ଜାମ୍ମୁ ଓ କାଶ୍ମୀରର ପୁଲଓ୍ୱାମା ବିସ୍ଫୋରଣ ଘଟଣାକୁ ଦୁଇ ବର୍ଷ ବିତିଲା। ଆଜିର ଦିନରେ ବୀର ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଉଛି ସାରା ଦେଶ। ୨୦୧୯ ମସିହା ଫେବୃୟାରୀ ୧୪ତାରିଖରେ ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିଲେ ୪୦ରୁ ଅଧିକ ବୀର ଯବାନ
ଇଚ୍ଛାଶକ୍ତି ଆଗରେ ବୟସ ସାଜେନି ବାଧକ। ବୟସର ଅପରାହ୍ଣ ପରେ ବି ପରିବାର ବୋଝ ମୁଣ୍ଡାଇଛନ୍ତି ବୃଦ୍ଧ ଅଟୋ ଚାଳକ। ଦୁଇପୁଅଙ୍କୁ ହରାଇବା ପରେ ବୃଦ୍ଧ ଅଟୋ ଚାଳକ ନିଜ ବୋହୂ ଓ ନାତୁଣୀର ଦାୟିତ୍ୱ ନିଜ ଉପରକୁ ନେଇଥିଲେ। ଏଥିପାଇଁ ତାଙ୍କୁ ବୃଦ୍ଧାବସ୍ଥାରେ ବି କଠିନ ପରିଶ୍ରମ କରିବାକୁ ପଡ଼ୁଛି।
ତାମିଲନାଡ଼ୁରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ମାତ୍ର ୮ ଦିନର କଅଁଳା ଶିଶୁର ଏମିତି କାରଣ ପାଇଁ ଜୀବନ ଯାଇଛି ଯାହା ଶୁଣିଲେ ଆପଣଙ୍କ ଆଖିରେ ବି ଲୁହ ଜକାଇ ଆସିବ। ସେହି ୮ ଦିନ ଶିଶୁର ମାଆଙ୍କ କହିବା ଅନୁସାରେ, ମାଙ୍କଡ଼ ଦଳ ଘର ମଧ୍ୟକୁ ପ୍ରବେଶ କରି ୨ ଜାଆଁଳା ପିଲାଙ୍କୁ ଘରୁ ଉଠାଇ ନେଇଛି।
ପୁଲୱାମା ଆକ୍ରମଣକୁ ଆଜିକୁ ୨ ବର୍ଷ ପୂରିଲା । ଠିକ୍ ଆଜିର ଦିନରେ ୪୦ ଜଣ ବୀର ପୁତ୍ରଙ୍କୁ ହରାଇଥିଲା ଭାରତ। ଇତି ମଧ୍ୟରେ ପୁଲୱାମାକୁ ୨ ବର୍ଷ ପୂରିଯାଇଛି
ଦୈନଦିନ ଜୀବନରେ ଆମେ ମାନେ ସମସ୍ତେ ଅନେକଙ୍କଠାରୁ କିଛି ନା କିଛି ଶିଖିଥାଆନ୍ତି। ଆଉ ବର୍ତ୍ତମାନ ସମୟରେ ବୃକ୍ଷ ହିଁ ଜୀବନ। କାରଣ ବଂଚିବାକୁ ହେଲେ ଗଛ ବଂଚିବା ନିହାତି ଦରକାର। ଆପଣ ଏଠାରେ ନିଶ୍ଚୟ କହିବେ ଏହି କଥା କିଏ ଜାଣିନାହିଁ ଯେ, ଆପଣ ଏ କଥା କହୁଛନ୍ତି।
କରୋନା ସଙ୍କଟ ସମୟରେ ସର୍ବସାଧାରଣଙ୍କ ପାଇଁ ଆସନ୍ତାକାଲିଠୁ ଖୋଲିବ ରାଷ୍ଟ୍ରପତି ଭବନର ପ୍ରସିଦ୍ଧ ମୋଗଲ ଗାର୍ଡେନ। ଆଉ ଏଠାରେ ମାର୍ଚ୍ଚ ୨୧ ଯାଏ ଚାଲିବ ଉଦ୍ୟାନ ଉତ୍ସବ ବୋଲି ସୂଚନା ରହିଛି
ସୋସିଆଲ ମିଡିଆରେ ହିଂସା ଉଦ୍ରେକକାରୀ ମିଥ୍ୟା ଖବର ପ୍ରଚାର କଲେ କଠୋର କାର୍ଯ୍ୟାନୁଷ୍ଠାନ ନେବେ ସରକାର। ସୋସିଆଲ୍ ମିଡିଆ ପ୍ଲାଟଫର୍ମ ମାନଙ୍କୁ ଆଜି ଏଭଳି ଚେତାବନୀ ଦେଇଛନ୍ତି ଆଇଟି ମନ୍ତ୍ରୀ ରବିଶଙ୍କର ପ୍ରସାଦ
କୋଟିଆର ବିବାଦୀୟ ୩ଟି ଗାଁ ଓଡ଼ିଶାର ନା ଆନ୍ଧ୍ରର ତାହାକୁ ନେଇ ଥମୁନି ଚର୍ଚ୍ଚା। ପ୍ରକୃତରେ ଏ ଅଞ୍ଚଳ କାହାର? ତାକୁ ନେଇ କାଲି ଗୁରୁତ୍ୱପୂର୍ଣ୍ଣ ଶୁଣାଣି ସୁପ୍ରିମକୋର୍ଟ କରିବେ ବୋଲି ଜଣାପଡ଼ିଛି।
ବିପନ୍ନଙ୍କ ସହ ଉଦ୍ଧାରକାରୀଙ୍କର ବି ନିଦ ହଜାଇଦେଇଛି ଉତ୍ତରାଖଣ୍ଡ ଚମୋଲି ବିପର୍ଯ୍ୟୟ। ଦିନରାତି ଏକ କରି ତପୋବନ ଟନେଲ୍ ଭିତରୁ ପଙ୍କ କାଦୁଅ କାଢ଼ିବାକୁ ଚେଷ୍ଟା ଚାଲିଥିଲେ ବି, କାମ ସରିବାର ନାଁ ନେଉନାହିଁ। ବିପର୍ଯ୍ୟୟକୁ ୭୨ ଘଣ୍ଟା ବିତି ସାରିଥିବାରୁ ପରବର୍ତ୍ତୀ ପଦକ୍ଷେପ କଣ ନିଆଯିବ ସେ ନେଇ ଆଜି ନିଷ୍ପତ୍ତି ହେବ ବୋଲି ସୂଚନା ମିଳିଛି
ସାରା ଦୁନିଆ ସଂତ୍ରସ୍ତ ହେଲା, ଆମେ ବଞ୍ଚିଗଲୁ କାରଣ ଆମ ଉପରେ ଭଗବାନ କୃପା କଲେ ବୋଲି ମୋଦି କହିଛନ୍ତି। ଏହାସହ ମୋଦି ଆହୁରି ମଧ୍ୟ କହିଛନ୍ତି ଯେ, ସେହି ଡାକ୍ତର ଏବଂ ନର୍ସ ମାନେ ଆମମାନଙ୍କ ପାଇଁ ଭଗବାନଙ୍କ ଅବତାର ଥିଲେ। କାର ସେମାନଙ୍କ ପାଇଁ ହିଁ ଆମେ ସୁରକ୍ଷିତ ଅବସ୍ଥାରେ ଅଛନ୍ତି
ଆସନ୍ତାକାଲି ଦେଶବ୍ୟାପି ଚକାଜାମ୍ କରି ଆନ୍ଦୋଳନ କରିବେ ଚାଷୀ। ଦିନ ୧୨ଟାରୁ ଅପରାହ୍ନ ୩ଟା ଯାଏଁ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରିବାକୁ କୃଷକ ସଂଗଠନଗୁଡ଼ିକ ନିଷ୍ପତ୍ତି ନେଇଛନ୍ତି। କୃଷକଙ୍କ ଚକାଜାମ୍ ଆନ୍ଦୋଳନକୁ ଦୃଷ୍ଟିରେ ଦେଶବ୍ୟାପୀ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।
ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଯେତିକି ପାଖେଇ ଆସୁଛି, ରାଜ୍ୟରେ ତୃଣମୂଳ କଂଗ୍ରେସ ଓ ବିଜେପି ମଧ୍ୟରେ ଲଢ଼େଇ ସେତିକି ସାମ୍ନାକୁ ଆସୁଛି। ବେଙ୍ଗଲବାସୀଙ୍କ ମନ ଜିଣିବାକୁ ରାଜ୍ୟବ୍ୟାପୀ ୫ଟି ପରିବର୍ତ୍ତନ ରଥଯାତ୍ରା ପାଇଁ ଯୋଜନା କରିଛି ବିଜେପି ।
ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଲେ ସୁପ୍ରିମକୋର୍ଟ। ସାଧାରଣ ଦିବସ ଦିନ ଦେଶର ରାଜଧାନୀ ଦିଲ୍ଲୀରେ ଘଟିଥିବା ହିଂସାକାଣ୍ଡରେ ହସ୍ତକ୍ଷେପ କରିବାକୁ ମନା କରିଦେଇଛନ୍ତି ଏସ.ସି।
ନିଜ ପଦବୀରୁ ଇସ୍ତଫା ଦେବେ ଆମାଜନର ପ୍ରତିଷ୍ଠାତା ଓ ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ (ସିଇଓ) ଜେଫ୍ ବେଜୋସ୍। ଇସ୍ତଫା ନେଇ ସେ ନିଜେ ଘୋଷଣା କରିଛନ୍ତି। ବେଜୋସ୍ ୨୦୨୧ର ତୃତୀୟ କ୍ୱାର୍ଟର ଅର୍ଥାତ୍ ଶେଷ ଆଡ଼କୁ ସିଇଓ ପଦରୁ ଇସ୍ତଫା ଦେବେ ଏବଂ ଏହା ପରେ ସେ ଏକଜିକ୍ୟୁଟିଭ୍ ଚେୟାରମ୍ୟାନ୍ ଭାବେ କାମ କରିବେ ବୋଲି ସୂଚନା ରହିଛି
ମାଓବାଦୀଙ୍କ ଯୋଜନା ପଣ୍ଡ କଲେ ଯବାନ। ଉପସ୍ଥିତ ବୃଦ୍ଧି ଓ ଅଦମ୍ୟ ସାହସ ଯୋଗୁ ଏକ ଅଘଟଣକୁ ଏଡ଼ାଇ ଦିଆଯାଇଛି। ନକ୍ସଲଙ୍କ ଦ୍ୱାରା ଖଞ୍ଜା ଯାଇଥିବା ଲ୍ୟାଣ୍ଡ ମାଇନକୁ ନିଷ୍କ୍ରିୟ କରିଛନ୍ତି ସୁରକ୍ଷାବାହିନୀ।
ଆଜି ପ୍ରକାଶ ପାଇବ ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷାର କାର୍ଯ୍ୟସୂଚୀ। କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିୟାଲ ନିଶାଙ୍କ ପୂର୍ବରୁ ଟ୍ୱିଟ୍ କରି ଏହି ଘୋଷଣା କରିଥିଲେ ବୋର୍ଡର ଅଫିସିଆଲ୍ ୱେବସାଇଟ୍।
ବାହାରେ ବରଫ, ଭିତରେ ବରଫ ଆଉ ତା ଭିତରେ ଖାଦ୍ୟ ଓ ପାନୀୟର ମଜା ନେଉଛନ୍ତି ପର୍ଯ୍ୟଟକ। କେବଳ ଏତିକି ନୁହେଁ ଏହାସହ ସ୍କେଟିଂ ବି କରୁଛନ୍ତି ଲୋକେ। କାଶ୍ମୀର ଗୁଲମାର୍ଗରେ ଖୋଲିଛି ଭାରତର ପ୍ରଥମ ଓ ଏସିଆର ବୃହତ୍ତମ ଇଗ୍ଲୁ କାଫେ।
ମହିଳାଙ୍କ ମନ କଥା ବୁଝିଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ନିଜର ତୃତୀୟ ବଜେଟରେ ନିର୍ମଳା ମହିଳାମାନେ ବିଶେଷ ବ୍ୟବହାର କରୁଥିବା ଅଳଙ୍କାର ଉପରେ ଆମଦାନୀ ଶୁଳ୍କ ହ୍ରାସ କରିଛନ୍ତି। ସୁନା ଓ ରୁପା ଉପରେ ଆମଦାନୀ ଶୁଳ୍କ ୧୨.୫ ପ୍ରତିଶତରୁ ୭.୫ ପ୍ରତିଶତକୁ ହ୍ରାସ କରାଯାଇଛି
ସୋସିଆଲ ମିଡ଼ିଆରେ ନିଜ ଝିଅର ପ୍ରଥମ ଫଟୋ ସେୟାର କଲେ ଅଭିନେତ୍ରୀ ଅନୁଷ୍କା ଶର୍ମା। ସେୟାର ହୋଇଥିବା ଫଟୋରେ ବିରାଟ ଓ ଅନୁଷ୍କା ଝିଅକୁ କୋଳରେ ଧରିଥିବା ବେଳେ ବେଶ୍ ଖୁସି ନଜର ଆସିଛନ୍ତି। ଫଟୋ ସେୟାର କରି ଅନୁଷ୍କା ଝିଅର ନାଁ ‘ଭମିକା’ ରଖିଥିବା ଫ୍ୟାନ୍ସଙ୍କୁ ଜଣାଇଛନ୍ତି
ପାଖାପାଖି ୧ ବର୍ଷ ହେଲାଣି ଉତ୍ତର କୋରିଆ ରାଷ୍ଟ୍ର ମୁଖ୍ୟ କିମ୍ ଜୋନ୍ ଉଙ୍ଗଙ୍କର ପତ୍ନୀଙ୍କ କୌଣସି ପତ୍ତା ମିଳୁନାହିଁ। ତେବେ ସେ କେଉଁ ଆଡ଼େ ଗଲେ ତାହାକୁ ନେଇ ଏବେ ଜୋରସୋରରେ ଚର୍ଚ୍ଚା ଚାଲିଛି। କାରଣ ଗତବର୍ଷ ଜାନୁଆରୀ ୨୫ ତାରିଖରେ କିମଙ୍କ ପତ୍ନୀ କିମଙ୍କ ସହ ଦେଖାଯାଇଥିଲେ।
: ଚଳିତ ସପ୍ତାହରୁ ଦେଶରେ ଆରମ୍ଭ ହୋଇଯିବ ଲୋକାଲ ଟ୍ରେନ ସେବା। ପୁଣି ଥରେ ଭରପୁର ଲାଗିବ ରେଲୱେ ଷ୍ଟେସନ। ଦେଖିବାକୁ ମିଳିବ ଲୋକଙ୍କ ଗହଳି ଚହଳି। କରୋନା କଟକଣା ମଧ୍ୟରେ ଏଣିକି ଲୋକାଲ ଟ୍ରେନରେ ଯାତ୍ରା କରିପାରିବେ ଯାତ୍ରୀ।
୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ପୁଣି ୭୯ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪୭ ଜଣ କ୍ୱାରେଣ୍ଟିନ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ଆଉ ୩୨ ଜଣ ସ୍ଥାନୀୟ ଅଂଚଳରୁ ସଂକ୍ରମିତ ହୋଇଛନ୍ତି