ଉଠୁଛି ପଡୁଛି ପଶ୍ଚିମବଙ୍ଗ ରାଜନୀତି। ମୋଦି-ଦିଦିଙ୍କ ମଧ୍ୟରେ ଚାଲିଛି ଘମାଘୋଟ ଲଢେଇ। ଗୋଟିଏ ପଟେ ନିଜ ପାରମ୍ପରିକ ଆସନରୁ ଏଥର ନିର୍ବାଚନ ନଲଢି ନନ୍ଦିଗ୍ରାମରୁ ନିର୍ବାଚନ ଲଢୁଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମସି ମୁଖ୍ୟ ମମତା ବାନାର୍ଜୀ।
କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସ୍ୱାମୀ ରୋବର୍ଟ ଭଦ୍ରା କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ରୋବର୍ଟ ଭଦ୍ରା କରୋନାରେ ସଂକ୍ରମିତ ହେବା ପରେ ପ୍ରିୟଙ୍କା ନିଜର ଆସାମ ଗସ୍ତକୁ ରଦ୍ଦ କରିଥିବା ନେଇ ସୂଚନା ମିଳିଛି। କେବଳ ଏତିକି ନୁହେଁ ପ୍ରିୟଙ୍କା ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି
ଦେଶରେ ଲଗାତାର ଭାବରେ ବଢିବାରେ ଲାଗିଛି କରୋନା। ତେବେ କରୋନା ସଂକ୍ରମଣ ବୃଦ୍ଧି ପରେ ପୁଣେ ସହରରେ ୧୨ ଘଣ୍ଟିଆ ନାଇଟ୍ କର୍ଫ୍ୟୁ ଲାଗୁ କରାଯାଇଛି।
ତେବେ ସମସ୍ତଙ୍କ ନଜର, ନନ୍ଦିଗ୍ରାମ ଉପରେ ରହିଛି। କାରଣ, ସବୁ ସିଟ୍ ଭିତରେ ହଟସିଟ୍ ପାଲଟିଛି ନନ୍ଦିଗ୍ରାମ। ପାରମ୍ପରିକ ଆସନ ଭବାନୀପୁର ଛାଡି ନନ୍ଦିଗ୍ରାମରେ ବାଜି ଲଗାଇଛନ୍ତି ଟିଏମସି ସୁପ୍ରିମୋ। ଆଉ ତାଙ୍କୁ କଡା ଟକ୍କର ଦେଉଛନ୍ତି ବିଜେପିର ଶୁଭେନ୍ଦୁ ଅଧିକାରୀ
କରୋନାର ଲେଉଟାଣି ଲହର ନେଇ ସବୁ ମୁଖ୍ୟ ସଚିବଙ୍କୁ ଚିଠି ଲେଖିଲେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ। ଲେଉଟାଣି ଲହର ନେଇ ସତର୍କ ସହ ପଦକ୍ଷେପ ପାଇଁ ଦେଲେ ପରାମର୍ଶ। ମାସ୍କ ପରିଧାନ, ସାନିଟାଇଜର ବ୍ୟବହାର ପାଇଁ ସଚେତନ କରାଯାଉ, ଗୋଷ୍ଠୀ ସଂକ୍ରମଣ ସ୍ଥାନରେ ବଡ଼ ଆକାରରେ କଣ୍ଟେନମେଣ୍ଟ କରିବାକୁ ବି ଦେଲେ ପରାମର୍ଶ
ଦିଲ୍ଲୀ ଏମ୍ସରେ ସଫଳତାର ଶେଷ ହେଲା ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ବାଇପାସ ସର୍ଜରୀ। ଏନେଇ ଟ୍ୱିଟ୍ କରି ସୂଚନା ଦେଲେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ। ସଫଳ ଅସ୍ତ୍ରୋପଚାର ପାଇଁ ଏମ୍ସ ଡାକ୍ତରୀ ଦଳଙ୍କୁ ଶୁଭେଚ୍ଛା ମଧ୍ୟ ଜଣାଇଲେ ରାଜନାଥ। କେବଳ ଏତିକି ନୁହେଁ ବରଂ ରାଷ୍ଟ୍ରପତିଙ୍କ ସ୍ୱାସ୍ଥ୍ୟବସ୍ଥା ନେଇ ଏମ୍ସ ନିର୍ଦ୍ଦେଶକଙ୍କ ସହ କଥା ମଧ୍ୟ ହେଲେ ରାଜନାଥ।
ଛାତ୍ରଛାତ୍ରୀଙ୍କ ସୁବିଧା ପାଇଁ SWAYAM ପ୍ଲାଟଫର୍ମ ମାଧ୍ୟମରେ ବିଶ୍ୱବିଦ୍ୟାଳୟର ଅନୁଦାନ ଆୟୋଗ (ୟୁଜିସି) ବିଶ୍ୱବିଦ୍ୟାଳୟଗୁଡ଼ିକୁ ଭାରତର ଜାତୀୟ ମାସିଭ୍ ଓପନ୍ ଅନ ଲାଇନ ପାଠ୍ୟକ୍ରମ (MOOCs) ଗ୍ରହଣ କରିବାକୁ କହିଛି
ଦେଶରେ ଉପର ମୁହାଁ ରହିଛି କରୋନା ଗ୍ରାଫ୍। ୨୪ ଘଣ୍ଟାରେ ୫୬ ହଜାର ୨୧୧ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୭୧ ଜଣଙ୍କ ମୃତ୍ୟୁ ହୋଇଛି।
ମିଆଁମାରରେ ଶାସନ ଭାର ମିଆଁମାରରେ ଶାସନ ଭାର ସେନା ନେବା ପରେ ବଢୁଛି ଜନତାଙ୍କ ଆକ୍ରୋଶ।ସେନା ନେବା ପରେ ବଢୁଛି ଜନତାଙ୍କ ଆକ୍ରୋଶ
ଦୈନିକ ବଢ଼ିଚାଲିଥିବା କରୋନା ମହାମାରୀର ମହାବିପତ୍ତି ଭିତରେ ମହାରାଷ୍ଟ୍ରରେ ପୁଣି ହୋଇପାରେ ଲକଡାଉନ। କରୋନା ସ୍ଥିତି ସମୀକ୍ଷା ପରେ ଏଭଳି ସଙ୍କେତ ଦେଇଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ
ଅଗ୍ନିକନ୍ୟା ବନାମ୍ ଭୂମିପୁତ୍ରର ଲଢେଇ। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବନାମ୍ ତାଙ୍କ ଶିଷ୍ୟରୁ ଶତ୍ରୁ ବନିଥିବା ବିଜେପି ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀଙ୍କ ସହ ଜୋରଦାର ହେଉଛି ଫାଇଟ୍
ପିପିଲି ଉପନିର୍ବାଚନ ପାଇଁ ଖାଲି ପିପିଲି ନୁହେଁ, ସରଗରମ ହୋଇଛି ରାଜ୍ୟ ରାଜନୀତି। ବିଜେଡିର ହେଭିୱେଟ୍ ନେତା ପ୍ରଦୀପ ମହାରଥୀଙ୍କ ବିୟୋଗ ପରେ ଖାଲି ପଡିଥିବା ଏଇ ଆସନ ଦଖଲ ପାଇଁ ଚଲାଇଛନ୍ତି ପାଗଭିଡ଼ା
ଅମରାବତୀ: ଆତ୍ମହତ୍ୟା କଲେ ୨୮ ବର୍ଷୀୟ ରେଞ୍ଜ ଅଫିସର। ତେବେ ଯୌନ ନିର୍ଯାତନା ଲାଗି ସେ ଆତ୍ମହତ୍ୟା କରିଥିବା ନେଇ ସେ ଏକ ସୁଇସାଇଡ୍ ନୋଟ୍ ଲେଖିଛନ୍ତି ଯାହାକୁ ପୋଲିସ ଜବତ ମଧ୍ୟ କରିଛି। ଏଠାରେ କହିରଖୁଛୁ ଯେ, ଏହି ଘଟଣାଟି ଆମ ରାଜ୍ୟ ଓଡ଼ିଶାରେ ନୁହେଁ ବରଂ ମହାରାଷ୍ଟ୍ରରେ ଘଟିଛି। ଆତ୍ମହତ୍ୟା କରିଥିବା ଲେଡି ଅଫିସର ଜଣଙ୍କ ଦିପାଳୀ ଚୌହ୍ୱାନ ମୋହିତେ ବୋଲି ସୂଚନା ମିଳିଛି । ଦିପାଳୀଙ୍କ ସ୍ୱାମୀ ରାଜେଶ ମୋହିତେ ଜଣେ ଟ୍ରେଜରୀ […]
ଆମେରିକାରେ ପରସା ଯିବ ଦେଶୀ ଖାଇବା। ସୋନା ହୋଟେଲରେ ମିଳିବ ଭାରତୀୟ ଆଇଟମ୍। ନ୍ୟୁୟର୍କରେ ଏମିତି ଏକ ରେଷ୍ଟୁରାଣ୍ଟ ଖୋଲିଛନ୍ତି ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା। ଯାହାର କାମ ଜୋରସୋରରେ ଚାଲିଛି ବୋଲି ସୂଚନା ମିଳିଛି। ଆମେରିକାର ମେଗା ସିଟି ନ୍ୟୁୟର୍କରେ ‘ସୋନା’ ନାଁରେ ରେଷ୍ଟୁରାଣ୍ଟ ତିଆରି କରୁଛନ୍ତି ପ୍ରିୟଙ୍କା
ଦେଶରେ ପୁନର୍ବାର କାୟା ବଢ଼ାଉଥିବା କରୋନାକୁ କାବୁ କରିବାକୁ ବଡ଼ ପଦକ୍ଷେପ ନିଆଯାଇଛି। ଏଣିକି ୪୫ ବର୍ଷରୁ ଅଧିକ ସବୁ ଲୋକଙ୍କୁ ମାଗଣାରେ ଟିକା ଦେବାକୁ କେନ୍ଦ୍ର ସରକାର ନେଇଛନ୍ତି। ନିଷ୍ପତ୍ତି ପୂର୍ବରୁ ଏହି ବୟସର ବହୁବିଧ ରୋଗରେ ଆକ୍ରାନ୍ତ ଲୋକଙ୍କୁ କେବଳ ଟିକା ମିଳୁଥିଲା
କରୋନା କବଳରେ ଟୁଇନ୍ ସିଟିର ଅନେକ ଶିକ୍ଷାନୁଷ୍ଠାନ ସଂକ୍ରମଣ ବଢ଼ିବା ପରେ ଗୋଟିଏ ପରେ ଗୋଟିଏ ଶିକ୍ଷାନୁଷ୍ଠାନ ସିଲ୍ ହେଉଛି। ଏହା ଭିତରେ କଲେଜ୍ ଓ ବିଶ୍ୱବିଦ୍ୟାଳୟ ସମେତ ହଷ୍ଟେଲରେ ମଧ୍ୟ ଚେକିଂ ବଢ଼ିଛି। ତାସତ୍ତ୍ୱେ ନିୟନ୍ତ୍ରଣରେ ରହୁନାହିଁ କରୋନା
ଏପ୍ରିଲ ମାସ ପାଇଁ ଗାଇଡଲାଇନ ଜାରି କଲେ କେନ୍ଦ୍ର ସରକାର। ଗାଇଡଲାଇନ ଅନୁସାରେ, ଟେଷ୍ଟ, ଟ୍ରାକ୍ ଏବଂ ଟ୍ରିଟ୍ ଉପରେ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ ଦେଲେ କେନ୍ଦ୍ର ସରକାର। ଯେଉଁଠି RTPCR ଟେଷ୍ଟ ବେଶୀ ହେଉନାହିଁ, ସେଠାରେ ବଢ଼ାଇବାକୁ ଦିଆଯାଇଛି ନିର୍ଦ୍ଦେଶ
ଭୁବନେଶ୍ୱର: ସଶସ୍ତ୍ର ବାହିନୀରେ ଯୋଗଦେବା ଦେଶରେ ଥିବା ହଜାର ହଜାର ଯୁବକ ଯୁବତୀଙ୍କ ପାଇଁ ଗର୍ବର ବିଷୟ। ତେବେ କ୍ରୀଡା କୋଟା ଅଧୀନରେ ସଶସ୍ତ୍ର ବାହିନୀରେ ନିଯୁକ୍ତି ପାଇଁ ଅନେକ ମାନଦଣ୍ଡ ଅଛି । PIB ର ଏକ ରିପୋର୍ଟ ଅନୁଯାୟୀ ସୋମବାର ଦିନ ରାଜ୍ୟସଭାରେ ଶ୍ରୀ ଅଖିଳେଶ ପ୍ରସାଦ ସିଂଙ୍କ ଦ୍ୱାରା ପଚରାଯାଇଥିବା ପ୍ରଶ୍ନର ଉତ୍ତରରେ ପ୍ରତିରକ୍ଷା ବିଭାଗର ରାଷ୍ଟ୍ର ମନ୍ତ୍ରୀ ଶ୍ରୀପଦ ନାୟକ ଲିଖିତ ଉତ୍ତରରେ ଏହି ସୂଚନା ଦେଇଥିଲେ ଏବଂ ଏଇ ଆଧାରରେ […]
ପୁଣି ଏକ ମାମଲାରେ ଐତିହାସିକ ରାୟ ଶୁଣାଇଲେ ବିହାରର ଏକ ଅଦାଲତ। ଘଟଣାର ସମ୍ବେଦନଶୀଳତାକୁ ନଜରରେ ରଖି ମାତ୍ର ୩ ଦିନ ମଧ୍ୟରେ ରାଯଋୟ ଶୁଣାଇଛନ୍ତି କୋର୍ଟ। ଏଠାରେ ଆମେ କହିରଖୁଛୁ ଯେ, କୋର୍ଟ କିଶୋର-କିଶୋରୀଙ୍କ ବିବାହକୁ ବୈଧ ବୋଲି ଦର୍ଶାଇଛନ୍ତି।
କେନ୍ଦ୍ର କ୍ୟାବିନେଟ୍ର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି। ୪୫ ବର୍ଷର ଲୋକଙ୍କୁ ବି ଦିଆଯିବ କରୋନା ଟିକା। ଟିକାକରଣ ନିୟମରେ ପରିବର୍ତ୍ତନ ଆଣିଲେ କେନ୍ଦ୍ର ସରକାର। ଏଣିକି ୪୫ ବର୍ଷ ହେଲେ ମିଳିପାରିବ କରୋନା ଟିକା। ଏପ୍ରିଲ ପହିଲାରୁ ୪୫ ବର୍ଷିୟ ଲୋକଙ୍କୁ ବି କରୋନା ଟିକା ଦିଆଯିବ ବୋଲି କେନ୍ଦ୍ର ପକ୍ଷରୁ କୁହାଯାଇଛି
ଦେଶରେ ବଢିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଲଗାତାର ଭାବରେ କରୋନା ଗ୍ରାଫ୍ ଉପରମୁହାଁ ରହୁଛି, ଶାହାକୁ ନେଇ ସରକାରଙ୍କ ଚିନ୍ତା ବଢୁଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ପୁଣି ୪୦ ହଜାର ୭୧୫ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି
ଦେଶ ଭଳି ରାଜ୍ୟରେ ବି ଚିନ୍ତା ବଢ଼ାଇଲାଣି କରୋନାର ଲେଉଟାଣି କୋପ। ଅଧିକ ଟେନସନ୍ ଟ୍ୱିନସିଟିରେ ଦେଖିବାକୁ ମିଳୁଛି। ଭୁବନେଶ୍ୱର XIMBରେ ଏକାଥରକେ ୪୫ ସଂକ୍ରମିତ ଚିହ୍ନଟ ନେଇ ସୂଚନା ଦେଇଛନ୍ତି ଏସଆରସି। ତେଣେ ଏଭଳି ସଂକ୍ରମଣ ବୃଦ୍ଧି ଦେଖି ତତ୍ପର ହୋଇଛନ୍ତି ଉଭୟ ବିଏମ୍ସି ଓ ରାଜ୍ୟ ସରକାର।
କୌଣସି ବ୍ୟକ୍ତିକୁ କରୋନା ଭ୍ୟାକସିନ କୋଭିସିଲ୍ଡର ପ୍ରଥମ ଡୋଜ୍ ଦେବାର ୪ରୁ ୮ ସପ୍ତାହ ମଧ୍ୟରେ ତାଙ୍କୁ ଦ୍ୱିତୀୟ ଡୋଜ୍ ଦେବାକୁ କେନ୍ଦ୍ର ସରକାର ପରାମର୍ଶ ଦେଇଛନ୍ତି। ଏ ସଂପର୍କରେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ମୁଖ୍ୟ ଶାସନ ସଚିବମାନଙ୍କୁ ଚିଠି ଲେଖିଛନ୍ତି।
ଦେଶରେ କ୍ରମାଗତ ଭାବରେ ବଢିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଦିନକୁ ଦିନ ବଢୁଛି ସଂକ୍ରମିତଙ୍କ ସଂଖ୍ୟା।୨୪ ଘଣ୍ଟାରେ ଦେଶରେ ୪୩ ହଜାର ୮୪୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ ଆକ୍ରାନ୍ତ ସଂଖ୍ୟା ୧ କୋଟି ୧୫ ଲକ୍ଷ ୯୯ ହଜାର ୧୩୦କୁ ବୃଦ୍ଧି ପାଇଛି ବୋଲି ସ୍ୱାସ୍ଥ୍ୟମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି
ସମୂହ ବିବାହ ଉତ୍ସବ ଗୋଟିଏ କି ଦୁଇଟି ନୂହେଁ ଏକା ଥରକେ ସାଢେ ୩ ହଜାର ଯୋଡ଼ିଙ୍କର ହେଲା ବାହାଘର। ଉତ୍ତରପ୍ରଦେଶର ଲକ୍ଷ୍ନୌରେ ଆୟୋଜିତ ହୋଇଥିଲା ଏହି ଗଣବିବାହ ଉତ୍ସବ। ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ ଯୋଗୀ ନିଜେ ଉତ୍ସବରେ ଯୋଗ ଦେଇ ନବଦମ୍ପତ୍ତିଙ୍କୁ ଆଶୀର୍ବାଦ କରିଥିଲେ ସମସ୍ତ ପାରମ୍ପରିକ ରୀତିନୀତି ସହ ସମ୍ପନ୍ନ ହୋଇଥିଲା ବିବାହ।