ଭୁବନେଶ୍ୱର : ବିଶିଷ୍ଟ ଶିଳ୍ପପତି ବଂଶୀଧର ପଣ୍ଡାଙ୍କ ବିୟୋଗରେ ବିଜେପିର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ରାମମାଧବଙ୍କ ଶୋକ ପ୍ରକାଶ। ଭୁବନେଶ୍ୱର ସ୍ଥିତ ବାସଭବନରେ ସ୍ୱର୍ଗତ ବଂଶୀଧର ପଣ୍ଡାଙ୍କୁ ସେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ପୁଅ ତଥା ସାଂସଦ ବୈଜୟନ୍ତ ପଣ୍ଡା ଏବଂ ପରିବାରବର୍ଗଙ୍କୁ ଭେଟି ସମବେଦନା ଜଣାଇଥିଲେ ବିଜେପିର ବରିଷ୍ଠ ନେତା ରାମ ମାଧବ। ନିକଟରେ ବିଜେପି ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ରାମ ମାଧବଙ୍କ ମାଆଙ୍କ ପରଲୋକ ହୋଇଯାଇଛି। ନିଜ ମାଆଙ୍କ ଦଶାହକ୍ରିୟା ସାରି ଓଡ଼ିଶା ଆସି […]
ନୂଆଦିଲ୍ଲୀ : ତ୍ରିରାଷ୍ଟ୍ରୀୟ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ତ୍ରିରାଷ୍ଟ୍ରୀୟ ଗସ୍ତର ପ୍ରଥମ ପର୍ଯ୍ୟାୟରେ ଇଣ୍ଡୋନେସିଆ ରାଜଧାନୀ ଜାକର୍ତ୍ତାରେ ଯାଇ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ। ଜାକର୍ତ୍ତାରେ ବସବାସ କରୁଥିବା ଭାରତୀୟମାନେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭବ୍ୟ ସ୍ୱାଗତ କରିଥିଲେ। ଦ୍ୱିପାକ୍ଷିକ ସମ୍ପର୍କ ନେଇ ଇଣ୍ଡୋନେସିଆ ରାଷ୍ଟ୍ରପତି ଜୋକୋ ୱିଡୋଡୋଙ୍କ ସହ ଆଜି ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଭାରତ-ଇଣ୍ଡୋନେସିଆ ସିଇଓ ଫୋରମରେ ଉଭୟ ଦେଶର ରାଷ୍ଟ୍ର ପ୍ରତିନିଧିଙ୍କ ମଧ୍ୟରେ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହେବ। ଆଜି ପ୍ରଧାନମନ୍ତ୍ରୀ […]
ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପ। ବଙ୍ଗୋପ ସାଗରରେ ପୂର୍ବ-କେନ୍ଦ୍ରାଞ୍ଚଳ ଓ ଏହାର ସଂଲଗ୍ନ ଉତ୍ତର-ପୂର୍ବରେ ୱେଲମାର୍କ ଲୋ ପ୍ରେସର ଘନୀଭୂତ ହୋଇ ଡିପ୍ରେସନ୍ରେ ପରିଣତ ହୋଇଛି। ଏହି ଡିପ୍ ଡିପ୍ରେସନର ରୂପ ନେଇ ଉତ୍ତର-ଉତ୍ତରପୂର୍ବକୁ ଗତି କରି ମିଆଁମାର ଓ ବାଂଲାଦେଶ ଉପକୂଳକୁ ଅତିକ୍ରମ କରିବ। ତେବେ ଏହାର ପ୍ରଭାବରେ ଓଡ଼ିଶାରେ ବର୍ଷା ହେବାର ସମ୍ଭାବନା ଅଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।
ନୂଆଦିଲ୍ଲୀ: ଭାରତୀୟ ଜାତୀୟ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ନିପା ଭାଇରସ ସହ ସମାନ । ଯେଉଁ ରାଜନୈତିକ ଦଳ ତାଙ୍କ ସମ୍ପର୍କରେ ଆସିବେ ସେମାନେ ଆକ୍ରାନ୍ତ ହୋଇ ଧ୍ୱଂସ ହୋଇଯିବେ। ଟ୍ୱିଟ୍ ଯୋଗେ ଏଭଳି ଏଭଳି ବିବାଦୀୟ ବୟାନ ରଖିଛନ୍ତି ହରିଆଣା ସ୍ୱାସ୍ଥ୍ୟମନ୍ତ୍ରୀ ଅନିଲ୍ ବିଜ୍। राहुल गांधी #निपाह वायरस के समान है । जो भी राजनीतिक पार्टी इसके सम्पर्क में आएगी वह फना हो जाएगी । […]
୧: ବଡ଼ ଆୟକାରୀଙ୍କ ଉପରେ ୩% ଓ ୭% ସରଚାର୍ଜ ପ୍ରସ୍ତାବ। ଯେଉଁମାନଙ୍କ ଆୟ ୨ରୁ ୫ କୋଟି ଓ ୫ କୋଟିରୁ ଅଧିକ, ସେମାନେ ଦେଶର ବିକାଶ ପାଇଁ ଅଧିକ ଟିକସ୍ ଦେବାକୁ ଅର୍ଥମନ୍ତ୍ରୀ ସୀତାରମଣ ଆହ୍ୱାନ ଦେଇଛନ୍ତି। ୨ରୁ ୫ କୋଟି ଆୟ ଯାଏ ଟିକସ ସହ ୩% ସରଚାର୍ଜ ଓ ୫ କୋଟିରୁ ଅଧିକ ଆୟ କରୁଥିବା ବ୍ୟକ୍ତି ଟିକସ ସହ ୭% ସରଚାର୍ଜ ଦେବେ। ୨: ସୁନା ଓ ଅନ୍ୟାନ୍ୟ ମୂଲ୍ୟବାନ […]
ଭୁବନେଶ୍ୱର : ଗୁରୁଗ୍ରାମ ଦିଲ୍ଲୀ ପବ୍ଲିକ୍ ସ୍କୁଲର ପ୍ରଖର ମିତ୍ତଲ, ବିଜ୍ନୋର ଆର୍.କେ ପବ୍ଲିକ୍ ସ୍କୁଲର ରିମ୍ଝିମ୍ ଅଗ୍ରଓ୍ୱାଲ, ଶ୍ୟାମଲି ସ୍କଟିସ୍ ଇଣ୍ଟରନ୍ୟାସନାଲ ସ୍କୁଲର ନନ୍ଦିନୀ ଗର୍ଗ ଓ କୋଚିନ୍, ଭାବନ୍ ବିଦ୍ୟାଳୟର ଶ୍ରୀଲକ୍ଷ୍ମୀ ଜି. ,ଏମାନେ ହେଉଛନ୍ତି ଚଳିତ ବର୍ଷର ସିବିଏସଇ ଦଶମ ଟପ୍ପର। ୫ଶହରୁ ୪୯୯ ଲେଖାଏଁ ନମ୍ବର ରଖି ପ୍ରଥମ ସ୍ଥାନ ଅକ୍ତିଆର କରିଛନ୍ତି ଏହି ୪ ଛାତ୍ରଛାତ୍ରୀ। ଏଥର ମୋଟ୍ ୧୬ ଲକ୍ଷ ୩୮ ହଜାର ୪୨୦ ଜଣ ଛାତ୍ରଛାତ୍ରୀ ସିବିଏସଇ […]
ନୂଆଦିଲ୍ଲୀ : ଚଳିତ ମାସରେ ହିଁ ଅନ୍ତର୍ଜାତୀୟ କୋର୍ଟରେ ଭାରତୀୟ ନାଗରିକ କୁଳଭୂଷଣ ଯାଦବଙ୍କ ସମ୍ପର୍କିତ ମାମଲାର ରାୟ ପ୍ରକାଶ ପାଇବ। ପାକିସ୍ତାନରେ କୁଳଭୂଷଣଙ୍କ ନାମରେ ଗୁଇନ୍ଦାଗିରି କରୁଥିବା ଏବଂ ଆତଙ୍କବାଦୀ କାର୍ଯ୍ୟକଳାପରେ ଲିପ୍ତ ଥିବା ଅଭିଯୋଗରେ ଗିରଫ କରାଯିବା ସହ ଫାଶୀ ଦଣ୍ଡାଦେଶ ଦିଆଯାଇଛି। କୁଳଭୂଷଣ ଜଣେ ଅବସରପ୍ରାପ୍ତ ନୌସେନା ଅଧିକାରୀ। ୨୦୧୭ ମସିହା ଏପ୍ରିଲ ମାସରେ ସେ ଗିରଫ ହୋଇଥିଲେ। ଏହାକୁ ବିରୋଧ କରି ମେ’ ୨୦୧୭ରେ ଭାରତ ଅନ୍ତର୍ଜାତୀୟ କୋର୍ଟ ଦ୍ୱାରସ୍ଥ ହୋଇଥିଲା। […]
ଭୁବନେଶ୍ୱର : ଦିନକୁ ଦିନ ଆତଙ୍କ ସୃଷ୍ଟି କଲାଣି ପିଲା ଚୋରି ଗୁଜବ। ତିନି ଦିନ ଭିତରେ ରାଜ୍ୟରେ ସାମ୍ନାକୁ ଆସିଲାଣି ୫୦ରୁ ଅଧିକ ଘଟଣା। ଅଜଣା ଓ ଅଚିହ୍ନା ଲୋକଙ୍କୁ ଦେଖିବା ମାତ୍ରେ ନିସ୍ତୁକ ମାଡ଼ ମାରି ଲହୁଲୁହାଣ କରୁଛନ୍ତି ଲୋକେ। ଡିଆଁ ରୋଗ ପରି ମାଡି ଚାଲିଛି ପିଲା ଚୋର ଗୁଜବ। ମୋବାଇଲରୁ ମୋବାଇଲ୍ ଘୂରି ବୁଲୁଛି ଉତ୍ତେଜନା ସୃଷ୍ଟିକାରୀ ଅଡିଓ ଓ ଭିଡିଓ। ଏହାକୁ ରୋକିବାକୁ ଶେଷରେ ୭ ପଏଣ୍ଟ ବିଶିଷ୍ଟ ଆଡଭାଇଜରି ଜାରି […]
ଭୁବନେଶ୍ୱର : ଓଡ଼ିଶାର ନୂଆ ରାଜ୍ୟପାଳ ଭାବେ ଶପଥ ନେଲେ ଗଣେଶୀ ଲାଲ୍। ଶପଥ ପାଠ କରାଇଲେ ହାଇକୋର୍ଟର ମୁଖ୍ୟ ବିଚାରପତି। ନୂଆ ରାଜ୍ୟପାଳଙ୍କୁ ଦିଆଗଲା ଗାର୍ଡ ଅଫ୍ ଅନର୍। ସୂଚନା ଯେ, ପ୍ରଫେସର ଗଣେଶୀ ଲାଲ୍ ଓଡ଼ିଶାର ୪୫ତମ ରାଜ୍ୟପାଳ ଭାବେ ମଙ୍ଗଳବାର ଶପଥ କରିଛନ୍ତି। ରାଜଭବନଠାରେ ସନ୍ଧ୍ୟାରେ ଅନୁଷ୍ଠିତ ଏକ ସମାରୋହରେ ଅସ୍ଥାୟୀ ରାଜ୍ୟପାଳ ସତ୍ୟପାଲ ମଲ୍ଲିକଙ୍କ ଠାରୁ ଗଣେଶୀ ଲାଲ୍ ଦାୟିତ୍ୱ ଗ୍ରହଣ କରିଛନ୍ତି। ରାଜ୍ୟପାଳ ଏସ୍.ସି ଜମିରଙ୍କ କାର୍ଯ୍ୟକାଳ ସରିବା ପରେ […]
ନୂଆଦିଲ୍ଲ/ଭୁବନେଶ୍ୱର: ରାଜଧାନୀ ଦିଲ୍ଲୀରେ ଥିବା ହୌଜ୍ ଖାସ୍ସ୍ଥିତ ଜଗନ୍ନାଥ ମନ୍ଦିରରେ ପବିତ୍ର ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରଥ ଉପରେ ଛେରାପହଁରା କରିଥିଲେ। ରଥରେ ଚତୁର୍ଦ୍ଧାମୂରତିଙ୍କୁ ଦର୍ଶନ କରିବା ପରେ ଶ୍ରୀ ପ୍ରଧାନ ସେଠାରେ ଉପସ୍ଥିତ ଜଗନ୍ନାଥପ୍ରେମୀଙ୍କୁ ସମ୍ବୋଧନ କରିଥିଲେ। ଏହି ଅବସରରେ ଶ୍ରୀ ପ୍ରଧାନ ମହାପ୍ରଭୁଙ୍କ ଏହି ମହାପର୍ବରେ ସାମିଲ ହୋଇଥିବା ସମସ୍ତ ଭକ୍ତଗଣଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତିା ଅନ୍ୟମାନଙ୍କ ମଧ୍ୟରେ ଓଡିଶା ବିଜେପିର ବରିଷ୍ଠ ନେତା ବିଶ୍ୱଭୂଷଣ ହରିଚନ୍ଦନ ସାମିଲ ହୋଇଥିଲେ। […]
ରାଉରକେଲା : ବଗି ଛାଡି ପଳାଇଲା ମାଲବାହୀ ଟ୍ରେନର ଇଞ୍ଜିନ। ଏଭଳି ଅଭାବନୀୟ ଘଟଣା ଘଟିଛି ରାଉରକେଲା ରେଳ ଷ୍ଟେସନ ନିକଟରେ। ଆଜି ଷ୍ଟେସନରୁ ୪ କିଲୋମିଟର ଦୂର ବିରଜାପାଲି STI ଲେଭଲ କ୍ରସିଂ ନିକଟରେ ଏକ କୋଇଲା ବୋଝେଇ ମାଲଗାଡି ଇଞ୍ଜିନର ୧୦ଟି ବଗି ଅନ୍ୟ ବଗି ଗୁଡିକଠାରୁ ଅଲଗା ହୋଇ ଆଗକୁ ଚାଲି ଯାଇଥିଲା। ବାକି ୧୮ଟି ବଗି ରେଳ ଧାରଣାରେ ରହି ଯାଇଥିଲା। ପ୍ରାୟ ୧ କିଲୋମିଟର ଗଲା ପରେ ମାଲଗାଡିର ଡ୍ରାଇଭର […]
କାବୁଲ: ଆଫଗାନିସ୍ତାନର ପୂର୍ବ ନଙ୍ଗରହାର ପ୍ରୋଭିନ୍ସରେ ସୋମବାର ରାତିରେ ଭୁଲରେ ଆତଙ୍କବାଦୀ ଭାବି ୯ ଜଣଙ୍କୁ ସଂହାର କରିଛନ୍ତି ଆଫଗାନ ସେନା I ପ୍ରୋଭିନସିଆଲ ଗଭର୍ନର ହାୟାତୁଲା ହୟତ ଏ କଥା ସ୍ଵୀକାର କରିଛନ୍ତି I ଏହି ଘଟଣାରେ ଜଣେ ସ୍ଥାନୀୟ ପୋଲିସ କମାଣ୍ଡରଙ୍କ ସହ ୮ ଜଣ ଆହତ ହୋଇଛନ୍ତି I ସୂଚନା ମୁତାବକ, ଚାପରହାର ଜିଲ୍ଲାରେ ଏକ ସନ୍ଦିଗ୍ଧ ସ୍ଥାନରୁ ଗତ କାଲି ରାତିରେ ଗୁଳି ଗୋଳା ଶବ୍ଦ ଆସିବା ପରେ ସେନା ପକ୍ଷରୁ […]
ନୂଆଦିଲ୍ଲୀ: ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ କୌଣସି ବ୍ୟାଙ୍କରେ ଅଛି କି? ତେବେ ଆଜି ହିଁ ବାକି ଥିବା କାମ ସାରିଦେଲେ ଭଲ। କାରଣ କାଲିଠୁ ଆପଣଙ୍କ ବ୍ୟାଙ୍କ ସେବାରେ ବାଧା ସୃଷ୍ଟି ହୋଇପାରେ। ଜାଣନ୍ତୁ ପ୍ରକୃତ କାରଣ କ’ଣ: ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ବ୍ୟାଙ୍କ ଗୁଡ଼ିକର କର୍ମଚାରୀ କାଲିଠାରୁ ଦେଶବ୍ୟାପୀ ୨ ଦିନ ଧରି ଧାରଣା ଦେବାକୁ ଯାଉଛନ୍ତି। ଫଳରେ ଆସନ୍ତାକାଲି ଓ ପଅରଦିନ ଅର୍ଥାତ ବୁଧବାର ଓ ଗୁରୁବାର, […]
ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ଡୁଡ଼୍କାମାଲ ଏନ୍କାଉଣ୍ଟରରେ ପ୍ରତିଶୋଧ ନେବାକୁ ଲାଲ୍ବାହିନୀର ଚେତାବନୀ। ଏନେଇ ମାଓବାଦୀଙ୍କ ପକ୍ଷରୁ ଏକ ଅଡିଓ ଟେପ୍ ଜାରି କରାଯାଇଛି। ବସନ୍ତ ନାମକ ମାଓନେତାଙ୍କ ପକ୍ଷରୁ ଏହି ଅଡିଓ ଟେପ୍ ଜାରି କରାଯାଇଛି। ପୋଲିସ ଏନ୍କାଉଣ୍ଟର କରି ୨ ମାଓ କ୍ୟାଡରଙ୍କୁ ହତ୍ୟା କରିଥିଲେ। ଏହାର ପ୍ରତିଶୋଧ ନିଆଯିବ ବୋଲି ବସନ୍ତ ଧମକ ଦେଇଛନ୍ତି। ପୋଲିସ ନିରୀହ ଆଦିବାସୀଙ୍କ ପ୍ରତି ଅତ୍ୟାଚାର କରୁଥିବା ସେ କହିଛନ୍ତି। ସୂଚନାଯୋଗ୍ୟ, ଗତ ମେ’ ୧୨ ତାରିଖରେ ବଲାଙ୍ଗିର […]
ନୂଆଦିଲ୍ଲୀ: ପ୍ରକାଶ ପାଇଲା CBSE ଦଶମ ରେଜଲ୍ଟ। ଏନେଇ କେନ୍ଦ୍ର ଶିକ୍ଷା ସଚିବ ଅନୀଲ ସ୍ୱରୂପ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି। CBSE Class 10 results for 2017-18 declared — Anil Swarup (@swarup58) 29 May 2018 ଛାତ୍ରଛାତ୍ରୀମାନେ ୱେବସାଇଟ୍ www.cbse.nic.in କିମ୍ବା www.cbseresults.nic.inରେ ନିଜର ରେଜଲ୍ଟ ଦେଖିପାରିବେ। କେମିତି ଜାଣିବେ ରେଜଲ୍ଟ…. ସିବିଏସ୍ଇ ବୋର୍ଡ଼ ଅଫିସିଆଲ ୱେବ୍ସାଇଟ୍ cbseresults.nic.in କୁ ଯିବେ। ୱେବ୍ସାଇଟ୍ର ରେଜଲ୍ଟ ୨୦୧୮ ଉପରେ କ୍ଲିକ୍ କରିବେ। କ୍ଲିକ୍ […]
ଭୁବନେଶ୍ୱର: ମେ ବଦଳରେ ଜୁନ୍ ମାସରେ ପ୍ରକାଶ ପାଇବ ଯୁକ୍ତ ଦୁଇ କଳା ଓ ବାଣିଜ୍ୟ ରେଜଲ୍ଟ। ଜୁନ୍ ପ୍ରଥମ ସପ୍ତାହରେ ଯୁକ୍ତ ଦୁଇ କଳା ଓ ବାଣିଜ୍ୟ ରେଜଲ୍ଟ ପ୍ରକାଶ ପାଇବା ନେଇ ଗଣଶିକ୍ଷା ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର ସୂଚନା ଦେଇଛନ୍ତି। ଖାତା ଦେଖାରେ ବିଭ୍ରାଟ ସହ ମାନୁଆଲ୍ ଏଣ୍ଟ୍ରି ହେଉଥିବାରୁ ରେଜଲ୍ଟ ବାହାରିବାରେ ବିଳମ୍ବ ହେଉଛି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। ସୂଚନାଥାଉ କି, ମେ ଶେଷ ସପ୍ତାହରେ ରେଜଲ୍ଟ ବାହାରିବ ବୋଲି ପୂର୍ବରୁ […]