାଉଛି। ଟ୍ରମ୍ପଙ୍କର ଏହି ପ୍ରତିମୂର୍ତ୍ତି ଗୌତମବୁଦ୍ଧଙ୍କ ପ୍ରତିମା ସହ ମେଳ ଖାଉଛି। ଚାଇନାର ଜଣେ ଫର୍ଣ୍ଣିଚର ନିର୍ମାତା ଟ୍ରମ୍ପଙ୍କ ଏହି […]
ଶାମଲି: ବିବାହ ହେଉନଥିବାରୁ ଥାନାରେ ପହଞ୍ଚି ଗୁହାରୀ ଜଣାଇଲେ ୩ ଫୁଟ ଉଚ୍ଚର ଯୁବକ। ମୋର ବିବାହ କରାଇ ଦିଅ କହି ମହିଳା ଥାନାରେ ପହଞ୍ଚି ଯାଇଛନ୍ତି ଅଜିମ । ମାତ୍ର କମ୍ ଉଚ୍ଚତା ପାଇଁ ବରମ୍ବାର ତାଙ୍କର ବିବାହ ଭାଙ୍ଗି ଯାଉଥିବା କଥା କହି ମହିଳା ପୋଲିସ ଆଗରେ ନିଜର ଦୁଃଖ ବଖାଣିଛନ୍ତି। ଉତ୍ତରପ୍ରଦେଶର ଶାମଲି ଜିଲ୍ଲାରୁ ଏପରି ଆଶ୍ଚର୍ଯ୍ୟକର ଘଟଣା ସାମ୍ନାକୁ ଆସିଛି। ଶାମଲି ଜିଲ୍ଲାର ୨୬ ବର୍ଷିୟ ଯୁବକ ଅଜିମ ମନସୁରୀ। ଉଚ୍ଚତା […]
ପ୍ରେମ ବିବାହ କରିଥିଲେ ବୋଲି ....ବାପା ପାଇଁ ବିଧବା ହେଲେ ଝିଅ
ଅହମଦାବାଦ: ସାବରମତି ଆଶ୍ରମରେ ପ୍ରଧାନମନ୍ତ୍ରୀ । ଆଜି ନରେନ୍ଦ୍ର ମୋଦି ଗୁଜରାଟର ଅହମ୍ମଦାବାଦ ସ୍ଥିତ ସାବରମତି ଆଶ୍ରମରୁ ଆନୁଷ୍ଠାନିକ ଭାବେ ଦାଣ୍ଡି ମାର୍ଚ୍ଚର ଶୁଭାରମ୍ଭ କରିବେ । ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଆଜାଦୀ କା ଅମୃତ ମହୋତ୍ସବ ପାଳନ କରାଯାଉଛି। ଆଉ ଏଥିପାଇଁ ସାବରମତି ଆଶ୍ରମରେ ପହଞ୍ଚି ପ୍ରଥମେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ । ଏହାସହ ଅମୃତ ମହୋତ୍ସବ ସହ ଜଡିତ ଅନେକ ସାଂସ୍କୃତିକ ଏବଂ […]
ଡେରାଡୁନ୍ : ଉତ୍ତରାଖଣ୍ଡ ବିଜେପିରେ ଫାଟ । ଗତ କିଛି ଦିନ ହେବ ଉତ୍ତରାଖଣ୍ଡ ରାଜନୀତି ଉଠୁଥିଲା ପଡ଼ୁଥିଲା । ସବୁ ଆଶା ଆଶଙ୍କାରେ ପୂର୍ଣ୍ଣଚ୍ଛେଦ ପକାଇ ଆଜି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ତ୍ରିଭେନ୍ଦ୍ର ସିଂ ରାୱତ । ଆଜି ଅପରାହ୍ଣ ୪ଟାରେ ରାଜଭବନରେ ପହଞ୍ଚି ରାଜ୍ୟପାଳ ବେବିରାଣୀ ମୌର୍ଜ୍ୟଙ୍କୁ ଭେଟି ଇସ୍ତଫାପତ୍ର ପ୍ରଦାନ କରିଛନ୍ତି। ଆସନ୍ତାକାଲି ସୁଦ୍ଧା ନୂଆ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା କରାଯିବ ବୋଲି ଅନୁମାନ କରାଯାଇଛି। ତ୍ରିବେନ୍ଦ୍ର ସିଂ ରାୱତଙ୍କ କ୍ୟାବିନେଟର […]
ନୂଆଦିଲ୍ଲୀ/ଭୁବନେଶ୍ୱର: ଦେଶରେ ପେଟ୍ରୋଲ ଓ ଡିଜେଲ ଦର ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଅଦିନିଆ ବର୍ଷା ଯୋଗୁ ପିଆଜ ଦରରେ ଏବେ ବୃଦ୍ଧି ଘଟିଛି। ମହାରାଷ୍ଟ୍ର ନାସିକରେ ପିଆଜ ଦର କ୍ୱିଣ୍ଟାଲ ପିଛା୨୫ ଶହରୁ ୨୮ ଶହରେ ବିକ୍ରି ହେଉଥିବା ବେଳେ ଆଜି ଅଚାନକ ଏହି ଦର ୪୫ ଶହ ଟଙ୍କାରେ ପହଞ୍ଚିଛି। ପୂର୍ବରୁ ନାସିକ ନାସଲ ଗାରେ ଥିବା ପିଆଜ ଗୋଦାମରେ ୩୦ ହଜାର କ୍ୱିଣ୍ଟାଲ୍ ପିଆଜ ଆସୁଥିବା ବେଳେ ଆଜି କେବଳ ୧୮ […]
ୱାଶିଂଟନ୍: ମଙ୍ଗଳ ପୃଷ୍ଠରେ ସଫଳତାର ସହ ଅବତରଣ ପରେ ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା NASA(National Aeronautics and Space Administration)ର ‘ପର୍ସିଭିରନ୍ସ ରୋଭର’ ମଙ୍ଗଳ ଗ୍ରହରୁ HD କ୍ୱାଲିଟିର କଲର୍ ଫଟୋ ପଠାଇଛି। ଏହାସହ ଲ୍ୟାଣ୍ଡିଂ ସାଇଟ୍ର ଫଟୋ ମଧ୍ୟ ପଠାଇଛି ରୋଭର। ଏହି ହାଇ ରିଜୋଲ୍ୟୁସନ୍ ଫଟୋରେ ମଙ୍ଗଳ ପୃଷ୍ଠ ଅତି ସ୍ପଷ୍ଟ ଭାବେ ଦେଖାଯାଉଛି। ଏପରିକି ଲ୍ୟାଣ୍ଡିଂ ବେଳର ହାଇ ରିଜୋଲ୍ୟୁସନ୍ କଲର୍ ସେଲଫି ମଧ୍ୟ ସେୟାର କରିଛି ରୋଭର। ମଙ୍ଗଳ ପୃଷ୍ଠ […]
ଲୁଧିଆନା : ଏକତରଫା ପ୍ରେମ ପାଇଁ ଜୀବନ ନେଲା ପାଗଳ ପ୍ରେମିକ। ପ୍ରେମରେ ଅସଫଳ ହେବାରୁ ମହିଳାଙ୍କ ଦୁଇ କୁନି ପୁଅକୁ ଗଳା କାଟି ହତ୍ୟା କଲା । ଇଏ କେଉଁ ପ୍ରକାର ପ୍ରେମ, ଯେଉଁଠି ଜଣେ ମଣିଷ ହତ୍ୟା କରିବାକୁ ବି ପଛାଏନି। ପ୍ରେମରେ ଦେବା ଥାଏ, ନଥାଏ ନେବା । ପ୍ରକୃତ ପ୍ରମର ପରିଭାଷା ବୁଝିଥିବା ମଣିଷ ଅନ୍ୟର କ୍ଷତି ପହଞ୍ଚାଇ ପାରେନା। ହେଲେ ପଞ୍ଜାବର ଲୁଧିଆନା ଜିଲ୍ଲାରେ ଶନିବାର ଦିନ ଏପରି ଏକ […]