ଭୁବନେଶ୍ୱର : ଓଡ଼ିଶାର ୧୦ଟି ଜିଲ୍ଲାକୁ ପ୍ରବେଶ କରିଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ଆଜି ମୁଖ୍ୟତଃ ନବରଙ୍ଗପୁର, ମାଲକାନଗିରି, କୋରାପୁଟ, ଗଜପତି ଜିଲ୍ଲା ସମେତ ରାୟଗଡ଼ା ଜିଲ୍ଲାର ଅଧିକାଂଶ ଅଞ୍ଚଳକୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଛୁଇଁଛି। ସେହିଭଳି କଳାହାଣ୍ଡି, କନ୍ଧମାଳ, ଗଞ୍ଜାମ, ଖୋର୍ଦ୍ଧା ଓ ପୁରୀ ଜିଲ୍ଲାର କିଛି ଭାଗକୁ ଆଜି ମୌସୁମୀ ସ୍ପର୍ଶ କରିଛି। ଏବେ ପାଗ ଅନୁକୁଳ ରହିଥିବାରୁ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ରାଜ୍ୟର […]
ଭୁବନେଶ୍ୱର: ନୂଆଦିଲ୍ଲୀର ତୁଗ୍ଲକ୍ ଲେନ୍ର ରାହୁଲ ଗାନ୍ଧୀଙ୍କ ସରକାରୀ ବାସଭବନରେ ଓଡ଼ିଶା ପିସିସିର ଟିମ୍। ଟିମ୍ ନିରଞ୍ଜନ, ଏଆଇସିସି ପ୍ରଭାରୀ ଓ ରାହୁଲ ଗାନ୍ଧୀଙ୍କ ସହ ମାରାଥନ୍ ବୈଠକ ପରେ ପ୍ରକାଶ ପାଇଛି ୩୩ ସାଂଗଠନିକ ଜିଲ୍ଲା ସଭାପତିଙ୍କ ନାଁ। ପିସିସିର ନୂଆ ଟିମ୍ ଗଠନ ହେବା ପରେ ଜିଲାୱାରୀ ଗସ୍ତ, ସାଧାରଣ ସଭା ଓ ଘନଘନ ବୈଠକ ପରେ ବିଭିନ୍ନ ମାପକାଠିକୁ ଆଖି ଆଗରେ ରଖି ବଛା ହୋଇଛନ୍ତି ଜିଲ୍ଲା ମୁଖିଆ। ଆଗାମୀ ନିର୍ବାଚନରେ ଜିଲ୍ଲା […]
ଚୀନ: ଚୀନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଛଅ ସପ୍ତାହ ମଧ୍ୟରେ ଦ୍ୱିତୀୟ ଥର ପାଇଁ ଚୀନ ଯାଇଛନ୍ତି ମୋଦି। ଆଜି ଅପରାହ୍ନରେ ମୋଦି କିଙ୍ଗାଦାଓରେ ପହଞ୍ଚିବା ପରେ ଭବ୍ୟ ସ୍ୱାଗତ କରାଯାଇଥିଲା। ଏହାପରେ ମୋଦି ଚୀନ ରାଷ୍ଟ୍ରପତି ସି ଜିନ୍ପିଙ୍ଗଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି। ଉଭୟ ରାଷ୍ଟ୍ରମୁଖ୍ୟଙ୍କ ମଧ୍ୟରେ ଦୁଇ ଦେଶର ବାଣିଜ୍ୟ କାରବାରକୁ ନେଇ ତର୍ଜମା ହୋଇଛି। ଭାରତ ଏବଂ ଚୀନ ମଧ୍ୟରେ ବଢ଼ୁଥିବା ବାଣିଜ୍ୟିକ କାରବାରକୁ ଏହି ବୈଠକ ନୂଆ ଦିଶା ଦେବ […]
ଅନୁଗୁଳ : ଅନୁଗୁଳ ଥାନା ଅନ୍ତର୍ଗତ ରଜନୀପାଳ ଗାଁରେ ଜମିଜମା ବିବାଦକୁ ନେଇ ହତ୍ୟାକାଣ୍ଡ। ରଜନୀପାଳ ଗାଁରେ ଦୁଇ ସମ୍ପର୍କୀୟ ଭାଇ ଉତ୍ସବ ବେହେରା ଓ ପଣ୍ଡିତ ବେହେରାଙ୍କ ମଧ୍ୟରେ ଜମିଜମାକୁ ନେଇ ପୂର୍ବରୁ ବିବାଦ ରହିଥିଲା। ଏହାକୁ ନେଇ ଗତକାଲି ଉତ୍ସବ ଓ ପଣ୍ଡିତଙ୍କ ମଧ୍ୟରେ ବଚସା ହୋଇଥିଲା। ଏଥିରେ ଉତକ୍ଷୀପ୍ତ ହୋଇ ପଣ୍ଡିତ ଓ ତାଙ୍କ ଦୁଇ ପୁଅ ଉତ୍ସବକୁ ଖୁଣ୍ଟରେ ବାନ୍ଧି ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଗୁରୁତର ଅବସ୍ଥାରେ ଉତ୍ସବଙ୍କୁ […]
ନୂଆଦିଲ୍ଲୀ : ଦିଲ୍ଲୀରେ କଂଗ୍ରେସ ସଭାପତି ରାହୁଲ ଗାନ୍ଧିଙ୍କୁ ଭେଟିଲେ ଟିମ୍ ନିରଞ୍ଜନ। ପିସିସି ପ୍ରଭାରୀ ଜିତେନ୍ଦ୍ର ସିଂହଙ୍କ ନେତୃତ୍ୱରେ ପିସିସି ସଭାପତି ନିରଂଜନ ପଟ୍ଟନାୟକ, ୩ କାର୍ଯ୍ୟକାରୀ ସଭାପତି ଓ ସଂପାଦକ ରାହୁଲ ଗାନ୍ଧିଙ୍କୁ ଭେଟିଛନ୍ତି। ଦଳର ସାଂଗଠାନିକ ସ୍ଥିତିକୁ ନେଇ ଆଲୋଚନା ହୋଇଥିବା ଜଣାପଡ଼ିଛି। ଏମାନେ ସମସ୍ତେ ଗତକାଲି ଓଡ଼ିଶାରୁ ଦିଲ୍ଲୀ ଯାଇଥିଲେ। ଆଲୋଚନା ପରେ ପିସିସିରେ ଆମୂଳଚୂଳ ପରିବର୍ତ୍ତନ ହୋଇପାରେ ବୋଲି ଚର୍ଚ୍ଚା ହେଉଛି। ଏମିତିକି ବୈଠକରେ ପିସିସି କର୍ମକର୍ତ୍ତା ତାଲିକାରେ ମୋହର […]
ଯାଜପୁର: ବୈତରଣୀରେ ଭାସି ଯାଇ ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। ଯାଜପୁର ଜିଲ୍ଲା କୋରେଇ ବ୍ଲକ ଦୁଲାଖାପାଟଣା ନିକଟ ବନ୍ଦାଳ ଗାଁରେ ଏହି ଅଘଟଣ ଘଟିଛି। ମୃତ ନାବାଳକର ବୟସ ୧୪ ବର୍ଷ ହେବ। ତେବେ ଅଳ୍ପକେ ରକ୍ଷା ପାଇ ଯାଇଛନ୍ତି ତାଙ୍କ ମାଆ। ଆଜି ସକାଳେ ବୈତରଣୀ ନଦୀରେ ଗାଧୋଉ ଥିବା ବେଳେ ନାବାଳକ ଜଣକର ଗୋଡ଼ ଖସି ଯିବା ଫଳରେ ସେ ଭାସି ଯାଇଥିଲେ। ଫଳରେ ପୁଅକୁ ବଞ୍ଚାଇବାକୁ ଯାଇ ମାଆ ଗଭୀର ପାଣି […]
କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ସାନ୍ତସାହିରେ ଜଣେ ଛାତ୍ରର ମୃତଦେହ ଉଦ୍ଧାର କରାଯାଇଛି। ମୃତକ ଛାତ୍ର ଜଣକ ହେଲେ ରତିକୃଷ୍ଣ ଖୁଣ୍ଟିଆ। ଏ ବର୍ଷ ସେ ମାଟ୍ରିକ ପରୀକ୍ଷା ଦେଇଥିଲେ। ଫେଲ୍ ହେବାରୁ ମାନସିକ ବିଷାଦରେ ରହୁଥିଲେ ବୋଲି ଜଣାପଡ଼ିଛି। ସୂଚନା ଅନୁସାରେ, ରତିକୃଷ୍ଣ ଗତ ରାତିରେ ବାପା ମଳୟ ଖୁଣ୍ଟିଆଙ୍କ ପାଖରେ ଶୋଇଥିଲେ। ରାତିରେ ଉଠି ଘର ଭିତରେ ରଶି ଲଗାଇ ସେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ଅନ୍ୟପକ୍ଷରେ ଏହି ଘଟଣାକୁ ନେଇ କେନ୍ଦ୍ରାପଡ଼ା ଟାଉନ ଥାନା […]
ଭୁବନେଶ୍ୱର: ନିର୍ଦ୍ଧାରିତ ତାରିଖର ୨ ଦିନ ଆଗରୁ ମୌସୁମୀ ଓଡ଼ିଶା ଛୁଇଁ ଥିବାବେଳେ ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ଗତକାଲିଠୁ ମୌସୁମୀ ବର୍ଷା ଆରମ୍ଭ ହୋଇଛି। ତେବେ ୪୮ ଘଣ୍ଟାରେ ମୌସୁମୀ ସଂପୂର୍ଣ୍ଣ ଓଡ଼ିଶା ଛୁଇଁବ ବୋଲି ଅନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ। ଆଜି ରାଜ୍ୟରେ କାଳବୈଶାଖୀ ବର୍ଷା ଓ ବଜ୍ରପାତ ନେଇ ଭୁବନେଶ୍ୱର ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଏଥିପାଇଁ ୮ ଜିଲ୍ଲାକୁ ସତର୍କ ସୂଚନା ଜାରି […]
ବାରିପଦା: ଜବରଦଖଲକାରୀଙ୍କ କବ୍ଜାରେ ବାରିପଦା ସହର। ସହରର ରାସ୍ତା କଡ଼ରେ ଉଠା ଦୋକାନୀଙ୍କ ପ୍ରାଦୁର୍ଭାବ ଦେଖିବାକୁ ମିଳୁଛି। ଏଥିସହ ରାସ୍ତା କଡ଼ରେ ବେଆଇନ ପାର୍କିଂ ଲୋକଙ୍କୁ ଅସୁବିଧାରେ ପକାଉଛି। ଫଳରେ ଟ୍ରାଫିକ ସମସ୍ୟା ଲୋକଙ୍କ ଦୈନନ୍ଦୀନ ଜୀବନକୁ ବେଶ୍ ପ୍ରଭାବିତ କରିଛି। ରାସ୍ତାର ଉଭୟ ପାର୍ଶ୍ୱରେ ଉଠାଦୋକାନୀ ଆଉ ରାସ୍ତାର ଉପରେ ଥିବା ବିଭିନ୍ନ ଛୋଟ ବଡ଼ ଦୋକାନ ରାସ୍ତାକୁ ବେଆଇନ ଭାବେ କବ୍ଜା କରିବା ଦ୍ୱାରା ରାସ୍ତା ସଙ୍କୁଚିତ ହେବାରେ ଲାଗିଛି। ଫଳରେ ଲୋକଙ୍କୁ ନାହିଁ […]
ଭୁବନେଶ୍ୱର: ଶେଷରେ ସବୁ ଅପେକ୍ଷାର ଅନ୍ତ ଘଟାଇ ପ୍ରକାଶ ପାଇଲା ଯୁକ୍ତ ଦୁଇ କଳା, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାର ରେଜଲ୍ଟ। ଭୁବନେଶ୍ୱର ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର ପରୀକ୍ଷା ଫଳ ପ୍ରକାଶ କରିଛନ୍ତି। ଛାତ୍ରଛାତ୍ରୀ ମାନେ www.chseodisha.nic.in ଏବଂ www.orissaresults.nic.in ୱେବସାଇଟ୍ରେ ନିଜ ରୋଲ୍ ନମ୍ବର ଓ ରେଜିଷ୍ଟ୍ରେସନ୍ ନମ୍ବର ଦେଇ ରେଜଲ୍ଟ ଜାଣିପାରିବେ। ଏଥର ପରୀକ୍ଷା ଦେଇଥିଲେ ମୋଟ ୨, ୩୦, ୨୦୬ ଛାତ୍ରଛାତ୍ରୀ। ସେମାନଙ୍କ ମଧ୍ୟରୁ ପାସ୍ କରିଛନ୍ତି ମୋଟ […]
କୋରାପୁଟ: କୋରାପୁଟ ୟୁନିଅନ ବ୍ୟାଙ୍କରେ ୨ କୋଟି ଟଙ୍କାର ଠକେଇ ନେଇ ଅଭିଯୋଗ ହୋଇଛି। ଏ ସଂପର୍କରେ ଟାଉନ ଥାନାରେ ରିଜିଓନାଲ ହେଡ୍ ଏତଲା ଦେଇଛନ୍ତି। ୨୦୧୬-୧୭ ଆର୍ଥିକ ବର୍ଷରେ ତତ୍କାଳୀନ ବ୍ରାଞ୍ଚ ମ୍ୟାନେଜର ଅମ୍ରିତା ପ୍ରିୟଦର୍ଶିନୀ ପାତ୍ର ବିଭିନ୍ନ ଉପାୟରେ ନିଜ ପରିବାର ଓ ସଂପର୍କୀୟଙ୍କ ନାଁରେ ୨ କୋଟିରୁ ଅଧିକ ଟଙ୍କାର ଋଣ ଆକାରରେ ଠକି ନେଇଥିବା ଅଭିଯୋଗ ହୋଇଛି। ଇଣ୍ଟରନାଲ ଅଡିଟରୁ ଏହା ଜଣାପଡ଼ିବା ପରେ ରିଜିଓନାଲ ହେଡ୍ ସୁଶାନ୍ତ ମିଶ୍ର ଥାନାରେ […]
ପୁରୀ: ଶ୍ରୀମନ୍ଦିରକୁ ଭକ୍ତ ଦେଉଥିବା ଦାନ ଓ ଭକ୍ତଙ୍କ ସୁରକ୍ଷା ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରିପ୍ରେକ୍ଷୀରେ ଶ୍ରୀମନ୍ଦିର ପ୍ରଶାସନ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଏଣିକି ଶ୍ରୀଜିଉଙ୍କ ଉଦ୍ଦେଶ୍ୟରେ ଦିଆଯାଉଥିବା ନୈବେଦ୍ୟ, ଶ୍ରଦ୍ଧାଞ୍ଜଳି , ଦାନ ଅର୍ଥ କିମ୍ବା ବସ୍ତୁ କୌଣସି ସେବକ କିମ୍ବା ତାଙ୍କର ସହଯୋଗୀ ଓ କର୍ମଚାରୀ ଗ୍ରହଣ କରିପାରିବେ ନାହିଁ। ଭକ୍ତମାନେ ସେବାୟତଙ୍କୁ ଦାନ ନ ଦେଇ ଏହାକୁ ଶ୍ରୀମନ୍ଦିର ହୁଣ୍ଡି ବା ଦାନବାକ୍ସ କିମ୍ବା ଶ୍ରୀମନ୍ଦିର ମୁଖ୍ୟ କାର୍ଯ୍ୟାଳୟ, ଶାଖା ଅଫିସ୍ […]
ଭୁବନେଶ୍ୱର: ଆଜି ପ୍ରକାଶ ପାଇବ ଯୁକ୍ତ ଦୁଇ କଳା, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାର ରେଜଲ୍ଟ। ସକାଳ ସାଢେ ୧୦ ଟାରେ ଭୁବନେଶ୍ୱର ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର ପରୀକ୍ଷା ଫଳ ପ୍ରକାଶ କରିବେ। ଏହା ପରେ ଛାତ୍ରଛାତ୍ରୀ ମାନେ www.chseodisha.nic.in ଏବଂ www.orissaresults.nic.in ୱେବସାଇଟ୍ରେ ନିଜ ରୋଲ୍ ନମ୍ବର ଓ ରେଜିଷ୍ଟ୍ରେସନ୍ ନମ୍ବର ଦେଇ ରେଜଲ୍ଟ ଜାଣିପାରିବେ। ରେଜଲ୍ଟ ବାହାରିବାରେ ଚଳିତ ବର୍ଷ ବିଳମ୍ବ ହୋଇଥିବାରୁ […]
ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରାଘାତରେ ଗତକାଲି ପ୍ରାୟ ୧୦ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୮ ଜଣ ଗୁରୁତର ଆହତ ହୋଇଛନ୍ତି। କେନ୍ଦ୍ରାପଡା ଜିଲ୍ଲା କୋର ତନାର ଗାଁରେ କିଛି ଯୁବକ ବସିଥିବା ବେଳେ ବଜ୍ରାଘାତ ହୋଇଥିଲା। ଫଳରେ ସେଠାରେ ଥିବା ୪ ଜଣ ବେହୋସ ହୋଇଯାଇଥିଲେ। ଗ୍ରାମବାସୀମାନେ ସେମାନଙ୍କୁ ତୁରନ୍ତ କେନ୍ଦ୍ରାପଡା ମେଡିକାଲକୁ ନେଇଥିଲେ। ସେଠାରେ ଡାକ୍ତର ୨ ଜଣଙ୍କ ମୃତ ଘୋଷଣା କରିଥିବାବେଳେ ଅନ୍ୟ ୨ ଗୁରୁତରଙ୍କ ମେଡିକାଲରେ ଚିକିତ୍ସା ଚାଲିଛି। ସେହିପରି ପଟ୍ଟାମୁଣ୍ଡାଇ […]
ଭୁବନେଶ୍ୱର: ନିରଞ୍ଜନ ପଟ୍ଟନାୟକ ନେତୃତ୍ୱ ନେବା ପରେ ରାଜ୍ୟରେ ଆଗ୍ରେସିଭ୍ ମୋଡ୍ରେ ରାଜ୍ୟ କଂଗ୍ରେସ। ଦଳର ସାଂଗଠନିକ ସ୍ଥିତି ମଜଭୁତ କରିବା ନେଇ ରାଜ୍ୟବ୍ୟାପୀ ଚାଲିଥିବା କର୍ମୀ ସମ୍ମିଳନୀ ଆଜି ଅନୁଗୁଳରେ ଶେଷ ହୋଇଛି। କାଲି ଦିଲ୍ଲୀରେ ରାହୁଲଙ୍କୁ ଭେଟିବ ଟିମ୍ ନିରଞ୍ଜନ ଏହି ବୈଠକରେ ପିସିସିର ନୂଆ କର୍ମକର୍ତ୍ତା ତାଲିକାରେ ମୋହର ବାଜିବା ସମ୍ଭାବନା ରହିଛି। ପିସିସିରେ ହେବ ଅମୂଳଚୂଳ ପରିବର୍ତ୍ତନ। ଯେଭଳି ଭାବେ ପିସିସି ସଭାପତିଙ୍କଠାରୁ ଆରମ୍ଭ କରି ଅନ୍ୟ ପଦାଧିକାରୀଙ୍କ ପରିବର୍ତ୍ତନ ହୋଇଥିଲା, […]
ବିଜେଡିରେ ସାଙ୍ଘାତିକ ଭାବେ ବଢୁଛି ଦଳୀୟ ଅନ୍ତର୍ଦ୍ୱନ୍ଦ୍ୱ। ବିଧାୟକଙ୍କ ପ୍ରତି ବଢୁଥିବା ଅସନ୍ତୋଷ ଓ ଦଳଭିତରୁ ଏମ୍ଏଲ୍ଏଙ୍କ ପ୍ରତିଦ୍ୱନ୍ଦ୍ୱୀ ଭାବେ ସାମ୍ନାକୁ ଆସୁଥିବା ଟିକେଟ୍ ଆଶାୟୀଙ୍କ ପାଇଁ ଏହି ଅନ୍ତର୍ଦ୍ୱନ୍ଦ୍ୱ ତେଜୁଥିବା କୁହାଯାଉଛି। ତା’ସହିତ କିଛି ରାଜ୍ୟସ୍ତରୀୟ ନେତାଙ୍କ ମାମଲାତି ବି ସ୍ଥିତି ବିଗାଡୁଛି। ଯେଉଁଥିପାଇଁ ଦଳୀୟ କାର୍ଯ୍ୟକ୍ରମ ହେଉ କି ସରକାରୀ କାର୍ଯ୍ୟକ୍ରମ, ଖୋଲାଖୋଲି ଭାବେ ସାମ୍ନାକୁ ଆସୁଛି ମାରପିଟ୍, ଗଣ୍ଡଗୋଳ ଭଳି ଘଟଣା ଯାହାକୁ ନେଇ ଟେନ୍ସନ୍ରେ ବିଜେଡି ସୁପ୍ରିମୋ। ଚାନ୍ଦବାଲି ଓ ଆଠଗଡ଼ […]
ଫିଲାଡେଲଫିଆ: ବର୍ଷେ କି ଦୁଇ ବର୍ଷ ନୁହେଁ, ପୂରା ୨୫ ବର୍ଷ ଜେଲରେ ବିତାଇବା ପରେ ଜଣା ପଡିଲା ଯେ ସେ ନିର୍ଦ୍ଦୋଷ, ପ୍ରକୃତ ଦୋଷୀ ଆଉ କିଏ । ଆମେରିକାର ଏକ କୋର୍ଟ ଜଣେ ବ୍ୟକ୍ତି ଙ୍କୁ୧୯୯୧ରେ ଦୁଷ୍କର୍ମ ଓ ହତ୍ୟା ଅଭିଯୋଗରେ ଆଜୀବନ କାରାଦଣ୍ଡ ଶୁଣାଇଥିଲେ। ଡିଏନ୍ଏ ଟେଷ୍ଟ ପରେ ସେ ନିର୍ଦ୍ଦୋଷରେ ଜେଲରୁ ମୁକୁଳିଛନ୍ତି । ଆଉ ଅନ୍ୟାୟ ପାଇଁ ଲଢ଼େଇ କରି ସେ ଜିତିଛନ୍ତି । ତାଙ୍କୁ ୯.୮୫ ମିଲିୟନ୍ ଆମେରିକୀୟ […]
ଭୁବନେଶ୍ୱର: ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ଘଟଣାକୁ ନେଇ ଉଦ୍ବେଗ ପ୍ରକାଶ କରିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍। ଲକ୍ଷ ଲକ୍ଷ ଭକ୍ତଙ୍କ ଭାବାବେଗ ସହ ଜଡ଼ିତ ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ଚାବି ସରକାରୀ ଟ୍ରେଜେରୀରୁ କେମିତି ହଜିଲା ତାହା ଜାଣିବାକୁ ଚାହିଁଛନ୍ତି। ଏଥିସହିତ ଏଭଳି ଘଟଣାକୁ ଦୁର୍ଭାଗ୍ୟଜନକ ବୋଲି କହିବା ସହ ଶୀଘ୍ର ଏହାର ରହସ୍ୟ ଉନ୍ମୋଚନ କରିବାକୁ ସଂପୃକ୍ତ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପଳ। ଏହାସହ ରାଜ୍ୟ ସରକାର ଦେଇଥିବା ନ୍ୟାୟିକ ତଦନ୍ତ ନିର୍ଦ୍ଦେଶକୁ […]
ବାଲେଶ୍ୱର: ଟଙ୍କା ସୁରକ୍ଷିତ ରହିବ ବୋଲି ବ୍ୟାଙ୍କରେ ଟଙ୍କା ରଖିଥିଲେ ଗରିବ ଲୋକେ। ହେଲେ ଫଳ ହେଲା ଓଲଟା। ଟଙ୍କା ଉଠାଇବାକୁ ଗଲାବେଳକୁ ଆକାଉଣ୍ଟ ଖାଲି। ଲୋକଙ୍କ ପାଦ ତଳୁ ମାଟି ଖସିଯାଇଛି। ଏଭଳି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲାରେ ଥିବା ଏସବିଆଇର କିଓସ୍କ ଗ୍ରାହକ ସେବା କେନ୍ଦ୍ରରେ। ଚାନ୍ଦିପୁର ଥାନା ଝାମ୍ପୁରା ବଜାରରେ ଥିବା ଏସବିଆଇର ଗ୍ରାହକ ସେବା କେନ୍ଦ୍ରରେ ଠକେଇ ଅଭିଯୋଗ ହୋଇଛି। ଅନେକ ଗ୍ରାହକ ଏହି ଠକାମିର ଶିକାର ହୋଇଛନ୍ତି। ଅଭିଯୋଗକୁ ନେଇ […]
ଭୁବନେଶ୍ୱର: ନିର୍ଦ୍ଧାରିତ ସମୟର ଦୁଇଦିନ ପୂର୍ବରୁ ଓଡ଼ିଶା ଛୁଇଁଛି ମୌସୁମୀ ବାୟୁ। ଏ ନେଇ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ଆଜି ମୌସୁମୀ ବର୍ଷା ଆରମ୍ଭ ହୋଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ସାରା ଦକ୍ଷିଣ ଓଡ଼ିଶା ଛୁଇଁବ, ଆଉ ୪୮ ଘଣ୍ଟା ମଧ୍ୟରେ ମୌସୁମୀ ସଂପୂର୍ଣ୍ଣ ଓଡ଼ିଶା ଛୁଇଁବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ଅନୁମାନ କରିଛି। ପୂର୍ବରୁ ଜୁନ୍ ୧୦ କିମ୍ବା ୧୧ ତାରିଖରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ଛୁଇଁବ ବୋଲି […]
କେନ୍ଦ୍ରାପଡ଼ା: ଆଜି ଅପରାହ୍ନରେ ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ ଘଟି ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଆହତ ହୋଇଛନ୍ତି। କେନ୍ଦ୍ରାପଡ଼ା କୋରତନା ଗାଁ’ରେ କିଛି ଯୁବକ ସାଙ୍ଗ ହୋଇ ବସିଥିବା ବେଳେ ବଜ୍ରପାତ ହୋଇଥିଲା। ଏଥିରେ ୨ ଜଣଙ୍କ ମୃତ୍ୟୁ ହୋଇଛି ଓ ୨ଜଣ ଗୁରୁତର ଆହତ ହୋଇଛନ୍ତି। ଗୁରୁତରମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେହିପରି ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁରରେ ମଧ୍ୟ ବଜ୍ରାଘାତରେ ଜଣଙ୍କର ମୃତ୍ୟୁ ହୋଇଛି। ଟାଉନ୍ ଥାନା ଦାଣ୍ଡବସ […]