ନୂଆଦିଲ୍ଲୀ : ଉତ୍ତର ଭାରତରେ ଭୀଷଣ ଶୀତ ଲହରୀ ଜାରି ରହିଛି। ଗତ ଏକ ସପ୍ତାହ ଧରି ହରିଆଣା, ପଂଜାବରେ ପ୍ରବଳ ଶୀତ ଅନୁଭୂତ ହେଉଛି। ଏପରିକି ଅନେକ ସ୍ଥାନରେ ତାପମାତ୍ରା ସାଧାରଣ ସ୍ତରଠାରୁ ଅନେକ ତଳେ ରହିଛି। ହରିଆଣାର କର୍ଣ୍ଣାଲରେ ତାପମାତ୍ରା ଶୂନ ଡିଗ୍ରୀ ରେକର୍ଡ କରାଯାଇଛି। ହିସାର, ଅମ୍ବାଲା, ନର୍ଣ୍ଣଲ, ରୋହତକ, ଭିୱାନୀ, ସିର୍ସା ଅଂଳଚରେ ତାପମାତ୍ରା ୪ଡିଗ୍ରୀ ତଳେ ରହିଛି। ସେହିପରି ପଂଜାବର ଅଦମପୁରରେ ସର୍ବନିମ୍ନ ତାପମାତ୍ରା ୦.୨ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। […]
ନୂଆଦିଲ୍ଲୀ : ଆସନ ବୁଝାମଣାକୁ ନେଇ ବିହାରରେ ଏନ୍ଡିଏରେ ଦେଖାଦେଇଥିବା ଅସନ୍ତୋଷ ଦୂର ହୋଇଛି। ରାଜ୍ୟରେ ବିଜେପି ଓ ସଂଯୁକ୍ତ ଜନତା ଦଳ ପ୍ରତ୍ୟେକ ୧୭ଟି ଲେଖାଏଁ ଆସନରେ ଲଢ଼ିବେ। ଅନ୍ୟତମ ସହଯୋଗୀ ଦଳ ଲୋକ ଜନଶକ୍ତି ପାର୍ଟି ୬ଟି ଆସନରେ ପ୍ରାର୍ଥୀ ଦେବ। ଏହାସହ ଏଲ୍ଜେପି ନେତା ତଥା କେନ୍ଦ୍ର ଖାଦ୍ୟ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରାମବିଳାସ ପାଶ୍ୱାନଙ୍କୁ ରାଜ୍ୟସଭା ପଠାଯିବ ବୋଲି ସହମତି ହୋଇଛି। ଏନେଇ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ, […]
କୋଲକାତା: ସାରଦା ଚିଟ୍ଫଣ୍ଡ ମାମଲାରେ ସିବିଆଇ କୋଲକାତା ପୁଲିସ୍ କମିଶନର୍ ରାଜୀବ କୁମାରଙ୍କୁ ଜେରା କରିବ। ଏଥିପାଇଁ ଜିଲ୍ଲାର ସିବିଆଇ ଟିମ୍ ମେଘାଳୟ ରାଜଧାନୀ ଶିଲଂରେ ପହଞ୍ଚିଛି। ଅନ୍ୟପଟେ ରାଜୀବ କୁମାର ଶିଲଂରେ ଥିବା ସିବିଆଇ ଅଫିସରେ ପହଞ୍ଚିଛନ୍ତି। ପୂର୍ବରୁ ସାରଦା ଚିଟ୍ଫଣ୍ଡ ମାମଲାରେ ତଦନ୍ତ କରୁଥିବା ସିବିଆଇ କୋଲକାତାସ୍ଥିତ କମିଶନର ରାଜୀବ କୁମାରଙ୍କ ଘରକୁ ଯାଇଥିବା ବେଳେ ପୁଲିସ୍-ସିବିଆଇ ଟିମ୍ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହାପରେ ମାମଲା ସୁପ୍ରିମକୋର୍ଟକୁ ଯାଇଥିଲା। ସୁପ୍ରିମକୋର୍ଟ ମାମଲାର […]
ଲକ୍ଷୌ: ଉତ୍ତରପ୍ରଦେଶ ଓ ଉତ୍ତରାଖଣ୍ଡରେ ବିଷାକ୍ତ ମଦ ପିଇ ମୃତ୍ୟୁ ସଂଖ୍ୟା ୪୪ରେ ପହଞ୍ଚିଛି। କେବଳ ଉତ୍ତରପ୍ରଦେଶର ଶାହରନପୁର ଓ କୁଶୀନଗର ଜିଲ୍ଲାରେ ୩୬ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଉଭୟ ଜିଲ୍ଲାର ମୃତକମାନେ ଗୋଟିଏ ଜାଗାରୁ ମଦ କିଣିଥିବା ଜଣାପଡ଼ିଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏ କ୍ଷତିପୂରଣ ପ୍ରଦାନ ନିମେନ୍ତ ଘୋଷଣା କରିଛନ୍ତି। ଅନ୍ୟପଟେ ପୁଲିସ୍ ଓ ଜିଲ୍ଲା ପ୍ରଶାସନ ଘଟଣାର ତଦନ୍ତ ଆରମ୍ଭ କରିଛି। ଏହି ଘଟଣାରେ […]
ନୂଆଦିଲ୍ଲୀ : ଏଣିକି ଶସ୍ତା ହେବ ଟେଲିଭିଜନ, କମ୍ପୁଟର, ସିନେମା ଟିକଟ୍ ଓ ତୀର୍ଥଯାତ୍ରୀଙ୍କ ପାଇଁ ବିମାନ ଯାତ୍ରା। ଗାଡ଼ି ପାଇଁ ଥାର୍ଡ ପାର୍ଟି ଇନ୍ସୁରାନ୍ସରେ ବି ପଡ଼ିବ କମ୍ ଖର୍ଚ୍ଚ। ଦ୍ରବ୍ୟ ଓ ସେବା କର ବା ଜିଏସଟିକୁ ଆହୁରି ସରଳୀକରଣ କରିବାକୁ ଯାଇ ଆଜି ବହୁ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଉପରେ ଟିକସ ହ୍ରାସ ଘୋଷଣା କରିଛନ୍ତି ସରକାର। ନୂଆଦିଲ୍ଲୀରେ ଅନୁଷ୍ଠିତ ୩୧ତମ ଜିଏସଟି କାଉନସିଲ ବୈଠକରେ ୨୮ ପ୍ରତିଶତ ସ୍ଲାବରେ ଥିବା ୭ […]
ରାଉରକେଲା: ନକଲି ଆରଟିଓ ଗ୍ୟାଙ୍ଗ୍ ରାଉରକେଲା ପୁଲିସ୍ ହାତରେ ଧରାପଡ଼ିଛନ୍ତି। ସୁନ୍ଦରଗଡ଼ କୋଇଡ଼ା ଥାନା ଅଞ୍ଚଳରେ ନକଲି RTO ସାଜି ଗାଡ଼ି ମାଲିକ ଏବଂ ଡ୍ରାଇଭର ମାନଙ୍କ ଠାରୁ ବଟି ଆଦାୟ କରୁଥିବା ଅଭିଯୋଗରେ ରାଉରକେଲା ପୁଲିସ୍ ୪ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ଠାରୁ ଗୋଟିଏ ସ୍କର୍ପିଓ ଗାଡ଼ି, ନଗଦ ୧୦ ହଜାର ଟଙ୍କା ଓ ଖାକି ପୋଷାକ ଜବତ କରିଛି। ଗିରଫ ୪ ଜଣଙ୍କ ମଧ୍ୟରେ ଜଣେ ଶିକ୍ଷକ ଓ ଜଣେ ଫରେଷ୍ଟ ଗାର୍ଡ […]
ନୂଆଦିଲ୍ଲୀ: ରାଫେଲ ପ୍ରସଙ୍ଗରେ ରାହୁଲ ଗାନ୍ଧି ପୁଣି ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ୍ କରିଛନ୍ତି। ରାଫେଲ୍ କିଣା ଦୁର୍ନୀତିରେ ନରେନ୍ଦ୍ର ମୋଦି ସିଧାସଳଖ ଜଡ଼ିତ ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। କଂଗ୍ରେସ ଅଧ୍ୟକ୍ଷ ଏକ ଇଂରାଜୀ ଦୈନିକ ଖବର କାଗଜରେ ପ୍ରକାଶିତ ରିପୋର୍ଟକୁ ଦର୍ଶାଇ ଚୌକିଦାର ଚୋର ବୋଲି ପ୍ରମାଣିତ ହୋଇଥିବା ରାହୁଲ କହିଛନ୍ତି। ରାଫେଲ ଡିଲ୍ରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ହସ୍ତକ୍ଷେପ କରିଥିବା ଓ ପ୍ରତିରକ୍ଷା ମନ୍ତ୍ରାଳୟ ଏହାକୁ ନେଇ ଆପତ୍ତି ଉଠାଇଥିବା ରିପୋର୍ଟରେ ପ୍ରକାଶିତ ହୋଇଛି। […]
ନୂଆଦିଲ୍ଲୀ : ବୈଦେଶିକ ବ୍ୟାପର ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ସହ ଚୀନ ବୈଦେଶିକ ମନ୍ତ୍ରୀ ୟାଙ୍ଗ ୟିଙ୍କ ଆଲୋଚନା। ଆଜି ନୂଆଦିଲ୍ଲୀରେ ଉଭୟଙ୍କ ମଧ୍ୟରେ ହୋଇଛି। ଗୁରୁତ୍ୱପୂର୍ଣ୍ଣ ଆଲୋଚନା। ଉଭୟ ମନ୍ତ୍ରୀଙ୍କ ମଧ୍ୟରେ ହୋଇଥିବା ଏହି ୱାନ୍ ଟୁ ୱାନ୍ ବୈଠକ ଉଭୟ ଦେଶ ପାଇଁ ବେସ୍ ଗୁରୁତ୍ୱବହନ କରେ। କାରଣ ସୀମା ବିବାଦକୁ ନେଇ ଗତ କିଛି ବର୍ଷ ମଧ୍ୟରେ ଚୀନ ସହ ସମ୍ପର୍କ ଭାରତର ସମ୍ପର୍କ ତିକ୍ତତା ଆସିଛି। ତେଣୁ ଏହି ଦୁଇ ଦେଶ […]