• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

terrorists killed
ଏନ୍‌କାଉଣ୍ଟରରେ ଦୁଇ ଆତଙ୍କବାଦୀ ନିହତ

ଶ୍ରୀନଗର: ଏନ୍‌କାଉଣ୍ଟରରେ ୨ ଆତଙ୍କବାଦୀ ନିହତ। ଜମ୍ମୁ ଓ କାଶ୍ମୀରର ପୁଲୱାମାରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୨ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଆତଙ୍କବାଦୀମାନେ ଟେକେନ୍‌ ଗାଁର ଏକ ଘରେ ଲୁଚି ରହିଥିଲେ। ଏନେଇ ସୁରକ୍ଷାକର୍ମୀଙ୍କୁ ସୂଚନା ମିଳିବା ପରେ ସର୍ଚ୍ଚ ଅପରେସନ୍‌ ଆରମ୍ଭ ହୋଇଥିଲା। ଆତଙ୍କବାଦୀଙ୍କ ପରିଚୟ ମିଳିପାରିନାହିଁ। ତେବେ ଘଟଣାସ୍ଥଳରୁ ଗୋଳାବାରୁଦ ଜବତ କରାଯାଇଛି। ଆତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ଗୁଳିମାଡ଼ କରିବାରୁ ସୁରକ୍ଷାକର୍ମୀ ଏହାର କଡ଼ା ଜବାବ ଦେଇଥିଲେ।  

  • Thursday, 15 July 2021
congress
ବିମୁଦ୍ରାକରଣ ନେଇ କେନ୍ଦ୍ରକୁ କଂଗ୍ରେସର ଟାର୍ଗେଟ୍‌

ଭୁବନେଶ୍ୱର: ବିମୁଦ୍ରାକରଣ ପ୍ରତିବାଦରେ ଆଜି କଂଗ୍ରେସ ସାରା ଦେଶରେ କଳା ଦିବସ ପାଳନ କରୁଛି। ବିଭିନ୍ନ ରାଜ୍ୟରେ ଥିବା ରିଜର୍ଭ ବ୍ୟାଙ୍କର ଶାଖା ଅଫିସ୍‌ ଆଗରେ ଦଳ ପକ୍ଷରୁ ପ୍ରତିବାଦ ସଭା କରିବା ସହିତ ଧାରଣା ମଧ୍ୟ ଦିଆଯାଇଛି। ମୁମ୍ବାଇ, ଚେନ୍ନାଇ ସହିତ ଦେଶର ସବୁ ବଡ଼ ବଡ଼ ସହରରେ ଦଳର ବରିଷ୍ଠ ନେତାଙ୍କ ନେତୃତ୍ୱରେ କର୍ମୀମାନେ ଧାରଣା ଦେଇଛନ୍ତି।  ଓଡ଼ିଶା କଂଗ୍ରେସ ମଧ୍ୟ ଏହାର ପ୍ରତିବାଦରେ ଭୁବନେଶ୍ୱର ସ୍ଥିତ ରିଜର୍ଭ ବ୍ୟାଙ୍କ ଆଗରେ ଧାରଣା ଦେଇଛି। […]

  • Thursday, 15 July 2021