ମୁମ୍ବାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କେମିକାଲ୍ ଆଟାକ୍ ନେଇ ଧମକପୂର୍ଣ୍ଣ ଫୋନ୍ କଲ୍। ଏହି ଘଟଣାରେ ପୁଲିସ୍ ମୁମ୍ବାଇରୁ ଜଣେ ୨୨ବର୍ଷୀୟ ଯୁବକଙ୍କୁ ଗିରଫ କରିଛି। ତାଙ୍କ ନାଁ କାଶୀନାଥ ମଣ୍ଡଲ୍। ସୂଚନା ଅନୁସାରେ, କାଶୀନାଥ ନିଜକୁ ନ୍ୟାସନାଲ ସିକ୍ୟୁରିଟି ଗାର୍ଡ (ଏନ୍ଏସ୍ଜି) କହି କଣ୍ଟ୍ରୋଲ୍ ରୁମ୍କୁ ଫୋନ୍ କରି ପ୍ରଧାନମନ୍ତ୍ରୀଙ୍କ ଉପରକୁ କେମିକାଲ୍ ଆଟାକ୍ ଧମକ ଦେଇଥିଲେ। ଶୁକ୍ରବାର ଦିଲ୍ଲୀ ସ୍ଥିତ ଏନ୍ଏସ୍ଜି କଣ୍ଟ୍ରୋଲ ରୁମ୍ରୁ ସେ ନମ୍ବର ନେଇ ଫୋନ୍ କରିଥିଲେ। ଏହି ଘଟଣା ଜଣାପଡ଼ିବା […]
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଗୋଠଗାଁରେ ଏକ ହତ୍ୟାକାଣ୍ଡ ଘଟିଛି। ବାଇକ୍ରେ ଆସି ୩ ଜଣ ଦୁର୍ବୃତ୍ତ ଗାଁ ମଝିରେ ଜଣେ ଯୁବକଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ମୃତ ଯୁବକଙ୍କ ନାଁ ଯୋଗୀ ସ୍ୱାଇଁ। ଗୁରୁତର ଅବସ୍ଥାରେ ଡାକ୍ତରଖାନା ନିଆଯାଉଥିବା ବେଳେ ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା। ସେ ଠିକାଦାରୀ କାମ କରୁଥିଲେ। ପୂର୍ବ ଶତ୍ରୁତାରୁ ଏହି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। ପୁଲିସ୍ ଘଟଣାର ତଦନ୍ତ କରୁଛି।
ବ୍ରହ୍ମପୁର: ଟ୍ରକ୍ ଧକ୍କାରେ ଜଣେ ବୋଲବମ୍ ଭକ୍ତଙ୍କ ମୃତ୍ୟୁ ଘଟିଛି। ଗଞ୍ଜାମ ଜିଲ୍ଲା ରଣ୍ଢା ଓ ଗୋଳନ୍ଥରା ମଝିରେ ଗତକାଲି ରାତି ପ୍ରାୟ ସାଢ଼େ ୧୦ଟା ବେଳେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିଲା। ମୃତକ ଜଣକ ହେଲେ କେଉଟ ସୁନପୁର ଅଞ୍ଚଳର ଭିକାରୀ ବେହେରା। ସୂଚନା ଅନୁସାରେ, ସେ ଗୋଳନ୍ଥରା ସ୍ଥିତ ଇଶନେଶ୍ୱର ମନ୍ଦିରକୁ ପାଣି ଢାଳିବାକୁ ଯାଉଥିଲେ। ରାସ୍ତା ଅନ୍ଧାର ଥିବାରୁ ଟ୍ରକ୍ ତାଙ୍କୁ ଧକ୍କା ଦେଇ ଚାଲି ଯାଇଥିବା କୁହାଯାଉଛି। ସ୍ଥାନୀୟ ଲୋକେ ଘଟଣାସ୍ଥଳରୁ […]
ଲକ୍ଷ୍ନୌ: ଦଳିତଙ୍କ ଅଧିକାରକୁ ନେଇ ରାଜନୀତି କରୁଥିବା ବିଏସ୍ପି ମୁଖ୍ୟ ମାୟାବତୀ ଆଜି ତାଙ୍କ ଭାଇ ଏବଂ ପୁତୁରାଙ୍କୁ ଦଳରେ ବଡ଼ ଦାୟିତ୍ୱ ସମର୍ପିଛନ୍ତି। ସେ ତାଙ୍କ ଭାଇ ଆନନ୍ଦ କୁମାରଙ୍କୁ ଦଳର ରାଷ୍ଟ୍ରୀୟ ଉପସଭାପତି ଦାୟିତ୍ୱ ଦେଇଛନ୍ତି। ଅନ୍ୟପକ୍ଷରେ ପୁତୁରା ଆକାଶ ଆନନ୍ଦଙ୍କୁ ଜାତୀୟ ସଂଯୋଜକ ପଦ ଦେଇଛନ୍ତି। ତା’ ଛଡ଼ା ସେ ଅନ୍ୟ କିଛି ଦଳୀୟ ପଦବୀରେ ପରିବର୍ତ୍ତନ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଅମ୍ରୋହା ସାଂସଦ ଦାନିଶ ଅଲ୍ଲୀଙ୍କୁ ଲୋକସଭାରେ ଦଳର ନେତା ଏବଂ […]
ଭୁବନେଶ୍ୱର: ଆଜି ଶ୍ରାବଣ ସୋମବାର ପାଇଁ ବିଭିନ୍ନ ଶୈବ ପୀଠ ଚଳଚଞ୍ଚଳ ହୋଇପଡ଼ିଛି। ରାଜ୍ୟର ପ୍ରମୁଖ ଶୈବପୀଠରେ କାଉଡ଼ିଆଙ୍କ ଭିଡ଼ ଲାଗିଛି। ବଡ଼ି ଭୋର୍ରୁ ବିଭିନ୍ନ ସ୍ଥାନରେ ଦେବଦେବ ମହାଦେବଙ୍କ ଠାରେ ଜଳଲାଗି କରି କାଉଡ଼ିଆମାନେ ଆଶୀର୍ବାଦ ଭିକ୍ଷା କରୁଛନ୍ତି। ଶୃଙ୍ଖଳିତ ଦର୍ଶନ ଓ ଜଳାଭିଷେକ ପାଇଁ ମନ୍ଦିରରେ ସାଜସଜ୍ଜା ସହ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି। ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିରରେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ୨ ପ୍ଲାଟୁନ୍ ପୁଲିସ୍ ଫୋର୍ସ ମୁତୟନ କରାଯାଇଛି। ଏହାସହ ୨୧ଟି […]
ଭୁବନେଶ୍ୱର: ବିଭିନ୍ନ ଜିଲ୍ଲାର ଗାଁ ଲୋକଙ୍କର ସରକାର ବିରୋଧରେ କ୍ଷୋଭ। କେଉଁଠି ୫୦ ବର୍ଷ ତ ଆଉ କେଉଁଠି ୧୫ ବର୍ଷ ବିତିଗଲାଣି। ସରକାରଙ୍କୁ ଗୁହାରି ସତ୍ତ୍ୱେ ମିଳିପାରିନି ମୌଳିକ ସୁବିଧା। ଅନୁଗୁଳ ବରହାକୁଦର ଗାଁ ଲୋକଙ୍କ ଦୁର୍ଦ୍ଦଶା କହିଲେ ନସରେ। ରାସ୍ତା ନାହିଁ ବୋଲି ଗର୍ଭବତୀଙ୍କୁ ଖଟିଆରେ ବୋହି ମେଡ଼ିକାଲ ନିଆଯାଉଛି। କିଏ କାଦୁଅ ରାସ୍ତାରେ ତ ଆଉ କିଏ ନଦୀ ପାରି ହୋଇଯାଉଛନ୍ତି ସ୍କୁଲ୍। ସମାନ ଦୁର୍ଦ୍ଦଶା ରାୟଗଡ଼ା କଲ୍ୟାଣସିଂପୁରରେ। ଉଛୁଳା ନଈରେ ବିପଦଜନକ […]
ନୂଆଦିଲ୍ଲୀ : ବୁମେରାଂ ହେଲା ଅାଧାର ଚାଲେଞ୍ଜ। ଟ୍ରାଇର ଅଧ୍ୟକ୍ଷ ଆର୍ଏସ୍ ଶର୍ମାଙ୍କୁ ମହଙ୍ଗା ପଡ଼ିଛି ତାଙ୍କର ଚ୍ୟାଲେଞ୍ଜ। ନିଜ ଅାଧାର ନମ୍ବର ସର୍ବସାଧାରଣରେ ସେ ପ୍ରକାଶ କରି ଚ୍ୟାଲେଞ୍ଜ ଦେଇଥିଲେ, କିଏ ଯଦି ଅାଧାର ତଥ୍ୟ ହ୍ୟାକ୍ କରି ପାରୁଛି କରୁ ଦେଖାଯିବ, ତାଙ୍କର କଣ କ୍ଷତି ହେଉଛି। ଏହାର କିଛି ଘଣ୍ଟା ପରେ ହିଁ ତାଙ୍କର ଅନେକ ବ୍ୟକ୍ତିଗତ ତଥ୍ୟ ପଦାକୁ ଅାସିଛି। ଫ୍ରାନ୍ସର ଜଣେ ସାଇବର୍ ସିକ୍ୟୁରିଟି ଏକ୍ସପର୍ଟ ଆର୍ଏସ୍ ଶର୍ମାଙ୍କ ଏହି […]
ପାଟନା: ପାଣିରେ ବୁଡ଼ିଛି ବିହାରର ସୁଶାସନ ବ୍ୟବସ୍ଥା। ବର୍ଷା ପାଣିରେ ଭାସିଲା ମେଡିକାଲ କଲେଜ। ଏପରିକି ଆଇସିୟୁରେ ମଧ୍ୟ ଆଣ୍ଠୁଏ ପାଣି ଦେଖିବାକୁ ମିଳିଛି। ରୋଗୀ ସୁସ୍ଥ ହେବ କି ଆହୁରି ଅନେକ ସଂକ୍ରାମକ ରୋଗରେ ପୀଡ଼ିତ ହେବ, କହିବା ମୁସ୍କିଲ। ବିହାର ରାଜଧାନୀ ପାଟନାର ଦ୍ୱିତୀୟ ବୃହତ ମେଡିକାଲ କଲେଜ ରହିଛି। ଲଗାଣ ବର୍ଷାରେ ଯୋଗୁ ନାଳନ୍ଦାରେ ବିପର୍ଯ୍ୟସ୍ତ ହୋଇପଡ଼ିଛି ସ୍ୱାସ୍ଥ୍ୟସେବା। ମେଡିକାଲ ବାହାରର ଦୃଶ୍ୟ ଯେମିତି, ତାଠୁ ମେଡିକାଲ ଭିତରର ଦୃଶ୍ୟ ଆହୁରି ସାଂଘାତିକ। […]
ଚେନ୍ନାଇ : ଡିଏମ୍କେ ସଭାପତି ଏମ୍. କରୁଣାନିଧିଙ୍କୁ ହସ୍ପିଟାଲରେ ଭେଟିଲେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା। ଚେନ୍ନାଇ ସ୍ଥିତ କାବେରୀ ହସ୍ପିଟାଲ ପହଞ୍ଚି କରୁଣାନିଧିଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ। କରୁଣାନିଧିଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ଡାକ୍ତରଙ୍କ ସହ ମଧ୍ୟ ଅାଲୋଚନା କରିଛନ୍ତି। କରୁଣାନିଧିଙ୍କ ପୁଅ ଡିଏମ୍କେ କାର୍ଯ୍ୟକାରୀ ସଭାପତି ଏମ୍କେ ଷ୍ଟାଲିନ୍ଙ୍କ ସହ କିଛି ସମୟ ଅାଲୋଚନା କରିବା ସହ ପରିବାର ଲୋକଙ୍କୁ ଅାଶ୍ୱସନା ଦେଇଛନ୍ତି।
ନୂଆଦିଲ୍ଲୀ: ଦେଶପ୍ରେମ ଭିତ୍ତିକ ସ୍ଲୋଗାନ୍ ‘ବନ୍ଦେ ମାତରମ୍’ ଉଚ୍ଚାରଣ କରିବାକୁ ମନା କରିବା ସହ ଏହାକୁ ଇସ୍ଲାମ୍ ବିରୋଧୀ କହିଛନ୍ତି ସମାଜବାଦୀ ପାର୍ଟି ସାଂସଦ ଶାଫିକର ରହମାନ୍ ବାର୍କ। ଆଜି ସଂସଦ ଗୃହରେ ଲୋକସଭା ସାଂସଦ ଭାବରେ ଶପଥ ନେବାପରେ ଶାଫିକର କହିଛନ୍ତି, ବନ୍ଦେ ମାତରମ୍ ବିଷୟରେ କହିଲେ, ଏହା ଇସ୍ଲାମ୍ ବିରୋଧୀ ମୁଁ ଏହାକୁ ଉଚ୍ଚାରଣ କରିପାରିବିନି। ଆଉ ସେ ଏହି ମନ୍ତବ୍ୟ ଦେଇ ନିଜ ଆସନକୁ ଚାଲଯିବାକୁ ଏତେ ବ୍ୟସ୍ତ ହୋଇପଡ଼ିଥିଲେ ଯେ ପରମ୍ପରା […]
ଭୁବନେଶ୍ୱର: କାଳ ହେଲା ବିପଜ୍ଜନକ ଯାଦୁ ଖେଳ। ପୋଲିସର ବିନା ଅନୁମତିରେ ହୁଗୁଳି ନଦୀରେ ଯାଦୁ ଦେଖାଉଥିବା ବେଳେ ଯାଦୁକର ଚଞ୍ଚଲ ଲହରୀଙ୍କ ମୃତ୍ୟୁ ହୋଇଛି । ଯାଦୁ ପ୍ରଦର୍ଶନ ପୂର୍ବରୁ ହାତଗୋଡ ବନ୍ଧା ହୋଇଥିବା ଅବସ୍ଥାରେ ସେ ନଦୀ ଭିତରକୁ ପଶିଥିଲେ । ନଦୀ ଭିତରୁ ସୁରକ୍ଷିତ ଭାବେ ବାହାରି ଆସିବେ ବୋଲି ଉପସ୍ଥିତ ଲୋକଙ୍କୁ ସେ ଜଣାଇଥିଲେ । ହେଲେ ଶେଷରେ ମ୍ୟାଜିକରେ ବିଫଳ ହେଲେ ଆଉ ଟ୍ରାଜେଡିର ସାମ୍ନା କରି ଜୀବନ ହାରିଲେ […]
ଭୁବନେଶ୍ୱର: ଜାମ୍ମୁ ଓ କାଶ୍ମୀରରେ ଆତଙ୍କର ଛାୟା। ଆତଙ୍କବାଦୀଙ୍କୁ ମୂଳପୋଛ କରିବା ଲାଗି ସେନା ଅଭିଯାନ ଚଳାଇଥିଲେ ବି ନିଜକୁ ଅନେକ କ୍ଷତି ସହିବାକୁ ପଡୁଛି। ଗତ ଦୁଇ ଦିନରେ ଅନନ୍ତନାଗ ଓ ପୁଲଓ୍ୱାମାରେ ୪ ଯବାନ ସହିଦ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ଅଛନ୍ତି ଢେଙ୍କାନାଳ ବଡସୁଆଳର ଅଜିତ୍ ସାହୁ ଓ ଉତ୍ତରପ୍ରଦେଶ ମେଜର କେତନ୍ ଶର୍ମା। ତେବେ ସେନାର ଜବାବୀ କାର୍ଯ୍ୟାନୁଷ୍ଠାନରେ ଫେବ୍ରୁଆରୀ ୧୪ ପୁଲଓ୍ୱାମା ଆକ୍ରମଣ ଲାଗି ଗାଡ଼ି ଯୋଗାଇଥିବା ଜୈଶ ଆତଙ୍କବାଦୀ […]
ଭୁବନେଶ୍ୱର : ଆଜି ରାତି ୮ଟା ଯାଏ ୧୦ଟି ଜିଲ୍ଲା ପାଇଁ ସତର୍କ ସୂଚନା। ଏହି ୧୦ଟି ଜିଲ୍ଲା ସୁନ୍ଦରଗଡ଼,ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼,ବରଗଡ଼ ,କେନ୍ଦ୍ରାପଡ଼ା, ଯାଜପୁର,ଜଗତସିଂହପୁର,କଟକ ଓ ଖୋର୍ଦ୍ଧାରେ ଘଡ଼ଘଡ଼ି ଓ ବିଜୁଳି ସହ ବର୍ଷା ସମ୍ଭାବନା ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଏହି ସମୟରେ ଘରୁ ନବାହାରିବାକୁ ଲୋକଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ଶ୍ରୀନଗର: ସାମ୍ନାକୁ ଆସିଛି ଭାବପ୍ରବଣ କରିବା ଭଳି ଗୋଟିଏ ଫଟୋ। ଆତଙ୍କବାଦୀଙ୍କ ଗୁଳିରେ ସହିଦ ହୋଇଥିବା ଇନସପେକ୍ଟର ଅଶ୍ରଦ ଖାନ୍ଙ୍କୁ ଦିଆଯାଇଥିବା ଅନ୍ତିମ ଶ୍ରଦ୍ଧାଞ୍ଜଳି ବେଳର ଦୃଶ୍ୟ ଯିଏ କେହି ବି ଦେଖିବ, ତା’ ଆଖିରେ ଲୁହ ଜକେଇ ଆସିବ। ସହିଦ ଅଶ୍ରଦଙ୍କ ୪ ବର୍ଷର ପୁଅ ମଧ୍ୟ ଏହି ଅନ୍ତିମ ଶ୍ରଦ୍ଧାଞ୍ଜଳି ଦିଆଯିବା ସମୟରେ ଉପସ୍ଥିତ ଥିଲା। ହୁଏତ ସେ ଏକଥା ବୁଝିପାରୁ ନଥିଲା ଯେ ତା’ ବାପା ଦେଶ ପାଇଁ ବଳିଦାନ ଦେଇ ସବୁ […]
ନୂଆଦିଲ୍ଲୀ: ଦୁର୍ନୀତି ପ୍ରତି ଜିରୋ ଟଲରାନ୍ସର ଲକ୍ଷ୍ୟ ନେଇ ମୋଦି-୨ ସରକାର ପୁଣିଥରେ ଆକ୍ସନ ମୋଡ୍ରେ ଦେଖିବାକୁ ମିଳିଛି। ଦୁର୍ନୀତି ଅଭିଯୋଗ ଥିବା ଦେଶର ୧୫ ଜଣ ବରିଷ୍ଠ ଟିକସ୍ ଅଧିକାରୀଙ୍କୁ ଆଜି ମୋଦି-୨ ସରକାର ବାଧ୍ୟତାମୂଳକ ଅବସର ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଭଳି ବାଧ୍ୟତାମୂଳକ ଅବସର ନେବାକୁ ନିର୍ଦ୍ଦେଶ ପାଇଥିବା ୧୫ ଅଧିକାରୀଙ୍କ ମଧ୍ୟରେ ସେଣ୍ଟ୍ରାଲ ବୋର୍ଡ ଅଫ୍ ଇନ୍ଡାଇରେକ୍ଟ ଟ୍ୟାକ୍ସ ଓ କଷ୍ଟମ୍ସ(ସିବିଆଇସି) ବିଭାଗର ପ୍ରିନ୍ସିପାଲ କମିଶନର, କମିଶନର, ଆଡିସନାଲ କମିଶନର ଓ ଡେପୁଟି […]
ଭୁବନେଶ୍ୱର : ବିଜେଡିକୁ ‘ଲଲିପପ୍’ର ସରକାର କହି କଟାକ୍ଷ କରିଛନ୍ତି ବିଜେପି ରାଜ୍ୟ ପ୍ରଭାରୀ ଅରୁଣ ସିଂ। ନବୀନ ଶାସନକାଳ ଭିତରେ ରୋଜଗାର ଦେଇପାରି ନାହାନ୍ତି। କିନ୍ତୁ ୧୯ ବର୍ଷ ହେଲା ଲଲିପପ୍ ଦେଇ ଅାସୁଛନ୍ତି ବୋଲି ଅାଜି ଏକ ସାମ୍ବାଦିକ ସମ୍ମିଳନୀରେ ସେ ଅଭିଯୋଗ କରିଛନ୍ତି। ରାଜ୍ୟ ସରକାରଙ୍କ ନିଜସ୍ୱ ଖାଦ୍ୟ ସୁରକ୍ଷା ଅାଇନ ନେଇ ସେ କହିଛନ୍ତି ଯେ ୧୯ ବର୍ଷରେ ୩୪ ଲକ୍ଷ ଭୋକିଲା ଅଛନ୍ତି। ଏହା ସରକାରଙ୍କ ବଡ଼ ବିଫଳତା। ‘ଅାମ […]