ନବରଙ୍ଗପୁର: କୁହାଯାଏ, ଡାକ୍ତର ହେଉଛନ୍ତି ଦ୍ୱିତୀୟ ଈଶ୍ୱର। ଆଉ ସେହିଭଳି ଈଶ୍ୱରୀୟ ଗୁଣ ଥିବା ଜଣେ ଡାକ୍ତରଙ୍କୁ ଆଜି ଝୁରୁଛି ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ଗାଁ। ସେ ହେଉଛନ୍ତି ଡାକ୍ତର କିଶୋର ଚନ୍ଦ୍ର ଦାସ। ତେନ୍ତୁଳିଖୁଣ୍ଟି ଅଞ୍ଚଳରେ ସେ ଯେ କେବଳ ରୋଗୀସେବା କରୁଥିଲେ ତାହା ନୁହେଁ। ପ୍ରଶାସନିକ ଦକ୍ଷତା, ସୌହାର୍ଦ୍ଦ୍ୟପୂର୍ଣ୍ଣ ସମ୍ପର୍କ, ସ୍ୱାସ୍ଥ୍ୟକର ପରିବେଶ ପାଇଁ ଗଠନ ମୂଳକ ପଦକ୍ଷେପ ମଧ୍ୟ ଗ୍ରହଣ କରୁଥିଲେ। ଏଥିପାଇଁ ସେ ଅଞ୍ଚଳରେ ସେ ଖୁବ୍ ଲୋକପ୍ରିୟ ହୋଇ ଯାଇଥିଲେ। […]
ଭୁବନେଶ୍ୱର: ମାଓ ମୁକାବିଲା ନେଇ ଭୁବନେଶ୍ୱରରେ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଛି। ବାମପନ୍ଥୀ ଉଗ୍ରବାଦ ପ୍ରସଙ୍ଗରେ ଆନ୍ତରାଜ୍ୟ ସମନ୍ୱୟ ବୈଠକ ସହ ପୂର୍ବ ଭାରତ ଜୋନର ପୋଲିସ ଅଧିକାରୀଙ୍କୁ ନେଇ ଏହି ବୈଠକ ଅନୁଷ୍ଠିତ ହେଉଛି। କେନ୍ଦ୍ର ଗୃହ ମନ୍ତ୍ରଣାଳୟର ବରିଷ୍ଠ ସୁରକ୍ଷା ପରାମର୍ଶଦାତା କେ. ବିଜୟ କୁମାରଙ୍କ ସମେତ ପୂର୍ବାଞ୍ଚଳ ରାଜ୍ୟର ଡିଜିପି, ସିଆରପିଏଫ୍ ଓ ବିଏସଏଫ୍ ଅଧିକାରୀ ଏଥିରେ ସାମିଲ ହୋଇଛନ୍ତି। ଓଡ଼ିଶା, ଛତିଶଗଡ଼, ଝାଡ଼ଖଣ୍ଡ ଓ ବିହାର ଡିଜିପି ମଧ୍ୟ ଏହି ବୈଠକରେ ଯୋଗ ଦେଇଛନ୍ତି। […]
ପୁରୀ: ରତ୍ନଭଣ୍ଡାର ଚାବି ହଜିବା ଘଟଣାର ପ୍ରତିବାଦ କରି ରାଜ୍ୟବ୍ୟାପି ଆନ୍ଦୋଳନ କରିବ ବିଜେପି। ଆସନ୍ତା ୧୧ ତାରିଖରେ ସବୁ ଜିଲ୍ଲା ଓ ଉପଖଣ୍ଡରେ ବିକ୍ଷୋଭ କରିବାକୁ ଅଣ୍ଟା ଭିଡ଼ିଛି ଦଳ। ଏହା ପରଦିନ ଅର୍ଥାତ ୧୨ ତାରିଖରୁ ସପ୍ତାହେ ବ୍ୟାପି ରାଜ୍ୟର ସମସ୍ତ ଥାନା ସାମ୍ନାରେ ବିକ୍ଷୋଭ ସହ ଏତଲା ଦିଆଯିବ ବୋଲି ବିଜେପି କହିଛି। ପୁରୀରେ ଏକ ସାମ୍ବାଦିକ ସମ୍ମିଳନୀ କରି ବିଜେପିର ରାଜ୍ୟ ସଭାପତି ବସନ୍ତ ପଣ୍ଡା ଏବଂ ବିଧାୟକ ଦଳ ନେତା […]
ନୂଅାଦିଲ୍ଲୀ: ବାହାର ଦେଶର ରେଷ୍ଟୁରାଣ୍ଟ ଭିଡିଓକୁ ରେଳମନ୍ତ୍ରୀ ପୀୟୁଷ ଗୋୟଲ ଓ ରେଳ ମନ୍ତ୍ରାଳୟକୁ ଟ୍ୟାଗ୍ କରିବା ବରିଷ୍ଠ ବଲିଉଡ୍ ଅଭିନେତ୍ରୀ ଶବନା ଅାଜମୀଙ୍କ ପାଇଁ ମହଙ୍ଗା ପଡ଼ିଛି । ଏହି ୩୦ ସେକେଣ୍ଡର ଭିଡିଓରେ ରେଳକର୍ମଚାରୀମାନେ ଅଳିଅା ପାଣିରେ ବାସନ ଧୋଉଥିବା ଶବନା ଦର୍ଶାଇଥିଲେ। ଭିଡିଓଟି ଯାଞ୍ଚ କରିବା ପରେ ରେଳ ମନ୍ତ୍ରାଳୟ ଟ୍ୱିଟ କରି ସ୍ପଷ୍ଟ କରିଥିଲା ଯେ ଏହି ଭିଡିଓଟି ମାଲେସିଅାର । କୁଆଲାଲମ୍ପୁର ବାନାନା ଲିଫ ରାଇସ୍ ରେଷ୍ଟୁରାଣ୍ଟର କର୍ମଚାରୀମାେନେ ରେଷ୍ଟୁରାଣ୍ଟ […]
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଆରମ୍ଭ ହୋଇଛି ପୂର୍ବ ଏସୀୟ ଶିଖର ସମ୍ମିଳନୀ। ଭାରତ, ଆମେରିକା, ଋଷିଆ, ଚୀନ, ଅଷ୍ଟ୍ରେଲିଆ ସମେତ ୧୮ଟି ଦେଶର ପ୍ରତିନିଧି ଏହି ସମ୍ମିଳନୀରେ ଯୋଗ ଦେଇଛନ୍ତି। ସାମୁଦ୍ରିକ କ୍ଷେତ୍ରକୁ ନେଇ ସଦସ୍ୟ ରାଷ୍ଟ୍ରମାନଙ୍କ ମଧ୍ୟରେ ସୁରକ୍ଷା, ନିରାପତ୍ତା, ବିକାଶ ଏବଂ ସହଭାଗିତା ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ ରହିଛି। କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ସମ୍ମିଳନୀକୁ ଉଦ୍ଘାଟନ କରିଥିଲେ। ସାମୁଦ୍ରିକ କ୍ଷେତ୍ର ସମ୍ବନ୍ଧୀୟ ସାମୁହିକ […]
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହତ୍ୟା ଲାଗି ଷଡ଼ଯନ୍ତ୍ର! ରାଜୀବ ଗାନ୍ଧି ଶୈଳୀରେ ହତ୍ୟା କରିବାକୁ ଏକ ବଡ଼ ଯୋଜନା ଚାଲିଥିବା ନେଇ ପୁଣେ ପୋଲିସ୍ ହାତରେ ଏକ ବଡ଼ ସୁରାକ୍ ଲାଗିଛି। ଯାହାକୁ ନେଇ ଖୁଲାସା ହୋଇଛି। ଏ ସମ୍ପର୍କିତ ଏକ ଚିଠିକୁ ପୁଣେ ପୋଲିସ ଉଦ୍ଧାର କରିଛି। ଗତ ଜାନୁଆରୀରେ ହୋଇଥିବା ଭୀମା-କୋରେଗାଓଁ ବିସ୍ଫୋରଣ ଘଟଣାରେ ଛାନ୍ଭିନ୍ ନେଇ ୫ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ପୁଣେ ପୋଲିସ। ଗିରଫ ମଧ୍ୟରେ ଜଣେ ଅଭିଯୁକ୍ତଙ୍କ ଘରୁ […]
ଦେବଗଡ଼: ଭୂମିହୀନଙ୍କୁ ଘରଡ଼ିହ ଓ ଆଦିବାସୀଙ୍କୁ ଜଙ୍ଗଲ ଜମି ପଟ୍ଟା ଦାବିରେ ଆଜି ଦେବଗଡ଼ ସହରରେ ୬ ଘଣ୍ଟିଆ ବନ୍ଦ ଡ଼ାକରା ଦିଆଯାଇଛି। ଜିଲ୍ଲା କଂଗ୍ରେସ ପକ୍ଷରୁ ଏହି ବନ୍ଦ ପାଳନ ହେଉଛି। ପୁରୁଣା ପୋଷ୍ଟ ଅଫିସ ଛକ ନିକଟରେ ଶହ ଶହ ସଂଖ୍ୟାରେ ଲୋକ ରାଜରାସ୍ତାରେ ଶୋଭାଯାତ୍ରା କରିବା ସହ ରାସ୍ତାରୋକ କରିଥିଲେ। ବନ୍ଦ ପାଳନ ଯୋଗୁଁ ମୁମ୍ବାଇ-କୋଲକାତା ଜାତୀୟ ରାଜପଥରେ ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଛି। ସେହିପରି ଦେବଗଡ଼ରେ ଅଫିସ୍ ଓ ଶିକ୍ଷାନୁଷ୍ଠାନ ଗୁଡିକ […]
ଅନୁଗୁଳ: ଅନୁଗୁଳ ବସ୍ଷ୍ଟାଣ୍ଡରେ ବୁଲୁଥିବାଳେ ୨ ଶିଶୁଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରିଛନ୍ତି। ଦୁଇ ଶିଶୁଙ୍କୁ ଉଦ୍ଧାର କରି ସ୍ଥାନୀୟ ଲୋକେ ପୋଲିସ ଜିମା ଦେଇଛନ୍ତି। ସୂଚନା ଅନୁସାରେ, ଉଦ୍ଧାର ହୋଇଥିବା ଦୁଇ ଶିଶୁ ଭାଇ ଭଉଣୀ ବୋଲି ଜଣାପଡ଼ିଛି। ଅନୁଗୁଳ ଥାନାରେ ଦୁଇ ଶିଶୁଙ୍କୁ ରଖି ସେମାନଙ୍କ ପରିଚୟ ଜାଣିବା ପାଇଁ ପୋଲିସ ଉଦ୍ୟମ ଜାରି ରଖିଛି। ଦୁଇ ଶିଶୁଙ୍କ ଘର ଢେଙ୍କାନାଳରେ ହୋଇଥିବା ଭଉଣୀ ଜଣକ କହୁଥିବାବେଳେ ଆଉ କିଛି କହିପାରୁନାହାନ୍ତି। ତେବେ ଉଦ୍ଧାର […]
ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ଚାନ୍ଦିପୁର ଥାନା ଝାମ୍ପୁରା ବଜାରରେ ଥିବା SBI ଗ୍ରାହକ ସେବା କେନ୍ଦ୍ରରୁ ହୋଇଥିବା ଠକେଇ ଘଟଣାରେ ତଦନ୍ତ ଆରମ୍ଭ ହୋଇଛି। ଆଞ୍ଚଳିକ ଶାଖା ଏବଂ ମୁଖ୍ୟ SBIର ତିନି ଜଣିଆ ଟିମ୍ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ତେବେ ଗ୍ରାହକଙ୍କ ଠାରୁ ବିଭିନ୍ନ ଉପାୟରେ ଟଙ୍କା ହଡ଼ପ ହୋଇଥିବା ଜଣାପଡିଛି। ସେପଟେ ଜନସେବା କେନ୍ଦ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀ ମାଲିକଙ୍କ ଅଜାଣତରେ ଏସବୁ ହୋଇଥିବା ଜଣାପଡ଼ିଛି। ଏହାସହ ତଦନ୍ତ ପରେ ଯଦି […]
ଭବାନୀପାଟଣା: ଭବାନୀପାଟଣା ଚାଞ୍ଚେର ନିକଟରରେ ବସ୍ ଧକ୍କାରେ ଜଣକର ମୃତ୍ୟୁକୁ ନେଇ ଉତ୍ତେଜନା ଦେଖାଦେଇଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଲୋକେ NH-26 ଅବରୋଧ କରିଛନ୍ତି। ସୂଚନା ଅନୁସାରେ, ଗତ ରାତିରେ ଚାଞ୍ଚେର ନିକଟରେ ଜଣେ ପଥଚାରୀଙ୍କ ଉପରେ ବସ୍ ମାଡ଼ି ଯାଇଥିଲା। ଏହି ଘଟଣା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା ଯାହାକୁ ନେଇ ଉତ୍ତ୍ୟକ୍ତ ଲୋକେ ରାସ୍ତାରୋକ କରିଛନ୍ତି। ଫଳରେ ବୋରିଗୁମ୍ମା-ବରଗଡ଼ ମଧ୍ୟରେ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଛି।
ଜୟପୁର: କୋରାପୁଟ ବରିପୁଟରେ ପଥର ତଳେ ଫସି ରହିଥିବା ୨ ଜେସିବି ଅପରେଟରଙ୍କୁ ଉଦ୍ଧାର ପାଇଁ ପ୍ରୟାସ ଜାରି ରହିଛି। ଗତକାଲି ସେନାର ଦ୍ୱିତୀୟ ଟିମ୍ ପହଞ୍ଚିବା ପରେ ଏବେ ବ୍ଲାଷ୍ଟିଂ ଜରିଆରେ ଉଦ୍ଧାର ଏବଂ ପଥର ହଟାଇବା କାମ ଆରମ୍ଭ ହୋଇଯାଇଛି। ପଥର ବ୍ଲାଷ୍ଟିଂ ପୂର୍ବରୁ ସଂପୃକ୍ତ ଅଞ୍ଚଳରେ ୧୪୪ ଧାରା ଜାରି କରାଯାଇଛି। କେମିତି ଏହି ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରାଯିବ, ସେଥିପାଇଁ ଗତକାଲି ରାଞ୍ଚିରୁ ମଧ୍ୟ ସେନାର ଆଉ ଏକ ଟେକ୍ନିକାଲ ଟିମ୍ […]
ନାଗପୁର : ଦେଶପ୍ରତି ସମର୍ପଣ ହିଁ ଦେଶପ୍ରେମ। ନାଗପୁର ସ୍ଥିତ ଆରଏସ୍ଏସ୍ ମୁଖ୍ୟାଳୟରେ ସଂଘ ପ୍ରଚାରକଙ୍କ ଦୀକ୍ଷାନ୍ତ ସମାରୋହରେ ଉଦବୋଧନ ଦେଇ ଏହା କହିଛନ୍ତି ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ। ରାଷ୍ଟ୍ର, ରାଷ୍ଟ୍ରବାଦ ଓ ଦେଶପ୍ରେମ ଉପରେ ନିଜ ବକ୍ତବ୍ୟକୁ କେନ୍ଦ୍ରିତ କରି ପ୍ରଣବ କହିଛନ୍ତି,ଭାରତର ରାଷ୍ଟ୍ରବାଦ ବସୁଧୈବ କୁଟୁମ୍ବକମ୍ ଉପରେ ପର୍ଯ୍ୟବେସିତ। ବିବିଧତା ମଧ୍ୟରେ ଏକତା ଭାରତର ସ୍ୱତନ୍ତ୍ର ପରିଚୟ। କେତେ କାହାର ଶାସନ ପରେ ବି ଭାରତର ସଂସ୍କୃତି ବଜାୟ ରହିଛି। ରାଷ୍ଟ୍ରବାଦ ଧର୍ମ, […]
ବହୁ ବାଦ ବିବାଦ୍ ପରେ ସିଲଭର ସ୍କିନରେ ରିଲିଜ୍ ହୋଇଛି ଫିଲ୍ମ ‘କାଲା’। ଉତ୍ତରଭାରତ, ତାମିଲନାଡ଼ୁ, କର୍ଣ୍ଣାଟକ ସମେତ ସାରା ଦେଶରେ ରିଲିଜ୍ ହୋଇଛି ଫିଲ୍ମ ‘କାଲା’। ସୁପରଷ୍ଟାର ରଜନୀକାନ୍ତଙ୍କ ଏହି ବହୁ ପ୍ରତୀକ୍ଷିତ ଫିଲ୍ମକୁ ଦର୍ଶକ ଖୁବ୍ ପସନ୍ଦ କରିଛନ୍ତି। ରଜନୀଙ୍କ ଷ୍ଟାଇଲ୍, ଆକ୍ସନ୍ ଏବଂ ଡାଇଲଗର ଦିୱାନା ହୋଇଛନ୍ତି ଦର୍ଶକ। ଆଜି ସକାଳୁ ସମସ୍ତ ପ୍ରେକ୍ଷାଳୟରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। କିଏ ନିଜ ସୁପରଷ୍ଟାରଙ୍କ ପୋଷ୍ଟରକୁ କ୍ଷୀରରେ ଅଭିଷେକ କରିଥିବା ବେଳେ ଆଉ […]
ଭୁବନେଶ୍ୱର/ନୂଆଦିଲ୍ଲୀ : ଆନ୍ଧ୍ର ପ୍ରଦେଶର ରାଜ୍ୟପାଳ ଭାବେ ନିଯୁକ୍ତ ହେଲେ ବରିଷ୍ଠ ବିଜେପି ନେତା ବିଶ୍ୱଭୂଷଣ ହରିଚନ୍ଦନ। ରାଷ୍ଟ୍ରପତି ତାଙ୍କୁ ଆନ୍ଧ୍ରର ରାଜ୍ୟପାଳ ଭାବେ ନିଯୁକ୍ତ କରିଛନ୍ତି। ଆଜି ଏନେଇ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଧାନସଭାକୁ ୫ଥର ନିର୍ବାଚିତ ହୋଇଥିବା ବିଶ୍ୱଭୂଷଣ ବହୁ ବାର ମନ୍ତ୍ରୀପଦ ସମ୍ଭାଳିଛନ୍ତି। ସେ ୨ଥର ଜନତା ଓ ୩ଥର ବିଜେପି ଟିକେଟ୍ରୁ ବିଧାୟକ ଭାବେ ନିଯୁକ୍ତ ହୋଇଛନ୍ତି। ନୀଳମଣି ରାଉତରାୟ, ବିଜୁ ପଟ୍ଟନାୟକ ଓ ନବୀନ ପଟ୍ଟନାୟକଙ୍କ […]
ରାୟଗଡା : ୧୧ମାସ ଧରି ରାୟଗଡା ଓ ଟିଟିଲାଗଡ ମଧ୍ୟରେ ବାତିଲ ହୋଇଥିବା ଦୁଇଟି ଟ୍ରେନ ଚଳାଚଳ ପୁଣି ସ୍ୱାଭାବିକ ହୋଇଛି। ସମ୍ବଲପୁର-ରାୟଗଡା ଏକ୍ସପ୍ରେସ ଓ ବିଶାଖାପାଟନାମ୍-ଦୁର୍ଗ ଏକ୍ସପ୍ରେସ୍ ଚଳାଚଳ ଆରମ୍ଭ ହୋଇଛି। ଏଥିସହ ଚଳିତମାସ ଶେଷ ସୁଦ୍ଧା ଆଉ ତିନିଟି ଟ୍ରେନ୍ ଚଳାଚଳ କରାଯିବ ବୋଲି ରାୟଗଡାର ଷ୍ଟେସନ ମ୍ୟାନେଜର ସୂଚନା ଦେଇଛନ୍ତି। ଗତ ବର୍ଷ ଜୁଲାଇ ୧୬ରେ ନାଗାବଳୀ ନଦୀରେ ବନ୍ୟା ଯୋଗୁଁ ଥେରୁବାଲିର ପୂଜାରୀଗୁଡା ନିକଟରେ ପୋଲ ସମ୍ପୂର୍ଣ୍ଣ ଧୋଇ ଯାଇଥିଲା। ଏଥିଯୋଗୁ […]