ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶର ବରେଲିରେ ଏକ ଅଭାବନୀୟ ଘଟଣା ଘଟିଛି। ଏକ ଘରୋଇ ହସ୍ପିଟାଲରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ହୋଇଛି। ହସ୍ପିଟାଲର କର୍ମଚାରୀଙ୍କ ସହ ଅନ୍ୟ ୪ ଜଣ ମିଶି ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ମିଳିଥିବା ସୂଚନା ଅନୁସାରେ, ପାଞ୍ଚ ଦିନ ତଳେ ସାପ କାମୁଡ଼ାରେ ଅାହତ ହୋଇଥିବା ନାବାଳିକା ଜଣକ ହସ୍ପିଟାଲରେ ଅାଡମିଟ୍ ହୋଇଥିଲେ। ଏହାପରେ ତାଙ୍କର ଅବସ୍ଥା ଗୁରୁତର ହେବାରୁ ଅାଇସିୟୁରେ ଭର୍ତ୍ତି କରାଯାଇଥିଲା। ଆଉ ସେଠାରେ ତାଙ୍କୁ ଗଣ ଦୁଷ୍କର୍ମ କରାଯାଇଥିଲା। […]
କେରଳ : ଅାସନ୍ତାକାଲି ଖୋଲିବ କେରଳ ସାବରିମାଳା ମନ୍ଦିର। ଏନେଇ ମନ୍ଦିର ପରିସର ଏବଂ ନିକଟସ୍ଥ ସମସ୍ତ କ୍ୟାମ୍ପରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ ହୋଇଛି। ପାନ୍ଥନାତିଥମ୍ ଏସ୍ପିଙ୍କ ସୂଚନା ମୁତାବକ ପ୍ରାୟ ୧୫ ଶହ ପୁଲିସ କର୍ମଚାରୀଙ୍କୁ ସୁରକ୍ଷା ବ୍ୟବସ୍ଥା ପାଇଁ ମୁତୟନ କରାଯାଇଛି। ଖାଲି ଏତିକି ନୁହଁ, ୨୦ ଜଣିଅା କମାଣ୍ଡୋ ଟିମ୍କୁ ବି ସଜାଗ ରହିବାକୁ କୁହାଯାଇଛି । କୌଣସି ବି ଅପ୍ରୀତିକର ପରିସ୍ଥିତି ଯେପରି ନହେବ ସେ ନେଇ କଡ଼ା ନଜର […]
କର୍ଣ୍ଣାଟକ : କର୍ଣ୍ଣାଟକର ୩ଟି ଲୋକସଭା ଓ ୨ଟି ବିଧାନସଭା ଅାସନରେ ଉପ-ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ସକାଳୁ ସଂଧ୍ୟା ୫ଟା ଯାଏ ଭୋଟ ନିଅାଯାଇଥିଲା । ତେବେ କେତେକ ବୁଥ୍ରେ ଭୋଟରମାନେ ଥିବାରୁ ମତଦାନ ଜାରି ରହିଛି। ଅପରାହ୍ଣ ୪ଟା ସୁଦ୍ଧା ୬୦ ପ୍ରତିଶତ ମତଦାନ ହୋଇଥିବା ଜଣାପଡ଼ିଛି। ବେଲାରି, ସିମୋଗା ଓ ମାଣ୍ଡ୍ୟ ଲୋକସଭା ଅାସନ ଏବଂ ଜାମଖଣ୍ଡି ଓ ରାମନଗରମ୍ ବିଧାନସଭା ଅାସନ ପାଇଁ ଭୋଟ୍ ଗ୍ରହଣ ହୋଇଛି। କଂଗ୍ରେସ ଏବଂ ଜେଡିଏସ୍ ମେଣ୍ଟରେ […]
ନୂଆଦିଲ୍ଲୀ : ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ଲାଗି ଦାବି ଜୋର ଧରିବାରେ ଲାଗିଛି। ଅଦାଲତ ରାସ୍ତାରେ ରାମ ମନ୍ଦିର ନିର୍ମାଣ ବିଳମ୍ବ ହେଉଥିବାରୁ, କେନ୍ଦ୍ର ସରକାର ଅଧ୍ୟାଦେଶ ହେଉ କି ସଂସଦରେ ନୂଅା ଅାଇନ ଅାଣି ରାମ ମନ୍ଦିର ନିର୍ମାଣ କରିବାକୁ ବିଭିନ୍ନ ସଂଗଠନ ଦାବି କରିଛନ୍ତି। ନୂଅାଦିଲ୍ଲୀ ତାଲକାଟୋରା ଷ୍ଟାଡିଅମରେ ଚାଲିଥିବା ଦୁଇ ଦିନିଅା ସନ୍ଥ ଓ ମଠାଧୀଶ ସମ୍ମିଳନୀରେ ରାମ ମନ୍ଦିର ନିର୍ମାଣ ମୁଖ୍ୟ ଅାଲୋଚନାର ବିଷୟ ଥିଲା। ଦେଶର ବିଭିନ୍ନ ଭାଗରୁ […]