ପାଟନା : ପୂର୍ବତନ ରେଳମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ପୁଅ ତଥା ବିହାର୍ର ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ତେଜପ୍ରତାପ ଯାଦବ ଗତକାଲି ପୁଣିଥରେ ରାଜନୀତିରେ ସକ୍ରିୟ ହୋଇଥିବା ଘୋଷଣା କରିଛନ୍ତି। ପତ୍ନୀଙ୍କ ସହ ବିବାହ ବିଚ୍ଛେଦ ପାଇଁ ଆବେଦନପତ୍ର ଦାଖଲ କରିବା ପରେ, ସେ ରାଜନୀତି ଠାରୁ ଦୂରେଇଯାଇଥିଲେ। ହେଲେ ଗତକାଲି ଦ୍ୱିପହରରେ ହଠାତ୍ ପାଟଣାର ଆର୍ଜେଡି ପାର୍ଟି ଅଫିସ୍ରେ ପହଞ୍ଚି ସେଠାରେ କର୍ମକର୍ତ୍ତାମାନଙ୍କୁ ସମ୍ବୋଧିତ କରିଛନ୍ତି। ଏହାପରେ ଏକ ପ୍ରେସ୍ କନ୍ଫରେନ୍ସରେ ତେଜପ୍ରତାପ ପାର୍ଟିର ବିରୋଧିମାନଙ୍କୁ ଭୋଟ୍ର […]
ଆଇଜଲ୍ : ମିଜୋରାମର ନୂଆ ମୁଖ୍ୟମନ୍ତ୍ରୀ ଭାବେ ମିଜୋ ନାସନାଲ ଫ୍ରଣ୍ଟର ସଭାପତି ଜୋରାମଥାଙ୍ଗା ଶପଥ ନେଇଛନ୍ତି। ସେ ତୃତୀୟ ଥର ପାଇଁ ମିଜୋରାମର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଆଇଜଲରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ରାଜ୍ୟପାଳ କେ. ରାଜଶେଖରନ ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଥିଲେ। ନିକଟରେ ଶେଷ ହୋଇଥିବା ମିଜୋରାମ ବିଧାନସଭା ନିର୍ବାଚନରେ ମିଜୋ ନାସନାଲ ଫ୍ରଣ୍ଟ ୨୬ଟି ଆସନ ଜିତିଥିଲା।