ନୂଆଦିଲ୍ଲୀ : ଭାରତୀୟ ନୌସେନାକୁ ସୁଦୃଢ କରିବାକୁ ଅାମେରିକା ଠାରୁ ୨୪ଟି ମଲଟି ରୋଲ୍ ‘ରୋମିଓ’ ଅାଣ୍ଟି ସବମରିନ୍ ହେଲିକପ୍ଟର କିଣିବାକୁ ଯୋଜନା କରୁଛି ଭାରତ। ଏଥିପାଇଁ ୨ଶହ କୋଟି ଡଲାର ଖର୍ଚ୍ଚ କରିବ ଭାରତ। ସିଙ୍ଗାପୁରରେ ପ୍ରଧାନମନ୍ତ୍ରୀ ମୋଦି ଓ ଅାମେରିକା ଉପରାଷ୍ଟ୍ରପତି ମାଇକ୍ ପେନ୍ସଙ୍କ ସାକ୍ଷାତ ପରେ ଏହି ଚୁକ୍ତିକୁ ଗ୍ରୀନ ସିଗନାଲ ମିଳିଥିଲା। ହେଲିକପ୍ଟର କିଣିବାକୁ ଭାରତ ଅାମେରିକାକୁ ଚିଠି ଲେଖିଥିବା ଜଣାପଡିଛି। ପ୍ରତିରକ୍ଷା ସମ୍ବନ୍ଧୀୟ ପ୍ରସଙ୍ଗ ନେଇ ଅାମେରିକାର ବୈଦେଶିକ ନୀତି […]
ତାମିଲନାଡୁ : ତାମିଲନାଡୁ ଉପକୂଳରେ ସାମୁଦ୍ରିକ ଝଡ଼ ‘ଗଜ’ର ତାଣ୍ଡବ। ‘ଗଜ’ ପ୍ରଭାବରେ ମୃତ୍ୟୁ ସଂଖ୍ୟା ୧୩କୁ ବୃଦ୍ଧି ପାଇଛି। ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ନାଗାପାଟ୍ଟିନମ୍ ଏବଂ ତିରୁଭରୁର। ବାତ୍ୟାରେ ଶହ ଶହ ଗଛ ଉପୁଡି ପଡିଥିବା ବେଳେ ବହୁ ଘର ଭାଙ୍ଗିରୁଜି ଯାଇଛି। ସେହିଭଳି ତ୍ରିଚିରେ ବହୁ ସଂଖ୍ୟାରେ ବିଦ୍ୟୁତ୍ ଖୁଣ୍ଟ ଓ ଟ୍ରାନ୍ସଫର୍ମର ଉପୁଡି ପଡିବା ସହ କଦଳୀ ଚାଷରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଦେଖିବାକୁ ମିଳିଛି। ଗଜରେ ମୃତକଙ୍କ ଅାତ୍ମୀୟଙ୍କୁ ୧୦ […]
ନୂଆଦିଲ୍ଲୀ : ଦିଲ୍ଲୀ ସଚିବାଳୟରେ ପୁଲିସ ହେଡ୍ କନଷ୍ଟେବଲ୍ଙ୍କ ଅାତ୍ମହତ୍ୟା। ସଚିବାଳୟର ପାର୍କିଂରେ ଗୁଳି କରି ଅାତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତକ ଜଣକ ୩୫ ବର୍ଷିୟ ହେଡ୍ କନ୍ଷ୍ଟେବଲ୍ ସୋହନବିର୍ ବୋଲି ଜଣାପଡ଼ିଛି। ଅାଜି ବଢ଼ି ଭୋରରୁ ସୋହନବିର୍ଙ୍କ ମୃତ ଦେହ ପଡ଼ି ଥିବା ନେଇ ଖବର ମିଳିଥିଲା । ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଅାରମ୍ଭ କରିଛି। କେଉଁ ପରିସ୍ଥିତିରେ ଏବଂ କାହିଁକି ସୋହନ ଅାତ୍ମହତ୍ୟା କରିଛନ୍ତି ,ସେ ନେଇ ତଦନ୍ତ କରୁଛି ପୁଲିସ। […]
ନୂଆଦିଲ୍ଲୀ : ଛୁଟିରେ ଯାଇଥିବା ସିବିଅାଇ ମୁଖ୍ୟ ଅାଲୋକ ବର୍ମାଙ୍କ ବିରୁଦ୍ଧରେ ଅାସିଥିବା ଅଭିଯୋଗର ତଦନ୍ତ କରି ସୁପ୍ରିମକୋର୍ଟରେ ଦାଖଲ କରିଛନ୍ତି ସିଭିସି। ତେବେ ସିଭିସି ବର୍ମାଙ୍କୁ କ୍ଲିନ୍ ଚିଟ୍ ଦେଇନଥିବା ପ୍ରଧାନ ବିଚାରପତି ଜଷ୍ଟିସ ରଂଜନ ଗୋଗୋଇ କହିଛନ୍ତି। ଏହା ଏକ ମିଶ୍ର ରିପୋର୍ଟ, କିଛି ଅଭିଯୋଗ ଉପରେ ସ୍ପଷ୍ଟ ମତ ରହିଛି, କିଛି ଅଭିଯୋଗ ଉପରେ ସ୍ପଷ୍ଟ ମତ ନାହିଁ ଏବଂ ଅନ୍ୟ କିଛି ଅଭିଯୋଗ ଉପରେ ମତ ଅାଦୌ ସ୍ପଷ୍ଟ ନଥିବା ଜଷ୍ଟିସ […]
ନୂଅାଦିଲ୍ଲୀ : ନୂଅାଦିଲ୍ଲୀ ବସନ୍ତକୁଞ୍ଜ ଅଞ୍ଚଳରେ ଜଣେ ୫୩ ବର୍ଷୀୟ ଫ୍ୟାଶନ ଡିଜାଇନର ଓ ତାଙ୍କ ଘରୋଇ ସହଯୋଗୀଙ୍କୁ ହତ୍ୟା କରାଯାଇଛି। ଦୁହିଁଙ୍କୁ ଛୁରୀ ଭୁଷି ହତ୍ୟା କରାଯାଇଥିବା ପୁଲିସ କହିଛି। ସକାଳୁ ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ରକ୍ତ ଜୁଡୁବୁଡ଼ୁ ଅବସ୍ଥାରେ ପଡ଼ିଥିବା ୨ ମୃତଦେହ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛି। ଏହାସହ ଘଟଣାରେ ସଂପୃକ୍ତ ୩ ଜଣଙ୍କୁ ପୁଲିସ ଗିରଫ କରିଛି। ମୃତ ଫ୍ୟାଶନ ଡିଜାଇନର ମାଲା ଲାଖାନି। ଗ୍ରୀନ […]
ବେଙ୍ଗାଲୁରୁ: କର୍ଣ୍ଣାଟକରେ କ୍ଷମତା ହାସଲ ପାଇଁ ଶାସକ ଦଳ କଂଗ୍ରେସ-ଜେଡି(ଏସ୍) ମେଣ୍ଟ ଓ ବିରୋଧୀ ଦଳ ବିଜେପି ମଧ୍ୟରେ ଚାଲିଥିବା ସଂଘର୍ଷରେ ଏକ ନୂଆ ଟ୍ୱିଷ୍ଟ୍। କଂଗ୍ରେସର ୪ ଜଣ ବିଦ୍ରୋହୀ ବିଧାୟକଙ୍କୁ ନେଇ କୌଣସି ଠୋସ୍ ସୂଚନା ମିଳିପାରିନାହିଁ। ଗତକାଲି କଂଗ୍ରେସ ବିଧାୟକ ଦଳ ବୈଠକରେ ୪ଜଣ ବିଧାୟକ ଅନୁପସ୍ଥିତ ଥିଲେ। ଯାହା ପରେ ୪ ବିଧାୟକଙ୍କୁ ନେଇ ସସ୍ପେନ୍ସ ଜାରି ରହିଛି। ଅନ୍ୟପଟେ ବିଜେପିଠୁ ଦୂରରେ ରଖିବା ପାଇଁ କଂଗ୍ରେସ ତା’ର ଅନ୍ୟ ବିଧାୟକଙ୍କୁ […]
ଶ୍ରୀଲଙ୍କା : ଶ୍ରୀଲଙ୍କା ସଂସଦରେ ହଙ୍ଗାମା। ସାଂସଦଙ୍କ ମଧ୍ୟରେ ମୁଥ ମରାମରି। ଏପରିକି ବାଚସ୍ପତିଙ୍କ ଉପରକୁ ପାଣି ବୋତଲ ଓ ମାଇକ୍ ଫିଙ୍ଗିଲେ ବିରୋଧୀ ସାଂସଦ। ଗତକାଲି ଅନାସ୍ଥା ଭୋଟ୍ରେ ମହିନ୍ଦା ରାଜପକ୍ସଙ୍କ ସରକାର କ୍ଷମତାଚ୍ୟୁତ ହୋଇଥିଲା। ବାଚନିକ ଭୋଟ୍ରେ ସରକାରଙ୍କୁ କ୍ଷମତାଚ୍ୟୁତ କରିବାର କ୍ଷମତା ବାଚସ୍ପତି କାରୁ ଜୟସୂର୍ଯ୍ୟାଙ୍କର ନାହିଁ ବୋଲି ରାଜପକ୍ସେ କହିଥିଲେ। ଅାଜି ଗୃହକାର୍ଯ୍ୟ ଅାରମ୍ଭ ପରେ ଦେଶରେ ରାଜପକ୍ସେ କିମ୍ବା ରାନିଲ, କାହାରି ସରକାର ନାହିଁ କି କେହି ପ୍ରଧାନମନ୍ତ୍ରୀ ନାହାନ୍ତି […]