ନୂଆପଡ଼ା: ଭିଜିଲାନ୍ସ ଜାଲରେ ଧରାପଡ଼ିଲେ ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଥାନା ଏଏସ୍ଆଇ ବିଜେଶ୍ୱର ପଣ୍ଡା। ୪ ହଜାର ଟଙ୍କା ଲାଞ୍ଚ ନେଲାବେଳେ ଧରା ପଡ଼ିଛନ୍ତି ବିଜେଶ୍ୱର। ଏଏସ୍ଆଇ ବିଜେଶ୍ୱର ଏକ ମାରପିଟ୍ କେସ୍ର ରଫାଦଫା କରିବା ସହିତ ଥାନାରେ ହିଁ ଜାମିନ୍ ମିଳିଯିବା କହି ଖଡ଼ିଆଳ କୁଅଁରପଡ଼ାର ଭବାନୀ ଶଙ୍କର ଅଦାଙ୍କଠାରୁ ୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ହେଲେ ୪ ହଜାର ଟଙ୍କା ନେଉଥିବାବେଳେ ସେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ତେବେ ଭିଜିଲାନ୍ସର ଦୁଇ ଜଣିଆ […]
କଟକ: ଆଇନ୍ଜୀବୀଙ୍କ ଆନ୍ଦୋଳନ ଭଣ୍ଡୁର ଉଦ୍ୟମ ଅଭିଯୋଗରେ ତିନି ଜଣ ବରିଷ୍ଠ ଆଇନଜୀବୀଙ୍କୁ ହାଇକୋର୍ଟ ବାରରୁ ବହିଷ୍କୃତ କରାଯାଇଛି। ବିଜେଡି ଆଇନ୍ଜୀବୀ ସାମ୍ମୁଖ୍ୟର ଆବାହକ ମିଲନ କାନୁନ୍ଗୋ, ବିଜେଡି ଆଇନ୍ଜୀବୀ ସାମ୍ମୁଖ୍ୟର ଉପଦେଷ୍ଟା ଅସୀମ ଅମିତାଭ ଦାଶ ଓ ବାରର ପୂର୍ବତନ ଉପସଭାପତି ବଂଶୀଧର ଶତପଥୀଙ୍କୁ ବହିଷ୍କୃତ କରାଯାଇଛି। ଏଥିସହ ବାର୍ କାଉନ୍ସିଲ୍ ଅଧ୍ୟକ୍ଷ ଟହଲି ମହାନ୍ତିଙ୍କୁ କାରଣ ଦର୍ଶାଅ ନୋଟିସ୍ ଦିଆଯାଇଛି। ଆଇନ୍ଜୀବୀଙ୍କ ଆନ୍ଦୋଳନ ଭଣ୍ଡୁର ଉଦ୍ୟମ ଅଭିଯୋଗରେ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା କହିଛନ୍ତି ହାଇକୋର୍ଟ […]
ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ନୋଟିସ୍। ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସମ୍ପର୍କରେ ଅରୁଚିକର ମନ୍ତବ୍ୟ ଦେଇ ତାଚ୍ଛଲ୍ୟ କରିଥିବାରୁ ରାହୁଲ ଗାନ୍ଧିଙ୍କ ପାଇଁ ଏହା ମହଙ୍ଗା ପଡ଼ିଛି। ଏନେଇ ଆଜି ଜାତୀୟ ମହିଳା କମିଶନ ରାହୁଲ ଗାନ୍ଧିଙ୍କୁ ନୋଟିସ୍ କରିଛନ୍ତି। ଏଥିସହ ସେ ଦେଇଥିବା ମନ୍ତବ୍ୟର ଉପଯୁକ୍ତ କାରଣ ରଖିବାକୁ ମଧ୍ୟ ଏହି ନୋଟିସ୍ରେ ତାଙ୍କୁ କୁହାଯାଇଛି। ରାଫେଲ୍ ଡିଲ୍ ସମ୍ପର୍କରେ ସଂସଦରେ ଆଲୋଚନା ଚାଲିଥିବା ବେଳେ ରାହୁଲ ଗାନ୍ଧି ଉଭୟ ନିର୍ମଳା ସୀତାରମଣ […]
ନୂଆଦିଲ୍ଲୀ : ଦିଲ୍ଲୀ ଛାଡ଼ି ନିଜ ଗାଁକୁ ଫେରି ପାରନ୍ତି ଜଗା କାଳିଅା। ଗାଁକୁ ଫେରିବାକୁ ମନ ବଳାଇଛନ୍ତି ଜଗା କାଳିଅାଙ୍କ ବାପାମାଅା। ଅପରେସନ୍ ପରେ ଅଲଗା ହୋଇ ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଅଛନ୍ତି ଜଗା କାଳିଅା । ଘରକୁ ଫେରିବାକୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି ଜଗା କାଳିଅାଙ୍କ ବାପା ଭୂୟାଁ କହଁର। ଓଡ଼ିଶାରେ ସରକାରୀ ହସ୍ପିଟାଲରେ ଚିକିତ୍ସା ବ୍ୟବସ୍ଥା ଲାଗି ସେ ଅନୁରୋଧ କରିଛନ୍ତି। ବର୍ଷେ ୪ ମାସ ହେଲା ଗାଁ ଦେଖି ନାହାନ୍ତି […]
ଦନ୍ତେଓ୍ୱାଡା : ଦନ୍ତେଓ୍ୱାଡା ନକ୍ସଲ ଅାକ୍ରମଣ ବେଳର ଭୟାନକ ଦୃଶ୍ୟ। ନକ୍ସଲଙ୍କ ଅାଖି ବୁଜା ଗୁଳି ଚାଳନା ପରେ ସେଠାରୁ ଜୀବନ ନେଇ ଫେରିଥିବା ଡିଡି ନ୍ୟୁଜ୍ ଟିମ୍ର ଲାଇଟ୍ ମ୍ୟାନ୍ ମୋରମୁକୁଟ୍ ଘଟଣା ବେଳର ସ୍ଥିତିକୁ ନିଜ ମୋବାଇଲରେ କଏଦ କରିଥିଲେ। ଅାକ୍ରମଣ ବେଳେ ଏକ ଖାଲରେ ପଡ଼ିଯାଇଥିବା ମୋରମୁକୁଟ୍ ଓ ତାଙ୍କ ସହଯୋଗୀ ଅାକ୍ରମଣ ସମୟରେ ସୁଟ୍ ହୋଇଥିବା ଏହି ଭିଡିଓ ଏବେ ଭାଇରାଲ ହୋଇଛି। ନକ୍ସଲଙ୍କ ଅାକ୍ରମଣରୁ ମୁକୁଳିବା ମୁସ୍କିଲ ବୋଲି ସେ […]
ନୂଆଦିଲ୍ଲୀ : ରାଫେଲ ଡିଲ ସମ୍ପର୍କିତ ସମସ୍ତ ତଥ୍ୟ ୧୦ଦିନ ଭିତରେ ଦାଖଲ କରିବାକୁ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ରାଫେଲର ମୂଲ୍ୟ ଓ ଏହା ଦ୍ୱାରା କଣ ଫାଇଦା ମିଳିବ ,ସେ ସମ୍ପର୍କରେ ଜଉମୁଦ ଲଫାଫାରେ ଦାଖଲ କରିବାକୁ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ରଂଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। ପୂର୍ବରୁ ଏ ସମ୍ପର୍କିତ ମାମଲାର ଶୁଣାଣି ବେଳେ ରାଫେଲ ଡିଲ ନିଷ୍ପତ୍ତି ସମ୍ପର୍କରେ ଜଣାଇବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। […]
ଗୁଜରାଟ : ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୪୩ତମ ଜନ୍ମ ତିଥି ଅବସରରେ ଲୋକାର୍ପିତ ହୋଇଛି ପଟେଲଙ୍କ ବିଶାଳ ପ୍ରତିମୂର୍ତ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ପ୍ରତିମୂର୍ତ୍ତିର ଲୋକାର୍ପଣ କରିଛନ୍ତି। ଗୁଜରାଟର କେଓ୍ୱଡିଅା ସ୍ଥିତ ନର୍ମଦା ନଦୀ କୂଳରେ ଏକ ମନୋରମ ପ୍ରାକୃତିକ ପରିବେଶରେ ରହିଛି ଏହି ପ୍ରତିମୂର୍ତ୍ତି। ସାଧୁ ବେଟ୍ ଦ୍ୱୀପର ଅତି ମନୋରମ ପ୍ରାକୃତିକ ପରିବେଶରେ ପ୍ରାୟ ୨୦ ହଜାର ବର୍ଗମିଟର ପରିଧିରେ ରହିଛି ପଟେଲଙ୍କ ପ୍ରତିମୂର୍ତ୍ତି। ଏ ସର୍ବୋଚ୍ଚ ପ୍ରତିମୂର୍ତ୍ତିର ଉଚ୍ଚତା ରହିଛି […]