• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

Sunil-Arora
ବିଶ୍ୱ ନିର୍ବାଚନ ସଂସ୍ଥାନ ସଂଘର ଅଧ୍ୟକ୍ଷ ହେଲେ ସୁନୀଲ ଆରୋରା

ନୂଆଦିଲ୍ଲୀ: ଭାରତର ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଆରୋରା ଆଜି ବିଶ୍ୱ ନିର୍ବାଚନ ସଂସ୍ଥାନ ସଂଘ (ଏଡବ୍ଲୁଇବି)ର ଅଧ୍ୟକ୍ଷ ଦାୟିତ୍ୱ ଗ୍ରହଣ କରିଛନ୍ତି। ନୂଆଦିଲ୍ଲୀଠାରେ ଥିବା ଭାରତୀୟ ଅନ୍ତର୍ଜାତୀୟ ଗଣତନ୍ତ୍ର ଓ ନିର୍ବାଚନ ପରିଚାଳନା ସଂସ୍ଥାନରେ ଏଡବ୍ଲ୍ୟୁଇବିର ପ୍ରଶିକ୍ଷଣ, ଗବେଷଣା ଓ ଦସ୍ତାବିଜ ଲେଖନ କେନ୍ଦ୍ର ପ୍ରତିଷ୍ଠା ହେବ ବୋଲି ମଧ୍ୟ ଏହି ଅବସରରେ ନିଷ୍ପତ୍ତି ନିଆଯାଇଛି। ଶ୍ରୀ ଆରୋରା ୨୦୨୧ ମସିହା ପର୍ଯ୍ୟନ୍ତ ଏହି ଦାୟିତ୍ୱରେ ରହିବେ। ଏଥିସହିତ ରୋମାନିଆ ନିକଟରୁ ସଂଘର ଅଧ୍ୟକ୍ଷତା ଦାୟିତ୍ୱ […]

  • Monday, 19 July 2021
ivestor
ଭୁଶୁଡ଼ୁଛି ଅର୍ଥନୀତି; ନିବେଶକ ହରାଇଲେ ୨.୫୫ ଲକ୍ଷ କୋଟି

ନୂଆଦିଲ୍ଲୀ: ଉତ୍କଟ ସ୍ଥିତିରେ ପହଞ୍ଚିବାରେ ଲାଗିଛି ଅର୍ଥନୀତିକ ମାନ୍ଦାବସ୍ଥା ଏବଂ ବାଣିଜ୍ୟିକ ସମସ୍ୟାର ପ୍ରଭାବ। ମଙ୍ଗଳବାର ଗୋଟିଏ ଦିନରେ ଇକ୍ୱିଟି ମାର୍କେଟ୍‌ର ନିବେଶକମାନେ ୨.୫୫ ଲକ୍ଷ କୋଟି ଟଙ୍କା ହରାଇଥିବା ଜଣାପଡ଼ିଛି। ସେହିଭଳି ବିଏସ୍‌ଇର ସୂଚକାଙ୍କ ସେନ୍‌ସେକ୍ସରେ ୭୬୯.୮୮ ପଏଣ୍ଟ ବା ୨.୦୬% ହ୍ରାସ ହୋଇଛି। ଏହା ବର୍ତ୍ତମାନ ୩୬,୫୬୨.୯୧ ପଏଣ୍ଟରେ ପହଞ୍ଚିଛି। ମିଳିଥିବା ସୂଚନା ଅନୁଯାୟୀ, ଅଟୋମୋବାଇଲ ସେକ୍ଟରରେ ବିକ୍ରି ମାନ୍ଦା ଚାଲିଛି। ଏତଦ୍‌ବ୍ୟତୀତ ୨୦୧୯-୨୦ ଆର୍ଥିକ ବର୍ଷର ପ୍ରଥମ ତ୍ରୟମାସିକରେ ଜିଡିପି ଗତ ୬ […]

  • Monday, 19 July 2021
imran
ପାକିସ୍ତାନରେ ସରିଗଲାଣି ଔଷଧ: ଭାରତଠୁ ଆମଦାନି କରିବାକୁ ଚାହୁଁଛି !

ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀରକୁ ନେଇ ଭାରତ ଓ ପାକିସ୍ତାନ ମଧ୍ୟରେ ମାସେ ହେବ ସମସ୍ତ ସମ୍ପର୍କ ବାତିଲ୍ ରହିଛି। ଏବେ କିନ୍ତୁ ପାକିସ୍ତାନରେ ଔଷଧ ଶେଷ ହୋଇଯିବା ପରେ ଜୀବନ ବଞ୍ଚାଇବା ପାଇଁ ପୁଣି ଥରେ ଭାରତ ଉପରେ ନିର୍ଭର କରିଛି ପାକିସ୍ତାନ। ଅଗଷ୍ଟ ୫ରେ ଜମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ବିବାଦ ଚରମ ସୀମାରେ ରହିଛି। ଦୁଇ ଦେଶ ମଧ୍ୟରେ ଥିବା ସମସ୍ତ ବ୍ୟାବସାୟିକ, ସାଂସ୍କୃତିକ […]

  • Monday, 19 July 2021
traffic
ନୂଆ ନିୟମ ଅନୁସାରେ ସ୍କୁଟର୍ ଚାଳକୁ ୨୩ ହଜାର ଜୋରିମାନା କଲା ପୁଲିସ

ଗୁରୁଗ୍ରାମ: ସେପ୍ଟେମ୍ବର ପହିଲାରୁ ଲାଗୁ ହୋଇଥିବା ନୂଆ ମୋଟର ଭେଇକିଲ ଆଇନ ଅନୁସାରେ ଗୁରୁଗ୍ରାମର ଜଣେ ସ୍କୁଟର ଚାଳକଙ୍କୁ ୨୩ ହଜାର ଟଙ୍କା ଜୋରିମାନା ଲାଗୁ କରିଛି ପୁଲିସ୍‌। ମିଳିଥିବା ସୂଚନା ଅନୁଯାୟୀ, ପୂର୍ବ ଦିଲ୍ଲୀର ଏହି ବ୍ୟକ୍ତିଙ୍କ ନାମରେ ହରିଆଣା ପୁଲିସ୍‌ ବିଭିନ୍ନ ଟ୍ରାଫିକ୍‌ ନିୟମ ଉଲ୍ଲଂଘନ ପାଇଁ ଏହି ମୂଲ୍ୟର ଚାଲାଣ କାଟିଛି। ଦିନେଶ ମଦନ ନାମକ ଏହି ସ୍କୁଟର ଚାଳକଙ୍କ ନାମରେ ଆସିଥିବା ଅଭିଯୋଗର ତାଲିକା ଖୁବ୍‌ ଲମ୍ବା। ତାଙ୍କର ଡ୍ରାଇଭିଂ ଲାଇସେନ୍ସ […]

  • Monday, 19 July 2021
es
ଜାମାତ -ଉଲ୍-ମୁଜାହିଦ୍ଦିନର ୨ ଆତଙ୍କବାଦୀ ଗିରଫ

ମାଲଦା: ବାଂଲାଦେଶରେ ସକ୍ରିୟ ଆତଙ୍କବାଦୀ ସଂଗଠନ ଜାମାତ -ଉଲ-ମୁଜାହିଦ୍ଦିନର ୨ ଜଣ ଆତଙ୍କବାଦୀଙ୍କୁ ଆଜି ପଶ୍ଚିମବଙ୍ଗ ପୁଲିସ୍‌ ଗିରଫ କରିଛି। ଅବଦୁଲ ବରି ଓ ନିଜାମୁଦ୍ଦିନ ଖାନ୍‌ଙ୍କୁ ମାଲଦା ଜିଲ୍ଲା ଅନ୍ତର୍ଗତ ସାମସି ଗାଁରୁ ଗିରଫ କରାଯାଇଥିବା ଜଣାପଡ଼ିଛି। ଏହାପୂର୍ବରୁ ସୋମବାର ପୁଲିସ୍‌ ଜାମାତ ଉଲ-ମୁଜାହିଦ୍ଦିନର ଜଣେ ସମର୍ଥକ ମହମ୍ମଦ ଅବଦୁଲ ଖାସମୀକୁ ଗିରଫ କରିଥିଲା। ତା’କୁ ଜେରା କରିବା ବେଳେ ସେ ଅବଦୁଲ ଓ ନିଜାମୁଦ୍ଦିନ ସମ୍ପର୍କରେ ସୂଚନା ଦେଇଥିଲା। ପୁଲିସ୍‌ ଆଜି ସକାଳେ ସାମସି […]

  • Monday, 19 July 2021
fff
ଏମିତି ପ୍ରତିଶୋଧ, ପଦାକୁ ବାହାରିଲେ ଯୁଦ୍ଧ ମିଶାଇଲ୍‌ ଭଳି ମାଡ଼ି ଆସନ୍ତି କାଉ, ଗୋଡ଼ାଇ ଗୋଡ଼ାଇ ଖୁମ୍ପନ୍ତି

ଭୋପାଲ: ଶିବ କେୱଟ୍‌ ନାମକ ଜଣେ ଦିନ ମଜୁରିଆ ଘରୁ ବାହାରିଲା ମାତ୍ରେ ଆକାଶକୁ ଅନେଇ ଅନେଇ ରାସ୍ତା ଚାଲନ୍ତି। ସେ ସାବଧାନ ଥା’ନ୍ତି ଯେମିତି ତାଙ୍କ ଉପରେ ଆକାଶ ମାର୍ଗରୁ ଆକ୍ରମଣ ନହୁଏ। ଏହା ଦିନେ କିମ୍ବା ଦୁଇ ଦିନର କଥା ନୁହେଁ, ବର୍ଷ ବର୍ଷ ଧରି ଏଇ କାଉ ବାହିନୀ ତାଙ୍କୁ ଟାର୍ଗେଟ୍‌ କରି ଆସୁଛନ୍ତି। ବେଳେବେଳେ ଏକାକୀ ଲଢ଼ୁଆ କାଉ ତାଙ୍କୁ ଖୁମ୍ପି ଦେଇ ପଳାଇଥିବା ମଧ୍ୟ ତାଙ୍କର ଅନୁଭୂତି ରହିଛି। ବିଶ୍ୱାସ […]

  • Monday, 19 July 2021
spyware pegasus
ଭାରତୀୟ ନେତା ଏବଂ ସାମ୍ବାଦିକଙ୍କ ଫୋନ ହ୍ୟାକିଂ କରି ପୁଣି ଚର୍ଚ୍ଚାରେ ସ୍ପାଇଓୟାର ପେଗାସସ୍‌

କେନ୍ଦ୍ର ମନ୍ତ୍ରୀ, ତିନିଜଣ ବିରୋଧୀ ଦଳ ନେତା ଓ କିଛି ବରିଷ୍ଠ ସାମ୍ବାଦିକଙ୍କ ଫୋନ ନମ୍ବର ହ୍ୟାକ୍ କରାଯାଇଛି। ଇଜିରାଏଲ କମ୍ପାନୀ ପକ୍ଷରୁ ଏପରି କରାଯାଇଥିବା ସୂଚନା ମିଳିଛି।

dhule
କେମିକାଲ ଫ୍ୟାକ୍ଟ୍ରି ବିସ୍ଫୋରଣ ଘଟଣାରେ ମୃତ୍ୟୁ ସଂଖ୍ୟା ୧୩କୁ ବୃଦ୍ଧି

ମୁମ୍ୱାଇ : ମହାରାଷ୍ଟ୍ରର ଧୁଲେ କେମିକାଲ ଫ୍ୟାକ୍ଟ୍ରି ବିସ୍ଫୋରଣ ଘଟଣାରେ ମୃତ୍ୟୁ ସଂଖ୍ୟା ୧୩କୁ ବୃଦ୍ଧି ପାଇଛି। ଏହି ଘଟଣାରେ ୫୮ ଜଣ ଆହତ ହୋଇଛନ୍ତି। ମୃତକଙ୍କ ପରିବାରକୁ ୫ ଲକ୍ଷର ସହାୟତା ଘୋଷଣା କରିଛନ୍ତି ରାଜ୍ୟ ସରକାର।  ବିସ୍ଫୋରଣ ବେଳେ ଫ୍ୟାକ୍ଟ୍ରିରେ ଶହେଜଣ ଶ୍ରମିକ ଥିବା ଜଣାପଡ଼ିଛି। ଧୁଲେର ଶିରପୁର ମଣ୍ଡଳର ଓ୍ୱାଘଡ଼ି ଗାଁ ନିକଟରେ ଏହି କେମିକାଲ ଫ୍ୟାକ୍ଟ୍ରିରେ ଆଜି ସକାଳେ ବିସ୍ଫୋରଣ ହୋଇଥିଲା। ସେପଟେ ସୁରତ ପାଣ୍ଡ୍ୟାସରା ଅଞ୍ଚଳରେ ଥିବା ଏକ ଟେକ୍ସଟାଇଲ ମିଲ୍‌ରେ […]

  • Monday, 19 July 2021
rainfall-750x430
ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ; ଜିଲ୍ଲାପାଳଙ୍କୁ ଆଲର୍ଟ

ଭୁବନେଶ୍ୱର  : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ସମସ୍ତ ଜିଲ୍ଲାପାଳଙ୍କୁ ଆଲର୍ଟ ରହିବା ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଜାରି କରିଛନ୍ତି । ସ୍ୱତନ୍ତ୍ର ରିଲିଫ କମିଶନର ବିଷ୍ଣୁପଦ ସେଠୀ ଆଜି ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖି ଲଘୁଚାପ ବର୍ଷା ଯୋଗୁ ରାଜ୍ୟରେ ବନ୍ୟା ଓ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି ବୋଲି ସତର୍କବାଣୀ ଶୁଣାଇଛନ୍ତି। ଯେଉଁସବୁ […]

  • Monday, 19 July 2021