ଭୁବନେଶ୍ୱର: ଶେଷରେ ସୁସ୍ଥ ହୋଇ ଘରକୁ ଫେରିଲେ ଅଭିନେତା ପପୁ ପମ୍ପମ୍। ଅସୁସ୍ଥତା ପାଇଁ ଦିଲ୍ଲୀ ଏମ୍ସରେ ସେ ଚିକିତ୍ସାଧୀନ ଥିଲେ। ଗତ କିଛିଦିନ ତଳେ ପପୁ ICUରୁ ଜେନେରାଲ ୱାର୍ଡ଼କୁ ସ୍ଥାନାନ୍ତର ହୋଇଥିଲେ। ୧୫ ଦିନ ଭିତରେ ପପୁ ସମ୍ପୂର୍ଣ୍ଣ ସୁସ୍ଥ ହେବା ନେଇ ଡାକ୍ତର କହିଥିବା ପପୁଙ୍କ ସଂପର୍କୀୟ ପୂର୍ବରୁ ସୂଚନା ଦେଇଥିଲେ। ସୂଚନାଥାଉ କି, ପପୁ ଅସୁସ୍ଥ ହେବାପରେ ତାଙ୍କ ମୃତ୍ୟୁ ଖବରକୁ ନେଇ ସୋସିଆଲ ମିଡ଼ିଆରେ ଗୁଜବ ପ୍ରଚାର ହୋଇଥିଲା। ତେବେ […]
ସୋର: ଘର କବାଟ ଭାଙ୍ଗି ଜଣେ ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ କରାଯାଇଥିବା ନେଇ ଅଭିଯୋଗ ହୋଇଛି। ବାଲେଶ୍ୱର ଜିଲ୍ଲା ସୋର ଅଞ୍ଚଳରେ ଏହି ଘଟଣା ଘଟିଛି। ସୂଚନା ଅନୁସାରେ, ଗତ ୮ ତାରିଖ ରାତିରେ ସୋର ଅଞ୍ଚଳରେ ଜଣେ ୧୩ ବର୍ଷର ନାବାଳିକା ତାଙ୍କ ଘରେ ଜେଜେମାଆଙ୍କ ପାଖରେ ଶୋଇଥିଲେ। ରାତିରେ ସେହି ଗାଁର ସୁବାସ ଦାସ ନାମକ ଜଣେ ଯୁବକ ନାବାଳିକା ଶୋଇଥିବା ଘର କବାଟ ଭାଙ୍ଗି ପଶିଥିଲେ। ଏମିତିକି ନାବାଳିକାର ପାଟିରେ କପଡା ବାନ୍ଧି […]
ପୁରୀ: ପୁଣି ଷ୍ଟେସନରେ ବଗିକୁ ଛାଡ଼ି ଚାଲିଗଲା ଇଞ୍ଜିନ୍। ଆଉ ୫ କିଲୋମିଟର ଗଡ଼ିଗଲା ଇଞ୍ଜିନ୍। ପୁରୀ ଷ୍ଟେସନ୍ରେ ପୁରୀ-କଟକ ପାସେଞ୍ଜର ଟ୍ରେନ ୩ଟି ବଗିକୁ ଛାଡ଼ି ପ୍ରାୟ ୫ କିଲୋମିଟର ଚାଲିଯାଇଥିଲା। ଏହା ଜଣାପଡ଼ିବା ପରେ ପୁଣି ପଛକୁ ଫେରିଥିଲା ଟ୍ରେନ୍। ଫଳରେ ଏକ ବଡ଼ଧରଣ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଯାତ୍ରୀ। ସୂଚନାଥାଉ କି, ଗତ ଏପ୍ରିଲ ୭ ତାରିଖରେ ରାତି ପ୍ରାୟ ୧୦ଟା ୫ ମିନିଟ୍ରେ ଟିଟିଲାଗଡ଼ ଷ୍ଟେସନ୍ରେ ଅହମ୍ମଦାବାଦ-ପୁରୀ ଏକ୍ସପ୍ରେସ୍ର ଇଞ୍ଜିନ […]
କେନ୍ଦୁଝର: କେନ୍ଦୁଝର ଘଟଗାଁ ଥାନା ବାଟହରିଚନ୍ଦନପୁର ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଏକ ଟ୍ରକ୍କୁ ପଛପଟୁ ବସ୍ ଧକ୍କା ଦେବାରୁ ଏହି ଦୁର୍ଘଟଣା ହୋଇଛି। ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୫ରୁ ଅଧିକ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୪ଜଣ ଗୁରୁତରଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ସୂଚନା ଅନୁଯାୟୀ, ବଡ଼ବିଲ୍ରୁ ଭୁବନେଶ୍ୱର ଅଭିମୁଖେ ଆସୁଥିବା ଏକ ଯାତ୍ରୀବାହୀ ବସ୍ ବାଟହରିଚନ୍ଦନପୁର ନିକଟରେ ରାସ୍ତା ଉପରେ ଠିଆ ହୋଇଥିବା ଏକ ଟ୍ରକ୍ ପଛପଟୁ ଧକ୍କା ଦେଇଥିଲା। ଫଳରେ […]
ବ୍ୟାଙ୍କକ୍: ଥାଇଲାଣ୍ଡ ଗୁମ୍ଫା ଭିତରେ ଫସି ରହିଥିବା ଫୁଟବଲ ଖେଳାଳିଙ୍କୁ ଉଦ୍ଧାର କରିବା ପାଇଁ ଚାଲିଥିବା ଉଦ୍ଧାରକାର୍ଯ୍ୟ ଆଜି ଶେଷ ହେବାର ସମ୍ଭାବନା ଅଛି। ରବିବାର ୪ ଜଣଙ୍କୁ ଗୁମ୍ଫା ଭିତରୁ ଉଦ୍ଧାର କରାଯିବା ପରେ ଗତକାଲି ଆଉ ୪ ଜଣଙ୍କୁ ଉଦ୍ଧାର କରାଯାଇଛି। ଏବେ ବି ଏହି ଗୁମ୍ଫାରେ କୋଚ୍ଙ୍କ ସମେତ ଆହୁରି ୪ ଜଣ ଅଛନ୍ତି। ଉଦ୍ଧାର ପରେ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ସମସ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ରହିଛି ବୋଲି ଜଣାପଡ଼ିଛି। […]
ବିଶାଖାପାଟଣା /ଗଜପତି / ବ୍ରହ୍ମପୁର : ତୀର୍ଥଯାତ୍ରା ପାଲଟିଲା ମହାଯାତ୍ରା । ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଛାରଖାର ହୋଇଗଲା ଦୁଇ ଦୁଇଟି ପରିବାର। ଆଜି ସକାଳେ ଆନ୍ଧ୍ରପ୍ରଦେଶର ମଞ୍ଜୁସାରେ ଘଟିଥିବା ଭୟଙ୍କର କାର ଦୁର୍ଘଟଣାରେ ଭୁବନେଶ୍ୱରରେ ରହୁଥିବା ଦୁଇଟି ପରିବାରର ୫ ଜଣଙ୍କ ଜୀବନ ଯାଇଛି। ପୁଅର ମୁଣ୍ଡନ ସାରି ସୀମାଞ୍ଚଳମ୍ରୁ ଫେରୁଥିବା ବେଳେ ଡ୍ରାଇଭରଙ୍କ ଆଖି ଲାଗି ଯିବାରୁ ଏ ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି। ତେବେ ଦୁର୍ଘଟଣାରେ ଆଶ୍ଚର୍ଯ୍ୟଜନକ ଭାବେ ବଞ୍ଚି ଯାଇଛନ୍ତି ଜଣେ […]
ଭୁବନେଶ୍ୱର : ପୁଲିସ କମିଶନର-ବିଜେଡି ମଧ୍ୟରେ ବଢୁଛି ବିବାଦ। ସିପି ସୁଧାଂଶୁ ଷଡ଼ଙ୍ଗୀଙ୍କ ମନ୍ତବ୍ୟକୁ ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତିଙ୍କ ସମାଲୋଚନା ପରେ ତେଜିଛି ରାଜନୀତି। ତେବେ କାହିଁକି ପୁଲିସ କମିଶନରଙ୍କ ମନ୍ତବ୍ୟକୁ ବିରୋଧ କଲା ବିଜେଡି? CPଙ୍କ ଉପରେ ବିପଦ ରହିଛି କି? ଏଣେ ବିବାଦ ବଢ଼ିବା ପରେ ଆଉ ମୁହଁ ଖୋଲୁ ନାହଁନ୍ତି ଲେନିନ୍। ସେପଟେ ପୁଅ ରୋଷେଇ ଶିଖନିଥିଲେ ଝିଅମାନେ ବାହା ନହେବା ଉଚିତ୍ ବୋଲି ଦେଇଥିବା ମନ୍ତବ୍ୟକୁ ନେଇ ଭିନ୍ନଭିନ୍ନ ମତ […]
ବାଗଦାଦ: ୨୪ ଘଣ୍ଟା ମଧ୍ୟରେ ଆମେରିକା ଦ୍ୱିତୀୟ ଥର ପାଇଁ ଆକାଶ ମାର୍ଗରୁ ଇରାନ ସମର୍ଥକଙ୍କ ଉପରେ ଏୟାର ଷ୍ଟ୍ରାଇକ୍ କରିଛି। ଏଥିରେ ୫ ଜଣ ଲୋକଙ୍କ ମୃତ୍ୟୁ ଘଟିଛି। ୩ ଜଣ ଗୁରୁତର ରହିଛନ୍ତି। ମୃତକ ଓ ଆହତମାନେ ପପୁଲାର ମୋବିଲାଇଜେଶନ ଫୋର୍ସର ସଦସ୍ୟ। ଏମାନଙ୍କୁ ମିଲିଶିଆ ବୋଲି କୁହାଯାଏ। ଇରାକର ରାଜଧାନୀ ବାଗଦାଦର ତାଜି ଅଞ୍ଚଳରେ ଏହି ଆକ୍ରମଣ ହୋଇଛି। ସୂଚନାଯୋଗ୍ୟ, ଶନିବାର ବିଳମ୍ୱିତ ରାତି ପାଖାପାଖି ୧.୧୨ ମିନିଟରେ ମିଲିଶିଆ ସଦସ୍ୟ ମାନେ […]
ବେଙ୍ଗଲୁରୁ : ପୁରା ବେଙ୍ଗଲୁରୁ ଗୋଲାପୀ ରଙ୍ଗରେ ରଙ୍ଗେଇ ହେଲା । ଏହାର କାରଣ ଗୋଲାପୀ ରଙ୍ଗର ଶାଢ଼ି ପିନ୍ଧିଥିବା ଆଶାକର୍ମୀଙ୍କ ବିରାଟ ବିକ୍ଷୋଭ । ଏହି ଦୁଇ ଦିନିଆ ବିକ୍ଷୋଭରେ ୩୦ ହଜାରରୁ ଅଧିକ ଆଶାକର୍ମୀ ଭାଗ ନେଇଛନ୍ତି । ନିୟମିତ ଭାବେ ଦରମା ଦାବି କରି ସେମାନେ ରାଜରାସ୍ତାକୁ ଓହ୍ଲାଇଛନ୍ତି। ଆଶାକର୍ମୀଙ୍କ ଅଭିଯୋଗ ହେଲା, କିଛି ମାସ ହେଲା ସେମାନେ ଆଦୌ ଦରମା ନ ପାଇବାରୁ ସରକାରଙ୍କ ସହିତ ଆଲୋଚନା କରିବାକୁ ଚାହିଁଥିଲେ। କିନ୍ତୁ […]
ନୂଆଦିଲ୍ଲୀ: ଏସବିଆଇ ସହିତ ୧୫ଟି ବ୍ୟାଙ୍କରୁ ଋଣ କରି ବିଦେଶ ପଳାଇଥିବା ପଳତାକ ବିଜୟ ମାଲ୍ୟାଙ୍କ ସମ୍ପତ୍ତି ବାଜ୍ୟାପ୍ତି ହେବ। ଏହା ପରେ ସମ୍ପତ୍ତି ବିକ୍ରି କରି ବ୍ୟାଙ୍କ ଗୁଡ଼ିକ ନିଜର ଋଣ ଭରିବେ। ଏଥିପାଇଁ ପିଏମଏଲଏର ସ୍ୱତନ୍ତ୍ର କୋର୍ଟ ଅନୁମତି ଦେଇଛନ୍ତି। ଏହାପୂର୍ବରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମଧ୍ୟ ଏଭଳି ଋଣ ପରିଶୋଧ ପାଇଁ ଗ୍ରୀନ ସିଗନାଲ ଦେଇସାରିଛି। ତେବେ ମାଲ୍ୟାଙ୍କ ଓକିଲ ଏହାକୁ ନେଇ ଆପତ୍ତି ଉଠାଇଛନ୍ତି। ସେ କହିଥିଲେ ଏହି ନିଷ୍ପତ୍ତି କେବଳ ଡେଟ […]
ଇନ୍ଦୋର: ଲିଫ୍ଟରେ ଯାଉଥିବା ବେଳେ ଏହାର ବେଲ୍ଟ ଛିଣ୍ଡି ଯିବାରୁ ମଧ୍ୟପ୍ରଦେଶ ଅନ୍ତର୍ଗତ ମହୱା ନିକଟରେ ଥିବା ପତଳପାନି ଠାରେ ୬ ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ଏକାଧିକ ଲୋକ ଆହତ ହୋଇଛନ୍ତି। ବ୍ୟବସାୟୀ ପୁନୀତ ଅଗ୍ରୱାଲଙ୍କ ଫାର୍ମ ହାଉସରେ ଲାଗିଥିବା ଲିଫ୍ଟରେ ହିଁ ଏହି ଅଘଟଣ ଘଟିଛି। ନୂଆ ବର୍ଷ ପାଇଁ ମଧ୍ୟପ୍ରଦେଶର ବ୍ୟବସାୟୀ ପୁନୀତଙ୍କ ଫାର୍ମ ହାଉସରେ ପାର୍ଟିର ଆୟୋଜନ କରାଯାଇଥିଲା। ଏଥିରେ ପୁନୀତ ଓ ତାଙ୍କ ପରିବାର ଲୋକେ ମଧ୍ୟ ଯୋଗଦେଇଥିଲେ। ତେବେ […]
ଭୁବନେଶ୍ୱର: ଲୋକାୟୁକ୍ତକୁ ରାଜ୍ୟ କ୍ୟାବିନେଟର ମୋହର ବାଜିବାର ଗୋଟିଏ ମାସ ଆଠ ଦିନ ପରେ ବିଧାନସଭାରେ ପାରିତ ହେଲା ବିଲ। ସେତେବେଳେ ଏଭଳି ବିଲ୍ ପାରିତ କରିବାରେ ଦେଶରେ ପ୍ରଥମ ବୋଲି କହି ବାହାବା ବି ନେଲେ ସରକାର। ତେବେ ବିଡ଼ମ୍ବନାର କଥା ବିଲ୍ କିନ୍ତୁ ଆଇନରେ ପରିଣତ ହୋଇପାରିଲା ନାହିଁ କି ଲୋକାୟୁକ୍ତ ନିଯୁକ୍ତ ହେଲେନି। ୪ ବର୍ଷ ୫ ମାସ ପରେ ସୁପ୍ରିମକୋର୍ଟର ଛାଟ ଲାଗିବା ପରେ ସରକାର ଏହାକୁ କାର୍ଯ୍ୟକାରୀ କରିବା ପାଇଁ […]
ଭୁବନେଶ୍ୱର: ଉତ୍ତରପ୍ରଦେଶ, ମହାରାଷ୍ଟ୍ର, ପଞ୍ଜାବ ପରେ ଏବେ କର୍ଣ୍ଣାଟକ। ଗୋଟିକ ପରେ ଗୋଟିଏ ରାଜ୍ୟ କୃଷିଋଣ ଛାଡ଼ କରିବା ପରେ ଦୋଛକିରେ ପଡ଼ିଛି ରାଜ୍ୟ ସରକାର। ଗୋଟିଏ ପଟେ ଭୋଟ ଚିନ୍ତା, ଅନ୍ୟପଟେ ଆର୍ଥିକ ବୋଝର ଚ୍ୟାଲେଞ୍ଜ। ଏଭଳି ସ୍ଥିତିରେ ୨୦୧୯ ନିର୍ବାଚନ ପାଇଁ ଏବେଠୁ ଚାଷୀ କାର୍ଡ ଖେଳିଛନ୍ତି ବିଜେପି ଓ କଂଗ୍ରେସ। କ୍ଷମତାକୁ ଆସିଲେ ଚାଷୀଙ୍କ ଋଣ ଛାଡ଼ କରାଯିବ ବୋଲି ଉଭୟ ଦଳ ଘୋଷଣା କରିବା ପରେ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି ରାଜ୍ୟ ସରକାର। […]
ବ୍ୟାଙ୍କକ୍: ଥାଇଲ୍ୟାଣ୍ଡରେ ଗୁମ୍ଫା ଭିତରେ ଫସି ରହିଥିବା ଫୁଟବଲ ଖେଳାଳିଙ୍କ ମଧ୍ୟରୁ ଆଜି ଆଉ ଚାରି ଜଣ ଉଦ୍ଧାର ହୋଇଛନ୍ତି । ଏହାକୁ ମିଶାଇ ଆଜି ସୁଦ୍ଧା ମୋଟ ୮ ଜଣଙ୍କୁ ଉଦ୍ଧାର କରାଯାଇଛି। ପ୍ରବଳ ବର୍ଷା ଫଳରେ ଗୁମ୍ଫାରେ ପାଣି ପଶି ଯାଇଥିବାରୁ ଅତି ସତର୍କତାର ସହ ସେମାନଙ୍କୁ ଉଦ୍ଧାର କରାଯାଇଛି। ଏହା ପରେ ଆଜିର ରେସ୍କୁ ଅପରେସନକୁ ସ୍ଥଗିତ ରଖାଯାଇଛି। ଫଳରେ ଗୁମ୍ଫା ଭିତରେ ଏବେ ବି ଆଉ ୫ ଜଣ ଫସି ରହିଛନ୍ତି। […]
ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ଦିଲ୍ଲୀ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ୩ ଦୋଷୀଙ୍କ ଫାଶି ଦଣ୍ଡାଦେଶକୁ କାଏମ ରଖିଛନ୍ତି ସୁପ୍ରିମକୋର୍ଟ। ଫାଶି ଦଣ୍ଡ ପ୍ରତ୍ୟାହାର ପାଇଁ ୪ ଦୋଷୀଙ୍କ ମଧ୍ୟରୁ ୩ ଜଣ ଏହି ଆବେଦନ କରିଥିଲେ। ତେବେ ଦୋଷୀଙ୍କ ରିଭ୍ୟୁ ପିଟିସନକୁ ସୁପ୍ରିମକୋର୍ଟ ଖାରଜ କରିଛନ୍ତି। ଏଥିସହିତ ରିଭ୍ୟୁ କରିବାର କୌଣସି କାରଣ ନାହିଁ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି। ପୂର୍ବରୁ କୋର୍ଟ ୪ ଦୋଷୀଙ୍କୁ ଫାଶି ଦଣ୍ଡାଦେଶ ଦେଇଥିଲେ। ଏହି ମାମଲାରେ ମୋଟ ୬ […]