ନୂଆଦିଲ୍ଲୀ: ଏଣିକି ଯେକୌଣସି ବ୍ୟାଙ୍କର ଏଟିଏମରୁ ଟଙ୍କା ଉଠାଇଲେ ଅତିରିକ୍ତ ଟଙ୍କା ଗଣିବାକୁ ପଡ଼ିବନି। ଡେବିଟ୍ କାର୍ଡଧାରୀ ଯେକୌଣସି ବ୍ୟାଙ୍କ ଏଟିଏମ୍ରୁ ବିନା ଶୁଳ୍କରେ ଟଙ୍କା ଉଠାଇପାରିବେ। ଏହା ଆଗାମୀ ୩ ମାସ ଯାଏ ଲାଗୁ ହେବ ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଘୋଷଣା କରିଛନ୍ତି। ଏଥିସହ ବର୍ତ୍ତମାନ ବ୍ୟାଙ୍କ ଆକାଉଣ୍ଟରେ ମିନିମମ୍ ବାଲାନ୍ସ ମେଣ୍ଟେନ୍ କରିବା ପଡ଼ିବନି। କରୋନା ପାଇଁ ଉପୁଜିଥିବା ସ୍ଥିତିର ମୁକାବିଲା କରିବାକୁ କେନ୍ଦ୍ର ଅର୍ଥମନ୍ତ୍ରୀ ଏପରି ଘୋଷଣା କରିଛନ୍ତି। ବର୍ତ୍ତମାନ […]
ଭୋପାଲ: ବିଜେପିର ଶିବରାଜ ସିଂହ ଚୌହାନ ଆଜି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ରାଜଭବନଠାରେ ରାଜ୍ୟପାଳ ଲାଲଜୀ ଟଣ୍ଡନ୍ ତାଙ୍କୁ ପଦ ଓ ଗୋପନୀୟତାର ଶପଥ କରାଇଛନ୍ତି। ତେବେ ଅନେକ ଦିନର ହଟଚମଟ ପରେ ବିଜେପିର ଶିବରାଜ ସିଂହ ଚୌହାନ ଆଜି ରାତି ୯ଟାରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ତେବେ ଆଜି ରାତିରେ ଶିବାରାଜ ଶପଥ ଗ୍ରହଣ କରିବେ ବୋଲି ଜଣାପଡିଥିଲା। ଏହା ପୂର୍ବରୁ ବିଜେପି ବିଧାୟକ ଦଳର ବୈଠକ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ […]
ଜେନେଭା: ଫାଶି ଦଣ୍ଡକୁ ବନ୍ଦ କରିବା ପାଇଁ ଜାତିସଂଘ ସାରା ବିଶ୍ୱକୁ ଆହ୍ୱାନ ଦେଇଛନ୍ତି। ବହୁଚର୍ଚ୍ଚିତ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟାକାଣ୍ଡ ଘଟଣାର ୪ ଦୋଷୀଙ୍କୁ ପାଶୀ ଦିଆଯିବା ପରେ ଜାତିସଂଘ ଏପରି ମତ ରଖିଛି। ଏକବିଂଶ ଶତାବ୍ଦୀରେ ଫାଶୀର କୌଣସି ସ୍ଥାନ ନାହିଁ ବୋଲି ଜାତିସଂଘ କହିଛି। ଜାତିସଂଘ ମହାସଚିବ ଆଣ୍ଟୋନିଓ ଗଟ୍ରେସ୍ଙ୍କ ମୁଖପାତ୍ର ଷ୍ଟେଫାନ୍ ଡୁଜାରିକ୍ କହିଛନ୍ତି, ଆମେ ଫାଶିକୁ ନେଇ ସ୍ପଷ୍ଟ ମତ ରଖି ଆସିଛୁ ଯେ ସମସ୍ତ ଦେଶ ଫାଶୀ ଦଣ୍ଡ […]
ନୂଆଦିଲ୍ଲୀ: ବିଶ୍ୱର ସବୁଠାରୁ ବ୍ୟୟବହୁଳ ଲିଗ ଇଣ୍ଡିଆନ ପ୍ରିମିୟର ଲିଗ(ଆଇପିଏଲ) ଟୁର୍ଣ୍ଣାମେଣ୍ଟ ହେବା ନେଇ ଏବେ ଅନିଶ୍ଚିତତା ଦେଖାଦେଇଛି। ଦେଶରେ କରୋନା ଭୟାବହତାକୁ ଦୃଷ୍ଟିରେ ରଖି ନିର୍ଦ୍ଧାରିତ ସମୟରେ ଖେଳ ହେବା ଆଉ ସମ୍ଭବ ନୁହେଁ। ସତେ ଯେପରି ୧୩ଶ ସଂସ୍କରଣ ଏହି ଟୁର୍ଣ୍ଣାମେଣ୍ଟ ଉପରେ କରୋନା ଗ୍ରାସ କରିଛି। କିନ୍ତୁ ଏଠି ପ୍ରଶ୍ନ, ଯଦି ଆଇପିଏଲ ମ୍ୟାଚ ବାତିଲ ହୁଏ, ତେବେ କାହାର କ୍ଷତି ହେବ। ବାତିଲ୍ ହେବା ଦ୍ୱାରା ଯେ କେବଳ ବିସିସିଆଇ, ଫ୍ରାଞ୍ଚାଇଜି […]
ନୂଆଦିଲ୍ଲୀ: ନିର୍ଭୟାଙ୍କୁ ନ୍ୟାୟ ଦେବାରେ ପ୍ରଚ୍ଛଦପଟର ସେ ହେଲେ ନାୟିକା। ସୀମା ଭିତରେ ଥାଇ ସଫଳତାର ସର୍ବୋଚ୍ଚ ସୀମାକୁ ଛୁଇଁବାରେ ସକ୍ଷମ ହୋଇଛନ୍ତି ଓକିଲ ସୀମା ଖୁସଓ୍ୱା। ଯିଏ ନିର୍ଭୟାଙ୍କୁ ନ୍ୟାୟ ଦେବାକୁ ଦୀର୍ଘ ୭ ବର୍ଷ ୩ ମାସ ଓ ୩ ଦିନ ଧରି ସଂଗ୍ରାମ କରିଚାଲିଥିଲେ। ବହୁ ଘାତ ପ୍ରତିଘାତ ସତ୍ତ୍ୱେ ନିଜେ ଆଇନଗତ ଲଢ଼େଇ ଲଢ଼ିଥିଲେ। ବିନା ସର୍ତ୍ତ ଓ ଟଙ୍କା ଲୋଭ ନରଖି ନିର୍ଭୟାଙ୍କ ବାପା-ମାଆଙ୍କୁ ପ୍ରତି କ୍ଷଣରେ ଆଶା ନହରାଇବାର […]
ନୂଆଦିଲ୍ଲୀ: ଭୟଭୀତ ନ ହୋଇ କରୋନା ମୁକାବିଲା ପାଇଁ କେନ୍ଦ୍ର ସରକାର ଜନସାଧାରଣଙ୍କୁ ନିବେଦନ କରିଛନ୍ତି। ଏନେଇ ସରକାରଙ୍କ ପକ୍ଷରୁ ଜାରି ହୋଇଛି ହ୍ୱାଟ୍ସ ଆପ ନମ୍ବର। କରୋନା ମୁକାବିଲା ସତର୍କତାମୂଳକ କେନ୍ଦ୍ର ସରକାର ଆଉ ଏକ ପଦକ୍ଷେପ ଗ୍ରହଣ କରିଛନ୍ତି। ସରକାରଙ୍କ MyGov Corona Helpdesk ପକ୍ଷରୁ ଜାରି ହୋଇଥିବା ହ୍ୱାଟ୍ସ ଆପ୍ ନମ୍ବର ହେଉଛି ୯୦୧୩୧୫୧୫୧୫। କେନ୍ଦ୍ର ସରକାରଙ୍କ ହେଲ୍ପ ଡେସ୍କକୁ ଆପଣ ଏହି ନମ୍ବରରେ ହ୍ୱାଟସ ଆପ୍ କରିପାରିବେ। ୨୪ ଘଣ୍ଟା ମେଡିକାଲ […]
ନୂଆଦିଲ୍ଲୀ: ଶୁକ୍ରବାର ସକାଳ ୫.୩୦ରେ ‘ନିର୍ଭୟା ଦୋଷୀ’ ଫାଶୀ ପାଇବା ନିଶ୍ଚିତ ହୋଇସାରିଛି। ଏହାର କିଛି ଘଣ୍ଟା ପୂର୍ବରୁ ହିଁ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ଦୋଷୀଙ୍କ ଓକିଲ। ଫାଶୀ ଅଟକାଇବା ପାଇଁ ଦିଲ୍ଲୀର ପଟିଆଲା ହାଇକୋର୍ଟ ମନା କରିଦେବା ପରେ ଦୋଷୀଙ୍କ ଓକିଲ ଏପି ସିଂହ ନିଜ ପକ୍ଷଙ୍କୁ ବଞ୍ଚାଇବାକୁ ଶେଷ ପ୍ରୟାସ ଆରମ୍ଭ କରିଥିଲେ। କିନ୍ତୁ ଏହି ଆବେଦନରେ କୌଣସି ଗୁରୁତ୍ୱ ଏବଂ ପ୍ରାସଙ୍ଗିତା ନଥିବା ଦର୍ଶାଇ କୋର୍ଟ ଏହି ଆବେଦନ ଖାରଜ କରିଛନ୍ତି। […]
ନୂଆଦିଲ୍ଲୀ: ଆସନ୍ତା ରବିବାର ସକାଳ ୭ଟାରୁ ରାତି ୯ଟା ପର୍ଯ୍ୟନ୍ତ ଘରୁ ନବାହାରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ନିବେଦନ କରିଛନ୍ତି। ବିଶ୍ୱ ମହାମାରୀ କରୋନାର ମୁକାବିଲା ନେଇ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସମ୍ବୋଧିତ କରିଥିଲେ। ସେ କହିଥିଲେ, ‘ସାରା ବିଶ୍ୱରେ କରୋନା ଭାଇରସ୍ ବିଶ୍ୱ ସଙ୍କଟ ଭାବେ ଉଭା ହୋଇଛି। ମୁଁ ଦେଶବାସୀଙ୍କ ପାଖରୁ ଯାହା ଚାହିଁଛି ତାହା ମିଳିଛି। ହେଲେ ଏବେ ମୁଁ ସମସ୍ତ ନାଗରିକଙ୍କ ପାଖରୁ କିଛି ଚାହୁଁଛି। ଆସନ୍ତା ୨୨ […]
ଭୁବନେଶ୍ୱର: କରୋନା ମୁକାବିଲା ପାଇଁ କେନ୍ଦ୍ର ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି। କର୍ମଚାରୀଙ୍କୁ ନିଜ ଘରେ କାମ କରିବା ସହିତ ପାଳି କରି ଅଫିସ ଆସିବାକୁ ବିଭାଗୀୟ ମୁଖ୍ୟଙ୍କୁ ନିର୍ଦ୍ଦେଶ ଦିଆଯାଇଛି।କେନ୍ଦ୍ର ସରକାରଙ୍କ ଅଧିନରେ ନିୟୋଜିତ କର୍ମଚାରୀଙ୍କ ମଧ୍ୟରୁ ୫୦ ପ୍ରତିଶତ ନିଜ ବାସଭବନରୁ କାର୍ଯ୍ୟ କରିବେ। କେନ୍ଦ୍ର ସରକାରଙ୍କ ଅଧିନରେ କାର୍ଯ୍ୟରତ ଗ୍ରୁପ ବି ଓ ଗ୍ରୁପ ସି କର୍ମଚାରୀଙ୍କ ମଧ୍ୟରୁ ୫୦ ପ୍ରତିଶତ ଅଫିସକୁ ଆସିବେ। ବଳକା ୫୦ ପ୍ରତିଶତ କର୍ମଚାରୀ ଘରୁ କାମ […]
ବେଜିଂ: ସାରା ବିଶ୍ୱରେ କରୋନା ସ୍ଥିତି ଅଣାୟତ୍ତ ହୋଇପଡ଼ିଛି। ଏବେ କରୋନା ୧୬୨ଟି ଦେଶକୁ ବ୍ୟାପିଥିବା ବେଳେ ଇଟାଲୀର ଅବସ୍ଥା ସାଂଘାତିକ ହୋଇଛି। ଇଟାଲୀରେ କରୋନା ୨୪ ଘଣ୍ଟାରେ ପୁଣି ୩୪୯ ଜଣଙ୍କ ମୃତ୍ୟୁ ଘଟିଛି। ରବିବାର ଏଠାରେ ୩୪୮ ଜଣଙ୍କ ମୃତ୍ୟୁ ଘଟିଥିଲା। ଚାଇନାର ଉହାନରେ ଏହି ଭୂତାଣୁ ସୃଷ୍ଟି ହୋଇଥିଲେ ହେଁ ଗୋଟିଏ ଦିନରେ ଏତେ ସଂଖ୍ୟକ ମୁଣ୍ଡ କେବେ ବି ଗଡ଼ି ନଥିଲା। ଇଟାଲୀ ବ୍ୟତୀତ ଫ୍ରାନ୍ସ ଓ ସ୍ପେନରେ ବି କରୋନା […]