ନୂଆଦିଲ୍ଲୀ: ନୌସେନାରେ ନିଯୁକ୍ତ ସଂକ୍ରାନ୍ତ ମାମଲାରେ ସୁପ୍ରିମକୋର୍ଟଙ୍କ ବଡ଼ ରାୟ। ନୌସେନାରେ ପୁରୁଷ ଅଫିସରଙ୍କ ପରି ମହିଳା ଅଫିସରଙ୍କୁ ମିଳିବ ସମାନ ଅଧିକାର। ଆଜି ଏହି ଐତିହାସିକ ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ। ମହିଳା ନୌସେନାଧିକାରୀଙ୍କୁ ମିଳିବ ସ୍ଥାୟୀ କମିଶନ୍ ନିଯୁକ୍ତି। କମାଣ୍ଡ ପୋଷ୍ଟିଂରୁ ବି ବଞ୍ଚିତ ହେବେନି ଯୋଗ୍ୟ ମହିଳା ଅଧିକାରୀ। ନୌସେନାରେ ମହିଳା ଅଧିକାରୀଙ୍କୁ ସ୍ଥାୟୀ କମିଶନ ନିଯୁକ୍ତି ସଂକ୍ରାନ୍ତ ମାମଲାର ବିଚାର କରି ରାୟ ଶୁଣାଇଛନ୍ତି ଜଷ୍ଟିସ୍ ଡିଓ୍ୱାଇ ଚନ୍ଦ୍ରଚୂଡ଼। ଏନେଇ କେନ୍ଦ୍ରକୁ ଅବଗତ […]
ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଅନ୍ୟତମ ଦୋଷୀ ମୁକେଶ ସିଂର କ୍ୟୁରେଟିଭ ପିଟିସନକୁ ଆଜି ସୁପ୍ରିମକୋର୍ଟ ପୁଣି ଥରେ ଖାରଜ ଦେଇଛନ୍ତି। ତେବେ ଖାରଜ ପରେ ଫାଶି ହେବା ପକ୍କା ହୋଇଛି। କିନ୍ତୁ ଅନ୍ୟ ୩ ଦୋଷୀ ଅନ୍ତର୍ଜାତୀୟ କୋର୍ଟ(ICJ)ଙ୍କ ଦ୍ୱାରାସ୍ଥ ହୋଇଛନ୍ତି ମୃତ୍ୟୁଦଣ୍ଡ ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା ମୁକେଶ। ଏହି ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ମୁକେଶର ଆବେଦନକୁ ଖାରଜ କରିବା ପରେ ଦୋଷୀଙ୍କ ପାଖରେ ଆଉ କୌଣସି ବିକଳ୍ପ ନାହିଁ […]
ନୂଆଦିଲ୍ଲୀ: ସଂସଦ ମଧ୍ୟକୁ ଯିବା ପାଇଁ ଜାରି ହେଲା କଟକଣା। ଆଜି ଠାରୁ ବିଧିବଦ୍ଧ ଭାବେ ଥର୍ମାଲ ସ୍କ୍ରିନିଂ ଆରମ୍ଭ ହୋଇଛି। ସଂସଦରେ ମଧ୍ୟକୁ ପ୍ରବେଶ କରୁଥିବା ସୁରକ୍ଷାକର୍ମୀଙ୍କ ଠାରୁ ଆରମ୍ଭ କରି ସାଂସଦ ଓ ସାମ୍ବାଦିକମାନଙ୍କର ଥର୍ମାଲ ସ୍କ୍ରିନିଂ କରାଯାଇଛି। ସେହିପରି ପରିଦର୍ଶକମାନଙ୍କୁ ମଧ୍ୟ ସ୍କ୍ରିନିଂ କରାଯିବା ପରେ ଭିତରକୁ ପ୍ରବେଶ ପାଇଁ ଅନୁମତି ମିଳୁଛି। ସ୍କ୍ରିନିଂ ବେଳେ ସମସ୍ତଙ୍କୁ ମାସ୍କ ଓ ସାନିଟାଇଜର ବ୍ୟବହାର କରିବାକୁ ପରାମର୍ଶ ଦିଆଯାଉଛି। ଆଜି ଗୃହ ମଧ୍ୟରେ କିଛି […]
ଭୋପାଲ: ମଧ୍ୟପ୍ରଦେଶ ରାଜନୀତିରେ ଆସିଲା ନୂଆ ମୋଡ଼। କରୋନାକୁ ଦୃଷ୍ଟିରେ ରଖି ବାଚସ୍ପତି ଗୃହକୁ ୧୦ ଦିନ ପର୍ଯ୍ୟନ୍ତ ମୁଲତବି ଘୋଷଣା କରିଛନ୍ତି। ତେବେ ଘୋଷଣା ପରେ କମଳନାଥ ସରକାର ଆଶ୍ୱସ୍ତ ହୋଇଥିବା ବେଳେ ଏହା ବିରୋଧରେ ବିଜେପି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ରାଜ୍ୟପାଳ ଲାଲାଜୀ ଟଣ୍ଡନ ୧୬ ତାରିଖ ସୋମବାର କମଲନାଥ ସରକାରଙ୍କୁ ବିଧାନସଭାରେ ଆସ୍ଥା ଭୋଟର ସମ୍ମୁଖୀନ ହେବାକୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ କରୋନାକୁ ଦୃଷ୍ଟିରେ ରଖି ବାଚସ୍ପତି ୨୬ ତାରିଖ ପର୍ଯ୍ୟନ୍ତ ଗୃହକୁ […]
ନୂଆଦିଲ୍ଲୀ: ବିଶ୍ୱ ମହାମାରୀ କରୋନା ଭାଇରସ ଯୋଗୁ ଭାରତରେ ଆକ୍ରାନ୍ତ ସଂଖ୍ୟା ବଢ଼ିବାରେ ଲାଗିଛି। ରବିବାର ସୁଦ୍ଧା ସରକାର କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧୦ କହିଥିଲେ ହେଁ ବେସରକାରୀ ଭାବେ ୧୧୩ରେ ପହଞ୍ଚିଛି ବୋଲି ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ଚାଇନାରେ ସୃଷ୍ଟି ହୋଇଥିବା ମହାମାରୀ କରୋନା ଭାଇରସ ଭାରତରେ ତା’ର କାୟା ବିସ୍ତାର କରିବାରେ ଲାଗିଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ଗତକାଲି ଉତ୍ତରାଖଣ୍ଡରେ ପ୍ରଥମ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ […]
ନୂଆଦିଲ୍ଲୀ: ଭାରତ ପକ୍ଷରୁ ପ୍ରଧାନମନ୍ତ୍ରୀ ମୋଦି ଏହି ଅବସରରେ କୋଭିଡ୍-୧୯ ଜରୁରୀକାଳୀନ ଫଣ୍ଡ ବାବଦରେ ଘୋଷଣା କରିଛନ୍ତି। ଏଥିସହିତ ୧୦ ମିଲିଅନ୍ ଆମେରିକୀୟ ଡଲାର ଦେବାପାଇଁ ପ୍ରତିଶ୍ରୁତି ଦେଇଛନ୍ତି। କରୋନା ମୁକାବିଲା ପାଇଁ ଏକାଠି ହେବେ ଏସୀୟ ରାଷ୍ଟ୍ର। ମୋଦିଙ୍କ ପ୍ରସ୍ତାବରେ ଏକାଠି ହୋଇଛନ୍ତି ଏହି ରାଷ୍ଟ୍ର। ଆଜି ଭିଡିଓ କନ୍ଫରେନ୍ସିଂରେ ମୋଦି ଉଦ୍ବୋଧନ ଆରମ୍ଭ କରିଥିଲେ। ଏହି ଅବସରରେ ସେ ଭାରତ ନେଉଥିବା ପଦକ୍ଷେପ ବାବଦରେ ଆଲୋକପାତ କରିଛନ୍ତି। ସେ କହିଛନ୍ତି, ଆମେ ଏକାଠି କରୋନାର ମୁକାବିଲା କରିପାରିବା, […]
ନୂଆଦିଲ୍ଲୀ: କରୋନା ମୁକାବିଲା ପାଇଁ ଏକାଠି SAARC ରାଷ୍ଟ୍ର ହୋଇଛନ୍ତି। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୭ ରାଷ୍ଟ୍ରର ମୁଖ୍ୟଙ୍କ ସହ ଭିଡିଓ କନଫେରେସିଂରେ ଆଲୋଚନା କରିଛନ୍ତି। ପାକିସ୍ତାନ, ଆଫଗାନିସ୍ତାନ, ବାଂଲାଦେଶ, ଭୁଟାନ, ମାଲଡିଭସ୍, ନେପାଳ ଏବଂ ଶ୍ରୀଲଙ୍କା ରାଷ୍ଟ୍ରର ପ୍ରମୁଖଙ୍କ ସହ ଆଲୋଚନା କରିଛନ୍ତି। କରୋନା ମୁକାବିଲା ପାଇଁ ସେ ୭ ରାଷ୍ଟ୍ରଙ୍କୁ ଆହ୍ୱାନ ଦେଇଛନ୍ତି। ଭିଡିଓ କନଫେରେସିଂରେ ମୋଦି କହିଛନ୍ତି ଯେ ଆମେ ଏକଜୁଟ ହୋଇ କରୋନା ମୁକାବିଲା କରିବା। ବିକାଶଶୀଳ ରାଷ୍ଟ୍ର ଆଗରେ କରୋନା […]
ଲଇକେରା: ପ୍ରାଚୀନ କାଳର ମଣିଷକୁ ଆପଣମାନେ କେବଳ ଫିଲ୍ମରେ ଦେଖୁଥିବେ। ହେଲେ ସେହି ମଣିଷ ଏବେ ବି ଜୀବିତ। ହୁଏତ ଏହା ଆପଣଙ୍କୁ ଚକିତ କରୁଥିଲେ ବି କଥାଟା ସତ। ଯିଏ କେବଳ ଫଳମୂଳ ଖାଇ ଉଲ୍ଲଗ୍ନ ବେଶରେ ଜଙ୍ଗଲରେ ଘୁରି ବୁଲୁଛନ୍ତି। ସେହି ମଣିଷ ଯେତିକି ସମାଜ ଆଖିରେ ଯେତିକି ଅପରିଚିତ ସେତିକି ଅଦ୍ଭୁତ। କହିବାକୁ ଗଲେ ଏକବିଂଶ ଶତାବ୍ଦୀର ଟାର୍ଜନ ହେଉଛନ୍ତି ଝାରସୁଗୁଡ଼ା ଜିଲ୍ଲାର ଗୋପାଳ ନାଏକ। ଝାରସୁଗୁଡା ଜିଲ୍ଲା ଲଇକେରା ବ୍ଲକ ଖୁନ୍ତାମାଲ […]
ନୂଆଦିଲ୍ଲୀ: ବିଶ୍ୱ ମହାମାରୀ କରୋନା ଭାରତକୁ ଗ୍ରାସିବାରେ ଲାଗିଛି। ହେଲେ ଏନେଇ ଭୟଭୀତ ହେବାର ଆବଶ୍ୟକ ନାହିଁ। କରୋନା ମୁକାବିଲା ପାଇଁ ଭାରତ ନିକଟରେ ପାଖାପାଖି ମାସେ ସମୟ ରହିଛି। କରୋନା ଭୟାବହତାକୁ ୪ଟି ପର୍ଯ୍ୟାୟରେ ବିଭକ୍ତ କରାଯାଇଛି। କରୋନା ସଂକ୍ରମଣରେ ଭାରତ ଏବେ ଦ୍ୱିତୀୟ ପର୍ଯ୍ୟାୟରେ ରହିଛି। ଅର୍ଥାତ୍ ବିଦେଶରୁ ସଂକ୍ରମିତ ହୋଇ ଆସିଥିବା ଲୋକଙ୍କଠାରୁ ଏହା କେବଳ ସେମାନଙ୍କ ପରିବାର ସଦସ୍ୟଙ୍କୁ ଡେଇଁଛି। ତୃତୀୟ ପର୍ଯ୍ୟାୟ ଅର୍ଥାତ୍ ବହୁଳ ସଂକ୍ରମଣଠାରୁ ଭାରତ ଏବେ ନିରାପଦ […]
ନୂଆଦିଲ୍ଲୀ: ଖରାରେ ବୁଲିଲେ ଓ ଉଷୁମ ପାଣି ପିଇଲେ କରୋନା ହେବନି। ଗତ କିଛି ଦିନ ଧରି ୟୁନିସେଫ ନାଁରେ ଏମିତି କଥା ସୋସାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏପରିକି ଏହି ନୋଟିସ ବେଙ୍ଗାଲୁରୁ ସ୍ଥିତ ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନସର ନୋଟିସ ବୋର୍ଡରେ ମଧ୍ୟ ଦେଖିବାକୁ ମିଳିଛି। ଏଥିରେ ଉଲ୍ଲେଖ କରାଯାଇଛି, କରୋନା ଭାଇରସର ଆକାର ବଡ଼ ଓ ଏହାର କୋଷ ୪୦୦ରୁ ୫୦୦ ମାଇକ୍ରୋ ହୋଇଥିବାରୁ ଯେକୌଣସି ମାସ୍କ ପିନ୍ଧିଲେ ଏହା ପ୍ରବେଶ କରିପାରିବ […]
ନୂଆଦିଲ୍ଲୀ: ପ୍ରାଣଘାତୀ କରୋନାରେ ଭାରତରେ ଆଉ ଜଣଙ୍କର ମୃତ୍ୟୁ ହୋଇଛି। ଦିଲ୍ଲୀର ଜନକପୁରୀର ଜଣେ ୬୯ ବର୍ଷୀୟ ବୃଦ୍ଧା କରୋନାରେ ଆକ୍ରାନ୍ତ ଯୋଗୁ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଏହି ମୃତ୍ୟୁ ପରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨ରେ ପହଞ୍ଚିଛି। ବୃଦ୍ଧା ଜଣଙ୍କ କରୋନାରେ ଆକ୍ରାନ୍ତ ହୋଇ ଦିଲ୍ଲୀର ଆରଏମଏଲ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ତେବେ ଆଜି ସନ୍ଧ୍ୟାରେ ତାଙ୍କର ମୃତ୍ୟୁ ଘଟିଛି। ଭାରତରେ କରୋନାରେ ଦ୍ୱିତୀୟ ମୁଣ୍ଡ ଗଡ଼ିଥିବା ବେଳେ ଦିଲ୍ଲୀରେ ଏହା ପ୍ରଥମ ଘଟଣା। […]
ନୂଆଦିଲ୍ଲୀ: ୟେସ ବ୍ୟାଙ୍କର ପୁନରୁଦ୍ଧାର ଲାଗି କେନ୍ଦ୍ର ସରକାରଙ୍କ ପଦକ୍ଷେପ। ଦେବାଳିଆ ସ୍ଥିତିରୁ ୟେସ ବ୍ୟାଙ୍କକୁ ଉଦ୍ଧାର କରିବା ଲାଗି ଆର୍ଥିକ ସହାୟତା ଯୋଗାଇ ଦେବା ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ ମଞ୍ଜୁରୀ ଦେଇଛି। ରିଜର୍ଭ ବ୍ୟାଙ୍କର ପ୍ରସ୍ତାବ ଭିତ୍ତିରେ ୟେସ ବ୍ୟାଙ୍କକୁ ସହାୟତା କରାଯିବ। ବ୍ୟାଙ୍କର ୪୯ ପ୍ରତିଶତ ଅଂଶଧନକୁ ଷ୍ଟେଟ ବ୍ୟାଙ୍କ କିଣିବ। ଏହାସହ ବାକି ଅଂଶଧନ କିଣିବା ଲାଗି ନିବେଶକମାନଙ୍କୁ ଆହ୍ୱାନ କରାଯିବ ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି। ଜମାକାରୀଙ୍କ ସ୍ୱାର୍ଥକୁ […]
ମଧ୍ୟପ୍ରଦେଶ: ବିଜେପିରେ ସାମିଲ ପରେ ପୁଣି ଥରେ ମଧ୍ୟପ୍ରଦେଶ ଅର୍ଥନୈତିକ ଅପରଧ ଶାଖା (EOW) ସ୍କାନରରେ ଜ୍ୟୋତିରାଦିତ୍ୟ ସିନ୍ଧିଆ। ସିନ୍ଧିଆ ଓ ତାଙ୍କ ପରିବାରଙ୍କ ବିରୋଧରେ ହୋଇଥିବା ସତ୍ୟପାଠ ଅଭିଯୋଗର ଯାଞ୍ଚ କରିବାକୁ ନିଷ୍ପତ୍ତି ନେଇଛି। EOW ଏଇ ସତ୍ୟପାଠରେ ସିନ୍ଧିଆଙ୍କ ଏକ ଜମି ବିକ୍ରୟ ସମୟରେ ସମ୍ପତ୍ତିର ମିଥ୍ୟା ଦଲିଲ ଦେଇଥିବା ଅଭିଯୋଗ ହୋଇଛି। ସୁରେନ୍ଦ୍ର ଶ୍ରୀବାସ୍ତବ ନାମକ ଜଣେ ବ୍ୟକ୍ତି ଏହି ଅଭିଯୋଗ ଆଣି ସତ୍ୟପାଠ ଦଖଲ କରିଛନ୍ତି। ୨୦୧୪ରେ ସେ ପ୍ରଥମେ ଏନେଇ […]
ବେଙ୍ଗାଲୁରୁ: ଭାରତରେ ପ୍ରଥମ କରୋନା ରୋଗୀଙ୍କ ମୃତ୍ୟୁ। ପ୍ରାଣଘାତୀ କରୋନା ଭୂତାଣୁରେ ଜଣେ କର୍ଣ୍ଣାଟକାର ବୟସ୍କ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି। ଗତକାଲି କର୍ଣ୍ଣାଟକାର ଜଣେ ୭୬ ବର୍ଷ ବୟସ୍କ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିଲା। ଆଜି ସେହି ବୃଦ୍ଧା ଜଣଙ୍କ କରୋନାରେ ଆକ୍ରାନ୍ତ ଥିବା ଓ ଏହି କାରଣରୁ ତାଙ୍କ ମୃତ୍ୟୁ ଘଟିଥିବା କର୍ଣ୍ଣାଟକା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି। ମୃତ୍ୟୁ ପରେ ତାଙ୍କ ରକ୍ତ ନମୁନା ପରୀକ୍ଷା କରାଯାଇଥିଲା। ତାଙ୍କ ରକ୍ତରେ COVID-୧୯ ଭାଇରସ ଥିବା ଜଣାପଡ଼ିଛି। […]
ନୂଆଦିଲ୍ଲୀ: ବିଜେପିରେ ଜ୍ୟୋତିରାଦିତ୍ୟଙ୍କ ସିନ୍ଧିଆଙ୍କ ଯୋଗ ଦେବାପରେ ମୁହଁ ଖୋଲିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ଜ୍ୟୋତିରାଦିତ୍ୟ ସିନ୍ଧିଆ ବିଜେପିରେ ଯୋଗ ଦେବା ପୂର୍ବରୁ ରାହୁଲଙ୍କୁ ଭେଟିବାକୁ ଚେଷ୍ଟା କରିଥିଲେ ବୋଲି ସିନ୍ଧିଆଙ୍କ ସମ୍ପର୍କୀୟ ଫେସବୁକରେ ପୋଷ୍ଟ କରିଥିଲେ। ଏହି ପ୍ରସଙ୍ଗରେ ଗଣମାଧ୍ୟମ ପ୍ରତିନିଧି ରାହୁଲଙ୍କୁ ପଚାରିଥିଲେ। ଜବାବରେ ରାହୁଲ କହିଥିଲେ, ସେ ଏକମାତ୍ର ବ୍ୟକ୍ତି ଥିଲେ, ଯିଏକି ତାଙ୍କ ଘରକୁ ଯେତେବେଳ ଚାହିଁଥିଲେ ଆସିପାରିଥାନ୍ତେ। ସୂଚନାଯୋଗ୍ୟ, ତ୍ରିପୁରା ରାଜପରିବାରର ବ୍ୟକ୍ତି ତଥା ସିନ୍ଧିଆଙ୍କ ସମ୍ପର୍କୀୟ ପ୍ରଦ୍ୟୋତ ମଣିକ୍ୟ […]
ଭୁବନେଶ୍ୱର: ଶ୍ରୀଜଗନ୍ନାଥଙ୍କ ପାଣ୍ଠିକୁ ନେଇ କମ୍ପିଲା ବିଧାନସଭା। କାଳିଆ ଟଙ୍କା କିଏ ଖାଇଲା କହି ବିଧାନସଭାରେ ହଙ୍ଗାମା କରିଥିଲେ କଂଗ୍ରେସ ବିଧାୟକ। ଏହି ପ୍ରସଙ୍ଗରେ ବିଜେପି ବିଧାୟକ ମୁଲତବୀ ନୋଟିସ ଦେଇଥିଲେ ବି କଂଗ୍ରେସ ବିଧାୟକଙ୍କ ହଟ୍ଟଗୋଳ ଯୋଗୁ ଆଜି ଆଲୋଚନା ହୋଇପାରିନଥିଲା । ତେବେ ଗୃହ ବାହାରେ ବିଜେପି ଏଥିରେ ୩ କୋଟିର କିକ୍ବ୍ୟାକ ଅଭିଯୋଗ ଆଣିଥିବା ବେଳେ କଂଗ୍ରେସ ବିଦେଶ ଗସ୍ତ କଥା ଉଠାଇ ସରକାରଙ୍କୁ ନିଶାନା କରିଛି। ସେପଟେ ଦିଲ୍ଲୀରେ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଭେଟି […]
ନୂଆଦିଲ୍ଲୀ: ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ(ଏସ୍ବିଆଇ) ଗ୍ରାହକଙ୍କୁ ମିଳିଲା ବଡ଼ ଆଶ୍ୱସ୍ତି। ଏସବିଆଇରେ ଥିବା ସର୍ବନିମ୍ନ ଜମାରାଶି ନିୟମ ଉପରୁ ଉଠିଲା ପ୍ରତିବନ୍ଧକ। ଅର୍ଥାତ ସେଭିଙ୍ଗସ ଆକାଉଣ୍ଚ ଜିରୋ ବାଲାନ୍ସରେ ମଧ୍ୟ ରହିପାରିବ। ଏଣିକି ଗ୍ରାହକଙ୍କ ସେଭିଙ୍ଗସ ଆକାଉଣ୍ଟରେ ସର୍ବନିମ୍ନ ଜମାରାଶି ରଖିବା ବାଧ୍ୟତାମୂଳକ ନୁହନ୍ତି। ପୂର୍ବରୁ ମେଟ୍ରୋ ଅଞ୍ଚଳରେ ସେଭିଙ୍ଗ ଆକାଉଣ୍ଟ ଖୋଲିଥିବା ଲୋକମାନଙ୍କୁ ନିଜ ଆକାଉଣ୍ଟରେ ସର୍ବନିମ୍ନ ୩ ହଜାର, ସେମି ଅର୍ବାନ ଅଞ୍ଚଳରେ ୨ ହଜାର ଓ ଗ୍ରାମାଞ୍ଚଳରେ ୧ ହଜାର ଟଙ୍କା […]
ମଧ୍ୟପ୍ରଦେଶ: ମଧ୍ୟପ୍ରଦେଶ ରାଜନୀତିକୁ ନେଇ ପଲ୍ଲୀଠୁ ଦିଲ୍ଲୀ ଏବେ ସବୁଠି ଚର୍ଚ୍ଚା। ବରିଷ୍ଠ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ କଂଗ୍ରେସ ଛାଡି ବିଜେପିରେ ଯୋଗଦାନ ପରେ କଣ ହେବ ମଧ୍ୟପ୍ରଦେଶର ଅଙ୍କ। ସମସ୍ତଙ୍କ ନଜର ମଧ୍ୟପ୍ରଦେଶ ବିଧାନସଭା ସିଟ୍ ସଂଖ୍ୟା ଉପରେ। ବିଧାନସଭାରେ ମୋଟ୍ ୨୩୦ଟି ଆସନ ହୋଇଥିବାବେଳେ ୨ଟି ଆସନ ଖାଲି ପଡ଼ିଛି। ଏଣୁ ସଂଖ୍ୟାଗରିଷ୍ଠତା ଲାଗି ୧୧୫ ଜଣ ବିଧାୟକଙ୍କ ସମର୍ଥନ ଆବଶ୍ୟକ। କଂଗ୍ରେସ ପାଖରେ ବିଏସପିର ୨, ସପାର ଜଣେ ଏବଂ ୪ ସ୍ୱାଧୀନ […]
ବାରାଣସୀ: ସାରା ବିଶ୍ୱରେ ଏବେ କରୋନା ଭୟ। କୌଣସି ପ୍ରତିଷେଧକ ନବାହାରିବାରୁ ଏବେ ଲୋକଙ୍କ ଭରସା କେବଳ ଭଗବାନ। କିନ୍ତୁ କରୋନା ଭୟରେ ଭଗବାନ ମାସ୍କ ପିନ୍ଧିବା ଆପଣଙ୍କ ଆଶ୍ଚର୍ଯ୍ୟ ଲାଗୁଥିଲେ ବି କଥାଟି ସତ। ବାରାଣସୀର ଏକ ଶିବ ମନ୍ଦିରରେ ପୂଜା ପାଉଥିବା ଦେବାଦେବୀଙ୍କ ପ୍ରର୍ତ୍ତିମୂର୍ତ୍ତିରେ ମାସ୍କ ପିନ୍ଧାଇ ଦିଆଯାଇଛି। ମାସ୍କ ପିନ୍ଧିବା ପରେ ଦେବାଦେବୀଙ୍କୁ ପୂଜାର୍ଚ୍ଚନା କରାଯାଉଥିବା ଦୃଶ୍ୟ ଦେଖିବାକୁ ମିଳିଛି। ଭକ୍ତମାନେ ମନ୍ଦିରକୁ ମାସ୍କ ପିନ୍ଧି ଆସିବା ସହିତ କରୋନା ଦାଉରୁ ବର୍ତ୍ତିବା […]
ମଧ୍ୟପ୍ରଦେଶ: କଂଗ୍ରେସରୁ ଇସ୍ତଫା ଦେଇଥିବା ବରିଷ୍ଠ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ବିଜେପିରେ ଯୋଗଦେବା ନେଇ ଚର୍ଚ୍ଚା ହେଉଛି। ଯାହାକି ଏବେ ମଧ୍ୟପ୍ରଦେଶ ରାଜନୀତିରେ ହଇଚଇ ସୃଷ୍ଟି ହୋଇଛି। ରାଜନୀତି ଅଙ୍କକଷାରୁ ଯାହା ଜଣାପଡୁଛି, ବିଜେପି କ୍ଷମତାକୁ ଆସିଲେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଶିବରାଜ ସିଂହ ଚୌହାନ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ହୋଇପାରନ୍ତି। ଏନେଇ ଖୁବଶୀଘ୍ର ବିଜେପି ସଂସଦୀୟ ଦଳ ବୈଠକ ବସିବାକୁ ଯାଉଛି। ତେବେ ଶିବରାଜ ଭୋପାଳ ବିଜେପି କାର୍ଯ୍ୟାଳୟରେ ବିଧାୟକଙ୍କ ସହ ଆଲୋଚନା ଜାରି ରଖିଛନ୍ତି। ଗତକାଲି […]
ନୂଆଦିଲ୍ଲୀ: ୟେସ୍ ବ୍ୟାଙ୍କ ମାମଲାରେ ସିବିଆଇର ଅର୍ଥନୈତିକ ଅପରାଧ ଶାଖା ମୁମ୍ବାଇର ୭ଟି ଜାଗାରେ ଏକକାଳୀନ ଚଢ଼ଉ କରିଛି। ଏଥିରେ ୟେସ୍ ବ୍ୟାଙ୍କ ପ୍ରତିଷ୍ଠାତା ରାଣା କପୁରଙ୍କ ସମ୍ପର୍କୀୟଙ୍କ ଘର ଓ DHFL ଚେୟାରମ୍ୟାନ୍ କପିଲ ୱାଧୱାନଙ୍କ ଠିକଣା ରହିଛି। ସେପଟେ ଇଡି ହେପାଜତରେ ରାଣା କପୁରଙ୍କୁ ମାରାଥନ୍ ଜେରା ଚାଲିଛି। ଦୁର୍ନୀତି ଓ ଅର୍ଥ ଆତ୍ମସାତ ନେଇ ଲାଗିଥିବା ଅଭିଯୋଗ ସମ୍ପର୍କରେ ପଚରାଉଚରା କରୁଛି ଇଡି। ଏହାସହ ତାଙ୍କ ନିକଟରୁ କିଛି ତଥ୍ୟ ସହ ଠକେଇକୁ […]