ବାନ୍ଦିପୁର: କର୍ଣ୍ଣାଟକର ବାନ୍ଦିପୁର ବ୍ୟାଘ୍ର ସଂରକ୍ଷଣ ଜଙ୍ଗଲରେ ନିଆଁ ଲାଗି ହଜାର ହଜାର ହେକ୍ଟର ଜଙ୍ଗଲ ପୋଡ଼ି ଯାଇଛି। ନିଆଁକୁ ଲିଭାଇବା ପାଇଁ ବନ ବିଭାଗ ଓ ପ୍ରଶାସନ ପକ୍ଷରୁ ପ୍ରୟାସ ଜାରି ରହିଥିଲେ ମଧ୍ୟ ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ନିଆଁ ଆୟତ୍ତ ହୋଇନଥିବା ଜଣାପଡ଼ିଛି। ନିଆଁ ଲାଗିବା ପରେ ଜୋର୍ରେ ପବନ ବହୁଥିବାରୁ ନିଆଁ ଲିଭାଇବା କଷ୍ଟକର ହୋଇପଡ଼ିଛି। ଏହି ଜଙ୍ଗଲରେ ବିଭିନ୍ନ ପ୍ରଜାତିର ବନ୍ୟଜନ୍ତୁ ଅଛନ୍ତି। ସେପଟେ ଅଗ୍ନିକାଣ୍ଡ ପରେ ପର୍ଯ୍ୟଟକଙ୍କ ପ୍ରବେଶ ବନ୍ଦ […]
ଟି-ସିରିଜ୍ ପରିଚାଳନା ନିର୍ଦ୍ଦେଶକ ତଥା ଗୀତିକାର ଗୁଲଶନ କୁମାରଙ୍କ ପୁଅ ଭୂଷଣ କୁମାରଙ୍କ ବିରୋଧରେ ଏକ ଦୁଷ୍କର୍ମ ମାମଲା ରୁଜୁ ହୋଇଛି। ଜଣେ ୩୦ ବର୍ଷୀ ମହିଳା ଭୂଷଣ କୁମାରଙ୍କ ବିରୋଧରେ ଏହି ଗୁରୁତର ଅଭିଯୋଗ ଆଣିଛନ୍ତି।
ଜମ୍ମୁ : ଗତ କିଛି ଦିନ ମଧ୍ୟରେ ନିୟନ୍ତ୍ରଣ ରେଖାରେ ୫ ଜଣ ପାକିସ୍ତାନ ଯବାନଙ୍କୁ ଭାରତୀୟ ସେନା ହତ୍ୟା କରିଛନ୍ତି। ଏଥିରୁ ସ୍ପଷ୍ଟ ହୋଇଛି ଯେ, ପାକିସ୍ତାନ ଯବାନଙ୍କ ବିପକ୍ଷରେ ଭାରତୀୟ ଯବାନ ଶକ୍ତ କାର୍ଯ୍ୟାନୁଷ୍ଠାନ ନେଉଛି। ଗଣମାଧ୍ୟମକୁ ସୂଚନା ଦେଇ ନର୍ଦନ କମାଣ୍ଡ ମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ୍ ରଣବୀର ସିଂହ ଏହି ସୂଚନା ଦେଇଛନ୍ତି। ତା ସହିତ ୨୦୧୮ ଭାରତୀୟ ଯବାନ ପାଇଁ ସଫଳତାର ବର୍ଷ ଥିଲା ବୋଲି ସେ କହିଛନ୍ତି। ଗତବର୍ଷ ୨୫୦ […]
ଇଣ୍ଡୋନେସିଆ : ଇଣ୍ଡୋନେସିଆ ବାଲିରେ ପ୍ରଦାନ କରାଯାଇଛି ଦ୍ୱିତୀୟ ଭୂମିରତ୍ନ ଆନ୍ତର୍ଜାତିକ ସମ୍ମାନ। ଆସ୍ଥା ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ଏହି ସମ୍ମାନ ପ୍ରଦାନ କରାଯାଇଛି। ସମାଜରେ ବିଭିନ୍ନ କ୍ଷେତ୍ରରେ ଅତୁଳନୀୟ ଅବଦାନ ପାଇଁ ୮ ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି ଏବଂ ୪ ଜଣ ବ୍ୟକ୍ତି ବିଶେଷଙ୍କୁ ବିଶ୍ୱ ଗୌରବ ସମ୍ମାନରେ ସମ୍ମାନିତ କରାଯାଇଛି। ଏଥିରେ ଯୁବ ଉଦ୍ୟୋଗୀ ଅମରେନ୍ଦ୍ର ସାହୁ, ସଂଜୟ ଦାସ ଏବଂ ତରନଜିତ ସିଂହ ପ୍ରମୁଖଙ୍କୁ ଏହି ସମ୍ମାନ […]