• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

Deep sidhu
କିଏ ଏହି ମହିଳା ? ଯିଏ ବିଦେଶରେ ରହି ଅଭିନେତା ଦୀପ୍‌‌ ସିଦ୍ଧୁଙ୍କୁ କରୁଛନ୍ତି ସାହାଯ୍ୟ

ନୂଆଦିଲ୍ଲୀ: ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀରେ ଚାଷୀମାନଙ୍କ ଟ୍ରାକ୍ଟର ରାଲି ବେଳେ ହୋଇଥିବା ହିଂସାକାଣ୍ଡକୁ ନେଇ ପୋଲିସ୍‌ ଅଭିନେତା ଦୀପ୍‌ ସିଦ୍ଧୁଙ୍କୁ ଖୋଜୁଛି। ଦୀପ୍‌ଙ୍କ ଫେସ୍‌ବୁକ୍‌ ଆକାଉଣ୍ଟରେ ଲଗାତାର ଭାବେ ଭିଡିଓ ପୋଷ୍ଟ ହେଉଥିବା ଦେଖିବାକୁ ମିଳିଛି। ସେ କୃଷକ ନେତା ଓ ଆନ୍ଦୋଳନ ବିଷୟରେ କହୁଥିବା ଭିଡିଓରେ ଦେଖିବାକୁ ମିଳିଛି। ଦିଲ୍ଲୀ ପୋଲିସ୍‌ର ସୂଚନା ଅନୁସାରେ, ଦୀପ୍‌ ସିଦ୍ଧୁଙ୍କ ଫେସ୍‌ବୁକ୍‌ ଆକାଉଣ୍ଟ୍ ତାଙ୍କର ଜଣେ ମହିଳା ବନ୍ଧୁ ହ୍ୟାଣ୍ଡେଲ୍‌ କରୁଛନ୍ତି। ଯିଏକି ବିଦେଶରେ ରୁହନ୍ତି। ସେ ବିଦେଶରୁ […]

Randeep Guleria
ଦେଶରେ କରୋନାର ୨୪୦ଟି ନୂଆ ଷ୍ଟ୍ରେନ୍ ଚିହ୍ନଟ : ଆଗାମୀ ସ୍ଥିତିକୁ ନେଇ ଆଶଙ୍କା ପ୍ରକାଶ କଲେ ଦିଲ୍ଲୀ ଏମ୍ସ ମୁଖ୍ୟ

ନୂଆଦିଲ୍ଲୀ: ଦେଶରେ କରୋନାର ୨୪୦ଟି ନୂଆ ଷ୍ଟ୍ରେନ୍ ଚିହ୍ନଟ ହୋଇଥିବା ସୂଚନା ମିଳିଛି। ଏଥିଯୋଗୁଁ ବିଭିନ୍ନ ଅଂଚଳରେ ସଂକ୍ରମଣ ବୃଦ୍ଧି ପାଇଛି। ନୂଆ ଷ୍ଟ୍ରେନ୍ ଦ୍ୱାରା କରୋନା ପୁଣି ଥରେ ଆକ୍ରମଣ କରିବାର ଆଶଙ୍କା ଅଧିକ ରହିଛି। ଭ୍ୟାକ୍ସିନ ଜରିଆରେ ପ୍ରତିରୋଧକ କ୍ଷମତା ହାସଲ କରିଥିବା ଲୋକଙ୍କୁ ତଥା ଆଣ୍ଟିବଡ଼ି ପାଇଥିବା ଲୋକଙ୍କୁ ପୁଣି ଥରେ ସଂକ୍ରମିତ କରିପାରେ ଏହି ଷ୍ଟ୍ରେନ୍। ଏପରିସ୍ଥଳେ ଲୋକେ କରୋନା ଭାଇରସକୁ ହାଲୁକାରେ ନନେଇ ପୂର୍ବପରି ସତର୍କତା ଅବଲମ୍ବନ କରିବା ଜରୁରୀ, […]

  • Tuesday, 13 July 2021
marriage
ବିବାହ ଉତ୍ସବରେ ନବଦମ୍ପତିଙ୍କୁ ପେଟ୍ରୋଲ, ଗ୍ୟାସ ସିଲିଣ୍ଡର ଓ ପିଆଜ ଉପହାର

ବିବାହ ଉତ୍ସବରେ ନବଦମ୍ପତିଙ୍କୁ ମହଙ୍ଗାରୁ ମହଙ୍ଗା ଉପହାର ପେଟ୍ରୋଲ, ଗ୍ୟାସ ସିଲିଣ୍ଡର ଓ ପିଆଜ ଉପହାର ଦେଲେ ବନ୍ଧୁ  ହସି ହସି ବେଦମ୍ ନବବଧୂ,ଭାଇରାଲ ହେଲା ଭିଡ଼ିଓ ବିବାହ ଉତ୍ସବରେ ଟଙ୍କାପଇସା କିମ୍ବା ସୁନାଗହଣା ବଦଳରେ ନବ ଦମ୍ପତିଙ୍କୁ ମିଳିଲା ପେଟ୍ରୋଲ, ଗ୍ୟାସ ସିଲିଣ୍ଡର ଓ ପିଆଜ ଉପହାର। ବଢ଼ୁଥିବା ଦରଦାମ ଭିତରେ ତାମିଲନାଡୁରେ ଜଣେ ନବ ବିବାହିତ ଦମ୍ପତିଙ୍କୁ ତାଙ୍କ ବନ୍ଧୁମାନରେ ଏପରି ଉପହାର ଦେଇଛନ୍ତି, ଯାହା ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ଶୁଭାକର୍ଯ୍ୟରେ ଯୋଗଦେବାକୁ […]

  • Tuesday, 13 July 2021
Gold
ପୁଣି ଶସ୍ତା ହେଲା ସୁନା

ନୂଆଦିଲ୍ଲୀ: ସୁନା, ରୂପା ଦର ଗତକାଲି ହ୍ରାସ ପାଇଥିବା ବେଳେ ଆଜି ବି ସୁନା ଦରରେ ହ୍ରାସ ଘଟିଛି। ଯଦିଓ Multi Commodity Exchange(MCX)ରେ ଆଜି ସୁନା ଓ ରୂପା ଦରରେ ବୃଦ୍ଧି ଦେଖିବାକୁ ମିଳିଛି ହେଲେ ଦେଶର ସର୍ରାଫା ବଜାରରେ ସୁନା  ଦରରେ ହ୍ରାସ ଦେଖିବାକୁ ମିଳିଛି। ଏଠାରେ ଆମେ ଆପଣଙ୍କୁ କହି ରଖୁଛୁ ଯେ, ଚଳିତ ବଜେଟ୍‌ରେ କଷ୍ଟମ ଡ୍ୟୁଟି ହ୍ରାସ ଘୋଷଣା ପରେ ଲଗାତାର ୫ ଦିନ ଧରି ସୁନା ଦରରେ ହ୍ରାସ […]

  • Tuesday, 13 July 2021
bijay rupani
ମଞ୍ଚ ଉପରେ ବେହୋସ୍ ହେଲେ ଗୁଜରାଟ ମୁଖ୍ୟମନ୍ତ୍ରୀ

ଅହମ୍ମଦାବାଦ: ଭାଷଣ ଦେବାବେଳେ ମଞ୍ଚ ଉପରେ ଚେତାଶୂନ୍ୟ ହୋଇ ପଡ଼ିଗଲେ ଗୁଜରାଟ ମୁଖ୍ୟମନ୍ତ୍ରୀ। ବଡୋଦରାର ନିଜାମପୁରରେ ମେହସାନାନଗରରେ ରବିବାର ସନ୍ଧ୍ୟାରେ ଏକ ଜନ ସମାବେଶରେ ନଗରପାଳିକା ନିର୍ବାଚନ ପାଇଁ ଭାଷଣ ଦେବା ବେଳେ ବେହୋସ୍ ହୋଇଗଲେ ବିଜୟ ରୂପାନୀ। ତେବେ ଏହି ଅଘଟଣ ପରେ ତୁରନ୍ତ ତାଙ୍କର କାର୍ଯ୍ୟକ୍ରମକୁ ରଦ୍ଦ କରିଦିଆଯାଇଥିଲା। ମଞ୍ଚ ଉପରେ ହିଁ ପ୍ରାଥମିକ ଚିକିତ୍ସା କରିବା ପରେ ନିଜେ ଶିଡ଼ିରେ ଓହ୍ଲାଇ ତଳକୁ ଆସିଥିଲେ ଗୁଜରାଟ ମୁଖ୍ୟମନ୍ତ୍ରୀ। ନଗରପାଳିକା ନିର୍ବାଚନ ପ୍ରଚାର ପାଇଁ […]

  • Tuesday, 13 July 2021
narendra-modi
ଅଧିକ ଶକ୍ତିଶାଳୀ ହେଲା ସେନା: ଭାରତୀୟ ସେନାକୁ ଯୁଦ୍ଧ କମାଣ ‘ଅର୍ଜୁନ’ ହସ୍ତାନ୍ତର କଲେ ପ୍ରଧାନମନ୍ତ୍ରୀ

ଚେନ୍ନାଇ: ଆହୁରି ଭାରତୀୟ ସେନାବାହିନୀକୁ ‘ଅର୍ଜୁନ ମେନ୍‌ ବ୍ୟାଟଲ୍‌ ଟ୍ୟାଙ୍କ୍‌’ ହସ୍ତାନ୍ତର। ତାମିଲନାଡୁ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚେନ୍ନାଇର ସେନା ମୁଖ୍ୟ ଏମ ନରୱାଣେଙ୍କୁ ଅର୍ଜୁନ ଯୁଦ୍ଧ କମାଣ ଟ୍ୟାଙ୍କ (MK-1A) ପ୍ରଦାନ କରିଛନ୍ତି। ତାମିଲନାଡ଼ୁରେ ବିଧାନସଭା ନିର୍ବାଚନ ପୂର୍ବରୁ ମେଗା ଶୋରେ ଯୋଗଦେଇଛନ୍ତି ପ୍ରଧାନମନ୍ତ୍ରୀ। ଆଉ ଏଠାରେ ଏକାଧିକ ପ୍ରକଳ୍ପର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ। ଚେନ୍ନାଇରେ ପ୍ରଧାନମନ୍ତ୍ରୀ ଅର୍ଜୁନ୍ ଯୁଦ୍ଧ ଟ୍ୟାଙ୍କ MK-1Aକୁ ଭାରତୀୟ ସେନାକୁ ଅର୍ପଣ କରାଯାଇଛି। ଆଜି ବିଧିବଦ୍ଧ ଭାବେ […]

  • Tuesday, 13 July 2021
Donald Trump
ଡୋନାଲ୍ଡ ଟ୍ରମ୍ପଙ୍କୁ ବଡ଼ ଆଶ୍ୱସ୍ତି:କ୍ୟାପିଟାଲ୍ ହିଲ୍ ହିଂସା ମାମଲାରେ ମିଳିବନି ଦଣ୍ଡ

ୱାସିଂଟନ୍: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ବଡ଼ ଆଶ୍ୱସ୍ତି। କ୍ୟାପିଟାଲ୍ ହିଲ୍ ହିଂସା ମାମଲାରେ ଟ୍ରମ୍ପଙ୍କୁ ମିଳିବନି ଦଣ୍ଡ। ଆମେରିକା ସିନେଟରେ ଟ୍ରମ୍ପଙ୍କ ବିରୋଧରେ ଗତକାଲି ମହାଭିଯୋଗ ମାମଲାରେ ଭୋଟିଂ ହୋଇଥିଲା।  ଯେଉଁଥିରେ ଟ୍ରମ୍ପଙ୍କ ବିରୋଧରେ ୫୭ ସିନେଟରେ ଭୋଟ୍ ପଡ଼ିଥିବାବେଳେ ସପକ୍ଷରେ ୪୩ଟି ଭୋଟ୍ ପଡ଼ିଥିଲା। ଫଳରେ ଟ୍ରମ୍ପଙ୍କୁ ଦୋଷୀ ସାବ୍ୟସ୍ତ କରିବାକୁ ବହୁମତ ମିଳିପାରି ନଥିଲା। ଏହାସହ ଦ୍ୱିତୀୟ ଥର ପାଇଁ ମହାଭିଯୋଗ ପ୍ରସ୍ତାବ ଖାରଜ ହୋଇଛି। US Senate voted 57-43 […]

  • Tuesday, 13 July 2021
india
ନିଜ ଦେଶରେ ରହିବାକୁ ମନନାହିଁ . . . ବିଦେଶ ପ୍ରେମରେ ବିତ୍ତଶାଳୀ ଧନୀ ଭାରତୀୟ

ନୂଆଦିଲ୍ଲୀ: ଦେଶ ଛାଡି ପଳାଉଛନ୍ତି ଧନୀ ଭାରତୀୟ। ନିଜ ଦେଶରେ ଆଉ ରହିବାକୁ ମନ ନାହିଁ।  ତେବେ ସପିଂ କି କିଛି ଦିନ ପାଇଁ ନୁହେଁ ବରଂ ସ୍ଥାୟୀ ଭାବେ ବିଦେଶରେ ରହିବାକୁ ଚାହୁଁଛନ୍ତି ଅଧିକରୁ ଅଧିକ ଧନୀ ବ୍ୟକ୍ତି। ୨୦୧୯ ତୁଳନାରେ ୨୦୨୦ରେ ୬୩ ପ୍ରତିଶତ ଅଧିକ ଲୋକ ଦେଶ ଛାଡ଼ି ପଳାଇଛନ୍ତି। କୋଭିଡ୍ ଯୋଗୁଁ ବିଦେଶ ଯାତ୍ରା ଉପରେ କଟକଣା ରହିଛି। ତଥାପି ଦେଶ ଛାଡ଼ି ଚାଲିଯାଉଛନ୍ତି ଭାରତୀୟ ବ୍ୟକ୍ତି।  ୨୦୧୯ରେ ଯେତିକି ଧନୀ […]

  • Tuesday, 13 July 2021