ବାରିପଦା: ମୟୂରଭଞ୍ଜ ଜିଲ୍ଲା ବାରିପଦା ସଦର ଥାନା ଅନ୍ତର୍ଗତ ତେଲିବିଲା ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ୯ ମାସର ଝିଅ ସହିତ ଜିଅନ୍ତା ଜଣେ ମହିଳା ଜଳି ଯାଇଛନ୍ତି । ଗୁରୁତର ଅବସ୍ଥାରେ ସେମାନଙ୍କୁ ବାରିପଦା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ଉଭୟଙ୍କ ମୃତ୍ୟୁ ହୋଇଛି। ସୂଚନା ଅନୁସାରେ, ତେଲିବିଲା ଗାଁର ଠାକୁର ମଣି ସିଂହ ଗତ ରାତିରେ ନିଜ ସଂପର୍କୀୟଙ୍କ ଘରେ ଥିବା ବେଳେ କିରୋସିନି ଢ଼ାଳି ହୋଇ ନିଆଁ ଲାଗି ଯାଇଥିଲା। ମାଆ […]
କେନ୍ଦ୍ରାପଡ଼ା: ଆସନ୍ତାକାଲି ଠାରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଭିତରକନିକା। ବଉଳା କୁମ୍ଭୀରଙ୍କ ଅଣ୍ଡାଦାନ ପ୍ରକ୍ରିୟା ପାଇଁ ମେ’ ୧ରୁ ପର୍ଯ୍ୟଟକଙ୍କ ପାଇଁ ଭିତରକନିକା ଜାତୀୟ ଉଦ୍ୟାନ ବନ୍ଦ ରହିଥିଲା। ଅଣ୍ଡାଦାନ ବେଳେ କୁମ୍ଭୀରମାନେ ହିଂସ୍ର ଥାଆନ୍ତି। କୌଣସି ଅଘଟଣ ଘଟିବାକୁ ଲକ୍ଷ୍ୟ କରି ପ୍ରାଣୀ ଉଦ୍ୟାନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଥିଲା। ପ୍ରତିବର୍ଷ ଏହି ସମୟରେ ସାଧାରଣ ଲୋକଙ୍କ ପାଇଁ ଏହା ବନ୍ଦ ରଖା ଯାଇଥାଏ। ଚଳିତ ବର୍ଷ ଜାନୁଆରୀରେ ହୋଇଥିବା ଗଣନା ଅନୁସାରେ, ଭିତରକନିକାରେ ୧୬୯୮ଟି […]
ନୂଆଦିଲ୍ଲୀ: ମହାମାରୀ କରୋନା ଯୋଗୁ ସମଗ୍ର ଦେଶରେ ଲକ୍ଡାଉନ୍ ଜାରି କରାଯାଇଛି। ଏହି ସମୟରେ କାର୍ଗିଲର ଦୁର୍ଗମ ଅଞ୍ଚଳର ଥିବା ଲୋକଙ୍କ ପାଖରେ ଅତ୍ୟାବଶ୍ୟକ ସାମଗ୍ରୀ ପହଞ୍ଚାଇବା ପାଇଁ ଲଦାଖ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଛି । ଟ୍ରକ ଯୋଗେ ଆବଶ୍ୟକ ଖାଦ୍ୟ ସାମଗ୍ରୀ ଗୁଡିକୁ ପହଂଚାଇବାରେ ପ୍ରମୁଖ ଭୂମିକା ନିର୍ବାହ କରିଛି ଆଇଟିବିପି । ଲଦାଖ ପ୍ରଶାସନ ପକ୍ଷରୁ ଜୋଜିଲା ପାସ୍କୁ ଖୋଲି ଦିଆଯିଇଛି। ଫଳରେ ବରଫରେ ଆଚ୍ଛାଦିତ କାର୍ଗିଲ ଅଞ୍ଚଳର ବିଭିନ୍ନ ଦୁର୍ଗମ ଅଞ୍ଚଳକୁ […]
ବାରିପଦା: ବାରିପଦାରେ ସାନ୍ତାଳୀ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଦାବିରେ ଆଜି ୧୨ ଘଣ୍ଟିଆ ବାରପଦା ବନ୍ଦ ଡାକରା ଦିଆଯାଇଛି। ମୟୂରଭଞ୍ଜ ଆଦିବାସୀ ରିଭୋଲ୍ୟୁସନ ୟୁଥ୍ ଆସୋସିଏସନ୍ ବା ମାରିସା ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି। ମାରିସା ସଂଗଠନର କର୍ମୀମାନେ ବାରିପଦା ଉପକଣ୍ଠ ମୁର୍ଗାବାଡ଼ି ଛକରେ ୧୮ ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି। ଫଳରେ ସେହି ରାସ୍ତାରେ ଗାଡ଼ି ଚଳାଚଳ ପୂରା ଠପ୍ ହୋଇ ଯାଇଛି। ରାସ୍ତାର ଉଭୟ ପାର୍ଶ୍ୱରେ ଶତାଧିକ ବସ୍, ଟ୍ରକ୍ ଅଟକି ରହିଛି। […]
ନୂଆଦିଲ୍ଲୀ: ସମଗ୍ର ଦେଶରେ ମହାମାରୀ କରୋନା ନିଜର କାୟାକୁ ବିସ୍ତାର କରୁଥିବାରୁ ଏହାକୁ ଦୃଷ୍ଟିରେ ରଖି ଲକ୍ଡାଉନ୍ର ଅବଧିକୁ ବଢ଼ାଇ ଦିଆଯାଇଛି। ଲକ୍ଡାଉନ୍ ଯୋଗୁ ସମସ୍ତେ ଏକପ୍ରକାର ଗୃହବନ୍ଦୀ। ଏହି ଲକ୍ଡାଉନ ଯୋଗୁ ସବୁଠାରୁ ଯଦି କିଏ କଷ୍ଟ ପାଉଥାନ୍ତି ସେମାନେ ହେଉଛନ୍ତି ଛୋଟ ପିଲା। ବାହାରକୁ ଯାଉପାରୁ ନାହାନ୍ତି। ସାଙ୍ଗସାଥୀ କେହି ନାହାନ୍ତି। ବାପା-ମା ଘରେ ଅଫିସ ଖୋଲି ବସିଛନ୍ତି। ଏପରି ସମୟରେ କୁନି ଝିଅଟି କିପରି ପୋଷା କୁକୁର ସହ ସମୟ କଟାଉଛି ତାହାର […]
ଇସ୍ଲାମାବାଦ : ଆସନ୍ତା ଅଗଷ୍ଟ ୧୧ ତାରିଖରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇପାରନ୍ତି ପାକିସ୍ତାନ ତେହରିକ୍ -ଇ-ଇନ୍ସାଫ ସୁପ୍ରିମୋ ଇମ୍ରାନ ଖାନ୍। ପାକିସ୍ତାନ ଗଣମାଧ୍ୟମରେ ଏନେଇ ଚର୍ଚ୍ଚା ହେବା ସହ ରେଡିଓ ପାକିସ୍ତାନରେ ମଧ୍ୟ ଏହି ଖବର ପ୍ରସାରିତ ହୋଇଛି। ପୂର୍ବରୁ ତାଙ୍କ ଦଳର ମୁଖପାତ୍ର ଦେଶର ସ୍ୱାଧୀନତା ଦିବସ ଅଗଷ୍ଟ ୧୪ ପୂର୍ବରୁ ଇମ୍ରାନ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ବୋଲି କହିଥିଲେ। ସେପଟେ ସଂଖ୍ୟା ଗରିଷ୍ଠତା ପାଇଁ ପିଟିଆଇ ପକ୍ଷରୁ କସରତ ଜାରି […]
ନୂଆଦିଲ୍ଲୀ : ଏବେ ବି ବିପଦ ସଙ୍କେତ ଉପରେ ରହିଛି ଯମୁନା ନଦୀର ଜଳସ୍ତର ଯମୁନାର ଉପର ମୁଣ୍ଡରେ ପ୍ରବଳ ବର୍ଷା ହେବା ସହ ହରିଅାଣାର ହାଥିନକୁଣ୍ଡ ବ୍ୟାରେଜରୁ ପାଣିଛଡା ଯାଉଥିବାରୁ ଯମୁନାରେ ଜଳସ୍ତର ବିପଜ୍ଜନକ ସ୍ଥିତିରେ ରହିଛି । ସୋମବାର ନଦୀର ଜଳସ୍ତର ୨୦୫.୫ ମିଟର ରହିଛି। ଯମୁନାର ବିପଦ ସଙ୍କେତ ୨୦୪ ମିଟର ଥିବାବେଳେ ବର୍ତ୍ତମାନ ଜଳସ୍ତର ଦେଢ ମିଟର ଅଧିକ ରହିଛି। ଏହା ଫଳରେ ଦିଲ୍ଲୀରେ ବି ବନ୍ୟାଜଳ ପ୍ରବେଶ କରିବାର ଆଶଙ୍କା […]
ନୂଆଦିଲ୍ଲୀ:ରାଜଧାନୀ ଦିଲ୍ଲୀ ଓ NCRରେ ଆଜି ହଠାତ ପାଗ ବଦଳି ଯାଇଥିଲା। କେଉଁଠି ଥିଲା କେଜାଣି ହଠାତ୍ ଧୂଳିଝଡ଼ ସହ ବର୍ଷା ମାଡ଼ି ଆସିଲା। ଗୋଟିଏ ମୁହୂର୍ତ୍ତ ପାଇଁ ଲାଗିଲା ଯେମିତି ରାତି ଆସିଗଲା କି ! ଆଜି ପୂର୍ବାହ୍ନ ୧୧ ଟାରେ ଦିଲ୍ଲୀ ଓ ଏହାର ଆଖପାଖ ଇଲାକାର ପାଗ ହଠାତ୍ ବଦଳି ଯାଇଥିଲା। ଅନ୍ଧାର ମାଡ଼ି ଆସିବା ସହ ରାସ୍ତାଘାଟ କିଛି ଦେଖା ଯାଇ ନ ଥିଲା। ଚାରିଆଡେ ଧୂଳି ଉଡିବାକୁ ଲାଗିଲା। ପରେ […]
ନୂଆଦିଲ୍ଲୀ : ଓଡ଼ିଶାରେ ଅଗଷ୍ଟ ଶେଷ ସୁଦ୍ଧା କୃଷି ବୀମାର ବକେୟା ଅର୍ଥ ପ୍ରଦାନ କରାଯିବ। କୃଷି ବୀମା ପ୍ରସଙ୍ଗରେ କେନ୍ଦ୍ର ଅର୍ଥମନ୍ତ୍ରୀ ପୀୟୁଷ ଗୋଏଲ ଭେଟିବା ପରେ ଏହା କହିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କୃଷି ବୀମା କମ୍ପାନୀ ଗୁଡ଼ିକ ବକେୟା ଅର୍ଥ ପୈଠ ପାଇଁ କମିଟି ହୋଇଛି। କୃଷି, ଅର୍ଥ, ରାଜ୍ୟ ପ୍ରତିନିଧି, ବୀମା ପ୍ରତିନିଧିଙ୍କୁ ନେଇ କମିଟି ଗଠିତ ହୋଇଛି। ଅାସନ୍ତା ଅଗଷ୍ଟ ଶେଷ ସୁଦ୍ଧା ବକେୟା ଅର୍ଥ ପ୍ରଦାନ ନେଇ […]
ଭଦ୍ରକ : ଭଦ୍ରକ ଧାମନଗର ତାଳସିଠା ଗାଁରେ ମହିଳାଙ୍କୁ ହତ୍ୟା ଘଟଣାରେ ଟ୍ୱିଷ୍ଟ। ମୃତ ମହିଳାଙ୍କ ଝିଅଙ୍କୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ ଅାସିଛି। ଏ ନେଇ ସୂଚନା ଦେଇଛନ୍ତି ଭଦ୍ରକ ଏସପି ବାତୁଲା ଗଙ୍ଗାଧର। ମୃତା ମହିଳାଙ୍କ ଝିଅକୁ ଦୁଷ୍କର୍ମ ହୋଇଥିବା ଏବଂ ବେଡ୍ ଓ ସଂପୃକ୍ତ ରୁମ୍ରୁ ବାୟୋଲୋଜିକାଲ ସାମ୍ପଲ ମିଳିଛି। ଏହି ସାମ୍ପଲକୁ ପରୀକ୍ଷା ପାଇଁ ଫୋରେନସିକ୍ ଲ୍ୟାବ୍ ପଠାଯାଇଥିବା ଏସପି କହିଛନ୍ତି। ସେପଟେ ନିଖୋଜ ବାପାର ସନ୍ଧାନ ପାଇଁ ଉଦ୍ୟମ ଜାରି ରଖିଛି […]
ଇସ୍ଲାମାବାଦ: ପାକିସ୍ତାନ ଜେଲରେ ୪୧୮ ମତ୍ସ୍ୟଜୀବୀଙ୍କ ସମେତ ୪୭୦ରୁ ଅଧିକ ଭାରତୀୟ ବନ୍ଦୀ ଅଛନ୍ତି। ଉଚ୍ଚତମ ନ୍ୟାୟାଳୟରେ ଦିଆଯାଇଥିବା ଏକ ରିପୋର୍ଟରେ ପାକିସ୍ତାନ ସରକାର ଏହି ସୂଚନା ଦେଇଛନ୍ତି। ଏହି ରିପୋର୍ଟରେ ବିଦେଶ ମନ୍ତ୍ରାଳୟ ସୂଚନା ଦେଇଛି ଯେ ଭାରତୀୟ ଜେଲ୍ରେ ୩୫୭ ଜଣ ପାକିସ୍ତାନୀ ବନ୍ଦୀ ଅଛନ୍ତି। ରିପୋର୍ଟରେ ଏହା ମଧ୍ୟ କହିଛି ଯେ, ଦୁଇ ଦେଶ ମଧ୍ୟରେ ସ୍ଥିତି ଠିକ୍ ନଥିବାରୁ ପକିସ୍ତାନ୍-ଭାରତ କଏଦୀ ନ୍ୟାୟିକ ସମିତିର କୌଣସି ବୈଠକ ଅକ୍ଟୋବର ୨୦୧୩ରୁ ବସିନାହିଁ। […]
କେନ୍ଦୁଝର: କେନ୍ଦୁଝର ଜିଲ୍ଲା ବଡ଼ବିଲ ଥାନା ଅନ୍ତର୍ଗତ ଷ୍ଟେସନ୍ ରୋଡ୍ ସ୍ଥିତ ଲାଇନ୍ ହାଟିଙ୍ଗରେ ଏକ ଦୁଃଖଦ ଘଟଣା ଘଟିଛି। ବଡ଼ ଭାଇର ଠେଙ୍ଗା ମାଡ଼ରେ ସାନ ଭାଇର ମୃତ୍ୟୁ ଘଟିଛି। ମୃତକଙ୍କ ନାଁ ରାହୁଲ। ଗତକାଲି ରାତିରେ ଦୁଇ ଭାଇ ବିପିନ ଓ ରାହୁଲ ଏକାଠି ବସି ଖାଉଥିଲେ। ହଠାତ୍ ଉଭୟଙ୍କ ମଧ୍ୟରେ କୌଣସି କାରଣରୁ ଯୁକ୍ତିତର୍କ ହୋଇଥିଲା। ଏହା ପରେ ଉଗ୍ର ରୂପ ଧାରଣ କରିଥିଲା । ଏହାକୁ ନେଇ ରାହୁଲ ରାଗି ଯାଇଥିଲେ। […]