ଭୁବନେଶ୍ୱର: ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଥିବା ଅଭିନେତା ପପୁ ପମ୍ ପମ୍ ଧୀରେ ଧୀରେ ସୁସ୍ଥ ହେଉଛନ୍ତି। ଦୀର୍ଘ ଦିନ ପରେ ଆଜି ପପୁ ICUରୁ ବାହାରିଛନ୍ତି। ତାଙ୍କୁ ICUରୁ ଜେନେରାଲ ୱାର୍ଡ଼କୁ ସ୍ଥାନାନ୍ତର କରାଯାଇଛି। ତେବେ ୧୫ ଦିନ ଭିତରେ ପପୁ ସମ୍ପୂର୍ଣ୍ଣ ସୁସ୍ଥ ହେବା ନେଇ ଆଶା କରାଯାଉଛି। ପପୁଙ୍କ ସୁସ୍ଥ ହେବା ସମ୍ପର୍କରେ ଡାକ୍ତର କହିଥିବା ପପୁଙ୍କ ସଂପର୍କୀୟଙ୍କ ସୂଚନା ଦେଇଛନ୍ତି। ସୂଚନାଥାଉ କି, ଗତ କିଛି ଦିନ ତଳେ ପପୁଙ୍କ ମୃତ୍ୟୁ […]
ନୂଆଦିଲ୍ଲୀ: ଜୟପୁର-ମୁମ୍ବାଇ ବିମାନରେ ବୋମା ଥିବା ନେଇ ଫୋନ୍ କଲ୍। ଇଣ୍ଡିଗୋର ଏହି ବିମାନରେ ବୋମା ଥିବା ନେଇ ଧମକପୂର୍ଣ୍ଣ କଲ୍ ମିଳିଛି। ଆଜି ସକାଳ ୫ଟା ୩୦ ମିନିଟ୍ରେ ଇଣ୍ଡିଗୋ କଲ୍ ସେଣ୍ଟର୍କୁ ଏହି ଧମକପୂର୍ଣ୍ଣ କଲ୍ ଆସିଥିଲା। ଏହି ଘଟଣା ପରେ ତତ୍କ୍ଷଣାତ୍ ପୋଲିସ୍ ଏବଂ ବମ୍ ସ୍କ୍ୱାଡ଼କୁ ଆଲର୍ଟ କରାଯିବା ସହ ସମସ୍ତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ଅନ୍ୟପକ୍ଷରେ ଏହି ଘଟଣାକୁ ନେଇ ବିମାନର ଯାଞ୍ଚ ଜାରି ରହିଥିବା ଜଣାପଡ଼ିଛି। ଫଳରେ […]
ଭୁବନେଶ୍ୱର: ପୁଣି ବଢ଼ିଲା ଖରାଛୁଟି ଅବଧି। ପ୍ରବଳ ଖରା ଓ ଗରମକୁ ଦୃଷ୍ଟିରେ ରଖି ସରକାର ଖରାଛୁଟିକୁ ଅାଉ ୪ ଦିନ ପାଇଁ ବୃଦ୍ଧି କରିଛନ୍ତି। ଜୁନ ୨୧ ବଦଳରେ ଜୁନ୍ ୨୬ ତାରିଖରେ ସ୍କୁଲ ଖୋଲିବ। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ପୂର୍ବରୁ ଜୁନ ୧୭ ଯାଏ ଖରାଛୁଟି ଘୋଷଣା ହୋଇଥିବା ବେଳେ ଏହାକୁ ୨୧ ଯାାଏଁ ବଢାଇଥିବାବଳେ ପୁଣିଥରେ ୨୬କୁ ବୃଦ୍ଧି କରିଛନ୍ତି ସରକାର। ଛୁଟି ବୃଦ୍ଧି ପରେ ଅାସନ୍ତା ସୋମବାର ଦିନ […]
ରାଉରକେଲା: ରାଉରକେଲାରେ ଚାଞ୍ଚଲ୍ୟ। ବନ୍ଧୁକ ମୁନରେ ପ୍ରାୟ ୪୫ଲକ୍ଷ ଟଙ୍କା ଡକାୟତମାନେ ଲୁଟି ନେଇଛନ୍ତି। ମଧୁସୂଦନନଗର ବଜାରରେ ଥିବା ଇଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କରେ ଏହି ଲୁଟ୍ ହୋଇଛି। ସୂଚନା ଅନୁସାରେ, ଆଜି ସକାଳ ୧୦ଟା ବେଳେ ବ୍ୟାଙ୍କ ଖୋଲିବା ମାତ୍ରେ ୭ରୁ ୮ଜଣ ଡକାୟତ ବ୍ୟାଙ୍କରେ ପଶି ବନ୍ଧୁକ ଦେଖାଇ କର୍ମଚାରୀଙ୍କୁ ଭୟଭୀତ କରିଥିଲେ। ପରେ ବ୍ୟାଙ୍କ କର୍ମଚାରୀଙ୍କୁ ମାଡ଼ ମାରି ସେମାନଙ୍କଠୁ ଲକର ଚାବି ଆଣି ଟଙ୍କା ଲୁଟି ନେଇଥିଲେ। ଏମିତିକି ବ୍ୟାଙ୍କ କର୍ମଚାରୀଙ୍କୁ ଆଣ୍ଠେଇ […]
ସୋର: ବାଲେଶ୍ୱର ଜିଲ୍ଲା ସୋର ଥାନା ଅନ୍ତର୍ଗତ ଦହିସଡ଼ା ପଞ୍ଚାୟତ ଅଫିସ ନିକଟ ଜାତୀୟ ରାଜପଥ କଡ଼ରୁ ଜଣେ ମହିଳାଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର କରାଯାଇଛି। ମହିଳାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ମୃତ ମହିଳାଙ୍କ ବୟସ ୩୦ରୁ ୩୫ ବର୍ଷ ଭିତରେ ହେବବୋଲି ଜଣାପଡ଼ିଛି। ରାସ୍ତା ମଝିରେ ଉଲଗ୍ନ ଅବସ୍ଥାରେ ଉକ୍ତ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ବର୍ତ୍ତମାନ ସୁଦ୍ଧା ମହିଳାଙ୍କ କୌଣସି ପରିଚୟ ମିଳି ନ ଥିବାବେଳେ ଘଟଣାସ୍ଥଳରେ ସୋର ପୋଲିସ […]
ପୁରୀ: ମହାପ୍ରଭୁ ଜଗନ୍ନାଥଙ୍କ ଉପରେ ଆଧାରିତ ଲୋକପ୍ରିୟ ଜଣାଣ , ‘ଆହେ ନୀଳ ଶଇଳ’କୁ ଭୁଲ୍ ଢଙ୍ଗରେ ଗାଇବାକୁ ନେଇ ସୋନା ମହାପାତ୍ରଙ୍କ ବିରୋଧରେ ବଢୁଛି ଅସନ୍ତୋଷ। ଆଜି ପୁରୀ ସ୍ୱର୍ଗଦ୍ୱାର ଆଗରେ ସଚେନତ ନାଗରିକ ମଞ୍ଚ ପକ୍ଷରୁ ସୋନା ମହାପାତ୍ରଙ୍କ ପୋଷ୍ଟର ପୋଡ଼ି ସହ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ କ୍ଷମା ମାଗିବାକୁ ମଧ୍ୟ ଦାବି ହୋଇଛି। ସେହିପରି ଭୁଲ ଢଙ୍ଗରେ ସେ ଗାଇଥିବା ଜଣାଣକୁ ୟୁଟ୍ୟୁବ୍ରୁ ହଟାଇବାକୁ ପଦକ୍ଷେପ ନେବାକୁ ରାଜ୍ୟ ସଂସ୍କୃତି ବିଭାଗକୁ ନାଗରିକ […]
କଳାହାଣ୍ଡି: ଦିଦିଙ୍କୁ ଟଙ୍କା ନ ଦେବା ପଡ଼ିଲା ମହଙ୍ଗା। ଆଉ ସାର୍ଟିଫିକେଟରେ ଲେଖିଦେଲେ ଚରିତ୍ର ନକରାତ୍ମକ। କଳାହାଣ୍ଡି ଜିଲ୍ଲାରେ ଏହି ଘଟଣା ଘଟିଛି ।ପ୍ରଧାନଶିକ୍ଷୟିତ୍ରୀଙ୍କୁ ଟଙ୍କା ନ ଦେବାରୁ ୨ ଜଣ ଛାତ୍ରଙ୍କୁ ମହଙ୍ଗା ପଡ଼ିଛି। ସେମାନଙ୍କ ସ୍କୁଲ ଲିଭିଂ ସାର୍ଟିଫିକେଟରେ ଚରିତ୍ର ନକରାତ୍ମକ ବୋଲି ପ୍ରଧାନଶିକ୍ଷୟିତ୍ରୀ ଲେଖିଥିବା ନେଇ ଅଭିଯୋଗ ହୋଇଛି। ଫଳରେ ଏହି ୨ ଛାତ୍ର ବର୍ତ୍ତମାନ କଲେଜରେ ନାଁ ଲେଖାଇବାରେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି। ସେପୁର […]
ଭୁବନେଶ୍ୱର: ଖରା ନୁହେଁ ତ, ଆକାଶରୁ ହେଉଛି ଅଗ୍ନିବର୍ଷା। ପ୍ରଚଣ୍ଡ ତାତି ସାଙ୍ଗକୁ ଅସହ୍ୟ ଗୁଳୁଗୁଳିରେ ଆଉଟୁ ପାଉଟୁ ହେଉଛି ସାରା ଓଡ଼ିଶା। ପାଣିପାଗ ବିଭାଗ ପକ୍ଷରୁ ଆହୁରି ୨ଦିନ ଯାଏଁ ହିଟ୍ ୱେଭ ଓ୍ୱାର୍ଣ୍ଣିଂ ଜାରି କରାଯାଇଛଇ। ଦିନ ୧୦ଟା ହେଲା ମାତ୍ରେ ଏମିତି ଝାଞ୍ଜି ପବନ ବହୁଛି ଯେ, ଘରୁ ବାହାରି ହେଉନି। ଦିନ ୧୨ଟାରୁ ୩ଟା ଯାଏଁ ତାତି ଅଧିକ ଅସହ୍ୟ ହେବ ବୋଲି କୁହାଯାଇଛି। ଉପକୂଳରୁ ନେଇ ଆଭ୍ୟନ୍ତରୀଣ ଓ ପଶ୍ଚିମ […]
ଭୁବନେଶ୍ୱର: ମେଡିକାଲ ଆଡମିଶନ୍ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଆସନ୍ତା ୨୦ରୁ ୨୫ ତାରିଖ ମଧ୍ୟରେ ଛାତ୍ରଛାତ୍ରୀମାନେ Ojee.nic.inରେ ଅନ୍ଲାଇନ୍ ଯୋଗେ କାଉନସେଲିଂ ପାଇଁ ରେଜିଷ୍ଟ୍ରେସନ୍ କରିବେ। ଜୁନ୍ ୧ ଓ ୨ରେ ଛାତ୍ରଛାତ୍ରୀମାନେ ଚଏସ୍ ଫିଲିଂ ଓ ଲକିଂ କରିବେ। ପ୍ରଥମ ପର୍ଯ୍ୟାୟ ଆଡମିଶନ ଲାଗି ଜୁନ୍ ୨୬ରେ ପଞ୍ଜୀକୃତ ଛାତ୍ରଛାତ୍ରୀଙ୍କ ତାଲିକା ପ୍ରକାଶ ପାଇବ। ୨୬ରୁ ୨୯ ମଧ୍ୟରେ ଡକ୍ୟୁମେଣ୍ଟ ଭେରିଫିକେସନ୍ ହୋଇ ଜୁନ୍ ୩୦ରେ ଷ୍ଟେଟ୍ ମେରିଟ୍ ଲିଷ୍ଟ ପ୍ରକାଶ ପାଇବ। ଜୁଲାଇ […]
ସମ୍ବଲପୁର: ଶେଷ ପର୍ଯ୍ୟାୟରେ ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା। ସୋମବାର ମଧ୍ୟରାତ୍ରରୁ ଆରମ୍ଭ ହୋଇଥିବା ଦେବ ଦମ୍ପତିଙ୍କ ଶୋଭାଯାତ୍ରାରେ ହଜାର ହଜାର ଶ୍ରଦ୍ଧାଳୁ ସାମିଲ ହୋଇଛନ୍ତି। ଏବେ ଦେବ ଦମ୍ପତ୍ତିଙ୍କ ଯୁଗଳ ଦର୍ଶନ ଚାଲିଛି। ରାଜ୍ୟ ତଥା ରାଜ୍ୟ ବାହାରୁ ପ୍ରାୟ ୬ହଜାରରୁ ଅଧିକ କଳାକାର ମଧ୍ୟ ସାମିଲ ହୋଇଛନ୍ତି। ଶୋଭାଯାତ୍ରା ପାଇଁ ପ୍ରଶାସନ ପକ୍ଷରୁ ପ୍ରାୟ ୩୫ ପ୍ଳାଟୁନ୍ ଫୋର୍ସ ମୁତୟନ କରାଯାଇଛି। ଦେବ ଦମ୍ପତିଙ୍କ ଶୋଭାଯାତ୍ରା ଯାଉଥିବା ରାସ୍ତାରେ ଯାନବାହନ ଚଳାଚଳ ଉପରେ କଟକଣା ଜାରି […]
ନୂଆଦିଲ୍ଲୀ: ଅବିଶ୍ରାନ୍ତ ବର୍ଷା ଯୋଗୁ ଆଜି ଜମ୍ମୁ-କଶ୍ମୀର ଓ ଉତ୍ତରାଖଣ୍ଡରେ ଭୟଙ୍କର ଭୂସ୍ଖଳନ ହୋଇଛି। ଏଥିରେ ୯ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୫ରୁ ଅଧିକ ଲୋକ ନିଖୋଜ ହୋଇଯାଇଛନ୍ତି। ସେପଟେ କର୍ଣ୍ଣାଟକା, କେରଳ, ମହାରାଷ୍ଟ୍ର ଓ ଗୁଜରାଟ୍ରେ ବନ୍ୟା ବିଭୀଷିକା ଜାରି ରହିଛି। ଏହି ୪ ରାଜ୍ୟରେ ବନ୍ୟା ଯୋଗୁ ଏଯାଏ ୧୭୩ ଜଣଙ୍କ ଜୀବନ ଯାଇଥିବା ଜଣାପଡ଼ିଛି। ଏବେ ବି ଲକ୍ଷାଧିକ ଲୋକ ଜଳବନ୍ଦୀ ହୋଇ ରହିଛନ୍ତି। ସେମାନଙ୍କୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନକୁ […]
ଭୁବନେଶ୍ୱର: ପବିତ୍ର ଶୀତଳ ଷଷ୍ଠୀ ଅବସରରେ ଭୁବନେଶ୍ୱର ଡମଣା ଗାଁ କପାଳଲୋଚନ ମହାଦେବ ମନ୍ଦିରରେ ଶିବ ବିବାହ ଉତ୍ସବ ଅନୁଷ୍ଠିତ ହୋଇଯାଇଛି I ଏହି ଅବସରରେ ଶନିବାର ପାରମ୍ପରିକ ରୀତିରେ ମଙ୍ଗଳକୃତ୍ୟ ଓ ଅଭିଷେକ ସଂପନ୍ନ କରାଯାଇଥିଲା I ରବିବାର ସକାଳୁ କପାଳ ଲୋଚନ ମହାଦେବଙ୍କୁ ଶୋଭାଯାତ୍ରାରେ ଗାଁ ପରିକ୍ରମା କରାଯାଇଥିଲା I ଈଶ୍ୱର ପାର୍ବତୀଙ୍କ ଏହି ପବିତ୍ର ବିବାହ ଉତ୍ସବରେ ବରପିତା ଭାବେ ପ୍ରମୋଦ ବେହେରା ଓ କନ୍ୟାପିତା ଭାବେ ବେଣୁଧର ସାହୁ ଦାୟିତ୍ୱ ନିର୍ବାହ କରିଥିଲେ […]
ନୂଆଦିଲ୍ଲୀ : ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିବା ଓ ରାଜ୍ୟକୁ ଦୁଇ ଖଣ୍ଡ କରିବା ନିଷ୍ପତ୍ତିକୁ ନେଇ ଜୋରଦାର ବିତର୍କ ଚାଲିଛି। ଜଣେ ପାକିସ୍ତାନୀ ବିଶେଷଜ୍ଞ ଇସ୍ଲାମାବାଦର ଏକ ଚ୍ୟାନେଲ୍ରେ ଭାରତରେ ଥିବା ସେମାନଙ୍କ ସମର୍ଥକ ବା ସିମ୍ପାଥାଇର୍ଜସଙ୍କ ନାଁ କହିଛନ୍ତି। ଏହି ତାଲିକାରେ ଲେଖକ ଅରୁନ୍ଧତୀ ରୟ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ କଂଗ୍ରେସ ପାର୍ଟି ରହିଛନ୍ତି। ମୁଶାହିନ ହୁସେନଙ୍କ ନାମକ ଏହି ବିଶେଷଜ୍ଞ ଜଣଙ୍କ ପାକିସ୍ତାନର ଟିଭି ଚ୍ୟାନେଲ ଜିଓ ଟିଭିର […]
ଭୁବନେଶ୍ୱର : ଆକାଶରୁ ବର୍ଷୁଛି ନିଆଁ। ଡହ ଡହ ଖରା ସାଙ୍ଗକୁ ଅସହ୍ୟ ଗୁଳୁଗୁଳିରେ କଲବଲ ହେଉଛି ସାରା ରାଜ୍ୟ। ଗତକାଲି ଭଳି ଆଜି ବି ଭୁବନେଶ୍ୱରରେ ରେକର୍ଡ ଛୁଇଁଛି ତାତି। ଦିନ ସାଢ଼େ ଗୋଟାଏ ସୁଦ୍ଧା ରାଜଧାନୀର ତାପମାତ୍ରା ୪୨ ଡିଗ୍ରୀ ଟପିଯାଇଥିଲା। ଅବସ୍ଥା ଏଭଳି ହୋଇଛି ଯେ, ଦିନ ୯ଟା ପରେ ଆଉ ପଦାକୁ ବାହାରିବା ମୁସ୍କିଲ ହୋଇ ପଡୁଛି। ଗତ ୧୦ ବର୍ଷର ତାପମାତ୍ରା ରେକର୍ଡକୁ ଦେଖିଲେ, ୨୦୧୨ ଜୁନ୍ରେ ରାଜଧାନୀର ପାରଦ […]
ଅାଳି: କେନ୍ଦ୍ରାପଡା ଜିଲ୍ଲା ରାଜକନିକା ହାଟସାହି ହାଇସ୍କୁଲରେ ପୁରାତନ ଛାତ୍ରମାନଙ୍କ ଦ୍ୱାରା ଗୁରୁ ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ଏହି ଉତ୍ସବରେ 1967 ମସିହାର ପୁରାତନ ଛାତ୍ର ଗୁରୁଙ୍କୁ ପୂଜା କରିଥିଲେ I ଏହା ସହ ଶିକ୍ଷା ଗୁରୁ ସର୍ବଦା ଅବିସ୍ମରଣୀୟ ଶୀର୍ଷକ ଏକ ଅାଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା I ଏହି ଉତ୍ସବରେ ପାଖାପାଖି ୫୦ ଜଣ ପୁରାତନ ଛାତ୍ର ଛାତ୍ରୀ ଯୋଗ ଦେଇଥିଲେ I ଶିକ୍ଷକ ଓ ଛାତ୍ରମାନେ ସେମାନଙ୍କ ଅଭିଜ୍ଞତା ବର୍ଣ୍ଣନା କରିବା […]