• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

bonda
ନିଖୋଜ ଛାତ୍ରଙ୍କ ମାଆ ଦେଲେ ଥାନାରେ ଏତଲା

ମାଲକାନଗିରି /ଭୁବନେଶ୍ୱର : କିସ୍‌ରୁ ବଣ୍ଡା ଛାତ୍ର ନିଖୋଜ ଘଟଣାରେ ଥାନାରେ ହେଲା ଏତଲା। ନିଖୋଜ ବଣ୍ଡା ଛାତ୍ର ରାମଚନ୍ଦ୍ର ମାନ୍ଦ୍ରାଙ୍କ ମାଆ ବୁଦାଇ ମାନ୍ଦ୍ରା ଆଜି ମାଲକାନଗିରି ଜିଲ୍ଲା ମୁଦୁଲିପଡ଼ା ଥାନାରେ ଏ ନେଇ ଲିଖିତ ଅଭିଯୋଗ କରିଛନ୍ତି। ବୁଦାଇ ଅଭିଯୋଗ କରିଛନ୍ତି, ୨୦୧୨ ମସିହାରେ କିସ୍ ଶିକ୍ଷାନୁଷ୍ଠାନ ଓ ବଣ୍ଡା ଉନ୍ନୟନ ସଂସ୍ଥା ପାଠ ପଢ଼ାଇବାର ପ୍ରତିଶୃତି ଦେଇ ତାଙ୍କ ସାନ ପୁଅକୁ ନେଇଥିଲେ। ପ୍ରତିବର୍ଷ ଖରା ଛୁଟିରେ ରାମଚନ୍ଦ୍ର ଘରକୁ ଆସୁଥିଲେ ହେଲେ […]

vvpat
ଇଭିଏମ ସହ ସବୁ VVPAT ମେଳ ପାଇଁ ହୋଇଥିବା ଆବେଦନ ଖାରଜ

ନୂଆଦିଲ୍ଲୀ : ଇଭିଏମ ସହ ସବୁ VVPAT ସ୍ଲିପ୍‌କୁ ମେଳ କରିବା ପାଇଁ ହୋଇଥିବା ଆବେଦନକୁ ସୁପ୍ରିମ୍‌କୋର୍ଟ ଖାରଜ କରି ଦେଇଛନ୍ତି। ଆସନ୍ତା ୨୩ରେ ହେବାକୁ ଥିବା ଭୋଟ ଗଣତି ବେଳେ ଇଭିଏମ୍‌ ସହ ସମସ୍ତ VVPAT ସ୍ଲିପ୍‌କୁ ମେଳ କରିବା ପାଇଁ ଚେନ୍ନାଇର ଏକ ସଂସ୍ଥା ପକ୍ଷରୁ ସୁପ୍ରିମକୋର୍ଟରେ ଆବେଦନ କରାଯାଇଥିଲା। ଶୁଣାଣି ବେଳେ ସୁପ୍ରିମକୋର୍ଟ ଆବେଦନକୁ ଖାରଜ କରିବା ସହ ଅଯୌକ୍ତିକ ବୋଲି ଦର୍ଶାଇଛନ୍ତି।   ସୁପ୍ରିମ୍‌କୋର୍ଟର ବିଚାରପତି ଜଷ୍ଟିସ୍‌ ଅରୁଣ ମିଶ୍ରଙ୍କ ଖଣ୍ଡପୀଠରେ ମାମଲାର […]

  • Saturday, 17 July 2021
congress
ପିସିସି ପୁନର୍ଗଠନ ହେଉ ହେଉ ତେଜିଲା ବିବାଦ

ଭୁବନେଶ୍ୱର : ବିଧାନସଭା ନିର୍ବାଚନ ଆହୁରି ବର୍ଷେ ବାକି ଅଛି, ଦଳ କ୍ଷମତାକୁ ଆସିବ କି ନାହିଁ ତାହା ବି ଅସ୍ପଷ୍ଟ। ଏଣେ କିନ୍ତୁ କଂଗ୍ରେସରେ ଆରମ୍ଭ ହୋଇଗଲାଣି ମୁଖ୍ୟମନ୍ତ୍ରୀତ୍ୱକୁ ନେଇ ବିବାଦ। ୨୦୧୯ରେ ଦଳ କ୍ଷମତାକୁ ଆସିଲେ ଓବିସି ସଂପ୍ରଦାୟରୁ ଜଣଙ୍କୁ ମୁଖ୍ୟମନ୍ତ୍ରୀ ଓ ୨ଜଣ ଉପମୁଖ୍ୟମନ୍ତ୍ରୀଙ୍କ ମଧ୍ୟରୁ ଜଣେ ଆଦିବାସୀ ଓ ଜଣେ ଅନୁସୂଚିତ ଜାତି ବର୍ଗରୁ କରିବାକୁ ରାଜ୍ୟ କଂଗ୍ରେସ ଇସ୍ତାହାର କମିଟି ମୁଖ୍ୟ ଶ୍ରୀକାନ୍ତ ଜେନା,ଏଆଇସିସି ଓ ପିସିସି ସଦସ୍ୟଙ୍କୁ ପ୍ରସ୍ତାବ […]

  • Saturday, 17 July 2021
vivek
ବଲିଉଡ଼ ଅଭିନେତା ବିବେକ ଓବରୟଙ୍କ ଏକ ଟ୍ୱିଟ୍‌କୁ ନେଇ ବିବାଦ

ମୁମ୍ବାଇ : ଅଭିନେତା ବିବେକ ଓବରୟ ପୂର୍ବତନ ପ୍ରେମିକା ନୀଳ ନୟନା ଐଶ୍ୱର୍ଯ୍ୟା ରାୟଙ୍କୁ ନେଇ କରିଥିବା ଏକ ଟ୍ୱିଟ୍‌ ପାଇଁ ଅଡ଼ୁଆରେ ପଡ଼ିଛନ୍ତି। ସେ ଏକଜିଟ୍‌ ପୋଲ୍‌ ଏବଂ ତାଙ୍କର ପୂର୍ବତନ ପ୍ରେମିକା ଐଶ୍ୱର୍ଯ୍ୟାଙ୍କୁ ତୁଳନା କରି ଏହି ଟ୍ୱିଟ୍‌ କରିଥିଲେ। ଯାହାକୁ ନେଇ ସୋଶାଲ ମିଡିଆରେ ତାଙ୍କ ଉପରେ ସମାଲୋଚନା ବର୍ଷିବାରେ ଲାଗିଛି। ତାଙ୍କ ସାଥୀ ଅଭିନେତାମାନେ ମଧ୍ୟ ତାଙ୍କ ଟ୍ୱିଟ୍‌କୁ ନାପସନ୍ଦ କରିଛନ୍ତି। ଅନ୍ୟପକ୍ଷରେ ଜାତୀୟ ମହିଳା କମିଶନ୍‌ ତାଙ୍କୁ ନୋଟିସ୍‌ ପଠାଇ […]

  • Saturday, 17 July 2021
sambalpur
ଶୋଇଥିବା ବେଳେ ଦଳିଦେଲା ହାତୀ

ସମ୍ବଲପୁର: ସମ୍ବଲପୁରରେ ହାତୀ ଆତଙ୍କ। ଗତରାତିରେ ରେଢ଼ାଖୋଲ ମାକରକେଣ୍ଡା ଗାଁରେ ହାତୀ ଆକ୍ରମଣରେ ୨ଜଣଙ୍କ ମୃତ୍ୟୁ ଘଟିଛି। ମୃତକମାନେ ହେଲେ ଶମ୍ଭୁ ଭୋଇ ଓ ଦଇମତି ଭୋଇ। ସେମାନେ ରାତିରେ ଶୋଇଥିଲା ବେଳେ ଘରେ ପଶି ହାତୀ ଆକ୍ରମଣ କରିଥିଲା। ଫଳରେ ଘଟଣାସ୍ଥଳରେ ସେମାନଙ୍କ ମୃତ୍ୟୁ ଘଟିଛି। ବନବିଭାଗ କର୍ମଚାରୀ ସେଠାରେ ପହଞ୍ଚି ମୃତଦେହ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ବିଗତ କିଛିଦିନ ଧରି ସେହି ଅଞ୍ଚଳରେ ହାତୀପଲଙ୍କ ଉପଦ୍ରବ ଦେଖାଦେଉଥିବାରୁ ରାତିରେ […]

modi
ପୁଣି କ୍ଷମତାକୁ ଫେରିବ ମୋଦି ସରକାର !

ନୂଆଦିଲ୍ଲୀ : ନିର୍ବାଚନ ପୂର୍ବରୁ ମୋଦି ସରକାର ସପକ୍ଷରେ ଥିବା ଅଣ୍ଡର କରେଣ୍ଟ ଭୋଟରେ ପରିଣତ ହେବ କି? ବିଭିନ୍ନ ସଂସ୍ଥା ପକ୍ଷରୁ କରାଯାଇଥିବା ଏକ୍‌ଜିଟ୍ ପୋଲ୍‌ରୁ ଏନେଇ ସକାରାତ୍ମକ ସଂକେତ ମିଳିଛି। ଟାଇମ୍ସ ନାଓ ଭିଏମଆର ଏନଡିଏକୁ ୩୦୬ ଆସନ ଦେଇଥିବା ବେଳେ ୟୁପିଏକୁ ୧୩୨ ଓ ଅନ୍ୟମାନେ ୧୦୪ଟି ସିଟ୍ ପାଇବା ପୂର୍ବନୁମାନ କରିଛି ରିପବ୍ଳିକ-ସି ଭୋଟର ସର୍ଭେରେ ଏନଡିଏକୁ ୨୮୭, ୟୁପିଏକୁ ୧୨୮ ଓ ଅନ୍ୟ ଦଳ ୧୧୭ଟି ଆସନ ପାଇବା ଆକଳନ […]

  • Saturday, 17 July 2021
Modi-Jinping
ଚା’ ପିଇଲେ, ଏକାଠି ନୌକାବିହାର କଲେ

ବେଜିଂ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଚୀନ ରାଷ୍ଟ୍ରପତି ଜିନ୍‌ପିଙ୍ଗ୍‌ ଆଜି ବୁହାନ ସହର ଇଷ୍ଟ୍ ହ୍ରଦ କୂଳରେ କିଛି ସମୟ ବୁଲିବା ପରେ ନୌକାବିହାର କରିଥିଲେ । ଏଥିସହ ଉଭୟ ନେତା ମିଶିକି ଚା’ ମଧ୍ୟ ପିଇଥିଲେ। ୨୪ ଘଣ୍ଟା ମଧ୍ୟରେ ଏହା ହେଉଛି ଉଭୟ ନେତାଙ୍କର ୬ଥର ସାକ୍ଷାତ। ଦୁଇ ନେତା ଏକାଠି ମଧ୍ୟାହ୍ନ ଭୋଜନ କରିବାର କାର୍ଯ୍ୟକ୍ରମ ରହିଛ। A memorable boat ride on the beautiful East Lake, which […]

taptapani
ଉଷ୍ଣପ୍ରସବଣ ତପ୍ତପାଣିର ଅସ୍ତିତ୍ୱ ସଙ୍କଟରେ

ବ୍ରହ୍ମପୁର: ଗଂଜାମ ଜିଲ୍ଲାର ପ୍ରସିଦ୍ଧ ଉଷ୍ଣପ୍ରସବଣ ତପ୍ତପାଣି ସଙ୍କଟରେ। ଏଠାରେ ବାହାରୁ ଥିବା ପାଣିର ପରିମାଣ କମି କମି ଆସୁଛି। କିଛି ମାସ ଭିତରେ ପାଣିର ଉଷ୍ଣତା ମଧ୍ୟ କମିଯାଇଛି। ସରକାର ଏ  ଦିଗରେ କିଛି ପଦକ୍ଷେପ ନ ନେଲେ, ଆନ୍ଦୋଳନ କରିବାକୁ ସ୍ଥାନୀୟ ଲୋକେ ସଜବାଜ ହେଲେଣି। ଗତ ଡିସେମ୍ବରରେ ନିକଟରେ ଥିବା ହନୁମାନ ମନ୍ଦିରରେ ଏକ ବୋର୍‌ୱେଲ୍‌ ଖୋଲିବା ପରେ ଏହି ଅବସ୍ଥା। ବୋର୍‌ୱେଲ୍‌ରୁ ଗରମ ପାଣି ବାହାରିଥିବାରୁ ଅଭିଯୋଗ ପରେ ପ୍ରଶାସନ ତାକୁ […]

elephant death
ବିଲରୁ ହାତୀର ମୃତଦେହ ଠାବ

ବାରିପଦା: ମୟୂରଭଞ୍ଜ ଜିଲ୍ଲା ବେତନଟୀ ରେଞ୍ଜର ବଇଁଚା ଗାଁ ବିଲରୁ ଆଜି ସକାଳେ ଏକ ହାତୀର ମୃତଦେହ ଦେଖିବାକୁ ମିଳିଛି। ହାତୀଟିର ବୟସ ୫ ବର୍ଷ ହେବ ବୋଲି ଅନୁମାନ କରାଯାଉଛି। କେଉଁ କାରଣରୁ ହାତୀଟିର ମୃତ୍ୟୁ ଘଟିଛି ତାହା ସ୍ପଷ୍ଟ ଭାବେ ଜଣାପଡ଼ି ନାହିଁ। ଘଟଣାସ୍ଥଳରେ ବନ ବିଭାଗ ଅଧିକାରୀମାନେ ପହଞ୍ଚିଛନ୍ତି। ନିୟମ ମୁତାବକ ହାତୀର ମୃତଦେହର ବ୍ୟବଚ୍ଛେଦ ପରେ ଏହାକୁ ମାଟିରେ ପୋତାଯିବ ବୋଲି ବନବିଭାଗ କହିଛି। ସୂଚନାଅନୁସାରେ, ଗତକାଲି ରାତିରୁ ଗାଁ ମୁଣ୍ଡରେ […]

giet
ଗୁଣପୁର GIETକୁ ମିଳିବ ବିଶ୍ୱବିଦ୍ୟାଳୟ ମାନ୍ୟତା

ଭୁବନେଶ୍ୱର: ଗୁଣପୁର GIETକୁ ବିଶ୍ୱବିଦ୍ୟାଳୟ ମାନ୍ୟତା ପ୍ରସ୍ତାବକୁ ମିଳିଛି କ୍ୟାବିନେଟ ମୋହର। ଏନେଇ ଗତକାଲି ବସିଥିବା ରାଜ୍ୟ କ୍ୟାବିନେଟରେ ନିଷ୍ପତ୍ତି ନିଆଯାଇଛି। ରାଜ୍ୟ କ୍ୟାବିନେଟ୍‌ରେ ବସିଥିବା ବୈଠକରେ ୫ଟି ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରାଯାଇଛି। ପୂର୍ବତନ ବିଧାୟକମାନଙ୍କ ବୀମା ଓ ସ୍ୱାସ୍ଥ୍ୟ ଭତ୍ତା ବୃଦ୍ଧି ପ୍ରସ୍ତାବକୁ ମୋହର ମାରିଛି କ୍ୟାବିନେଟ୍।  ସେହିପରି ସେମାନଙ୍କ ବୀମା ୨ଲକ୍ଷ ଟଙ୍କାରୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି।  ତା’ସହ ସେମାନଙ୍କ ମେଡିକାଲ ଭତ୍ତା ମାସିକ ୨ ହଜାର ଟଙ୍କା ପର୍ଯ୍ୟନ୍ତ […]

heat wave
୫ଟି ସହର ତାପମାତ୍ରା ୪୦ ଡିଗ୍ରୀ ଉପରେ

ଭୁବନେଶ୍ୱର: ସାରା ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ। ଉପକୂଳ ତଥା ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ବୃଦ୍ଧି ପାଉଛି। ଗତକାଲି ତାପମାତ୍ରା ସାମାନ୍ୟ ହ୍ରାସ ପାଇଥିବା ଜଣାପଡିଛି। ମାତ୍ର ୫ଟି ସହର ସର୍ବାଧିକ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି। ଟିଟିଲାଗଡ଼ରେ ସର୍ବାଧିକ ୪୨. ୫ ଡିଗ୍ରୀ ରେକର୍ଡ ହୋଇଥିଲା।  ସେହିପରି ଆଭ୍ୟନ୍ତୀରଣ ଓଡ଼ିଶାର ଭବାନୀପାଟଣା, ବଲାଙ୍ଗିର, ମାଲକାନଗିରି ଓ ସୋନପୁରର ସର୍ବାଧିକ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା। ସାରା ରାଜ୍ୟରେ କାଳବୈଶାଖୀ ଜନିତ ବର୍ଷା […]

UPSC-CMS-Exam-2018
ପ୍ରକାଶ ପାଇଲା ୟୁପିଏସ୍‌ସି ପରୀକ୍ଷା ଫଳ

ଭୁବନେଶ୍ୱର: କେନ୍ଦ୍ରୀୟ ଲୋକ ସେବା ଆୟୋଗ(ୟୁପିଏସ୍‌ସି) ଦ୍ୱାରା ପରିଚାଳିତ ସିଭିଲ୍‌ ପରୀକ୍ଷା ୨୦୧୭ ଫଳ ଆଜି ପ୍ରକାଶ ପାଇଛି। ଏଥିରେ ଓଡ଼ିଶାର ଶୁଭଙ୍କର ମହାପାତ୍ର ୪୬ ତମ ସ୍ଥାନରେ ରହିଛନ୍ତି। ସେହିପରି ହାଇଦ୍ରାବାଦର ଅନୁଦୀପ ଦୂରୀସେଚ୍ଚୀ ଟପ୍ପର ହୋଇଥିବା ବେଳେ ଅନୁ କୁମାର ଦ୍ୱିତୀୟ ଓ ସଚିନ ଗୁପ୍ତା ତୃତୀୟ ସ୍ଥାନରେ ଅଛନ୍ତି। ସେହିପରି ୨୪୩ ତମ ସ୍ଥାନରେ ଅମୀୟ ପ୍ରସନ୍ନ ନନ୍ଦ, ୨୫୧ରେ ସମୀତ ପଣ୍ଡା, ୪୦୧ରେ କବିତା ରାଣୀ ସ୍ୱାଇଁ, ୪୫୨ ସ୍ଥାନରେ ଆଦିତ୍ୟ […]

  • Saturday, 17 July 2021
aiims hospital
ଏମ୍ସ ଡାକ୍ତରଖାନାରେ ଅଚଳାବସ୍ଥା

ନୂଆଦିଲ୍ଲୀ: ଦିଲ୍ଲୀ ଏମ୍ସ ଡାକ୍ତରଖାନାରେ ଅଚଳାବସ୍ଥା ଦେଖାଦେଇଛି। ଏମ୍‌ସର ରେସିଡେଣ୍ଟ ଡାକ୍ତର ସଙ୍ଘ ଅନିର୍ଦ୍ଦିଷ୍ଟ କାଳ ଯାଏ ଧାରଣାକୁ ଓହ୍ଲାଇ ଥିବାରୁ ଏପରି ପରିସ୍ଥିତି ସୃଷ୍ଟି ହୋଇଛି। ସିନିଅର୍ ଡାକ୍ତରଙ୍କ ଦୁର୍ବ୍ୟବହାର ଅଭିଯୋଗରେ ଡାକ୍ତର ସଙ୍ଘ ପକ୍ଷରୁ ଧାରଣା ଦିଆଯାଇଛି। ଫଳରେ ବହୁ ସଂଖ୍ୟାରେ ରୋଗୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଗତ ବୁଧବାର ଦିନ କୌଣସି କାରଣରୁ ସିନିଅର ଡାକ୍ତରଙ୍କ ସହ ରେସିଡେଣ୍ଟ ଡାକ୍ତରଙ୍କ ଯୁକ୍ତିତର୍କ ହୋଇଥିଲା। ଏହାପରେ ସିନିଅର୍ ଡାକ୍ତର ଜଣକ କ୍ଷମା […]

  • Saturday, 17 July 2021
supreem court
କାଠୁଆ ଗଣଦୁଷ୍କର୍ମ ଓ ହତ୍ୟା ମାମଲା: ନିମ୍ନ ଅଦାଲତରେ ଶୁଣାଣି ଉପରେ ରୋକ

ନୂଆଦିଲ୍ଲୀ: ଜାମ୍ମୁକାଶ୍ମୀର କଠୁଆର ନାବାଳିକା ଗଣଦୁଷ୍କର୍ମ ମାମଲାରେ ନିମ୍ନ ଅଦାଲତରେ ହେଉଥିବା ଶୁଣାଣି ଉପରେ ରୋକ ଲଗାଇଛନ୍ତି ସୁପ୍ରିମକୋର୍ଟ। ଅନ୍ୟ ଅଦାଲତରେ ଶୁଣାଣି କରିବା ନେଇ ପୀଡ଼ିତାଙ୍କ ବାପାଙ୍କ ଏକ ଆବେଦନ କରିଥିଲେ। ଏହାର ଶୁଣାଣି କରି କୋର୍ଟ ଆଜି ଏହି ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ୭ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ। ସେ ପର୍ଯ୍ୟନ୍ତ ଅଭିଯୁକ୍ତଙ୍କୁ ନିଜ ପକ୍ଷ ରଖିବାକୁ ସମୟ ଦେଇଛନ୍ତି କୋର୍ଟ। ତେବେ କାଠୁଆ ମାମଲାରେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ […]

  • Saturday, 17 July 2021
congress manifesto-for karnataka
କର୍ଣ୍ଣାଟକରେ ନିର୍ବାଚନୀ ଇସ୍ତାହାର ଜାରି କଲା କଂଗ୍ରେସ

ବେଙ୍ଗାଲୁରୁ: କର୍ଣ୍ଣାଟକ ନିର୍ବାଚନ ପାଇଁ କଂଗ୍ରେସ ଶୁକ୍ରବାର ନିର୍ବାଚନୀ ଇସ୍ତାହାର ଜାରି କରିଛି। ରାଜ୍ୟର କୃଷକ ଏବଂ ଯୁବ ପୀଢ଼ିଙ୍କୁ ଆକୃଷ୍ଟ କରିବା ପାଇଁ ଏଥିରେ ଅଧିକ ଗୁରୁତ୍ୱ ଦେଇଛି ଦଳ। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଆଜି ଏହାକୁ ଉନ୍ମୋଚନ କରିଛନ୍ତି। ରାଜ୍ୟରେ କୃଷକଙ୍କ ଆୟ ଦୁଇ ଗୁଣା କରିବା, ଚାଷୀଙ୍କ ପାଇଁ ଇନ୍‌କମ୍ କମିଶନ୍ ଗଠନ ଏବଂ କୃଷି କରିଡର୍ ନିର୍ମାଣ କରିବା ପାଇଁ ଦଳ ପ୍ରତିଶୃତି ଦେଇଛି। ବେକାରୀ ସମସ୍ୟାକୁ ମଧ୍ୟ ଘୋଷଣା […]

  • Saturday, 17 July 2021
bidhan sava
ଲୋକାୟୁକ୍ତ ନିଯୁକ୍ତି ନେଇ ହୋ ହାଲ୍ଲା: ଗୃହ ମୁଲତବୀ

ଭୁବନେଶ୍ୱର: ଲୋକାୟୁକ୍ତ ନିଯୁକ୍ତି ପ୍ରସଙ୍ଗରେ ଆଜି ବିଧାନସଭାରେ ପ୍ରବଳ ହୋ ହାଲ୍ଲା ହୋଇଛି। ବିରୋଧୀଙ୍କ ହୋ ହଲ୍ଲା ଓ ହଟ୍ଟଗୋଳ ଯୋଗୁ ଗୃହ ବାରମ୍ବାର ମୁଲତବୀ ହୋଇଛି। ଲୋକାୟୁକ୍ତ ନିଯୁକ୍ତି ପ୍ରସଙ୍ଗରେ ରାଜ୍ୟ ସରକାର ସୁପ୍ରିମକୋର୍ଟରେ ଭୁଲ୍ ତଥ୍ୟ ଦେଇଥିବା ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଛନ୍ତି। ସରକାରଙ୍କୁ ଚାଲେଞ୍ଜ କରି ନରସିଂହ କହିଛନ୍ତି ‘ମୁଁ ଯଦି ଭୁଲ୍ କହୁଥିବି, ତେବେ ଗୃହରେ କ୍ଷମା ମାଗିବି ହେଲେ ଯଦି ସରକାର ମିଛ କହୁଥିବେ, ମୁଖ୍ୟମନ୍ତ୍ରୀ ଇସ୍ତଫା […]

  • Saturday, 17 July 2021
Naxal weapons
ଏନ୍‌କାଉଣ୍ଟରରେ ୭ ନକ୍ସଲ ମୃତ

ବିଜାପୁର: ଧୀରେ ଧୀରେ ଭୁଶୁଡ଼ିବାରେ ଲାଗିଛି ନକ୍ସଲ ସଙ୍ଗଠନ। ମାଓବାଦୀଙ୍କୁ ନିପାତ କରିବା ପାଇଁ ଜୋରଦାର ଉଦ୍ୟମ ଜାରି ରହିଛି। ପ୍ରଥମେ ମହାରାଷ୍ଟ୍ର ଆଉ ଏବେ ଛତିଶଗଡ଼ରେ ହୋଇଛି ପୋଲିସ ଏନ୍‌କାଉଣ୍ଟର। ଏଥିରେ ୭ ଜଣ ନକ୍ସଲଙ୍କ ମୃତ୍ୟ ହୋଇଛି। ଶୁକ୍ରବାର ବିଜାପୁର ଜିଲ୍ଲାରେ ପୋଲିସ୍ ଓ ନକ୍ସଲଙ୍କ ମଧ୍ୟରେ ମୁହାଁ ମୁହିଁ ହୋଇଥିଲା। ଏହାପରେ ସୁରକ୍ଷାକର୍ମୀ ଏନ୍‌କାଉଣ୍ଟର କରିଥିଲେ। ଏଥିରେ ୭ ଜଣ ନକ୍ସଲଙ୍କ ମୃତ୍ୟୁ ହୋଇଥିବା ବେଳେ ସେମାନଙ୍କଠାରୁ ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ଜବତ […]

  • Saturday, 17 July 2021
adiabsi
ଇମ୍ଫା ଥେରୁବାଲି ପ୍ଲାଣ୍ଟ ଆନ୍ଦୋଳନକୁ ଆଦିବାସୀ ସଙ୍ଘର ବିରୋଧ, କହିଲା ଶାସକ ଦଳର ଚାପରେ ହିଁ ସବୁକିଛି ଚାଲିଛି

ରାୟଗଡ଼ା: ଇମ୍ଫା ଥେରୁବାଲି ଆଗରେ ଆନ୍ଦୋଳନକୁ ବିରୋଧ କରିଛି ଜିଲ୍ଲା ଆଦିବାସୀ ସଙ୍ଘ। ରାୟଗଡ଼ା ଜିଲ୍ଲା ଆଦିବାସୀ ସଙ୍ଘର ସଭାପତି ଆପଲସ୍ୱାମୀ କାଡ଼୍ରାକା ଆନ୍ଦୋଳନକୁ ସମାଲୋଚନା ମଧ୍ୟ କରିଛନ୍ତି। କାଡ଼୍ରାକା କହିଛନ୍ତି ଯେ, ଆଦିବାସୀମାନେ ହିଂସାତ୍ମକ ଆନ୍ଦୋଳନକୁ ପ୍ରଶ୍ରୟ ଦିଅନ୍ତି ନାହିଁ। ଶାସକ ଦଳର ଚାପରେ ଏଭଳି କାଣ୍ଡ ଚାଲିଛି ବୋଲି ସେ କହିଛନ୍ତି। ଏଥିସହିତ କାହାରି ଚାପରେ ବଶବର୍ତ୍ତୀ ହୋଇ ଆନ୍ଦୋଳନ ନ କରି ଗଣତାନ୍ତ୍ରିକ ଉପାୟରେ ଆନ୍ଦୋଳନ କରନ୍ତୁ ବୋଲି ସେ ଆଦିବାସୀ ଭାଇଭଉଣୀମାନଙ୍କୁ […]

  • Saturday, 17 July 2021
ଆଂଗୂ
ସଂକ୍ଷେପରେ ଟପ୍‌ ସଂସ୍ଥା ମାନଙ୍କର ଏକଜିଟ୍‌ ପୋଲ୍‌ ଫଳାଫଳ

ନୂଆଦିଲ୍ଲୀ: ଆଜି ଦେଶର ଏକାଧିକ ସଂସ୍ଥା ଓ ସର୍ଭେ ସଂସ୍ଥା ପକ୍ଷରୁ ଏକଜିଟ୍‌ ପୋଲ୍‌ ପ୍ରକାଶ ପାଇଛି। ସବୁ ସର୍ଭେ ରିପୋର୍ଟରେ ଏନ୍‌ଡିଏ ୩୦୦ରୁ ଅଧିକ ଆସନ ସହ ବାଜିମାତ କରିବ, ବୋଲି କୁହାଯାଇଛି। ଆସନ୍ତୁ ଜାଣିବା ଟପ୍‌ ସର୍ଭେ ସଂସ୍ଥାଙ୍କ ଏକଜିଟ୍‌ ପୋଲ୍‌ ରିପୋର୍ଟ- ଲୋକସଭା ନିର୍ବାଚନ(ଏକଜିଟ୍‌ ପୋଲ୍‌) ନ୍ୟୁଜ-୧୮: ଏନ୍‌ଡିଏ-୩୩୬, ୟୁପିଏ-୮୨, ଅନ୍ୟାନ୍ୟ-୧୨୪ ଇଣ୍ଡିଆ ଟୁଡେ: ଏନ୍‌ଡିଏ-୩୩୯ରୁ ୩୬୫, ୟୁପିଏ-୭୭-୧୦୮, ଅନ୍ୟାନ୍ୟ-୬୯-୯୫ ଏବିପି-ଏନ୍‌ଡିଏ-୨୭୭, ୟୁପିଏ-୧୩୦, ଅନ୍ୟାନ୍ୟ-୧୩୫ ଟାଇମ୍ସ ନାଓ-ଭିଏମଆର-ଏନ୍‌ଡିଏ-୩୦୬, ୟୁପିଏ-୧୩୨,ମହାଗଠବନ୍ଧନ-୨୦, ଅନ୍ୟାନ୍ୟ-୦୦ ରିପବ୍ଲିକ-ସିଭୋଟର୍‌-ଏନ୍‌ଡିଏ-୨୮୭, ୟୁପିଏ-୧୨୮, ମହାଗଠବନ୍ଧନ-୪୦, ଅନ୍ୟାନ୍ୟ-୦୦ […]

  • Saturday, 17 July 2021