ନୂଆଦିଲ୍ଲୀ/ଭୁବନେଶ୍ୱର: କେରଳ ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ ପକ୍ଷରୁ ଏନେଇ ସୂଚନା ମିଳିଛି। ମୌସୁମୀ ପ୍ରଭାବରେ କେରଳର ଅନେକ ସ୍ଥାନରେ ଆଜି ବର୍ଷା ହୋଇଛି। ଏଥିସହ ତାମିଲନାଡ଼ୁ ଓ ଲାକ୍ଷାଦୀପରେ ବର୍ଷାର ପ୍ରଭାବ ଗାରି ରହିଛି। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଆଭ୍ୟନ୍ତରୀଣ କର୍ଣ୍ଣାଟକ ଛୁଇଁବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଧାର୍ଯ୍ୟ ସମୟର ୩ ଦିନ ପୂର୍ବରୁ ମୌସୁମୀ ପହଞ୍ଚିଛି। ତେବେ ଓଡ଼ିଶା ସମେତ ତାମିଲନାଡ଼ୁ, ଆନ୍ଧ୍ର ପ୍ରଦେଶ, […]
ବ୍ରହ୍ମପୁର: ରାସ୍ତା ଅବରୋଧ ହଟାଇବାକୁ ଯାଇଥିବା ବେଳେ ପୋଲିସକୁ ଆକ୍ରମଣ ଅଭିଯୋଗ। ଏଭଳି ଅଭିଯୋଗ ଆସିଛି ବ୍ରହ୍ମପୁର ଗୋବିନ୍ଦପୁର ଅଞ୍ଚଳରୁ। ସୂଚନା ଅନୁସାରେ, ଗତକାଲି ରାତିରେ ଗୋବିନ୍ଦପୁରର ଜଣେ ଟ୍ରକ ଡ୍ରାଇଭରଙ୍କୁ ତପ୍ତପାଣି ଅଞ୍ଚଳର ୨ଜଣ ଯୁବକ ମାଡ଼ ମାରିଥିଲେ। ଏହାର ପ୍ରତିବାଦରେ ଗୋବିନ୍ଦପୁର ନିକଟରେ ଗଛ ପକାଇ ରାସ୍ତା ଅବରୋଧ କରିଥିଲେ ସ୍ଥାନୀୟ ଲୋକେ। ଫଳରେ ଗୋବିନ୍ଦପୁର-ଚକରାପଲି ରାସ୍ତାରେ ଯାନବାହାନ ଚଳାଚଳରେ ବାଧା ଦେଖାଦେଇଥିଲା। ଖବର ପାଇ ପାଟପୁର ପୋଲିସ ରାସ୍ତା ଅବରୋଧ ହଟାଇବାକୁ ଘଟଣାସ୍ଥଳକୁ […]
ଭୁବନେଶ୍ୱର : ରାଜ୍ୟ ପାଇଁ ଆଉ ଏକ ଲଜ୍ଜା। ଖୋଲାରେ ମଳତ୍ୟାଗ ମୁକ୍ତ ରାଜ୍ୟ ତାଲିକାରେ ଦେଶରେ ତଳ ଆଡ଼ୁ ଦ୍ୱିତୀୟ ସ୍ଥାନରେ ରହିଛି ଓଡ଼ିଶା। ଅର୍ଥନୈତିକ ସର୍ଭେ ରିପୋର୍ଟ ଅନୁସାରେ ଗୋଆ ତାଲିକାର ତଳଆଡ଼ୁ ପ୍ରଥମ ସ୍ଥାନରେ ଥିବା ବେଳେ ତା’ଉପରକୁ ରହିଛି ଓଡ଼ିଶା ଗୋଆରେ ମାତ୍ର ୫. ୮୪ ପ୍ରତିଶତ ଲୋକ ଶୌଚାଳୟ ବ୍ୟବହାର କରୁଥିବା ବେଳେ ଓଡ଼ିଶାରେ ଏହା ୪୫.୩୬ ପ୍ରତିଶତ । ଦେଶର ବହୁ ରାଜ୍ୟ ଖୋଲାରେ ମଳତ୍ୟାଗ ମୁକ୍ତ ଭାବେ […]
ରାୟଗଡ଼ା/ବାଲେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ଆତଙ୍କ ଖେଳାଉଛି ପିଲାଚୋରି ଗୁଜବ। ପିଲା ଚୋର ସନ୍ଦେହରେ ନିରୀହ ଲୋକଙ୍କୁ ପିଟୁଛନ୍ତି ଲୋକେ। ତେବେ ପିଲା ଚୋର ସନ୍ଦେହରେ ମାଡ଼ ଘଟଣାରେ ପୋଲିସ୍ କିଛି ଲୋକଙ୍କୁ ଗିରଫ କରିବା ସହ କିଛି ଲୋକଙ୍କୁ ଅଟକ ରଖି ପଚରା ଉଚୁରା ଚଳାଇଛି। ରାୟଗଡ଼ା ପେରୁଗୁଡାରେ ପିଲା ଚୋର ଭାବି ୨ଜଣଙ୍କୁ ମାଡ ଘଟଣାରେ ୧୬ ଜଣଙ୍କୁ ଅମ୍ବାଦଳା ପୋଲିସ ଗିରଫ କରିଛି। ୨ ଦିନ ତଳେ ବେଲଘରର ୨ ଯୁବକଙ୍କୁ ମାଡ଼ ମାରିଥିଲେ […]
ନୂଆଦିଲ୍ଲୀ: ଆଜି ପ୍ରକାଶ ପାଇବ CBSE ଦଶମ ଶ୍ରେଣୀ ରେଜଲ୍ଟ। ଏନେଇ କେନ୍ଦ୍ର ଶିକ୍ଷା ସଚିବ ଅନୀଲ ସ୍ୱରୂପ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି। ଅପରାହ୍ନ ୪ଟାରେ ପରୀକ୍ଷାଫଳ CBSE ୱେବସାଇଟ୍ cbse.nic.inରେ ଉପଲବ୍ଧ ହେବ। ପରୀକ୍ଷାର୍ଥୀମାନେ cbse.examresults.net କିମ୍ବା cbse.nic.inରେ ନିଜର ରେଜଲ୍ଟ ଦେଖିପାରିବେ। ସିବିଏସ୍ଇ ଦଶମ ପରୀକ୍ଷା ଗତ ମାର୍ଚ୍ଚ ୫ ତାରିଖରୁ ଆରମ୍ଭ ହୋଇ ଏପ୍ରିଲ୍ରେ ସରିଥିଲା। ଦେଶବ୍ୟାପି ୧୬ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି। All the best […]
ସୁରତ : ସୁରତ ସହରରେ ୫୯୦ ବର୍ଷ ଧରି ଗୋଡ଼ିୟାବା ମନ୍ଦିରରେ ମହାପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା ଅନୁଷ୍ଠିତ ହେଉଛି। ଆଜି ରୀତିନୀତିରେ ପୂଜା ସମ୍ପାଦନ ହେବା ପରେ ମହାପ୍ରଭୁ ରଥାରୁଢ଼ ହୋଇଥିଲେ। ଶ୍ରଦ୍ଧାଳୁମାନେ ମହାପ୍ରଭୁଙ୍କର ରଥକୁ ଟାଣି ନେଇଥିଲେ। ମହିଧରପୁର, ରାମପୁର ଓ ଲାଲଦରଜା ଦେଇ ରଥ ମନ୍ଦିରକୁ ଫେରିଆସେ। ମହାପ୍ରଭୁଙ୍କର ଏହି ଯାତ୍ରା ଦେଖିବା ପାଇଁ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିଲା। କାମନାଥ ଆଚାର୍ଯ୍ୟ ନାମକ ଜଣେ ସନ୍ଥ ଗୋଡ଼ିୟାବାବା ମନ୍ଦିର ପ୍ରତିଷ୍ଠା କରିଥିଲେ। […]
ଭୁବନେଶ୍ୱର : ରାଜ୍ୟର ବିଭିନ୍ନ ସ୍ଥାନରେ ଆତଙ୍କ ଖେଳାଉଛି ପିଲାଚୋରି ଗୁଜବ। ଆଜି ମଧ୍ୟ ବାଲେଶ୍ୱର, ଗଞ୍ଜାମ ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ଏଭଳି ଘଟଣା ନଜରକୁ ଆସିଛି। କୋରାପୁଟ ଜିଲ୍ଲା ପଟାଙ୍ଗି ବ୍ଲକ୍ ପୁକାଲିରୁ ହନୁମାନ ମନ୍ଦିର ନିକଟରେ ଏକ ଟାଟା ସୁମୋ ଗାଡ଼ିକୁ ପୋଡ଼ି ଦେଇଛନ୍ତି ଲୋକେ। ଲୋକମାନେ ଝାଡ଼ଖଣ୍ଡ ନମ୍ବର ଥିବା ଏକ ଗାଡ଼ିକୁ ଅଟକାଇ ପିଲା ଚୋର ସନ୍ଦେହରେ ୨ଜଣଙ୍କୁ ପିଟିଥିବା ଅଭିଯୋଗ ହୋଇଛି । ଗାଡ଼ିରୁ ଅନ୍ୟ ୩ଜଣ ଖସିପଳାଇଛନ୍ତି। ଘଟଣାସ୍ଥଳରେ […]
ଭୁବନେଶ୍ୱର: ଆଜି ରାତିରେ କାଳବୈଶାଖୀ ପ୍ରଭାବରେ ପୁଣି ପ୍ରବଳ ବର୍ଷା ହୋଇପାରେ। ୫୦ରୁ ୬୦ କିମି ବେଗରେ ପବନ ସହିତ ବଜ୍ରପାତ ଆଶଙ୍କା ବି ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଏ ନେଇ ଭୁବନେଶ୍ୱର ପାଣିପାଗ ବିଭାଗ ୧୨ ଜିଲ୍ଲାକୁ ସତର୍କ ସୂଚନା ଜାରି କରିଛନ୍ତି । ଏହି ସବୁ ଜିଲ୍ଲାଗୁଡ଼ିକ ହେଉଛି ବରଗଡ଼, ସୁନ୍ଦରଗଡ଼, ସମ୍ବଲପୁର, ଦେବଗଡ଼, ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ଅନୁଗୁଳ, ଗଜପତି, ଗଞ୍ଜାମ, ନୟାଗଡ଼ ଓ ଖୋର୍ଦ୍ଧା । ଆଜି […]
ଭୁବନେଶ୍ୱର : ତୈଳ ଦଳ ବୃଦ୍ଧି ଯୋଗୁଁ ବଢ଼ିଲା ବସ୍ ଭଡ଼ା। ସାଧାରଣ ବସ୍ ଭଡ଼ା କିମି ପ୍ରତି ୬୮ରୁ ୭୦ ପଇସାକୁ ବୃଦ୍ଧି କରାଯାଇଛି। ଏକ୍ସପ୍ରେସ୍ ବସ୍ ଭଡ଼ା ୭୧ରୁ ୭୩ ପଇସାକୁ, ଡିଲକ୍ସ ଭଡ଼ା ୯୭ ପଇସାରୁ ୧ ଟଙ୍କା ୧ ପଇସାକୁ ଓ ଏସି ଡିଲକ୍ସ ଭଡ଼ା ୧ ଟଙ୍କା ୧୯ ପଇସାରୁ ୧ଟଙ୍କା ୨୩ ପଇସାକୁ ବୃଦ୍ଧି କରାଯାଇଛି। ଏନେଇ ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ସାଧାରଣ ସମ୍ପାଦକ ଦେବେନ୍ଦ୍ର […]
ଖୋର୍ଦ୍ଧା : ଗୋଟିଏ ଦିନରେ ଗଲା ୪ ଜଣ ଭଉଣୀଙ୍କ ଜୀବନ। ଖୋର୍ଦ୍ଧା ନାରଣଗଡ଼ ପଞ୍ଚାୟତ ଓରମି ଗାଁରେ ପୋଖରୀରେ ବୁଡ଼ି ୨ ଭଉଣୀଙ୍କ ଜୀବନ ଯାଇଛି। ମୃତ ୨ ଭଉଣୀଙ୍କ ଘର କୁହୁଡୁ ସୋରଣ ଗାଁରେ। ସେମାନେ ଖରାଛୁଟିରେ ମାମୁ ଘରକୁ ବୁଲି ଆସିଥିବା ବେଳେ ଏଭଳି ଦୁର୍ଘଟଣା ଘଟିଛି। ଏହି ଘଟଣାକୁ ନେଇ ଗାଁରେ ଶୋକର ଛାୟା ଖେଳିଯାଇଛି। ସେପଟେ ଲମତାପୁଟ ଆଉଡ଼ିପଡ଼ା ଗାଁରେ ଥିବା ନାଳରେ ଭାସିଯାଇ ୨ ଭଉଣୀଙ୍କ ମୃତ୍ୟୁ ହୋଇଛି। […]
ଭୁବନେଶ୍ୱର: ଦେଶରେ ହୁ ହୁ ହୋଇ ବଢ଼ି ଚାଲିଛି ତୈଳ ଦର। ଆଜି ୧୪ ଦିନ ପାଇଁ ଲଗାତର ପେଟ୍ରୋଲ ଓ ଡିଜେଲ ଦର ବଢ଼ିଛି। ତେଲ ଦର ଦିନକୁ ଦିନ ଅଣାୟତ୍ତ ହେଉଥିବାରୁ ଏହାକୁ ବିରୋଧ କରି ଆଜିଠୁ ଆନ୍ଦୋଳନକୁ ଓହ୍ଲାଇଛି ବିଜେଡ଼ି। ଆଜି ରାଜଭବନ ଆଗରେ ଦଳୀୟ ନେତା ଓ କର୍ମୀ ବିକ୍ଷୋଭ ପ୍ରଦର୍ଶନ କରୁଥିବାବେଳେ ଆସନ୍ତାକାଲିଠୁ ରାଜ୍ୟର ସମସ୍ତ ବ୍ଲକ କାର୍ଯ୍ୟାଳୟ ଆଗରେ ଆନ୍ଦୋଳନ କରିବେ। ଏହି ଆନ୍ଦୋଳନ ଆଜି ଠୁ ୩ […]
ଭୁବନେଶ୍ୱର: ବିଜେଡିରୁ ଇସ୍ତଫା ଦେଲେ ସାଂସଦ ବୈଜୟନ୍ତ ପଣ୍ଡା। କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା ଆଜି ବିଜୁ ଜନତା ଦଳରୁ ଇସ୍ତଫା ଦେଇଥିବା ଘୋଷଣା କରିଛନ୍ତି। ସାଂସଦ ବୈଜୟନ୍ତ ପଣ୍ଡା ଦଳରୁ ଇସ୍ତଫା ଦେଇଥିବା ବେଳେ ଲୋକସଭାରୁ ଇସ୍ତଫା ନେଇ ଲୋକସଭା ବାଚସ୍ପତିଙ୍କୁ ପୃଥକ ଭାବେ ଜଣାଇବେ ବୋଲି ଇସ୍ତଫା ପତ୍ରରେ ଦର୍ଶାଇଛନ୍ତି। ବାପାଙ୍କ ଶୁଦ୍ଧିକ୍ରିୟା ସରିବା ପରେ ସେ ବାଚସ୍ପତିଙ୍କୁ ତାଙ୍କ ଇସ୍ତଫାପତ୍ର ପଠାଇବେ ବୋଲି ଲେଖିଛନ୍ତି। ବୈଜୟନ୍ତ ପଣ୍ଡା ୩ ପୃଷ୍ଠା ସମ୍ବଳିତ ଇସ୍ତଫା ପତ୍ର […]
ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ଶିଶୁର ମୃତ୍ୟୁକୁ ନେଇ ଉତ୍ତେଜନା ଦେଖାଦେଇଛି। ଡାକ୍ତରଙ୍କ ଅବହେଳାରୁ ଶିଶୁର ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ। ଅଭିଯୋଗ ଅନୁଯାୟୀ, ମୟୂରଭଞ୍ଜ ବୈଶିଙ୍ଗା ଯୁଗପୁରର ନରେନ୍ଦ୍ର ନାୟକଙ୍କ ପତ୍ନୀ ଜ୍ୟୋତ୍ସାରାଣୀଙ୍କର ପ୍ରସବ ବେଦନା ହେବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ୪ ଦିନ ତଳେ ଅସ୍ତ୍ରୋପଚାର ପରେ ଏକ ଶିଶୁ ପୁତ୍ର ଜନ୍ମ ଦେଇଥିଲେ। ହେଲେ ଡାକ୍ତରଙ୍କ ଅବହେଳାରୁ ଗତକାଲି ଶିଶୁପୁତ୍ରର ମୃତ୍ଯୁ ହୋଇଥିବା […]
ଢ଼େଙ୍କାନାଳ: ଢେଙ୍କାନାଳ ଜିଲ୍ଲା ଚାଉଳିଆ ଖମାର ଗାଁରେ ଆତଙ୍କ। ଗାଁରେ ପଶି ୨ ଜଣଙ୍କୁ ଭୁଜାଲିରେ ହାଣିବା ପରେ ବୋମା ଫୁଟାଇ ଦୁର୍ବୃତ୍ତ ଫେରାର ହୋଇଯାଇଛନ୍ତି। ଗାଁ ଲୋକଙ୍କ ଅଭିଯୋଗ ଅନୁସାରେ, ଆଜି ସକାଳ ପ୍ରାୟ ୬ଟା ବେଳେ ୯ ଜଣ ଦୁର୍ବୃତ୍ତ ୩ଟି ବାଇକରେ ଗାଁକୁ ଆସିଥିଲେ। ଗାଁର ଦୁଇ ଜଣ ଲୋକଙ୍କୁ ଭୁଜାଲିରେ ହାଣିବା ପରେ ବୋମା ଫିଙ୍ଗି ଫେରାର ହୋଇଯାଇଥିଲା। ଦୁର୍ବୃତ୍ତଙ୍କ ଆକ୍ରମଣରେ ଆହତ ଚାଉଳିଆ ଖମାର ଗାଁର ଶଙ୍କର୍ଷଣ ବେହେରା ଓ […]
ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂଙ୍କ ପୁଅ ପଙ୍କଜ ସିଂଙ୍କୁ ଧମକ! ଆଉ ଏହି ଧମକ ମିଳିଛି ହ୍ୱାଟ୍ସଆପ୍ ମେସେଜ୍ରେ। ଯାହାକୁ ନେଇ ପୋଲିସ୍ ତନାଘନା ଚଳାଇଛି। ସୂଚନା ଅନୁସାରେ, ରାଜନାଥଙ୍କ ପୁଅ ତଥା ବିଜେପି ବିଧାୟକ ପଙ୍କଜଙ୍କୁ ଏହି ଧମକପୂର୍ଣ୍ଣ ମେସେଜ୍ ମେ ୨୫ ରୁ ମିଳୁଛି। ଏକ ଅଜଣା ନମ୍ବରରୁ ହ୍ୱାଟ୍ସଆପ୍ ମେସେଜ୍ ଜରିଆରେ ଏହି ଧମକ ଦିଆଯାଉଥିବାର ଜଣାପଡ଼ିଛି। ଏନେଇ ପୋଲିସ୍ ରବିବାର ଏକ ମାମଲା ରୁଜୁ କରିଛି। ସାଇବର ସେଲ୍ ଏହି ମାମଲାର […]