• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

ramesh
ଟିଡିପି ସାଂସଦଙ୍କ ଘରେ ଆୟକର ବିଭାଗର ରେଡ୍‌

ନୂଆଦିଲ୍ଲୀ: ଆୟକର ବିଭାଗ ପକ୍ଷରୁ ତେଲୁଗୁ ଦେଶମ ପାର୍ଟିର ରାଜ୍ୟସଭା ସାଂସଦ ସି.ଏମ. ରମେଶଙ୍କ ଘରେ ଚଢ଼ଉ ହୋଇଛି। ଏହାକୁ ନେଇ ଆପତ୍ତି ଉଠାଇଛନ୍ତି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌. ଚନ୍ଦ୍ରବାବୁ ନାଇଡୁ। ଏନେଇ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଟିଡିପି ସଦସ୍ୟମାନେ ବିଜୟୱାଡାରେ ଅନଶନରେ ବସିଛନ୍ତି। ଆଜି ସକାଳୁ ଆୟକର ବିଭାଗ ପକ୍ଷରୁ ରାଜ୍ୟସଭା ସାଂସଦ ସି.ଏମ. ରମେଶଙ୍କ ଘରେ ଚଢ଼ଉ କରାଯାଇଥିଲା। ପ୍ରାୟ ୫୦ରୁ ଅଧିକ ପୁଲିସ୍‌ କର୍ମଚାରୀ ରମେଶଙ୍କ ଘରେ ଛାନଭିନ୍ କରିଥିଲେ। ଆୟକର ବିଭାଗର ଚଢ଼ଉକୁ […]

  • Thursday, 15 July 2021
sumitra
ଚଳିତ ଲୋକସଭା ନିର୍ବାଚନ ଲଢ଼ିବେନି ସୁମିତ୍ରା ମହାଜନ

ନୂଆଦିଲ୍ଲୀ: ଲୋକସଭାର ବାଚସ୍ପତି ସୁମିତ୍ରା ମହାଜନ ଚଳିତ ଲୋକସଭା ନିର୍ବାଚନରେ ଲଢିବେ ନାହିଁ। ଏନେଇ ସେ ଦଳକୁ ଚିଠି ଲେଖି ଜଣାଇଛନ୍ତି। ଇନ୍ଦୋର ଲୋକସଭା ଆସନରୁ ସୁମିତ୍ରା ମହାଜନ ୮ଥର ବିଜୟୀ ହୋଇଛନ୍ତି। ମଧ୍ୟପ୍ରଦେଶର ଅନେକ ଲୋକସଭା ଆସନ ପାଇଁ ବିଜେପି ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇଥିଲେ ମଧ୍ୟ ଇନ୍ଦୋର ପାଇଁ କାହାକୁ ପ୍ରାର୍ଥୀ ଘୋଷଣା କରାଯାଇନାହିଁ। ପ୍ରାର୍ଥୀ ଚୟନରେ ଦଳକୁ ବିଷମ ପରିସ୍ଥିତିର ସାମ୍ନା କରିବାକୁ ପଡ଼ୁଥିବାରୁ ସେ ନିର୍ବାଚନରୁ ଓହରି ଯାଇଛନ୍ତି। ଚଳିତବର୍ଷ ବିଜେପିର […]

  • Thursday, 15 July 2021
jawan
ମାଓବାଦୀ ଆକ୍ରମଣରେ ଜଣେ ଯବାନ ସହିଦ, ଜଣେ ଆହତ

ରାୟପୁର: ଛତିଶଗଡ଼ର ସାଲେଗାଟ ଅଞ୍ଚଳର ମାଓବାଦୀ ଆକ୍ରମଣରେ ଆଜି ଜଣେ ଯବାନ ସହିଦ ହୋଇଥିବା ବେଳେ ଆଉ ଜଣେ ଯବାନ ଆହତ ହୋଇଛନ୍ତି। ଆହତ ଯବାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏବେ ବି ସାଲେଗାଟ ଅଞ୍ଚଳରେ ସିଆର୍ପିଏଫ୍ ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳବିନିମୟ ଜାରି ରହିଛି। ୨୧୧ ବାଟାଲିଅନ୍ କୋମାଣ୍ଡେଣ୍ଟ ଘଟଣା ସ୍ଥଳରେ ପହଞ୍ଚି ଅପରେସନ ଜାରି ରଖିଛନ୍ତି। ଗତକାଲି ଛତିଶଗଡ଼ର କାଙ୍କେର ଜିଲ୍ଲାରେ ୪ଜଣ ବିଏସଏଫ୍‌ ଯବାନ ସହିଦ ହୋଇଥିଲେ। ବିଏସଏଫ୍‌ର ୧୧୪ ବାଟାଲିୟନର […]

  • Thursday, 15 July 2021
river
ବଂଶଧାରା ନଦୀ ଜଳ ବିବାଦର ତିନି ଦିନିଆ ଶୁଣାଣି ଶେଷ

ନୂଆଦିଲ୍ଲୀ: ବଂଶଧାରା ନଦୀ ଜଳ ବିବାଦ ମାମଲାର ତିନି ଦିନିଆ ଶୁଣାଣି ଶେଷ ହୋଇଛି। ନେରେଡି ପ୍ରକଳ୍ପ ଦ୍ୱାରା କେତେ ଅଞ୍ଚଳ ପ୍ରଭାବିତ ହେବ ସେ ନେଇ ମିଳିତ ସର୍ଭେ କରିବା ପାଇଁ ଓଡିଶା ଓ ଆନ୍ଧ୍ରପ୍ରଦେଶ ସହମତି ପ୍ରକାଶ କରିଛନ୍ତି। ଉଭୟ ରାଜ୍ୟର ବୈଷୟିକ ଟିମ୍ ସହ କେନ୍ଦ୍ରୀୟ ଜଳ ଆୟୋଗର ପ୍ରତିନିଧି ୧୦୬ ଏକର ଅବବାହିକା ଅଞ୍ଚଳରେ ସର୍ଭେ କରିବେ। ଏହି ସର୍ଭେ ରିପୋର୍ଟ ଜୁଲାଇ ୮ ତାରିଖ ପୂର୍ବରୁ ଦାଖଲ ହେବ। ଏହି […]

  • Thursday, 15 July 2021
rahul
୧୫ଜଣ ଲୋକଙ୍କ ନିକଟରେ ଦେଶର ଅନେକ ଟଙ୍କା ମହଜୁଦ ଅଛି: ରାହୁଲ୍‌

ନୂଆଦିଲ୍ଲୀ: ପୁଣେରେ ଛାତ୍ରଛାତ୍ରୀଙ୍କୁ ଭେଟିଛନ୍ତି କଂଗ୍ରେସ ସଭାପତି ରାହୁଲ ଗାନ୍ଧି। ୧୫ଜଣ ଲୋକଙ୍କ ନିକଟରେ ଦେଶର ଅନେକ ଟଙ୍କା ମହଜୁଦ ରହିଥିବା ରାହୁଲ କହିଛନ୍ତି। ସାଧାରଣ ଲୋକମାନେ ସେହି ଟଙ୍କାକୁ ବ୍ୟବହାର କରି ପାରୁନାହାନ୍ତି। ତେଣୁ ଏଥିରେ ସ୍ୱଚ୍ଛତା ଆଣିବା ପାଇଁ କଂଗ୍ରେସ ପକ୍ଷରୁ ଉଦ୍ୟମ କରାଯାଉଛି। ଏଥିସହ କ୍ଷମତାକୁ ଆସିଲେ ସବୁ ବିଧାନସଭା ଓ ଲୋକସଭାରେ ମହିଳାମାନଙ୍କ ପ୍ରତି ୩୩ପ୍ରତିଶତ ସଂରକ୍ଷଣ ରହିବ ବୋଲି ରାହୁଲ ପ୍ରତିଶ୍ରୁତି ଦେଇଛନ୍ତି। ମଧ୍ୟବିତ୍ତ ପରିବାର ଉପରେ କୌଣସି ବୋଝ […]

  • Thursday, 15 July 2021
modi
ବିରୋଧୀଙ୍କ ଉପରେ ବର୍ଷିଲେ ମୋଦି

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ଆମରୋହାରେ ଏକ ରାଲିରେ ବିରୋଧୀଙ୍କ ଉପରେ ବର୍ଷିଛନ୍ତି ପ୍ରଧାନମାନ୍ତ୍ରୀ ନରେନ୍ଦ୍ର ମୋଦି।  କଂଗ୍ରେସ ସମେତ ଅନ୍ୟ ବିରୋଧୀଙ୍କୁ ଟାର୍ଗେଟ କରି ମୋଦି କହିଛନ୍ତି  ଯେ,  ସାରା ବିଶ୍ୱରେ ଯେତେବେଳେ ପାକିସ୍ତାନର ଅସଲ ମୁଖା ଖୋଲିଯାଇଛି, ଏଠାରେ କିଛି ଲୋକ ପାକିସ୍ତାନରେ ହିରୋ ହେବାକୁ ଚାହୁଁଛନ୍ତି। ତେଣୁ ଆଗାମୀ ନିର୍ବାଚନରେ ଏଭଳି ଲୋକଙ୍କୁ ଉଚିତ ଜବାବ ଦେବାକୁ ମୋଦି ଆହ୍ୱାନ ଦେଇଛନ୍ତି। ସେହିଭଳି ଗତ ୫ ବର୍ଷରେ ବିସ୍ଫୋରଣ ହ୍ରାସ ପାଇଥିବା କଥା ମଧ୍ୟ […]

  • Thursday, 15 July 2021
home
୩ଟି ଜିଲ୍ଲାରୁ ଆଫ୍‌ସ୍ପା ପ୍ରତ୍ୟାହାର

ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶର ୩ଟି ଜିଲ୍ଲାରୁ ଆଫ୍‌ସା ପ୍ରତ୍ୟାହାର କରାଯାଇଛି।  ଆଇନ୍‌ ଶୃଙ୍ଖଳା ସ୍ଥିତି ସୁଧୁରିଥିବା ଦର୍ଶାଇ ଆଫ୍‌ସା ବା ସେନା ସ୍ୱତନ୍ତ୍ର କ୍ଷମତା ଆଇନ୍‌ ପ୍ରତ୍ୟାହାର କରାଯାଇଛି। କଂଗ୍ରେସ ମେନିଫେଷ୍ଟୋରେ ଆଫ୍‌ସା ପ୍ରତ୍ୟାହାର କରିବାକୁ ଘୋଷଣା କରିବା ପରେ ସରକାରଙ୍କ ଏଭଳି ନିଷ୍ପତ୍ତିକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।  ଅରୁଣାଚଳର ୯ ଜିଲ୍ଲାରେ ଆଫ୍‌ସା ଲାଗୁ ହୋଇଥିବା ବେଳେ ଏବେ ୩ଟି ଜିଲ୍ଲାରୁ ପ୍ରତ୍ୟାହାର କରିନେଇଛନ୍ତି ସରକାର।  

  • Thursday, 15 July 2021
KALYANSINGH-1
ମହଙ୍ଗା ପଡିପାରେ ରାଜସ୍ଥାନ ରାଜ୍ୟପାଳଙ୍କୁ ତାଙ୍କ ବିବାଦୀୟ ମନ୍ତବ୍ୟ

ନୂଆଦିଲ୍ଲୀ: ରାଜସ୍ଥାନ ରାଜ୍ୟପାଳ କଲ୍ୟାଣ ସିଂହଙ୍କ ବିବାଦୀୟ ମନ୍ତବ୍ୟ ନେଇ ରାଷ୍ଟ୍ରପତିଙ୍କୁ ଜଣାଇବେ ଭାରତୀୟ ନିର୍ବାଚନ କମିଶନ। ଉତ୍ତରପ୍ରଦେଶ ଅଲୀଗଡ଼ରେ ନିଜକୁ ବିଜେପି କାର୍ଯ୍ୟକର୍ତ୍ତା କହିଲେ ରାଜ୍ୟପାଳ କଲ୍ୟାଣ ସିଂହ। ଏହି ମନ୍ତବ୍ୟ ଭାରତୀୟ ନିର୍ବାଚନ କମିଶନଙ୍କ ଦୃଷ୍ଟିଗୋଚର ହେବାପରେ ରାଷ୍ଟ୍ରପତିଙ୍କୁ ଜଣାଇବେ ବୋଲି ନିର୍ବାଚନ କମିଶନ କହିଛନ୍ତି। ଲଗାତର ଦ୍ୱିତୀୟ ଥର ପାଇଁ ରାଜସ୍ଥାନ ରାଜ୍ୟପାଳ କଲ୍ୟାଣ ସିଂହ ନିଜକୁ ବିଜେପିର କାର୍ଯ୍ୟକର୍ତ୍ତା ବୋଲି କହିଛନ୍ତି। ବର୍ତ୍ତମାନ ନିର୍ବାଚନ ପ୍ରକ୍ରିୟା ଜାରି ରହିଥିବାବେଳେ ଏହା ସାଧାରଣ […]

  • Thursday, 15 July 2021
hardik_patel_4355085_835x547-m
ସୁପ୍ରିମକୋର୍ଟରେ ହାର୍ଦ୍ଦିକଙ୍କୁ ବଡ ଝଟକା

ନୂଆଦିଲ୍ଲୀ: ଗୁଜରାଟ ହାଇକୋର୍ଟ ପରେ ଏବେ ସୁପ୍ରିମକୋର୍ଟରୁ କଂଗ୍ରେସ ନେତା ହାର୍ଦ୍ଦିକ ପଟେଲଙ୍କୁ ବଡ ଝଟକା ଲାଗିଛି। ହାର୍ଦ୍ଦିକଙ୍କ ଆବେଦନ ଉପରେ ଶୀଘ୍ର ଶୁଣାଣି କରିବାକୁ ସୁପ୍ରିମକୋର୍ଟ ମନାକରିଛନ୍ତି। ଏହି ମାମଲା ଉପରେ ଶୁଣାଣି ପାଇଁ କୌଣସି ଜଲଦି ନାହିଁ ବୋଲି ତାଙ୍କ ଆବେଦନର ବିଚାର କରି ସର୍ବୋଚ୍ଚ ଅଦାଲତ କହିଛନ୍ତି। ୨୦୧୫ ମେହସଣା ଦଙ୍ଗା ମାମଲାରୁ ନିଜ ନା ଉଠାଇ ଦେବାକୁ ହାର୍ଦ୍ଦିକ କରିଥିବା ଆବେଦନକୁ ଗୁଜରାଟ ହାଇକୋର୍ଟ ଖାରଜ କରିଦେଇଥିଲେ। ଏଥି ସହିତ ରିପ୍ରେଜେଣ୍ଟେସନ […]

  • Thursday, 15 July 2021