Advertisment

ଟି-ସିରିଜ୍ ମୁଖ୍ୟ ଭୂଷଣ କୁମାରଙ୍କ ବିରୋଧରେ ଦୁଷ୍କର୍ମ ମାମଲା

ଟି-ସିରିଜ୍ ପରିଚାଳନା ନିର୍ଦ୍ଦେଶକ ତଥା ଗୀତିକାର ଗୁଲଶନ କୁମାରଙ୍କ ପୁଅ ଭୂଷଣ କୁମାରଙ୍କ ବିରୋଧରେ ଏକ ଦୁଷ୍କର୍ମ ମାମଲା ରୁଜୁ ହୋଇଛି। ଜଣେ ୩୦ ବର୍ଷୀ ମହିଳା ଭୂଷଣ କୁମାରଙ୍କ ବିରୋଧରେ ଏହି ଗୁରୁତର ଅଭିଯୋଗ ଆଣିଛନ୍ତି।

author-image
Pramod Behera
ଅଦ୍ୟତନ ହୋଇଛି
ଟି-ସିରିଜ୍ ମୁଖ୍ୟ ଭୂଷଣ କୁମାରଙ୍କ ବିରୋଧରେ ଦୁଷ୍କର୍ମ ମାମଲା

Bhusana Kumar

ନୂଆଦିଲ୍ଲୀ : ଟି-ସିରିଜ୍ ପରିଚାଳନା ନିର୍ଦ୍ଦେଶକ ତଥା ଗୀତିକାର ଗୁଲଶନ କୁମାରଙ୍କ ପୁଅ ଭୂଷଣ କୁମାରଙ୍କ ବିରୋଧରେ ଏକ ଦୁଷ୍କର୍ମ ମାମଲା ରୁଜୁ ହୋଇଛି। ଜଣେ ୩୦ ବର୍ଷୀ ମହିଳା ଭୂଷଣ କୁମାରଙ୍କ ବିରୋଧରେ ଏହି ଗୁରୁତର ଅଭିଯୋଗ ଆଣିଛନ୍ତି। ପୀଡିତା ଅଭିଯୋଗ କରିଛନ୍ତି ଯେ ୨୦୧୭ ମସିହାରୁ ଅଗଷ୍ଟ ୨୦୨୦ ପର୍ଯ୍ୟନ୍ତ କାମ ଦେବା ନାମରେ ସେ ତାଙ୍କ ସହ ଅନୈତିକ କାମ କରି ଆସୁଥିଲେ। ପୀଡିତା ଭୂଷଣ କୁମାରଙ୍କ ବିରୋଧରେ ମୁମ୍ବାଇର ଡିଏନ୍ ନଗର ପୋଲିସ ଷ୍ଟେସନରେ ଏକ ମାମଲା ଦାୟର କରିଛନ୍ତି।

Advertisment

ସିଏନ୍ଏନ୍-ନ୍ୟୁଜ୍ ୧୮ ସହିତ କଥାବାର୍ତ୍ତା ବେଳେ ମୁମ୍ବାଇ ପୋଲିସ୍ ସୂତ୍ରରୁ ଜଣାପଡିଛି ଯେ ଆଇପିସିର ଧାରା ୩୭୬ ଅନୁଯାୟୀ ଭୂଷଣ କୁମାରଙ୍କ ବିରୋଧରେ ଦୁଷ୍କର୍ମ ମାମଲା ରୁଜୁ ହୋଇଛି।

Advertisment

ଏ ସମ୍ପର୍କରେ ସୂଚନା ଦେଇ ଜଣେ ବରିଷ୍ଠ ପୋଲିସ ଅଧିକାରୀ ଜଣଙ୍କ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି ଯେ ମୁମ୍ବାଇର ଡିଏନ ନଗର ପୋଲିସ ଷ୍ଟେସନରେ ମାମଲା ରୁଜୁ ହୋଇଛି। ମାମଲାର ତଦନ୍ତ ଚାଲିଛି, ଏପର୍ଯ୍ୟନ୍ତ ଏହି ମାମଲାରେ କୌଣସି ଅଭିଯୁକ୍ତଙ୍କୁ ଗିରଫ କରାଯାଇ ନାହିଁ।

ଅନୁସନ୍ଧାନକାରୀଙ୍କ ଅନୁଯାୟୀ ପୀଡିତା ଜଣେ ୩୦ ବର୍ଷ ବୟସ୍କା ମହିଳା। ବର୍ତ୍ତମାନ ମୁମ୍ବାଇ ପୋଲିସ ଭୂଷନ କୁମାରଙ୍କୁ ପଚରାଉଚରା କରିବା ସହିତ ତାଙ୍କ ବିବୃତ୍ତି ରେକର୍ଡ କରିବ ବୋଲି ଆଶା ପୋଷଣ କରାଯାଉଛି।

ପ୍ରକାଶଥାଉ ଯେ ଭୂଷଣ କୁମାର ହିନ୍ଦୀ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ନିଜର କାମ ପାଇଁ ଜଣାଶୁଣା। ୧୯୯୭ରେ ତାଙ୍କ ପିତା ଗୁଲଶନ କୁମାରଙ୍କୁ ହତ୍ୟାକରାଯିବା ପରେ ସେ ମ୍ୟୁଜିକ୍ କମ୍ପାନୀ ଟି-ସିରିଜ୍‌ର ଦାୟିତ୍ୱ୍ ଗ୍ରହଣ କରିଥିଲେ। ସେତେବେଳେ ତାଙ୍କୁ ୧୯ ବର୍ଷ ହୋଇଥିଲା। ସେ ୨୦୧୧ରେ ରୋମାନ୍ସ ଡ୍ରାମା 'ତୁମ୍ ବିନ୍' ସହିତ ଚଳଚ୍ଚିତ୍ର ଶିଳ୍ପରେ ପ୍ରବେଶ କରିଥିଲେ। ଭୂଷଣ ଗୋଟିଏ ପରେ ଗୋଟିଏ ହିଟ୍ ଫିଲ୍ମ ଦେଇଛନ୍ତି। ସେସବୁ ମଧ୍ୟରେ 'ଭୁଲ୍ ଭୁଲୈୟା' ଏବଂ 'ଆଶିକ୍‌-୨' ଅନ୍ୟତମ। ଭୂଷଣ କୁମାର ୧୩ ଫେବୃଆରୀ ୨୦୦୫ ରେ ଅଭିନେତ୍ରୀ ଦିବ୍ୟା ଖୋସଲା କୁମାରଙ୍କୁ ବିବାହ କରିଥିଲେ।

T-series Head Bhusana Kumar
Advertisment
Advertisment