ଚାଷୀଙ୍କୁ ପୁଣି ଆଲୋଚନା ପାଇଁ ଡାକିଛନ୍ତି କେନ୍ଦ୍ର ସରକାର। କେନ୍ଦ୍ର କୃଷି ମନ୍ତ୍ରଣାଳୟର ଏହି ଚିଠିରେ ଚାଷୀ ସଂଗଠନମାନଙ୍କୁ ସେମାନଙ୍କ ସୁବିଧା ଅନୁସାରେ ଆଲୋଚନା ପାଇଁ ଆସିବାକୁ କୁହାଯାଇଛି। ପୂର୍ବରୁ କିଛି ସଂଗଠନକୁ କେନ୍ଦ୍ର ଜାଣିଶୁଣି ଭିନ୍ନ ଭିନ୍ନ ତାରିଖରେ ଆଲୋଚନା ପାଇଁ ଡାକି ବିଭାଜନ ସୃଷ୍ଟି କରୁଛି ବୋଲି ଅଭିଯୋଗ କରିଥିଲେ।
ବ୍ୟବହାର ପରେ ଅଦରକାରୀ ଟାୟାରକୁ ଲୋକେ ବାହାରେ ଫୋପାଡି ଦିଅନ୍ତି। କିନ୍ତୁ ଏଥିରୁ ଯେ ଏତେ ସୁନ୍ଦର ଉପଯୋଗୀ ଜିନିଷ ତିଆରି ହୋଇପାରିବ, ତାହା କେହି ଭାବି ନଥାନ୍ତି ଯାହା କରି ଦେଖାଇଛନ୍ତି ମହାରାଷ୍ଟ୍ର ପୁଣେର ଜଣେ ମହିଳା ଟାୟାରରୁ ତିଆରି କରୁଛନ୍ତି ସୁନ୍ଦର ସୁନ୍ଦର ଜୋତା ଓ ଚପଲ।
ନାଚିଲେ ମମତା ବାନାର୍ଜୀ। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନାଚକୁ ନେଇ ଏବେ ଜୋରଦାର ଚର୍ଚ୍ଚା। କୋଲକାତାରେ ଆରମ୍ଭ ହୋଇଥିବା ସଙ୍ଗୀତ ମହୋତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ। ଏହି ସମୟରେ ମଞ୍ଚରେ ଉପସ୍ଥିତ ଥିବା ଆଦିବାସୀ କଳାକାର ନାଚିଥିଲେ। ଯାହାକୁ ଦେଖି ଖୋଦ୍ ମୁଖ୍ୟମନ୍ତ୍ରୀ ବି କଳାକାରଙ୍କ ସହ ପାଦରେ ପାଦ ମିଶାଇ ନାଚିଥିଲେ।
ଦେଶର ସମସ୍ତ ଟୋଲଗେଟରେ ଫାଷ୍ଟ ଟ୍ୟାଗ୍ ବ୍ୟବସ୍ଥା କରାଯିବା ସହ ଗାଡ଼ି ଚାଳକ ଏଥିପ୍ରତି ସଚେତନ ହୋଇ ଫାଷ୍ଟଟ୍ୟାଗ୍ ବ୍ୟବହାର କରିବାକୁ ସେ ଆହ୍ୱାନ ଦେଇଛନ୍ତି।
ଆଜି ପୁଣି ଚାଷୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ୬ଟି ରାଜ୍ୟର ଚାଷୀଙ୍କ ସହ ମୋଦି ନୂଆ କୃଷି ଆଇନ ସଂପର୍କରେ ଆଲୋଚନା କରିବେ। ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ଜୟନ୍ତୀ ଅବସରରେ ମଧ୍ୟାହ୍ନରେ ଚାଷୀଙ୍କ ସହ ସେ ଭିଡିଓ କନ୍ଫରେନ୍ସ ଆଲୋଚନା କରିବେ ବୋଲି ସୂଚନା ରହିଛି।
ଧରାପୃଷ୍ଟରେ ଅବତରଣ କରିଛନ୍ତି ପ୍ରଭୁ ଯୀଶୁ। ଆଜି ମଧ୍ୟରାତ୍ରୀରେ ପ୍ରଭୁ ଯୀଶୁ ମେରୀଙ୍କ କୋଳ ମଣ୍ଡନ କରିଛନ୍ତି ।ଯେଉଁ ଦିବ୍ୟ ମୁହୂର୍ତ୍ତକୁ ଅନେଇ ବସିଥିଲେ ଖ୍ରୀଷ୍ଟ ଧର୍ମାବଳମ୍ବୀ ସେହି ସମୟ ଆସି ପହଞ୍ଚିଥିଲା। କରୋନା କଟକଣା ଯୋଗୁ ପୂର୍ବ ବର୍ଷ ଭଳି ଏଥର ନଥିଲା ସେହି ସରାଗ
ସରୋଜ ଘରୁ ମିଳିଥିବା ଗାମୁଛା ଘଟଣା ସମ୍ପର୍କରେ ପୂରା ତଥ୍ୟ ଦେବ ବୋଲି କହିଲେ ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା। ପରୀକୁ ବୋହିବା ପରେ ତା' ଦେହରୁ ବାହାରିଥିବା ରକ୍ତକୁ ସେ ଗାମୁଛାରେ ପୋଛିଥିଲା ସରୋଜ। ତେବେ ସେହି ଗାମୁଛା ସରୋଜ ଘରୁ ଜବତ କରାଯାଇଛି।
ସରୋଜର କାରାନାମା ସମ୍ପର୍କରେ ଜାଣିଥିଲେ ପରିବାର ଲୋକେ। କିଛି ଏମିତି କଥା କହିଛନ୍ତି ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା। ଏହାସହ ସେ ଆହୁରି ମଧ୍ୟ କହିଛନ୍ତି ଯେ, ଘଟଣା ସମ୍ପର୍କରେ ପରିବାରର କେହି ଜଣେ ସଦସ୍ୟ ଜାଣିଥିଲେ। ପରିବାରର କେହି ନା କେହି ଏହା ସମ୍ପର୍କରେ ଜାଣିଛନ୍ତି ବୋଲି କହିଲେ ବୋଥ୍ରା।
ହିଂସା ପ୍ରଭାବିତ ଶ୍ରୀନଗର ଅନନ୍ତନାଗରେ ସ୍ଥିତି ଧୀରେ ଧୀରେ ସ୍ୱାଭାବିକ ହେଉଛି। କରୋନା ସଂକ୍ରମଣ ଯୋଗୁଁ ସ୍କୁଲ ସବୁ ବନ୍ଦ ରହିଛି। ତେଣୁ ଛାତ୍ରଛାତ୍ରୀମାନଙ୍କ ମନରେ ଉତ୍ସାହ ଆଣିବା ପାଇଁ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଆୟୋଜିତ ହୋଇଛି ସ୍ୱତନ୍ତ୍ର କାର୍ଯ୍ୟକ୍ରମ।
କୃଷି ଆଇନକୁ ପ୍ରତ୍ୟାହାର ପାଇଁ କୃଷକମାନଙ୍କ ଆନ୍ଦୋଳନ ଜାରି ରହିଥିବା ବେଳେ କଂଗ୍ରେସ ନେତା ରାହୁଲ ଗାନ୍ଧି ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିବେ। ତାପୂର୍ବରୁ ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ ଦିଲ୍ଲୀର ବିଜୟ ଚୌକରେ ବିକ୍ଷୋଭ କରାଯିବ। ଏହାପରେ କଂଗ୍ରେସ ସାଂସଦ ମାନଙ୍କୁ ନେଇ ପ୍ରତିନିଧି ଦଳ ରାଷ୍ଟ୍ରପତିଙ୍କୁ ଭେଟିବେ।
ମହାରାଷ୍ଟ୍ର ପରେ କର୍ଣ୍ଣାଟକରେ ଜାରି ହେଲା ନାଇଟ କର୍ଫ୍ୟୁ। ରାତି ୧୦ଟାରୁ ସକାଳ ୬ଟା ପର୍ଯ୍ୟନ୍ତ କର୍ଫ୍ୟୁ ରହିବ ବୋଲି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି.ଏସ. ୟେଦୁରପ୍ପା ଘୋଷଣା କରିଛନ୍ତି।
ଚଳନ୍ତା ବିମାନର ଦ୍ୱାର ଖୋଲି ବାହାରକି ଚାଲିଆସିଲେ ୨ ଜଣ ବ୍ୟକ୍ତି। ବଡ ଦୁର୍ଘଟଣାରୁ ବର୍ତ୍ତିଗଲା ବିମାନ। ଏପରି ଘଟଣା ଘଟିଛି ଆମେରିକାରେ। ମିଳିଥିବା ସୂଚନା ଅନୁସାରେ, ବିମାନ ଉଡ଼ାଣ ପାଇଁ ରନୱେ ଆଡକୁ ଯାଉଥିବାବେଳେ ଜରୁରୀକାଳୀନ ଫାଟକ ଖୋଲି ସକ୍ରିୟ ଥିବା ସ୍ଲାଇଡରରୁ ଦୁଇଜଣ ଲୋକ ବାହାରି ଆସିଥିଲେ।
ଇଫକୋ କାରଖାନାରେ ବଡଧରଣର ଦୁର୍ଘଟଣା। ଆମୋନିଆ ଗ୍ୟାସ ଦୁର୍ଘଟଣା ହେବାରୁ ୨ ଜଣ କର୍ମଚାରୀଙ୍କ ଜୀବନ ଯାଇଛି। ମିଳିଥିବା ସୂଚନା ଅନୁସାରେ, ୟୁରିଆ ପ୍ରସ୍ତୁତ କରୁଥିବା ଏହି କାରଖାନାରେ ମଙ୍ଗଳବାର ରାତି ଆମୋନିଆ ଗ୍ୟାସ ନିର୍ଗତ ହେବାରୁ ୨ ଜଣ ଅଧିକାରୀଙ୍କ ପ୍ରାଣହାନୀ ଘଟିଛି ।
ନିଜ ଜିଦରେ ଅଟଳ ରହିଛନ୍ତି ଚାଷୀ। କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ଜୋରଦାର ବିରୋଧ କରି ଆନ୍ଦୋଳନରେ ବସିଛନ୍ତି ଚାଷୀ। ସେମାନଙ୍କର ଅର୍ଥାତ୍ ଚାଷୀଙ୍କ ଗୋଟିଏ ଦାବି କେନ୍ଦ୍ର ସରକାର ଯେ,ପର୍ଯ୍ୟନ୍ତ ଚାଷୀଙ୍କ ଦାବିକୁ ମାନିନାହାନ୍ତି ସେ ପର୍ଯ୍ୟନ୍ତ ଚାଷୀମାନେ ଆନ୍ଦୋଳନ କରିବେ ବୋଲି ରୋକଠୋକ ଶୁଣାଇଛନ୍ତି।
ଅଣାୟତ ଅଣ୍ଡାଦର। ଲାଗାତାର ଭାବରେ ହୁ ହୁ ହୋଇ ବଢିବାରେ ଲାଗିଛି ଅଣ୍ଡାର ଦାମ। ୩୫୦ ଟଙ୍କାରେ ପହଞ୍ଚିଲାଣି ଗୋଟିଏ ଡଜନ ଅଣ୍ଡାର ଦାମ।। ଅର୍ଥାତ୍ ଗୋଟିଏ ଅଣ୍ଡାର ଦାମ ପାଖାପାଖି ୩୦ ଟଙ୍କା ରହିଛି। ଯାହାକି ଲୋକଙ୍କୁ ବିଚଳିତ କରୁଛି ତାହା ନୁହେଁ ବରଂ ଆତଙ୍କିତ ମଧ୍ୟ କରୁଛି
ଏନସିପି ନେତା ଶରଦ ପାୱାର ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ରୁଦ୍ଧଦ୍ୱାର ବୈଠକ। ୨ ନେତାଙ୍କ ଆଲୋଚନା ସମୟରେ ବିରୋଧୀ ଶାସିତ ରାଜ୍ୟ ସରକାରମାନଙ୍କୁ କେନ୍ଦ୍ର ସରକାର କିଭଳି ଭାବେ ଅସ୍ଥିର କରିବାକୁ ଚେଷ୍ଟା କରୁଛନ୍ତି ତାହା ଉପରେ ଆଲୋଚନା ହୋଇଛି
ନୂଆଦିଲ୍ଲୀର ସୀମାରେ ଚାଷୀମାନେ ଆଜିଠାରୁ ଆନ୍ଦୋଳନକୁ ଆହୁରି ତୀବ୍ରକରିଛନ୍ତି। ଆଜି ସଂପୂର୍ଣ୍ଣ ଭାବେ ଉପବାସୀ ରହି ପ୍ରତୀକାତ୍ମକ ଅନଶନ କରିବେ ଚାଷୀ। ଦିଲ୍ଲୀର ଚାରିପଟେ ଆନ୍ଦୋଳନରତ କୃଷକମାନେ ଉପବାସ ରହିବେ ବୋଲି ଗତକାଲିଠାରୁ ଘୋଷଣା କରିଛନ୍ତି।
୪୦୦ ବର୍ଷ ପରେ ଆଜି ହେବ ବୃହସ୍ପତି ଓ ଶନି ଗ୍ରହର ମହାମିଳନ। ଆଜି ସନ୍ଧ୍ୟା ୬ଟାରେ ଦେଖିବାକୁ ମିଳିବ ଏହି ବିରଳ ମହାଜାଗତିକ ଦୃଶ୍ୟ। ଲୋକେ ଏହାକୁ ଖାଲି ଆଖିରେ ଦେଖିପାରିବେ। ଆକାଶରେ ବୃହସ୍ପତି ଓ ଶନି ଗ୍ରହ ପରସ୍ପରର ଅତି ନିକଟତର ।ହେବେ ଶେଷଥର ପାଇଁ ୧୬ ଜୁଲାଇ ୧୬୨୩ ମସିହାରେ ଏହି ଦୁଇ ଗ୍ରହର ଏଭଳି ମହାମିଳନ ଘଟିଥିଲା।
ଦେଶରେ ତିଆରି ହେଉଥିବା ପ୍ରଥମ କରୋନା ଟିକାର ପରୀକ୍ଷଣ ପାଇଁ ସରକାର ଅନୁମତି ଦେବାକୁ ନିଷ୍ପତ୍ତି ନେଇଥିବା ଦୁଇ ଦିନ ତଳେ ସୂଚନା ଦେଇଥିଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବଦ୍ଧନ।
ୟୁକେରେ ଆତଙ୍କ ସୃଷ୍ଟି କରିଛି କରୋନାର ନୂଆ ଷ୍ଟ୍ରେନ୍। ଏହା ବେକାବୁ ହୋଇଥିବା ନେଇ ଲୋକଙ୍କୁ ଚେତାଇବା ସହ ଲୋକଙ୍କୁ ଘରୁ ନବାହାରିବାକୁ ଲକଡାଉନ କଟକଣା ଜାରି କରିଛନ୍ତି ବ୍ରିଟେନ୍ ସରକାର। ବଡ଼ଦିନ ପାଇଁ ସଂପର୍କୀୟଙ୍କୁ ଏକାଠି ହେବା ଉପରେ ମଧ୍ୟ କଟକଣା ଲଗାଯାଇଛି।
ହାତୀକୁ ଧକ୍କା ଦେବା ଫଳରେ ପୁରୀରୁ ସୁରତ ଯାଉଥିବା 02827 ସ୍ୱତନ୍ତ୍ର ଏକ୍ସପ୍ରେସ ଟ୍ରେନର ଇଂଜିନ୍ ଲାଇନଚ୍ୟୁତ ହୋଇଛି। ମିଳିଥିବା ସୂଚନା ଅନୁସାରେ, ବିଳମ୍ବିତ ରାତି ପ୍ରାୟ ୨ଟା ସମୟରେ ସମ୍ବଲପୁର ଡିଭିଜନର ହାତୀବାରି ଓ ମାନେଶ୍ୱର ରେଳ ଷ୍ଟେସନ ମଧ୍ୟରେ ଭବାନୀପାଲି ନିକଟରେ ଟ୍ରେନଟି ଏକ ହାତୀକୁ ଧକ୍କା ଦେଇଥିଲା।