ଭୁବନେଶ୍ୱର : ରାଜ୍ୟର ୭୦ ଲକ୍ଷ ପରିବାର ପାଇଁ ସ୍ୱାସ୍ଥ୍ୟ ସୁରକ୍ଷା ସହାୟତା ଘୋଷଣା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଘୋଷଣା କରିଛନ୍ତି। ଏହି ଯୋଜନା ଅନୁଯାୟୀ ପରିବାର ପିଛା ବାର୍ଷିକ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ସୁରକ୍ଷା ସହାୟତାର ବ୍ୟବସ୍ଥା କରାଯାଇଛି। ସବୁ ସରକାରୀ ହସ୍ପିଟାଲ୍ରେ ବିନା ମୂଲ୍ୟରେ ସ୍ୱାସ୍ଥ୍ୟ ଚିକିତ୍ସା ଯୋଗାଇ ଦିଆଯିବା ନେଇ ଘୋଷଣା କରାଯାଇଛି। ଏଥିସହ ପ୍ରସୂତି, ନବଜାତ ଓ ଅସୁସ୍ଥ ଶିଶୁଙ୍କ ଘରୁ […]
ଭୁବନେଶ୍ୱର : ଦୁର୍ବଳ ହେଉଛି ମୌସୁମୀ। ଆସନ୍ତା ୪୮ ଘଣ୍ଟା ପରେ ରାଜ୍ୟରେ କମିପାରେ ବର୍ଷାର ପ୍ରଭାବ। ଏଭଳି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ କେନ୍ଦ୍ର। ରାଜ୍ୟର କିଛି ସ୍ଥାନରେ କେବଳ କାଳବୈଶାଖୀ ଜନିତ ବର୍ଷାର ପ୍ରଭାବ ରହିବ। ତେବେ ଆଜିବି ଉତ୍ତର ଏବଂ ଦକ୍ଷିଣ ଓଡିଶାର କିଛି ଜିଲ୍ଲାରେ ମୌସୁମୀ ସକ୍ରିୟ ହୋଇଛି। ଏହାର ପ୍ରଭାବରେ କିଛି ସ୍ଥାନରେ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି। ସେପଟେ ମୌସୁମୀ ବର୍ଷାର ପ୍ରଭାବ […]
ନୂଆଦିଲ୍ଲୀ : ସ୍ଥାନୀୟ ଫତେପୁର ସ୍ଥିତ ଶନିଧାମ ମନ୍ଦିର ସଂସ୍ଥାପକ ଆତ୍ମଘୋଷିତ ଧର୍ମଗୁରୁ ଦାତି ମହାରାଜଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆସିବା ପରେ ସେ ଫେରାର ହୋଇଯାଇଛନ୍ତି I ଦିଲ୍ଲୀ କ୍ରାଇମବ୍ରାଂଚ ଘଟଣାର ତଦନ୍ତ କରୁଛି ଦିଲ୍ଲୀ କ୍ରାଇମବ୍ରାଂଚ ଘଟଣାର ତଦନ୍ତ କରୁଛି I ସୋସିଆଲ ମିଡ଼ିଆରେ ବେଶ୍ ସକ୍ରିୟ ଥିଲେ ଦାତି ମହାରାଜ I ଗିରଫ ଭୟରେ ସେ ଆତ୍ମଗୋପନ କରିଥିବା କୁହାଯାଉଛି I ଦିଲ୍ଲୀ ପୁଲିସ୍ ଏହି ଘଟଣାରେ ସୋମବାର ଦୁଷ୍କର୍ମ ମାମଲା ରୁଜୁ […]
ରାୟଗଡ଼ା : ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶିଶୁ ଅଦଳ ବଦଳ ଅଭିଯୋଗ। ନବଜାତ ପୁଅ ବଦଳରେ ମୃତ ଶିଶୁକନ୍ୟା ଦିଆଯାଇଥିବା ଅଭିଯୋଗ କରିଛନ୍ତି ଏକ ଦମ୍ପତ୍ତି। ଅଭିଯୋଗ ଅନୁଯାୟୀ, ଗତକାଲି କାଶୀପୁର କୁମ୍ଭାରଶିଳାର ଜଣେ ପ୍ରସୂତି ରାୟଗଡ଼ା ମେଡିକାଲରେ ପ୍ରସବ କରିଥିଲେ। ଶିଶୁର ସ୍ୱାସ୍ଥାବସ୍ଥା ଖରାପ ହେବାରୁ ତାକୁ କୋରାପୁଟ ମେଡିକାଲର ଏସଏନ୍ସିୟୁ ୱାର୍ଡରେ ଭର୍ତ୍ତି କରାଯାଇଥିଲା। ଆଜି ଦମ୍ପତ୍ତିକୁ ମେଡିକାଲ ତରଫରୁ ମୃତ ଶିଶୁକନ୍ୟା ଦିଆଯାଇଥିବାରୁ, ଶିଶୁଟିକୁ ଗ୍ରହଣ କରିନଥିଲେ ଦମ୍ପତ୍ତି। ମେଡିକାଲରେ ତାଙ୍କ […]
ମୟୁରଭଞ୍ଜ : ମୟୁରଭଞ୍ଜ ନିଚୁଆପଦାରେ ଆରମ୍ଭ ହୋଇଛି ସୁର୍ ତାଲ୍ ମହୋତ୍ସବ। ବିଧାୟକ ପ୍ରବୀଣ ଭଂଜଦେଓ ଏହାର ଉଦଘାଟନ କରିଥିଲେ। ଗ୍ରାମାଂଚଳରେ ଥିବା କଳାକାରମାନଙ୍କୁ ସୁଯୋଗ ଦେବା ଏହାର ଉଦ୍ଦେଶ୍ୟ ଥିବାବେଳେ ଦେଶର ବିଭିନ୍ନ ପ୍ରାନ୍ତରୁ ବିଭିନ୍ନ ସାଂସ୍କୃତିକ ତଥା ଲୋକକଳା ଅନୁଷ୍ଠାନ ନିଜ ନିଜର କଳା ପ୍ରଦର୍ଶନ କରିଥିଲେ। ତେବେ ନିଚୁଆପଦା ସୁରତାଲ୍ ମହୋତ୍ସବର ଅନ୍ୟ ଏକ ମୁଖ୍ୟ ଆକର୍ଷଣ ଥିଲା, ବିଭିନ୍ନ କଳାକରଙ୍କ ଦ୍ୱାରା ଓଡିଶୀ ଏବଂ ମୟୁରଭଞ୍ଜର ଛଉ ନୃତ୍ୟ ପ୍ରଦର୍ଶନୀ। ୩ଦିନ […]
ଇନ୍ଦୋର: ଆଧ୍ୟାତ୍ମିକ ଧର୍ମଗୁରୁ ତଥା ମଧ୍ୟପ୍ରଦେଶ ସରକାରରେ ନିକଟରେ ରାଷ୍ଟ୍ରମନ୍ତ୍ର୍ରୀ ପଦ ପାଇଥିବା ଭାୟୁଜୀ ମହାରାଜ ନିଜ ମୁଣ୍ଡକୁ ଗୁଳି କରି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ପଚାଶ ବର୍ଷ ବୟସ୍କ ଏହି ଧର୍ମଗୁରୁ ମାନସିକ ଚାପଗ୍ରସ୍ତ ଥିଲେ ବୋଲି କୁହାଯାଉଛି ।ତାଙ୍କର ଏକ ସୁଇସାଇଡ ନୋଟ ପୋଲିସ ଉଦ୍ଧାର କରିଛି।ମୋ ଆତ୍ମହତ୍ୟା ପାଇଁ କେହି ଦାୟୀ ନୁହନ୍ତି ବୋଲି ସୁଇସାଇଡ ନୋଟରେ ସେ ଉଲ୍ଲେଖ କରିଛନ୍ତି । ଇନ୍ଦୋରର ମୁମ୍ବାଇ ହସ୍ପିଟାଲରେ ତାଙ୍କୁ ମୃତ ଘୋଷଣା […]
ମେହସାନା (ଗୁଜରାଟ): ଜଣେ ଏମିତି ମଣିଷ ଯିଏକି ଦୀର୍ଘ ଦିନ ହେବ କିଛି ନ ଖାଇ ନ ପିଇ କେବଳ ପବନ ଆହାରରେ ବଞ୍ଚିଛନ୍ତି ବୋଲି ଦାବି କରିଛନ୍ତି । ସେ ପୁଣି ବର୍ଷେ କି ଦୁଇ ବର୍ଷ ନୁହେଁ ପୂରା ୭ ଦଶନ୍ଧି ଅର୍ଥାତ୍ ୭୦ ବର୍ଷ । ୮୮ ବର୍ଷ ବୟସ୍କ ଏହି ବୃଦ୍ଧ ଜଣେ ହେଉଛନ୍ତି ଜଣେ ଯୋଗସାଧକ । ତାଙ୍କ ନାମ ପ୍ରହ୍ଲାଦ ଜୈନ। ଗୁଜରାଟର ଚରୋଡ ଗାଁରେ ଏକ ଆଶ୍ରମରେ […]
ବେଙ୍ଗାଲୁରୁ : କର୍ଣ୍ଣାଟକ ରାଜନୀତିରେ ଜାରି ରହିଛି ହାଇଡ୍ରାମା। ଆଜି ଦିନ ସାଢ଼େ ଗୋଟାଏ ସୁଦ୍ଧା ଆସ୍ଥା ଭୋଟ କରାଇବାକୁ ରାଜ୍ୟପାଳ ବାଜୁଭାଇ ବାଲା ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି। ଗତକାଲି ଆସ୍ଥାଭୋଟ କରାଇବା ପାଇଁ ରାଜ୍ୟପାଳ ଦେଇଥିବା ନିର୍ଦ୍ଦେଶକୁ ନ ମାନି ବାଚସ୍ପତି ଆଜି ୧୧ଟା ଯାଏଁ ଗୃହ ମୁଲତବୀ ଘୋଷଣା କରିଥିଲେ। ଗୃହ ମୁଲତବୀ ଘୋଷଣା କରିବା ପରେ ବାଚସ୍ପତିଙ୍କ ନିଷ୍ପତ୍ତିକୁ ତୀବ୍ର ପ୍ରତିବାଦ କରିବା ସହ ଆସ୍ଥା ଭୋଟ ନ […]
ସିଙ୍ଗାପୁର: ଆମେରିକା-ଉତ୍ତର କୋରିଆ ଐତିହାସିକ ଶିଖର ସମ୍ମିଳନୀ ଶେଷରେ ଉଭୟ ରାଷ୍ଟ୍ରମୁଖ୍ୟଙ୍କ ମଧ୍ୟରେ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି। ଚୁକ୍ତି ସ୍ୱାକ୍ଷର ପରେ ଉତ୍ତର କୋରିଆ ରାଷ୍ଟ୍ରମୁଖ୍ୟ କିମ୍ ଜଙ୍ଗ୍ କହିଛନ୍ତି ଯେ, ଆମେ ଅତୀତକୁ ଭୁଲିଯିବାକୁ ନିଷ୍ପତ୍ତି ନେଇଛୁ। ଆଗକୁ ବିଶ୍ୱ ଏକ ବଡ଼ ପରିବର୍ତ୍ତନ ଦେଖିବ। ଅନ୍ୟପକ୍ଷରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ପ୍ରତିକ୍ରିୟାରେ କହିଛନ୍ତି ଯେ, ଆମେ ଆହୁରି ଅନେକ ଥର ସାକ୍ଷାତ ଆଲୋଚନା କରିବୁ। କିମ୍ଙ୍କୁ ହ୍ୱାଇଟ୍ ହାଉସ୍କୁ ନିମନ୍ତ୍ରଣ ନେଇ ପ୍ରଶ୍ନରେ […]
ନୂଆଦିଲ୍ଲୀ: ଆରଏସ୍ଏସ୍ ଉଦ୍ଦେଶ୍ୟରେ ଅପମାନସୂଚକ ମନ୍ତବ୍ୟ ଦେବା ମାମଲାରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ମଙ୍ଗଳବାର ମହାରାଷ୍ଟ୍ରର ଭିୱଣ୍ଡି କୋର୍ଟରେ ହାଜର ହୋଇଛନ୍ତି । ୨୦୧୪ରେ ଏକ ନିର୍ବାଚନୀ ସଭାରେ ରାହୁଲ ଆରଏସଏସକୁ ମହାତ୍ମା ଗାନ୍ଧୀଙ୍କ ହତ୍ୟାକାରୀ ବୋଲି କହିଥିଲେ । କୋର୍ଟରେ ହାଜିରା ବେଳେ ରାହୁଲଙ୍କୁ ପ୍ରଶ୍ନ କରାଯାଇଥିଲା, ସେ ଭୁଲ୍ କରିଛନ୍ତି ବୋଲି ଅନୁଭବ କରୁଛନ୍ତି କି ? ରାହୁଲ କହିଥିଲେ ନାଁ ଓ ସେ ନିର୍ଦ୍ଦୋଷ । ରାହୁଲ ଭୁଲ୍ କରିନାହାନ୍ତି ବୋଲି […]
ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଅଛି। ଏନେଇ ଦିଲ୍ଲୀ ଏମ୍ସ ପକ୍ଷରୁ ଆଜି ଏକ ହେଲଥ୍ ବୁଲେଟିନ୍ ଜାରି କରାଯାଇଛି। ଚିକିତ୍ସା ପ୍ରକ୍ରିୟାକୁ ତାଙ୍କ ଶରୀର ଗ୍ରହଣ କରୁଛି ଓ ଇଞ୍ଜେକ୍ସନ୍ ଦ୍ୱାରା ଆଣ୍ଟିବାୟୋଟିକ୍ସ ଦିଆଯାଉଛି। ବାଜପେୟୀଙ୍କ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ଗୁଡିକର ଅବସ୍ଥା ସ୍ଥିର ରହିଛି। ସଂକ୍ରମଣରୁ ମୁକ୍ତ ହେବା ପର୍ଯ୍ୟନ୍ତ ସେ ହସ୍ପିଟାଲରେ ରହିବେ ବୋଲି ଏମ୍ସ ପକ୍ଷରୁ ଏକ ପ୍ରେସ ବିବୃତିରେ ସୂଚନା ଦିଆଯାଇଛି। ବାଜପେୟୀଙ୍କୁ ୟୁରିନ୍ ସଂକ୍ରମଣ […]
ବରଗଡ଼: ବରଗଡରେ ଦୁଇ ଭଉଣୀଙ୍କ ଆତ୍ମହତ୍ୟା ଉଦ୍ୟମ। ଏଥିରେ ସାନ ଭଉଣୀଙ୍କ ମୃତ୍ୟୁ ହୋଇଥିବା ବେଳେ ବଡ ଉଭଣୀ ଗୁରୁତର ହୋଇପଡିଛନ୍ତି। ବରଗଡ଼ ଟାଉନ ଥାନା ନିଗମାନନ୍ଦ ବିହାରରେ ଏହି ଅଘଟଣ ଘଟିଛି। ନିଗମାନନ୍ଦ ବିହାରରେ ୨୩ ବର୍ଷୀୟା ଗୁଡିଆ ଶର୍ମା ଓ ତାଙ୍କ ସାନ ଭଉଣୀ ୨୧ ବର୍ଷୀୟା ପ୍ରିୟଙ୍କା ପରିବାର ସହ ରହୁଥିଲେ। ତେବେ ଗତକାଲି ରାତିରେ ଦୁଇ ଭଉଣୀ କୌଣସି କାରଣରୁ ରଶି ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ପରିବାର ଲୋକେ ତୁରନ୍ତ […]
କେନ୍ଦୁଝର: ବିଳମ୍ବିତ ରାତିରେ କେନ୍ଦୁଝର ଜିଲ୍ଲା ସୋସୋ ଥାନା ଘେରାଉ କଲେ ପ୍ରାୟ ଶହେ ଜଣ ମହିଳା। ପଡ଼ିହାରୀପଲ୍ଲୀ ପଞ୍ଚାୟତର ମା ତାରିଣୀ ମହିଳା ସଂଘର ସଦସ୍ୟା ମାନେ ଗତ ରାତିଠୁ ଥାନା ଘେରାଉ କରିଛନ୍ତି। ସୂଚନା ଅନୁସାରେ ମା ତାରିଣୀ ମହିଳା ସଂଘ ପକ୍ଷରୁ ଏକ ଚୋରା ମଦ ଦୋକାନ ଉପରେ ଚଢ଼ାଉ ଘଟଣାକୁ କେନ୍ଦ୍ର କରି ସଂଘର ଜଣେ ସଦସ୍ୟା ଓ ତାଙ୍କ ସ୍ୱାମୀଙ୍କ ଉପରେ ଗତ ରାତିରେ ଆକ୍ରମଣ ହୋଇଥିଲା। ଫଳରେ ଦୋଷୀ […]