ନୂଆଦିଲ୍ଲୀ: ରବିବାର ନୂଆଦିଲ୍ଲୀଠାରେ ଅନୁଷ୍ଠିତ ଗଣତନ୍ତ୍ର ଦିବସରେ ଜଣେ ଫୋର୍ଥ ଜେନେରେସନ୍ ସେନା ଅଧିକାରୀ ତାନିଆ ଶେରଗିଲ୍ ଏକ ଅଲ୍ ମେନ୍ ମାର୍ଚ୍ଚିଂ କଣ୍ଟିଜେଣ୍ଟର ନେତୃତ୍ୱ ନେଉଥିଲେ। ଏହି ଦୃଶ୍ୟ ସମସ୍ତଙ୍କୁ ଅଭିଭୂତ କରିଛି। ୨୬ ବର୍ଷ ବୟସ୍କ ଶେରଗିଲ ଇତିହାସର ପ୍ରଥମ ପରେଡ୍ ଆଡଜଟାଣ୍ଟ ଥିଲେ। ସେ ଏହା ପୂର୍ବରୁ ଗଣମାଧ୍ୟମକୁ କହିଥିଲେ, ଏହି ଉତ୍ସବରେ ସେ କେବେ ମଧ୍ୟ ଭାଗ ନେଇନଥିଲେ। କିନ୍ତୁ ସେ ପିଲାବେଳୁ ଏଥିପାଇଁ ଆଗ୍ରହୀ ଥିବା କହିଥିଲେ। Tell a […]
ବାଲେଶ୍ୱର: ଭୋଗରାଇ ବ୍ଲକ୍ ନିମାତଗୁର ଗାଁରେ ଅଜଣା ରୋଗର ଆତଙ୍କ ଖେଳିଯାଇଛି। ଏଥିରେ ୮ ଜଣ ଆକ୍ରାନ୍ତ ହୋଇଛନ୍ତି ଓ ସମସ୍ତଙ୍କର ଭୀଷଣ ଜ୍ୱର ଓ ପେଟ ବ୍ୟଥାର ଲକ୍ଷଣ ଦେଖାଦେଇଛି। ସମସ୍ତ ଆକ୍ରାନ୍ତ ଗୋଆରେ ଏକ ରେଷ୍ଟୁରାଣ୍ଟରେ କାମ କରୁଥିଲେ। ସୂଚନା ମୁତାବକ, ପୂର୍ବରୁ ଗାଁର ଦୁଇ ଜଣ ଏହି ରୋଗରେ ଆକ୍ରାନ୍ତ ହୋଇ ଗୋଆରେ ମୃତ୍ୟୁବରଣ କରିସାରିଛନ୍ତି। ତେଣୁ ଏମାନେ ସମସ୍ତେ ଗୋଆରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଗୋଆରୁ ଫେରିବା ପରେ ସେମାନଙ୍କୁ ବାଲେଶ୍ୱର […]
ଭୁବନେଶ୍ୱର: ମୌସୁମୀ ବର୍ଷାକୁ ନେଇ ପରିବେଶ ସିନା ଥଣ୍ଡା ହୋଇଛି। ହେଲେ ସଂସଦରେ ବୋହିପାରେ ଗରମ ହାଓ୍ୱା। କାରଣ ବିରୋଧୀଙ୍କ ହାତରେ ପ୍ରସଙ୍ଗର ଲମ୍ବା ତାଲିକା ରହିଛି। ଖାସ୍ କରି ଦଳିତ ଓ ସଂଖ୍ୟାଲଘୁଙ୍କ ଉପରେ ଅାକ୍ରମଣ ପ୍ରସଙ୍ଗକୁ ଅସ୍ତ୍ର କରି ମୋଦି ସରକାରକୁ ଘେରିବାକୁ ସଜ ହୋଇଛନ୍ତି ବିରୋଧୀ। ଚାଷୀ ସମସ୍ୟା, ପିଏନ୍ବି ସ୍କାମ୍, ଅାର୍ଥିକ ନୀତି, ବେକାରୀଙ୍କ ନିଯୁକ୍ତି, କାଶ୍ମୀର ବ୍ୟାପାର ପରିଚାଳନା ଅାଦି ପ୍ରସଙ୍ଗ ଉଠାଇ ମୋଦି ସରକାରକୁ କାଠଗଡ଼ାରେ ଠିଅା କରିବାକୁ […]
କୋରାପୁଟ : କୋରାପୁଟ ଜିଲ୍ଲା କୁନ୍ଦୁରା ବ୍ଲକ ଅନ୍ତର୍ଗତ ବାଗଦେରୀ ଗାଁରେ କୁମ୍ଭୀର ଆତଙ୍କ। ନଦୀ ବନ୍ଧରେ ଥିବା କୁମ୍ଭୀର ଏବେ ରାଜ ରାସ୍ତାକୁ ଆସିବା ଫଳରେ ଲୋକେ ଭୟଭୀତ। ଗତ ଦୁଇ ଦିନ ହେଲାଣି ୪ଟି କୁମ୍ଭୀର ସେହି ଅଚଳରେ ଡେରା ପକାଇଛନ୍ତି। ନିକଟସ୍ଥ ଗାଁ ପୋଖରୀକୁ ଖାଦ୍ୟ ଅନ୍ୱେଷଣରେ ଆସି ରାସ୍ତା ଉପରକୁ ଚାଲି ଆସିଥିଲେ। ଏହି ସମୟରେ ଗାଡ଼ି ଚାପାରେ ଗୋଟିଏ କୁମ୍ଭୀରର ମୃତ୍ୟୁ ହୋଇଥିବା ବେଳେ ଆଉ ଗୋଟିଏ କୁମ୍ଭୀର ପୋଖରୀରେ […]
ମିଦନାପୁର : ପ୍ରଧାନମନ୍ତ୍ରୀଙ୍କ ସଭାବେଳେ ଭୁଶୁଡିଲା ଟେଣ୍ଟ୍ । ଏଥିରେ ୨୦ ଜଣ ଅାହତ ହୋଇଥିବା ଜଣାପଡିଛି। ପଶ୍ଚିମବଙ୍ଗର ମିଦନାପୁରରେ ଅାଜି ପ୍ରଧାନମନ୍ତ୍ରୀଙ୍କ ସଭାର ଅାୟୋଜନ ହୋଇଥିଲା। ସଭା ଚାଲିଥିବାବେଳେ ଟେଣ୍ଟଟି ଭୁଶୁଡି ପଡିଥିଲା। ଏଥିରେ ୨୦ ଜଣ ଅାହତ ହୋଇଛନ୍ତି। ସମସ୍ତ ଅାହତଙ୍କୁ ମିଦନାପୁରରେ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମେଡିକାଲ ଯାଇ ଅାହତଙ୍କ ଅବସ୍ଥା ପଚାରି ବୁଝିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ଗଡ଼ରେ ମମତାଙ୍କୁ କଡ଼ା ସମାଲୋଚନା କରିବାକୁ ପଛାଇ ନଥିଲେ […]
ପୁରୀ : ଅାଜି ଅାଡ଼ପ ମଣ୍ଡପ ବିଜେ କରିବେ ଚତୁର୍ଦ୍ଧାମୂରତି। ରତ୍ନବେଦୀ ଛାଡ଼ି ଜନ୍ମବେଦୀ ଅଭିମୁଖେ ଭାଇ ଭଉଣୀଙ୍କୁ ଧରି ନବଦିନାତ୍ମକ ଘୋଷଯାତ୍ରାରେ ଅାସିଥିବା କାଳିଅା ଠାକୁର ଏବେ ରଥ ଉପରେ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି। ଅାଜି ସକାଳୁ ରଥ ଉପରେ ଶ୍ରୀଜିଉଙ୍କ ମଙ୍ଗଳ ଅାଳତୀ ଏବଂ ଅବକାଶ ନୀତି ସମ୍ପନ୍ନ ହୋଇଛି । ପୁରୀରେ ବର୍ଷା ଯୋଗୁଁ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଶୀଘ୍ର ଅାଡପ ମଣ୍ଡପ ବିଜେ କରାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଅାଯାଇଛି […]
କେନ୍ଦ୍ରାପଡ଼ା : ୧୨ ଦିନର ରିମାଣ୍ଡ ଅବଧି ସରିବା ପରେ ବାରିମୂଳ ଜେଲ୍କୁ ଫେରିଛି ଗ୍ୟାଙ୍ଗଷ୍ଟର ଟିଟୋ । ୩ଟି ପର୍ଯ୍ୟାୟରେ ୧୨ ଦିନ ଧରି ଜେରା କରିଥିଲା କ୍ରାଇମବ୍ରାଞ୍ଚ । ରିମାଣ୍ଡ ସମୟରେ ଟିଟୋର ବ୍ୟବସାୟିକ ସାମ୍ରାଜ୍ୟ, ଅପରାଧିକ ଲିଙ୍କ୍ ଏବଂ ଅର୍ଥନୈତିକ କାରବାର ସଂପର୍କରେ ଖୋଳତାଡ଼ କରିଥିଲା କ୍ରାଇମବ୍ରାଞ୍ଚ ଏସଟିଏଫ୍ । ଅଧିକ ରିମାଣ୍ଡ ପାଇଁ କ୍ରାଇମବ୍ରାଞ୍ଚ ଅାବେଦନ ନ କରିବାକୁ ଅାଜି ଟିଟୋକୁ ଜେଲକୁ ପଠାଇ ଦିଅାଯାଇଛି।
ଜମ୍ମୁ କାଶ୍ମୀର:ସୀମାରେ ଆତଙ୍କବାଦୀ କାର୍ଯ୍ୟକଳାପ ଥମିବାର ନାଁ ନେଉନାହିଁ। ଆଜି ସକାଳେ ନିୟନ୍ତ୍ରଣ ରେଖା ନିକଟବର୍ତ୍ତୀ କୁପୱାଡ଼ା ଅଞ୍ଚଳରେ ଭରତୀୟ ସେନା ଓ ଆତଙ୍କବାଦୀଙ୍କ ମଧ୍ୟରେ ଏନ୍କାଉଣ୍ଟର ହୋଇଥିଲା। ଏଥିରେ ଜଣେ ଆତଙ୍କବାଦୀ ନିହତ ହେବା ସହ ଦୁଇ ଜଣ ଯବାନ ଆହତ ହୋଇଛନ୍ତି।ଘଟଣସ୍ଥଳରୁ ଗୋଟିଏ A K 47 ରାଇଫଲ ଜବତ କରାଯାଇଛି। ଏହା ପୂର୍ବରୁ ମଧ୍ୟ ଗତ ୧୧ ତାରିଖରେ କୁପୱାଡ଼ାରେ କାଣ୍ଡି ଜଙ୍ଗଲରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଥିଲା। ଏଥିରେ […]
ଯାଜପୁର( ଅଭୟ ପତି ) : ହାତୀ ଭୟରେ ସ୍କୁଲ୍ ଛୁଟି ଘୋଷଣା କଲା ଯାଜପୁର ଜିଲ୍ଲା ପ୍ରଶାସନ। କୋରେଇ ଓ ବ୍ୟାସନଗର ଅଞ୍ଚଳରେ ହାତୀ ଉପଦ୍ରବ ଜାରି ରହିଥିବାରୁ ଆଜି ଏହି ଅଞ୍ଚଳର ସମସ୍ତ ପ୍ରାଇମେରୀ ଓ ହାଇସ୍କୁଲ୍ ଛୁଟି ଘୋଷଣା କରିଛନ୍ତି ଜିଲ୍ଲାପାଳ। ଗତ ୪ ଦିନ ହେବ ପଛିକୋଟ ଜଙ୍ଗଲରୁ ଆସିଥିବା ହାତୀ ଆହତ ଅବସ୍ଥାରେ ବ୍ୟାସନଗର ଅଞ୍ଚଳକୁ ପଶି ଆସିଥିଲା । ୩ ଦିନ ପୂର୍ବେ ହାତୀଟି ଜଣଙ୍କୁ ମାରିଥିବା ବେଳେ […]
ଭୁବନେଶ୍ୱର : ଆଜି ସାରା ଦେଶରେ କନ୍ୟାରତ୍ନ ଦିବସ ପାଳନ ହେଉଛି । ଝିଅକୁ ସବୁ କ୍ଷେତ୍ରରେ ଅଧିକରୁ ଅଧିକ ସହଯୋଗ ଯୋଗାଇ ଦେବା ଓ ସୁବିଧା ସୁଯୋଗ ଯୋଗାଇଦେବା ଲକ୍ଷ୍ୟରେ କନ୍ୟାରତ୍ନ ଦିବସ ପାଳନ ହେଉଛି । ୨୦୦୮ ମସିହାରୁ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ କନ୍ୟାରତ୍ନ ଦିବସ ପାଳନ ହୋଇଆସୁଛି । ତା ଛଡ଼ା ବର୍ଷ ବର୍ଷ ଧରି ଶିଶୁ କନ୍ୟା ପ୍ରତି ଥିବା ଅସୂୟ ଭାବ ଓ ଅସମାନତା ବିରୋଧରେ […]
ଭୁବନେଶ୍ୱର : ଓଡ଼ିଆ ସେନାଧିକାରୀଙ୍କୁ ବଡ଼ ପଦବୀ । ଲେଫ୍ଟନାଣ୍ଟ ଜେନେରାଲ୍ ସି.ପି. ମହାନ୍ତି ସଦର୍ଣ୍ଣ ଆର୍ମି କମାଣ୍ଡର ଭାବେ ନିଯୁକ୍ତ ହୋଇଛନ୍ତି । ଲେଫ୍ଟନାଣ୍ଟ ଜେନେରାଲ୍ ଏସ୍.କେ ସାଇନିଙ୍କ ଠାରୁ ସେ ଦାୟିତ୍ୱ ଗ୍ରହଣ କରିବେ । ପାକିସ୍ତାନ ଓ ଚୀନ୍ ସୀମାରେ ଅପରେସନ୍ ସହିତ ଆସାମରେ ଅନୁପ୍ରବେଶ ବିରୋଧୀ ମୁକାବିଲାରେ ଲେଫ୍ଟନାଣ୍ଟ ଜେନେରାଲ୍ ସି.ପି. ମହାନ୍ତିଙ୍କ ଅଭିଜ୍ଞତା ରହିଛି । ଭାରତୀୟ ସେନାର କମାଣ୍ଡର ଭାବେ ଦାୟିତ୍ୱ ସମ୍ଭାଳିବାରେ ଦ୍ୱିତୀୟ ଓଡ଼ିଆ ହେଉଛନ୍ତି ସି. […]
ଭୁବନେଶ୍ୱର: କ୍ରୋଏସିଆକୁ ହରାଇ ବିଶ୍ୱକପ୍ ମୁକୁଟ ପିନ୍ଧିଲା ଫ୍ରାନ୍ସ। ସବୁ ଅଙ୍କକୁ ଭୁଲ୍ କରି ଦ୍ୱିତୀୟ ଥର ପାଇଁ ଫ୍ରାନ୍ସ ଫିଫା ବିଶ୍ୱକପ ଚାମ୍ପିୟନ ହୋଇଛି। ଫାଇନାଲ୍ ମ୍ୟାଚ୍କୁ ସମ୍ପୂର୍ଣ୍ଣ ଭାବେ ଫ୍ରାନ୍ସ ନିଜ ନିୟନ୍ତ୍ରଣରେ ରଖିଥିଲା। ଫ୍ରାନ୍ସ ଖେଳାଳିଙ୍କ ସାମ୍ନାରେ କ୍ରୋଏସିଆ ଖେଳାଳି ହାର ମାନିଥିଲେ। ପ୍ରଥମାର୍ଦ୍ଧରେ ଫ୍ରାନ୍ସ ୨-୧ରେ ଅଗ୍ରଣୀ ରହିଥିଲା। ମ୍ୟାଚ୍ର ୧୮ ମିନିଟରେ ଫ୍ରାନ୍ସ ସପକ୍ଷରେ ପ୍ରଥମ ଗୋଲ୍ ହୋଇଥିଲା। ଫ୍ରାନ୍ସ୍କୁ ମିଳିଥିବା ଫ୍ରି-କିକ୍କୁ ଅଟକାଇବାକୁ ଯାଇ କ୍ରୋଏସିଆ ଖେଳାଳି ମାଣ୍ଡୁକିଚ୍ଙ୍କ ହେଡ଼୍ରୁ […]
ୱାଶିଂଟନ୍: ଆଉ ନିରାପଦ ନୁହେଁ ଜନ୍ସନ୍ ଏଣ୍ଡ୍ ଜନ୍ସନ୍ କମ୍ପାନୀର ସୁଗନ୍ଧିତ ପାଉଡର୍। ଏଥିରେ ମାରାତ୍ମକ ଆଜ୍ବେଷ୍ଟସ୍ ମିଶିଥିବା ଅଭିଯୋଗ ହୋଇଛି। ଆଉ ଏଥିପାଇଁ ଗର୍ଭାଶୟରେ କ୍ୟାନ୍ସର୍ ହେଉଥିବା ୨୨ ଜଣ ମହିଳା ଅଭିଯୋଗ କରି ଆମେରିକାର ଏକ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। କୋର୍ଟ ଏହି ମାମଲାର ବିଚାର କରି କମ୍ପାନୀକୁ ୪. ୭ ବିଲିୟନ୍ ଆମେରିକୀୟ ଡଲାର କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜନ୍ସନ୍ ଏଣ୍ଡ୍ ଜନ୍ସନ୍ କମ୍ପାନୀ ଅସୁରକ୍ଷିତ ସାମଗ୍ରୀ ବିକୁଥିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ […]
ମୁମ୍ବାଇ: ଗତ ଦୁଇ ସପ୍ତାହ ହେବ ବାଣିଜ୍ୟ ମହାନଗରୀ ମୁମ୍ବାଇରେ ବର୍ଷା ସ୍ଥିତି ବଢ଼ିବାରେ ଲାଗିଛି। ଏହା ସହିତ ପୁଣି ଆଗକୁ ବର୍ଷିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ମୁମ୍ବାଇ ମେରାଇନ ଡ୍ରାଇଭ୍ରେ ଚଳିତ ମୌସୁମୀରେ ସବୁଠାରୁ ଉଚ୍ଚତମ ଜୁଆର ଦେଖିବାକୁ ମିଳିଛି। ଚଳିତ ବର୍ଷାରେ ପାଖାପାଖି ୫ ମିଟର ଉଚ୍ଚ ଜୁଆର ଆସିଛି। ଏହା ଫଳରେ ସମୁଦ୍ରରେ ଥିବା ଅଳିଆ ଆସି ରାସ୍ତା ଉପରେ ଗଦା ହେଉଥିବାର ଦୃଶ୍ୟ ସାମ୍ନାକୁ ଆସିଛି। […]
ବେଙ୍ଗାଲୁରୁ: ‘ମେଣ୍ଟ ସରକାର ଚଳାଇବା କେତେ ଯନ୍ତ୍ରଣାଦାୟକ ତାହା ମୁଁ ହିଁ ଜାଣିଛି। ଏହି ଯନ୍ତ୍ରଣା ବିଷଜ୍ୱାଳାଠାରୁ ବି ଅଧିକ’ । ଏ କଥା କହିଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚ୍.ଡି. କୁମାରସ୍ୱାମୀ। ସେ ଆହୁରି କହିଛନ୍ତି, ଭଗବାନ ତାଙ୍କୁ ଏଥିପାଇଁ ଶକ୍ତି ଦେଇଛନ୍ତି। ମେଣ୍ଟ ସରକାରରେ ଆଉ କେତେଦିନ ରହିବେ, ସେନେଇ ସେ ଚିନ୍ତା କରୁଛନ୍ତି। ବେଙ୍ଗାଲୁରୁରେ ଆୟୋଜିତ ଏକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଯୋଗଦେଇ ଆଖି ଛଳଛଳ କରି ଏଭଳି କହିଛନ୍ତି କୁମାରସ୍ୱାମୀ। ଆପଣମାନେ ମୋତେ ସ୍ୱାଗତ […]
ରାଞ୍ଚି : ଝାଡ଼ଖଣ୍ଡର ହଜାରିବାଗ ଗଣ ଆତ୍ମହତ୍ୟା ଘଟଣାରେ ପୁଲିସ ଉଭୟ ହତ୍ୟା ଓ ଆତ୍ମହତ୍ୟା ଦୁଇଟି ଦିଗରୁ ତଦନ୍ତ କରିବ ବୋଲି କହିଛି। ମୃତକମାନେ ହେଉଛନ୍ତି ହଜାରୀବାଗ ମୁଙ୍ଗା ବଗିଚା ଅଂଚଳର ନରେଶ ମାହେଶ୍ୱରୀ, ତାଙ୍କ ବାପା ଓ ମାଆ, ପତ୍ନୀ ଓ ଦୁଇ ପିଲା । ମାହେଶ୍ୱରୀ ଆପାର୍ଟମେଣ୍ଟରୁ ଡେଇଁ ଆତ୍ମହତ୍ୟା କରିଥିବା ବେଳେ ତାଙ୍କ ପତ୍ନୀ ଓ ବାପା ମାଆଙ୍କ ଝୁଲନ୍ତା ଶବ ଉଦ୍ଧାର କରାଯାଇଛି। ମାହେଶ୍ୱରୀଙ୍କ ଦୁଇ ପିଲାଙ୍କ ବେକ କଟାଯାଇଛି। […]
ମୁମ୍ବାଇ : ମୁମ୍ବାଇର ପ୍ରସିଦ୍ଧ ସିଦ୍ଧିବିନାୟକ ମନ୍ଦିରକୁ ୩୫କେଜି ସୁନା ଦାନ। ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୧୪କୋଟି ଟଙ୍କା । ଦିଲ୍ଲୀର ଜଣେ ଶ୍ରଦ୍ଧାଳୁ ମନ୍ଦିରକୁ ଏହି ଦାନ କରିଥିବାବେଳେ ଉକ୍ତ ବ୍ୟକ୍ତିଙ୍କ ନା ଗୁପ୍ତ ରଖାଯାଇଛି । ଏହି ସୁନା ମନ୍ଦିରର ମୁଖ୍ୟ କବାଟ ଏବଂ ଏକ ପ୍ଲେଟ ପ୍ରସ୍ତୁତ କରାଯାଇ ଛାତ ତଳେ ଲଗାଯାଇଛି। କୁହାଯାଉଛି ସିଦ୍ଧିବିନାୟକ ମନ୍ଦିରରୁ ଏଭଳି ଦାନ ଇତିହାସରେ ପ୍ରଥମ । ମାଘୀ ଗଣେଶ ଜୟନ୍ତୀ ପାଇଁ ଗତ […]
ଛତିଶଗଡ଼ : ଛତିଶଗଡ଼ରେ ମାଓବାଦୀଙ୍କ ଗୁଳିରେ ୨ ବିଏସ୍ଏଫ୍ ଯବାନ ସହିଦ୍। କାଙ୍କେର ଜିଲ୍ଲା ମହାଲ ଜଙ୍ଗଲରେ ବିଏସ୍ଏଫ୍ ଯବାନଙ୍କ କମ୍ବିଂ ବେଳେ ମାଓବାଦୀଙ୍କ ସହ ମୁହାଁମୁହିଁ ହୋଇଥିଲେ। ଉଭୟ ପଟରୁ ଗୁଳିବିନିମୟରେ ୨ ଜଣ ଯବାନ ସହିଦ ହୋଇଥିବା ଜଣାପଡିଛି। ଏଥିରେ ଗୁରୁତର ଥିବା ଅନ୍ୟ ୨ ଯବାନଙ୍କୁ ରାୟପୁର ସ୍ଥାନାନ୍ତର କରାଯାଇଛି।