ନୂଆଦିଲ୍ଲୀ : ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଅାଜି ତିରୋଧାନ ଦିବସ। ଏହି ଅବସରରେ ଦିଲ୍ଲୀ ସ୍ଥିତ ଶକ୍ତିସ୍ଥଳରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ବହୁ ପ୍ରମୁଖ ବ୍ୟକ୍ତି। ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ, ପୂର୍ବତନ ଉପରାଷ୍ଟ୍ରପତି ହମିଦ ଅନସାରୀ, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, ୟୁପିଏ ଅଧ୍ୟକ୍ଷା ସୋନିଅା ଗାନ୍ଧି, କଂଗ୍ରେସ ସଭାପତି ରାହୁଲ ଗାନ୍ଧି, ପୂର୍ବତନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଶିଲା ଦୀକ୍ଷୀତଙ୍କ ସହ ବହୁ ପ୍ରମୁଖ ବ୍ୟକ୍ତିବିଶେଷ ଇନ୍ଦିରା ଗାନ୍ଧିଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।
ନୂଆଦିଲ୍ଲୀ : ଅାଜି ଲୌହ ମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୪୩ତମ ଜୟନ୍ତୀ ଉତ୍ସବ। ଏହି ଅବସରରେ ଦେଶବ୍ୟାପୀ ଲୌହମାନବଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ଦିଲ୍ଲୀରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ସର୍ଦ୍ଦାର ପଟେଲ ଛକରେ ଅାୟୋଜିତ ଉତ୍ସବରେ ଯୋଗଦେଇ ଲୌହମାନବଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି। ସେହିପରି ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ମଧ୍ୟ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ଯୋଗ […]
ଗୁଜରାଟ : ଅାସନ୍ତାକାଲି ଅର୍ଥାତ୍ ୩୧ ଅକ୍ଟୋବରରେ ଉନ୍ମୋଚିତ ହେବ ଲୌହ ମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ପ୍ରତିମୂର୍ତ୍ତି ‘ଷ୍ଟାଚ୍ୟୁ ଅଫ୍ ୟୁନିଟି’। ଗୁଜରାଟର କେବାଡିୟାରେ ଏହାକୁ ଉନ୍ମୋଚନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହା ବିଶ୍ୱର ସବୁଠାରୁ ଉଚ୍ଚତମ ପ୍ରତିମୂର୍ତ୍ତି, ଯାହାର ଉଚ୍ଚତା ରହିଛି ୧୮୨ ମିଟର। ପ୍ରଧାନମନ୍ତ୍ରୀ ମୋଦିଙ୍କର ଏହା ଦୀର୍ଘ ବର୍ଷର ସ୍ୱପ୍ନ ଥିଲା। ମୋଦି ଗୁଜରାଟର ମୁଖ୍ୟମନ୍ତ୍ରୀ ଥିବା ବେଳରୁ ଏହା ତାଙ୍କର ଡ୍ରିମ୍ ପ୍ରୋଜେକ୍ଟ ଥିଲା। କାଲି ସର୍ଦ୍ଦାର […]
ଟୋକିଓ : ଭାରତ ଓ ଜାପାନ ମଧ୍ୟରେ ୭୫ ବିଲିଅନ ଡଲାରର ବା ପ୍ରାୟ ୬ ଲକ୍ଷ କୋଟି ଟଙ୍କାର ମୁଦ୍ରା ଅଦଳବଦଳ ରାଜିନାମା ସ୍ୱାକ୍ଷର ହୋଇଛି। ବେଜିଂ ସହ ଏଭଳି ରାଜିନାମା ସ୍ୱାକ୍ଷର କରିବାର ସପ୍ତାହେ ପରେ ଭାରତ ସହ ଏଭଳି ଚୁକ୍ତି କରିଛି ଜାପାନ । ଏହାଫଳରେ ଦୁଇ ଦେଶ ମଧ୍ୟରେ ବିଦେଶୀ ମୁଦ୍ରା ବିନିମୟ ସହଜ ହେବ ଓ ଶିଳ୍ପ ପ୍ରତିଷ୍ଠା କ୍ଷେତ୍ରରେ ସହାୟକ ହେବ ବୋଲି କୁହାଯାଇଛି। ଜାପାନ ଗସ୍ତରେ ଥିବା […]