ପୁରୀ: ଶ୍ରୀମନ୍ଦିରରେ ରାଷ୍ଟ୍ରପତିଙ୍କ ପତ୍ନୀଙ୍କୁ ସେବାୟତଙ୍କ ଅସମ୍ମାନ ପ୍ରସଙ୍ଗରେ ରାଷ୍ଟ୍ରପତି ଭବନରୁ କୌଣସି ଚିଠି ଆସିନାହିଁ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର କହିଛନ୍ତି। ସେ କହିଛନ୍ତି, କୌଣସି ଚିଠି ରାଷ୍ଟ୍ରପତିଙ୍କ ଭବନରୁ ଏବିଷୟରେ ଆସିନି କି କୌଣସି ଅସନ୍ତୋଷ ପ୍ରକାଶ କରିନାହାନ୍ତି। ତେଣୁ ଏହି ପ୍ରସଙ୍ଗରେ ଆଉ କୌଣସି ଆଲୋଚନାର ଆବଶ୍ୟକତା ନାହିଁ। ସେପଟେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ ମଧ୍ୟ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ଏ ନେଇ ଶ୍ରୀମନ୍ଦିର ମୁଖ୍ୟ […]
ମୁମ୍ବାଇ: ମୁମ୍ବାଇରେ ଚାର୍ଟାର୍ଡ଼ ବିମାନ ଦୁର୍ଘଟଣାଗ୍ରସ୍ତ। ମୁମ୍ବାଇ ସହରର ଘାଟକୋପର ଅଞ୍ଚଳରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଛି। ବିମାନଟି ଲ୍ୟାଣ୍ଡିଂ ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ପ୍ରାଥମିକ ରିପୋର୍ଟରୁ ଜଣାପଡ଼ିଛି। ଏଥିରେ ୫ଜଣଙ୍କ ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ମୁତାବକ, ଘାଟକୋପରର ଏକ ନିର୍ମାଣଧୀନ ବିଲ୍ଡିଂ ନିକଟରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣା ପରେ ବିମାନଟି ଜଳି ଯାଇଥିବା ଜଣାପଡ଼ିଛି। ଘଟଣାସ୍ଥଳରେ ଦମକଳ ବାହିନୀ ଏବଂ ଉଦ୍ଧାରକାରୀ ଟିମ୍ ପହଞ୍ଚିଛନ୍ତି। ତେବେ କେଉଁ କାରଣରୁ ଏବଂ କିପରି ବିମାନଟି ଦୁର୍ଘଟଣା […]
ଭୁବନେଶ୍ୱର: ଭଞ୍ଜ କଳା ମଣ୍ଡପରେ ତିନିଦିନ ଧରି ଆୟୋଜିତ ତୃତୀୟ ନୃତ୍ୟ ନୈବେଦ୍ୟ ଓଡିଶୀ ଉତ୍ସବ ଉଦଯାପିତ ହୋଇଛି I ଏଥିରେ ମୁଖ୍ୟ ଆକର୍ଷଣ ଥିଲା ଶିଶୁ କଳାକାରମାନଙ୍କ ନୃତ୍ୟ I ଶିଶୁ କଳାକାରମାନଙ୍କ ଦ୍ୱାରା ପରିବେଷିତ ନୃତ୍ୟ ଦର୍ଶକଙ୍କୁ ଅଭିଭୂତ କରିଥିଲା I ପ୍ରତିଭା ଅନ୍ୱେଷଣରେ ଭାଗ ନେଇଥିବା ଶହେରୁ ଅଧିକ ଶିଳ୍ପୀଙ୍କ ମଧ୍ୟରୁ କୋଡିଏ ଜଣଙ୍କୁ ନୃତ୍ୟ ନୈବେଦ୍ୟ ପ୍ରତିଭା ସମ୍ମାନରେ ସମ୍ମାନିତ କରାଯାଇଥିଲା I ନୃତ୍ୟଶିଳ୍ପୀମାନେ ଆକର୍ଷଣୀୟ ନୃତ୍ୟ ପରିବେଷଣ କରିଥିଲେ I […]
ଭୁବନେଶ୍ୱର: ରାଜଧାନୀରେ ଚାଞ୍ଚଲ୍ୟ। ଭୁବନେଶ୍ୱର ବୁଦ୍ଧନଗର ଅଞ୍ଚଳରେ ଥିବା ଏକ ଘରୋଇ ସଂସ୍ଥାର ଅଫିସ୍ ଭିତରୁ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ହେଲେ ବୈଜୟନ୍ତ ପ୍ରସାଦ ମହାନ୍ତି। ବୈଜୟନ୍ତ ପ୍ରସାଦ ଜଣେ ମେରାଇନ୍ ଇଞ୍ଜିନିୟର। ପ୍ରେମ ବ୍ୟାପାରକୁ କେନ୍ଦ୍ର କରି ତାଙ୍କୁ ହତ୍ୟାକାଣ୍ଡ କରାଯାଇଥିବା ସନ୍ଦେହ କରାଯାଉଛି। ତେବେ ଏହି ଘଟଣାରେ ଲକ୍ଷ୍ମୀସାଗର ପୋଲିସ ଜଣେ ଯୁବକ ଓ ଯୁବତୀଙ୍କୁ ଅଟକ ରଖି ପଚରାଉଚୁରା କରୁଛି। ଅଟକ ଯୁବକ, ଯୁବତୀ ମୃତକଙ୍କ ପ୍ରେମିକା ଓ ତାଙ୍କ ପୁରୁଷ […]
ଭୁବନେଶ୍ୱର: ସାତକୋଶିଆରେ ଥିବା ମଧ୍ୟପ୍ରଦେଶର ବାଘକୁ ମିଳିବ ସାଥୀ। କାହିଁକି ନା ଓଡିଶା ଆସୁଛି ଆଉ ଏକ ବାଘୁଣୀ। ମଧ୍ୟପ୍ରଦେଶ ବାନ୍ଧବଗଡ଼ରୁ ସାତକୋଶିଆ ଜଙ୍ଗଲକୁ ଅଣାଯାଉଛି ବାଘୁଣୀ। ବାଘୁଣୀଟି ଏହି ସପ୍ତାହରେ ସାତକୋଶିଆ ଜଙ୍ଗଲରେ ପହଞ୍ଚିବା ସମ୍ଭାବନା ରହିଛି। ହେଲେ କେଉଁ ରୁଟ୍ରେ ବାଘୁଣୀକୁ ଅଣାଯାଉଛି, ସୁରକ୍ଷା ଦୃଷ୍ଟିରୁ ସେନେଇ ଗୁପ୍ତ ରଖାଯାଇଛି। ଗତ ୨୧ ତାରିଖରେ ଏକ ମହାବଳ ବାଘକୁ ମଧ୍ୟପ୍ରଦେଶର କାହ୍ନାରୁ ଅଣାଯାଇ ସାତକୋଶିଆରେ ନିର୍ମିତ ସ୍ୱତନ୍ତ୍ର ଏନ୍କ୍ଲୋଜରରେ ରଖାଯାଇଛି। କିଛି ଦିନ ହେଲା […]
ମୋହନା: ବିଭିନ୍ନ ଦାବିରେ ମୋହନା ଉନ୍ନୟନ ପରିଷଦ ପକ୍ଷରୁ ଆସନ୍ତା ଜୁଲାଇ ୪ ତାରିଖରେ ବନ୍ଦ ଡାକରା ଦିଆଯାଇଛି। ମୋହନାରେ ବସ୍ଷ୍ଟାଣ୍ଡ, ଶୌଚାଳୟ, ଯାତ୍ରୀ ବିଶ୍ରାମଗାର ସହ ରାସ୍ତାରେ ଷ୍ଟ୍ରିଟ୍ ଲାଇଟ ନ ଥିବାରୁ ଲୋକେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏମିତିକି ରାସ୍ତା ପାର୍ଶ୍ୱରେ ପାର୍କିଂ ହେଉଥିବାରୁ ଅନେକ ସମୟରେ ଟ୍ରାଫିକ ସମସ୍ୟା ହେଉଥିବା ପରିଷଦ ଅଭିଯୋଗ କରିଛି। ଏନେଇ ବାରମ୍ବାର ଅଭିଯୋଗ କରାଯାଇଥିଲେ ମଧ୍ୟ ପ୍ରଶାସନ କୌଣସି ପଦକ୍ଷେପ ନ ନେବା ପରେ ଶେଷରେ […]
ସୁନ୍ଦରଗଡ଼: ଆତ୍ମସମ୍ମାନ ପାଇଁ ଝିଅର ପ୍ରେମିକକୁ ହତ୍ୟା କଲା ବାପା। ଗତକାଲି ସୁନ୍ଦରଗଡ ଜିଲ୍ଲା ଧରୁଅଡିହି ଥାନା ବେଜିଡିହି ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି। ସୂଚନା ଅନୁଯାୟୀ, ବେଜିଡିହି ଗାଁର ମୋହନ କିଶାନଙ୍କ ଝିଅଙ୍କ ସହ ସମ୍ବଲପୁର ଜିଲ୍ଲାର ବାମରା ଅଞ୍ଚଳର ଜଣେ ଯୁବକଙ୍କ ସହ ପ୍ରେମ ସମ୍ପର୍କ ଥିଲା। ଉକ୍ତ ଯୁବକ ଜଣକ ବାରମ୍ବାର ଝିଅ ଘରକୁ ଆସି ଝିଅକୁ ନେଇ ୪-୫ଦିନ ପାଇଁ ବାହାରକୁ ନେଇଯାଉଥିଲା। ବାରମ୍ବାର ଏଭଳି ଘଟଣା ପରେ ମୋହନ […]
ଭୁବନେଶ୍ୱର: ମୌସୁମୀ ବର୍ଷାରେ ଭିଜିଲା ସାରା ଓଡ଼ିଶା। ଗତକାଲି ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ହୋଇଛି। ରାଜ୍ୟର କିଛି ଜିଲ୍ଲାର ୨ ଦିନ ଧରି ବର୍ଷା ଲାଗି ରହିଛି। ପାଣିପାଗ ବିଭାଗର ପ୍ରାକ୍ ସୂଚନା ଅନୁସାରେ ଆସନ୍ତା ୧୨ ଘଣ୍ଟା ପର୍ଯ୍ୟନ୍ତ ସାରା ରାଜ୍ୟରେ ବର୍ଷା ଜାରି ରହିବ। ଉପକୂଳ ଓଡିଶା ଓ ଏହାର ଆଖପାଖ ଅଞ୍ଚଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଥିବାରୁ ଏହାର ପ୍ରଭାବରେ ସାରା ରାଜ୍ୟରେ ବର୍ଷା ଲାଗି ରହିବ ବୋଲି ପୂର୍ବାନୁମାନ କରାଯାଇଛି। ବିଶେଷକରି […]
ପୁରୀ: ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ସ୍ନାନ ମଣ୍ଡପରେ ଦିବ୍ୟସ୍ନାନ କରିବେ ଚତୁର୍ଦ୍ଧା ବିଗ୍ରହ। ୧୦୮ କୁମ୍ଭ ସୁବାସିତ ଜଳରେ ସ୍ନାନ କରିବେ ଶ୍ରୀଜିଉ। ବିଧି ମୁତାବକ କାଳିଆ ଠାକୁର ୩୫, ବଡ଼ ଠାକୁର ୩୩, ଦେବୀ ସୁଭଦ୍ରା ୨୨ ଓ ସୁଦର୍ଶନ ୧୮ ଗରା ଜଳରେ ସ୍ନାନ କରିବେ। ପରେ ଲକ୍ଷ ଲକ୍ଷ ଭକ୍ତଙ୍କୁ ଗଜାନନ ବେଶରେ ଦର୍ଶନ ଦେବେ ମହାପ୍ରଭୁ। ଶ୍ରୀଜିଉଙ୍କ ଦ୍ୱାଦଶ ଯାତ୍ରା ମଧ୍ୟରୁ ଏହି ସର୍ବ ପ୍ରଥମ ଯାତ୍ରାକୁ ଶୃଙ୍ଖଳିତ ଭାବେ […]
ପୁରୀ: ରାତି ପାହିଲେ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ସ୍ନାନ ମଣ୍ଡପରେ ଦିବ୍ୟସ୍ନାନ କରିବେ ଚତୁର୍ଦ୍ଧା ବିଗ୍ରହ। ପୁଣି ଗଜାନନ ବେଶରେ ଭକ୍ତଙ୍କୁ ଦେବେ ଦର୍ଶନ। ମହାପ୍ରଭୁଙ୍କ ଦ୍ୱାଦଶ ଯାତ୍ରା ମଧ୍ୟରୁ ଏହି ସର୍ବ ପ୍ରଥମ ଯାତ୍ରାକୁ ଶୃଙ୍ଖଳିତ ଭାବେ ସଂପନ୍ନ କରିବାକୁ ହୋଇଛି ବ୍ୟାପକ ବ୍ୟବସ୍ଥା। ସେହିପରି ଶ୍ରୀମନ୍ଦିର ଭିତର ଓ ବାହାର ସୁରକ୍ଷା ଲାଗି ୪୨ ପ୍ଳାଟୁନ୍ ଫୋର୍ସ ମୁତୟନ ହେବେ । ଆଉ କିଛି ଘଣ୍ଟାର ଅପେକ୍ଷା ଘଣ୍ଟ, ଘଣ୍ଟା, ବାଦ୍ୟରେ ଦୁଲକି ଉଠିବ […]
ଭୁବନେଶ୍ୱର: ରାଜଧାନୀରେ ଦିନକୁ ଦିନ ବଢ଼ି ଚାଲିଛି ବ୍ରାଉନ ସୁଗାର ବ୍ୟବସାୟ। ନିକଟରେ ଲକ୍ଷ୍ମୀସାଗର ଥାନା ହଳଦି ପଡିଆ ବସ୍ତିରୁ ୧୨ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ ହୋଇଥିବାବେଳେ, ପୁଣି ସେହି ଅଂଚଳରୁ ପୋଲିସ ୧୪ଗ୍ରାମ ବ୍ରାଉନ ସୁଗାର ଜବତ କରିଛି। ଏହି ଘଟଣାରେ ପୋଲିସ ଉଭୟ ମା’ ପୁଅଙ୍କୁ ଗିରଫ କରିବା ସହ ସେମାନଙ୍କଠାରୁ ନଗଦ ୧ଲକ୍ଷ ଟଙ୍କା ଜବତ କରିଛି। ନାମ ତୁଳସୀ ହେଲେ କାମ ଓଲଟା। ନିଜ ନାମକୁ ସାର୍ଥକ କରିବେ କ’ଣ, […]
ଭୁବନେଶ୍ୱର: ରାୟଗଡ଼ା ଜିଲ୍ଲା ଥେରୁବାଲି ଇମ୍ଫାରେ ପୁଣି ତେଜିଛି ଆନ୍ଦୋଳନ । ଇମ୍ଫା କର୍ତ୍ତୃପକ୍ଷ ପ୍ରତିଶ୍ରୁତି ପାଳନରେ ଅବହେଳା କରିଥିବା ଅଭିଯୋଗ କରି ଆଜିଠୁ କମ୍ପାନିର ମୁଖ୍ୟ ଫାଟକରେ ଧାରଣାରେ ବସିଛନ୍ତି ଆନ୍ଦୋଳନକାରୀ। ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଆନ୍ଦୋଳନ ପାଇଁ ଚେତାବନୀ ବି ଦେଇଛନ୍ତି । ନା କେହି ଭିତରକୁ ଯାଇ ପାରୁଛନ୍ତି ନା ଆସି ପାରୁଛନ୍ତି । କାରଖାନାରେ ଉତ୍ପାଦନ ପୂରା ବନ୍ଦ । ଆନ୍ଦୋଳନକାରୀଙ୍କ ଅଭିଯୋଗ, ତ୍ରିପାକ୍ଷିକ ବୈଠକରେ ଇମ୍ଫା କର୍ତ୍ତୃପକ୍ଷ ଦେଇଥିବା ପ୍ରତିଶ୍ରୁତି […]