ୱାଶିଂଟନ୍: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ଙ୍କ ଏକ ଭିଡିଓ ସୋସିଆଲ୍ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି। ଭାଇରାଲ୍ ଭିଡିଓରେ ଦେଖିବାକୁ ମିଳିଛି, ଆମେରିକା ରାଷ୍ଟ୍ରପତି ବିମାନର ସିଢ଼ି ଚଢ଼ିବା ସମୟରେ ୩ ଥର ଝୁଣ୍ଟି ପଡ଼ିଥିବା ନଜର ଆସୁଛି। ଆଶ୍ୱସ୍ତର କଥା, ଜୋ ବାଇଡେନ୍ଙ୍କୁ କୌଣସି ପ୍ରକାର ଆଘାତ ଲାଗି ନାହିଁ ଓ ସେ ସୁସ୍ଥ ଅଛନ୍ତି। ସୂଚନା ଅନୁସାରେ, ଏଟଲାଣ୍ଟା ଅଭିମୁଖେ ଯାତ୍ରା ପାଇଁ ବାହାରିଥିବା ବେଳେ ଆମେରିକା ରାଷ୍ଟ୍ରପତିଙ୍କ ସହ ଏହି ଘଟଣା […]
ନୂଆଦିଲ୍ଲୀ : ମହଙ୍ଗା ମାଡ଼ରେ ମଧ୍ୟବିତ୍ତ ପରିବାରର ଅଣ୍ଟା ଭାଙ୍ଗିଗଲାଣି। ଜରୁରୀ ସାମଗ୍ରୀର ମୂଲ୍ୟ ବୃଦ୍ଧି ଯୋଗୁଁ ସାଧାରଣ ଲୋକଙ୍କ ବଜେଟ୍ ବିଗିଡ଼ିବାରେ ଲାଗିଛି । ତିଅଣର ସୁଆଦ ବିଗାଡ଼ୁଛି ବର୍ଦ୍ଧିତ ଦର। ଚାଉଳ, ଡାଲି, ସୋରିଷ ତେଲ, ସୋୟାବିନ୍ ତେଲ ଠାରୁ ଆରମ୍ଭ କରି ଚା ଓ ଲୁଣର ମୂଲ୍ୟ ମଧ୍ୟ ବଢ଼ିଛି । ଅହେତୁକ ମୂଲ୍ୟ ବୃଦ୍ଧି ହେତୁ କିଚେନର ବଜେଟ୍ ମଧ୍ୟ ବଢ଼ିଯାଇଛି । ଉପଭୋକ୍ତା ମନ୍ତ୍ରାଳୟ ୱେବସାଇଟରେ ଦିଆଯାଇଥିବା ତଥ୍ୟ ଅନୁସାରେ […]
ଛତିଶଗଡ଼ : ପୁଣି ରକ୍ତର ହୋଲି ଖେଳିଲେ ମାଓବାଦୀ। ସୁକମାରେ ଯବାନ-ମାଓବାଦୀ ଗୁଳି ବିନିମୟ ଘଟଣାରେ ୨୨ ଜଣ ସହିଦ ହୋଇଥିବା ସୂଚନା ମିଳିଛି । ଗତକାଲି ଛତିଶଗଡ଼ର ତରେମ୍ ଜଙ୍ଗଲରେ ନକ୍ସଲ୍ମାନଙ୍କ ସହ ଗୁଳି ବିନିମୟରେ ଆଜି ସକାଳ ସୁଦ୍ଧା ୮ ଜଣ ଯବାନ ସହିଦ ହୋଇଥିଲେ । ଅନ୍ୟପଟେ ୨୧ଜଣ ଯବାନ ନିଖୋଜ ହୋଇଥିବା କୁହାଯାଉଥିଲା । ତେବେ ବର୍ତ୍ତମାନ ସୁଦ୍ଧା ଏହି ଗୁଳି ବିନମୟରେ ମୋଟ ୨୨ ଜଣ ଯବାନ ସହିଦ ହୋଇଥିବା […]
ଉତ୍ତେଜନା ଭିତରେ ମଧ୍ୟ ମାନବିକତାର ପରିଚୟ ଦେଲେ ଭାରତ-ପାକିସ୍ଥାନ ସୀମାରେ ମୁତୟନ ଭାରତୀୟ ବୀର । ଭୁଲବଶତଃ ପାକିସ୍ତାନର ଆଠ ବର୍ଷର ନାବାଳକ ରାଜସ୍ଥାନର ବାଡ଼ମେର ସୀମା ପାର କରି ଭାରତକୁ ଚାଲିଆସିଥିଲା । ଘରକୁ ଫେରୁଥିବା ଚିନ୍ତା କରି ପାକିସ୍ତାନ ବଦଳରେ ଭାରତରେ ପହଞ୍ଚିଯାଇଥିଲା । ଆଉ ସୀମାରେ ମୁତୟନ ଥିବା ଯବାନଙ୍କୁ ଦେଖି ଭୟରେ କାନ୍ଦିବାରେ ଲାଗିଥିଲା। ତେବେ ଯବାନମାନେ କୁନି ପୁଅକୁ ଦେଖି ତାକୁ ଆଦର କରିଥିଲେ । ଏବଂ ତାର କାନ୍ଦ […]
ମହାମାରୀରୁ ରକ୍ଷା ପାଇବାକୁ ଆବଶ୍ୟକ ଭ୍ୟାକ୍ସିନ ରୂପୀ ସଞ୍ଜିବନୀ। କରୋନାକୁ ମାତ ଦେବାକୁ ଟିକାକରଣ ଏକ ମାତ୍ର ଉପାୟ ବୋଲି ଭୀତତ୍ରସ୍ତ ଜନତା ଚିନ୍ତା କରୁଥିଲେ। ଆଉ ସମସ୍ତଙ୍କ ପାଇଁ ଟିକା ଉପଲବ୍ଧ ହେବା ପରେ ଦେଶରେ ଖେଳିଯାଇଥିଲା ଖୁସିର ମାହୋଲ । ଆଉ ଏସବୁ ଭିତରେ ଭାରତର କୋଣ ଅନୁକୋଣରେ ଟିକାକରଣ ଆରମ୍ଭ ହୋଇଯାଇଛି । ହେଲେ ଦୁର୍ଭାଗ୍ୟର ବିଷୟ ଭ୍ୟାକ୍ସିନ ନେବାପରେ ମଧ୍ୟ ଲୋକେ କରୋନାର ଶିକାର ହେଉଛନ୍ତି । କରୋନା ସଞ୍ଜିବନୀ କାମ […]
କର୍ମଚାରୀଙ୍କୁ ବହୁମୂଲ୍ୟ ଉପହାର ଦେଲା କମ୍ପାନୀ । ମାଇକ୍ରୋସପ୍ଟ ମାଲିକାନାରେ ଥିବା ସୋସିଆଲ ନେଟୱର୍କ କମ୍ପାନୀ Linkedin ମହମାରୀ ପ୍ରାଦୁର୍ଭାବ ସମୟରେ କର୍ମଚାରୀଙ୍କୁ ଉପହାର ଦେବାପାଇଁ ନିଷ୍ପତ୍ତି ନେଇଛି । ପୁଣି ଥରେ କରୋନା ସଂକ୍ରମଣ ଉପରମୁହାଁ ଥିବାବେଳେ ସାରା ବିଶ୍ୱରେ କାମ କରୁଥିବା ସମସ୍ତ କର୍ମଚାରୀଙ୍କୁ ଏକ ସପ୍ତାହର ଛୁଟି ଦେବା ପାଇଁ ମନସ୍ଥ କରିଛି କମ୍ପାନୀ । ତେବେ କମ୍ପାନୀ ପ୍ରଦାନ କରୁଥିବା ଏହି ଛୁଟିରେ ରହିଲେ କୌଣସି ବି କର୍ମଚାରୀଙ୍କର ଦମରମା କଟିବ […]
ପାନ ଗୁଆ ଖଇର ଗୁଆକାତି, ଭଲ ବ୍ୟବସାୟ ରାଜନୀତି । କ୍ଷମତା ଆଗରେ ରକ୍ତ ସମ୍ପର୍କ ବି ତୁଚ୍ଛ । ନୀରିହ ଲୋକଙ୍କ ଆଶା, ଆକାଂକ୍ଷାକୁ ପାଦରେ ଦଳି ବ୍ୟକ୍ତିଗତ ଆୟ ତଥା କ୍ଷମତା ବଢ଼ାଇବା ପାଇଁ ନେତାମାନେ ଏବେ ରାଜନୀତି କରିବାକୁ ବ୍ୟଗ୍ର । ତଥାପି ନିର୍ବାଚନୀ ତାତି ଭିତରେ ଏପରି ଜଣେ ନିଆରା ବ୍ୟକ୍ତିତ୍ୱ ସାମ୍ନାକୁ ଆସିଛନ୍ତି, ଯିଏ ଏସବୁ ଲୋଭ ଆଉ ମୋହରୁ ଉର୍ଦ୍ଧ୍ୱରେ । ରାଜନୀତି ରଙ୍ଗ ତାଙ୍କୁ ରଙ୍ଗୀନ କରିପାରିଲାନି। […]
ଶ୍ରୀନଗର : ଚୀନର ଆଉ ଏକ ଷଡ଼ଯନ୍ତ୍ରର ଖୁଲାସା । ପିଓକେ ଜରିଆରେ ଭାରତକୁ ଘେରିବାକୁ ନୂଆ ଚାଲ କରୁଛି ପଡ଼ୋଶୀ ଦେଶ । ପିଓକେ ସ୍ଥିତ ସ୍କାର୍ଦ୍ଦୁ ରାସ୍ତାକୁ ସିଧାସଳଖ କାରାକୋରମ ହାଇୱେ ସହ ଯୋଡ଼ୁଛି, ଯଦ୍ୱାରା ଚୀନ ଓ ପାକିସ୍ତାନ ଲାଭବାନ ହୋଇପାରିବେ । କାରଗିଲ ଠାରୁ ସ୍କାର୍ଦ୍ଦୁର ଦୂରତା ମାତ୍ର ୧୦୦ କିଲୋମିଟର ହେଉଥିବା ବେଳ ଭାରତରେ ଅନୁପ୍ରବେଶ ପାଇଁ ନୂଆ ନୂଆ ଯୋଜନା କରୁଛି। ସାମରିକ ଗୁରୁତ୍ତ୍ୱ ବହନ କରୁଥିବା ଏହି […]
କୋଲକାତା: ପଶ୍ଚିମବଙ୍ଗରେ ପୁଣି ନିର୍ବାଚନୀ ହିଂସା । ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଜାରି ରହିଥିବା ବେଳେ ନନ୍ଦିଗ୍ରାମରେ ମମତା ବାନାର୍ଜୀଙ୍କ ବିରୋଧରେ ଲଢୁଥିବା ଶୁଭେନ୍ଦୁ ଅଧିକାରୀଙ୍କ କାରକେଡ୍ ଉପରେ ଆକ୍ରମଣ ହୋଇଛି । ଶୁଭେନ୍ଦୁ ଅଧିକାରୀଙ୍କ କାରକେଡ଼୍ ଉପରକୁ ପଥର ମାଡ଼ କରିବା ସହ ତାଙ୍କର ଗାଡ଼ି ଭଙ୍ଗାରୁଜା କରିଛନ୍ତି ଦୁର୍ବୃତ୍ତ । ତେବେ ଆକ୍ରମଣରେ ଶୁଭେନ୍ଦୁ ଆହ୍ ହୋଇଥିବା ବେଳେକାରକେଡରେ ଥିବା ତାଙ୍କର କିଛି ଗାଡିର କାଚ ଭାଙ୍ଗିଯାଇଛି । ଏହାସହ ନନ୍ଦିଗ୍ରାମର କମଲପୁର ଠାରେ […]
ବିଜନୋର : ଆଖି ଆଗରେ ଥିଲା ପୁଳା ପୁଳା ଟଙ୍କା । ଏତେ ଟଙ୍କା କେବେ ଦେଖିନଥିବା ବେଳେ ଖୁସିରେ ଆତ୍ମହରା ହୋଇ ହୃଦଘାତର ଶିକାର ହେଲା ଚୋର । ଦେଢ଼ ମାସ ପୂର୍ବରୁ ଜନସେବା କେନ୍ଦ୍ରରୁ ହୋଇଥିବା ୧୩ ଲକ୍ଷ ଚୋରି ଘଟଣାର ଖୁଲାସା କରି ଏପରି ଚାଞ୍ଚଲ୍ୟକର ତଥ୍ୟ ପ୍ରଦାନ କରିଛି ବିଜନୋର ପୋଲିସ । ଅନେକ ପରିଶ୍ରମ ପରେ ଚୋରି ହୋଇଥିବା ଟଙ୍କା, ବାଇକ୍ ସହ ଦୁଇ ଦୁର୍ବୃତ୍ତଙ୍କୁ ଧରିଛି ପୋଲିସ୍ । […]
ନୂଆଦିଲ୍ଲୀ: କାରବାର ଆରମ୍ଭରୁ ଆଜି ମଧ୍ୟ ସୁନା, ରୂପା ଦରରେ ବୃଦ୍ଧି ଦେଖିବାକୁ ମିଳିଛି। ଆଜି ଦିନ ସାଢ଼େ ୧୧ଟାରେ Multi Commodity Exchange(MCX)ରେ ସୁନା ଦର ୪୨୦ ଟଙ୍କା ବୃଦ୍ଧି ସହ ପ୍ରତି ୧୦ ଗ୍ରାମକୁ ୪୫,୨୬୦ ଟଙ୍କାରେ କାରବାର ଚାଲିଥିଲା। ସେହିପରି ରୂପା ୧,୦୦୫ ଟଙ୍କା ବୃଦ୍ଧି ସହ ପ୍ରତି କିଲୋକୁ ୬୮,୨୩୨ ଟଙ୍କାରେ କାରବାର ଚାଲିଥିଲା। ଗତକାଲି ମଧ୍ୟ ସୁନା ଦରରେ ବୃଦ୍ଧି ଦେଖିବାକୁ ମିଳିଥିଲା। ଗତକାଲି ଡଲାର ତୁଳନାରେ ଟଙ୍କା ମୂଲ୍ୟରେ […]
କାଲାବୁର୍ଗି : ତାତି ବଢ଼ିଲେ ଖାଲି ମଣିଷ ନୁହେଁ ପକ୍ଷୀ ବି ପାଣି ପାଇଁ ଡହଳ ବିକଳ ହୁଅନ୍ତି । ପାଣି ଟୋପାଏ ପାଇଁ ଚାରିଆଡ଼େ ଜଳର ସ୍ରୋତ ଖୋଜି ବୁଲନ୍ତି । ତେବେ ଏହାକୁ ଦୃଷ୍ଟିରେ ରଖି ଖରାଦିନରେ ପକ୍ଷୀଙ୍କ ତୃଷ୍ଣା ମେଣ୍ଟାଇବାକୁ ପ୍ରୟାସ କରାଯାଇଛି । ଗଛରେ ପାନୀୟ ଜଳ ପାତ୍ର ରଖି ସେଥିରେ ପାଣି ରଖାଯାଉଛି । କର୍ଣ୍ଣାଟକ କାଲାବୁର୍ଗି ମହାନଗର ନିଗମ ପକ୍ଷରୁ ଏଭଳି ନିଆରା ପ୍ରୟାସ କରାଯାଇଛି । ଆଗକୁ […]
ଦିନକରେ ୫୩,୪୮୦ ଆକ୍ରାନ୍ତ; ୩୫୪ ମୃତ ଦେଶରେ ଦିନକରେ ୫୩ ହଜାର ୪୮୦ ନୂଆ ଆକ୍ରାନ୍ତ ଚିହ୍ନଟ ଆକ୍ରାନ୍ତ ସଂଖ୍ୟା ୧ କୋଟି ୨୧ ଲକ୍ଷ ୪୯ ହଜାର ୩୩୫କୁ ବୃଦ୍ଧି ୨୪ ଘଣ୍ଟାରେ ୩୫୪ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ନୂଆଦିଲ୍ଲୀ: ଦେଶରେ ବଢ଼ିଚାଲିଛି କରୋନା ସଂକ୍ରମଣ । ଦିନକରେ ୫୩ ହଜାର ୪୮୦ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିପରି ଦିନକରେ କରୋନାରେ ୩୫୪ ଜଣ ପ୍ରାଣ ହରାଇଛନ୍ତି । ତେବେ ନୂଆ ଆକ୍ରାନ୍ତଙ୍କୁ […]
ଟନକପୁର: ୩୫ କି.ମି. ପର୍ଯ୍ୟନ୍ତ ପଛୁଆ ଗଡ଼ିଲା ଟ୍ରେନ୍। ଶେଷରେ ଟ୍ରେନ୍କୁ ଅଟକା ଯାଇଥିଲା। ଉତ୍ତରାଖଣ୍ଡର ଟନକପୁରରେ ଏହି ଅଭାବନୀୟ ଘଟଣା ଘଟିଛି। ଦିଲ୍ଲୀରୁ ଟନକପୁର ଅଭିମୁଖେ ଯାତ୍ରା କରୁଥିବା ପୂର୍ଣ୍ଣାଗିରି ଜନ ଶତାବ୍ଦୀ ଏକ୍ସପ୍ରେସ୍ ବୁଧବାର ପାଖାପାଖି ୩୫ କି.ମି. ପର୍ଯ୍ୟନ୍ତ ପଛୁଆ ଗଡ଼ୁଥିବା ଦେଖିବାକୁ ମିଳିଥିଲା। ଶେଷରେ ଟ୍ରେନ୍କୁ ଉଧମ ନଗରର ଖତିମା ଷ୍ଟେସନରେ ଅଟକା ଯାଇଥିଲା। ଫଳରେ ଏକ ବଡ଼ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଯାତ୍ରୀ। ମିଳିଥିବା ସୂଚନା ଅନୁସାରେ, […]