କଟକ : ନକଲି ଗୁଟଖା, ଘିଅ ଓ ତେଲ ପରେ ଏବେ କଟକରେ ନକଲି ସିମେଣ୍ଟ କାରଖାନା ଠାବ ହୋଇଛି। କଟକ ସଦର ଥାନା ପୀର ବଜାରରେ ନକଲି ସିମେଣ୍ଟ କାରଖାନା ଠାବ କରାଯିବା ସହ ବିପୁଳ ପରିମାଣର ସିମେଣ୍ଟ ଓ ଯନ୍ତ୍ରାଂଶ ଜବତ କରାଯାଛି। ଏହି ଘଟଣାରେ ୬ ଜଣଙ୍କୁ ପୁଲିସ୍ ଅଟକ ରଖି ପଚରାଉଚୁରା ଜାରି ରଖିଛି। ଗୋଟିଏ ପରେ ଗୋଟିଏ ନକଲି ଜିନିଷ ଠାବକୁ ନେଇ ଲୋକଙ୍କ ମଧ୍ୟରେ ଆଲୋଚନା ଆରମ୍ଭ ହୋଇଛି।
ବାଲେଶ୍ୱର: ବାଲେଶ୍ୱର ଚାନ୍ଦିପୁର ଅବଦୁଲ କଲାମ ଦ୍ୱୀପରୁ ଇଣ୍ଟରସେପ୍ଟର ମିଜାଇଲର ପରୀକ୍ଷଣ କରାଯାଇଛି। ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଏହି ବିଧ୍ୱଂସୀ କ୍ଷେପଣାସ୍ତ୍ର ଆକାଶ ମାର୍ଗରେ ୨୦କିଲୋମିଟର ଉଚ୍ଚତା ମଧ୍ୟରେ ଶତ୍ରୁପକ୍ଷର ଯେକୌଣସି କ୍ଷେପଣାସ୍ତ୍ରକୁ ଅତି ସହଜରେ ଧ୍ୱଂସ କରିବାର କ୍ଷମତା ରଖିଛି। ଆଜି ସକାଳ ସାଢ଼େ ୧୧ରେ ଏହାର ପରୀକ୍ଷଣ ସଫଳ ହୋଇଥିବା କୁହାଯାଉଛି। ଗତବର୍ଷ ମାର୍ଚ୍ଚ ମାସରେ ଏହି କ୍ଷେପଣାସ୍ତ୍ରକୁ ପ୍ରଥମ ଥର ପାଇଁ ପରୀକ୍ଷା କରାଯାଇଥିଲା। ଏହି ମିଜାଇଲର ଉଚ୍ଚତା ୭.୫ ମିଟର ରହିଛି। […]
ନୂଆଦିଲ୍ଲୀ: ଦେଶର ଗଣମାଧ୍ୟମ ଉପରେ ସୁପ୍ରିମକୋର୍ଟ କଟକଣା ଲଗାଇଛନ୍ତି। ନାବାଳିକା ଦୁଷ୍କର୍ମ ଘଟଣାରେ ଉଭୟ ବୈଦ୍ୟୁତିକ ଓ ପ୍ରିଣ୍ଟ ଗଣମାଧ୍ୟମ ନାବାଳିକାଙ୍କ ଭିଡିଓ ଫୁଟେଜ୍ କିମ୍ବା ଫଟୋ ଦେଖାଇ ପାରିବେ ନାହିଁ। ଏପରିକି ନାବାଳିକାଙ୍କ ମୁହଁ ବ୍ଲର୍ କରି ମଧ୍ୟ ଦେଖାଇ ପାରିବେ ନାହିଁ। ସର୍ବୋଚ୍ଚ ନ୍ୟାୟାଳୟ ଆଜି ଏହି କଟକଣା ଲଗାଇଛନ୍ତି। ପୀଡ଼ିତାଙ୍କର ନାଁ କିମ୍ବା ତାଙ୍କ ପରିଚୟ ଗଣମାଧ୍ୟମରେ ନ ଦେବା ଲାଗି ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହାଦ୍ୱାରା ଜଣେ ନାବାଳିକାଙ୍କ ସମ୍ମାନ ଉପରେ […]
କଟକ: ପୁରୀ-ପାଟନା ଏକ୍ସପ୍ରେସ୍ରୁ ୨ କ୍ୱିଣ୍ଟାଲ ଭାଙ୍ଗ ଜବତ ହୋଇଛି। ଏକ୍ସପ୍ରେସ୍ଟି କଟକ ଆସୁଥିବା ଖବର ପାଇ ଜିଲ୍ଲା ଅବକାରୀ ବିଭାଗ ଗତକାଲି ରାତି ପ୍ରାୟ ୧ଟା ବେଳେ କଟକ ରେଲୱେ ଷ୍ଟେସନରେ ଚଢ଼ାଉ କରି ଜବତ କରିଥିଲା। ଏହି ଘଟଣାରେ ଜଣଙ୍କୁ ଗିରଫ କରାଯାଇଛି। ତାଙ୍କ ନାଁ ମାନସ ରଞ୍ଜନ ସିଂହ। ତାଙ୍କ ଘର ଜଗତସିଂହପୁର ଅଞ୍ଚଳରେ। ମାନସ କଟକ ଗାନ୍ଧିପଲ୍ଲୀ ଅଞ୍ଚଳରୁ ଭାଙ୍ଗ ଆଣୁଥିଲା ବୋଲି ଜଣାପଡ଼ିଛି। ତେବେ ଜବତ ହୋଇଥିବା ଭାଙ୍ଗର ଆନୁମାନିକ […]
ପାଟନା: ଜୀବନ ସହ ଦୀର୍ଘ ୩୦ ଘଣ୍ଟାର ସଂଗ୍ରାମ ପରେ ଶେଷରେ ପୁନର୍ଜନ୍ମ ପାଇଲା ବିହାରର ୩ ବର୍ଷର ଶିଶୁକନ୍ୟା ସାନା। ୧୧୦ ଫୁଟ ଗଭୀର ବୋରେଓ୍ୱଲ ଭିତରୁ ଗତକାଲି ଉଦ୍ଧାର ପରେ ସାନା ଏବେ ସୁସ୍ଥ ଥିବା ଜଣାପଡିଛି। ସେନା, ଏନଡିଆରଏଫ୍, ବିହାର ଏସଡିଆରଏଫ୍ ଓ ପୁଲିସର ନନ୍ଷ୍ଟପ୍ ଅପରେସନ୍ ପରେ ସାନାକୁ ଅକ୍ଷତ ଅବସ୍ଥାରେ ଗତକାଲି ରାତି ପ୍ରାୟ ୯ଟା ୪୫ ମିନିଟ୍ ସମୟରେ ଉଦ୍ଧାର କରାଯାଇଥିଲା। ପରେ ତତ୍କ୍ଷଣାତ ନିକଟସ୍ଥ ସେନା ହସ୍ପିଟାଲରେ […]
ପାଟନା: ବିହାର ମୁଙ୍ଗେର ଜିଲ୍ଲାରେ ୧୧୦ ଫୁଟ ଗଭୀର ବୋର୍ୱେଲରେ ଖସି ପଡ଼ିଛି ୩ ବର୍ଷର ଶିଶୁ। ଶିଶୁ କନ୍ୟାକୁ ବାହାର କରିବା ପାଇଁ ଉଦ୍ଧାର କାର୍ଯ୍ୟ ଜାରିରହିଛି। ଘଟଣାକୁ ୨୪ ଘଣ୍ଟା ବିତିଯାଇଥିବା ବେଳେ ଝିଅଟିକୁ ଅକ୍ଷତ ଅବସ୍ଥାରେ ଉଦ୍ଧାର ପାଇଁ ଉଦ୍ୟମ ଜାରି ରହିଛି। ଗତକାଲି ମୁଙ୍ଗେର ଜିଲ୍ଲା ମୁରଗିଆଛକ ଅଞ୍ଚଳରେ ଏକ ନିର୍ମାଣାଧୀନ ବୋର୍ୱେଲ ଭିତରେ ୩ ବର୍ଷର ଝିଅଟି ଖେଳୁଥିବା ବେଳେ ଅଚାନକ ଖସିପଡ଼ିଥିଲା। ଖବର ପାଇ ବିହାର ଷ୍ଟେଟ୍ ଡିଜାଷ୍ଟର୍ […]
ନୂଆଦିଲ୍ଲୀ: ନେପାଳୀ ଝିଅମାନଙ୍କୁ ବିଦେଶ ଚାଲାଣ କରୁଥିବା ଏକ ବଡ଼ ଧରଣର ରାକେଟ୍କୁ ଧରିଛି ଦିଲ୍ଲୀ ପୁଲିସ। ନେପାଳର ଗରିବ ଝିଅମାନଙ୍କୁ ଚାକିରି ଦେବା ଲୋଭ ଦେଖାଇ ଭାରତ ଅଣାଯାଇଥିଲା ବୋଲି ପୁଲିସ କହିଛି। ସେମାନଙ୍କୁ ଦେହ ବ୍ୟବସାୟରେ ନିୟୋଜିତ କରିବାକୁ ଦେଶ ବାହାରକୁ ଚାଲାଣ କରାଯିବାକୁ ଏକ ହୋଟେଲରେ ରଖାଯାଇଥିଲା। ଖବର ମୁତାବକ,ପାହାଡ଼ଗଞ୍ଜ ଅଞ୍ଚଳରେ ହୋଟେଲ ‘ହୃଦୟ ଇନ୍’ ରେ ନେପାଳୀ ଝିଅମାନଙ୍କୁ ରଖାଯାଇଥିବା ନେଇ କୌଣସି ସୂତ୍ରରୁ ପୁଲିସକୁ ଖବର ମିଳିଥିଲା । ପୁଲିସ […]
ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କ ଆଜି ରେପୋ ରେଟ ୨୫ ବେସିସ ପଏଣ୍ଟ ବଢ଼ାଇଛି। ଫଳରେ ରେପୋ ରେଟ ୬.୨୫ରୁ ୬.୫ ପ୍ରତିଶତକୁ ବୃଦ୍ଧି ପାଇଛି। ଯାହାଫଳରେ ଏଣିକି ୬.୫ ସୁଧ ହାରରେ ବ୍ୟାଙ୍କ ଗୁଡିକୁ ସୁଧ ଦେବ ଆରବିଆଇ। ଏହା ଦ୍ୱାରା ବ୍ୟାଙ୍କଗୁଡିକ ଗୃହ, ଅଟୋ ସମେତ ଅନ୍ୟାନ୍ୟ ଋଣ ହାର ବୃଦ୍ଧି କରିପାରନ୍ତି। ତେଣୁ ଏହାର ସିଧା ପ୍ରଭାବ ଗ୍ରାହକଙ୍କ ଉପରେ ପଡ଼ିବାର ଆଶଙ୍କା ଦେଖାଦେଇଛି। ରିଜର୍ଭ ବ୍ୟାଙ୍କ ଆଜି ଦ୍ୱିମାସିକ ମୁଦ୍ରାନୀତି ସମୀକ୍ଷା ପରେ […]
ଲକ୍ଷ୍ନୌ: ଉତ୍ତରପ୍ରଦେଶ ହମୀରପୁର ଅଂଚଳରେ ଥିବା ଏକ ପୁରୁଣା ମନ୍ଦିର ଭିତରକୁ ଜଣେ ବିଧାୟିକା ପଶିବା ଓ ପରେ ଠାକୁର ମାରା ହୋଇଗଲେ କହି ମନ୍ଦିରକୁ ଗଙ୍ଗାଜଳରେ ଶୋଧନ କରାଯିବା ଏକ ବିବାଦୀୟ ପରିସ୍ଥିତି ସୃଷ୍ଟି କରିଛି। ଏହି ଘଟଣା ସୋଶାଲ ମିଡିଆରେ ଚର୍ଚ୍ଚାର ବିଷୟ ହୋଇଛି। ଯେଉଁ ଦେଶରେ ନାରୀକୁ ଲକ୍ଷ୍ମୀ କହନ୍ତି ସେହି ଦେଶରେ ଏମିତି ଏକ ଘଟଣାକୁ କେହି ସହଜରେ ଗ୍ରହଣ କରିପାରି ନାହାନ୍ତି। ରାଠି ବିଧାନସଭା ମଣ୍ଡଳର ବିଧାୟିକା ମନୀଷା ଅନୁରାଗୀ […]
ନୂଆଦିଲ୍ଲୀ: କ୍ୟାନ୍ସର୍ ସହ ଯୁଝୁଥିବା ବଲିଉଡ୍ ଅଭିନେତ୍ରୀ ସୋନାଲି ବେନ୍ଦ୍ରେ ଏବେ ନ୍ୟୁୟର୍କରେ ଚିକିତ୍ସିତ ହେଉଛନ୍ତି। ନିକଟରେ ସୋନାଲିଙ୍କ ନଣଦ ସୃଷ୍ଟି ଆର୍ଯ୍ୟ ସୋନାଲିଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ କହିଛନ୍ତି ଯେ,ସୋନାଲି ମାନସିକ ଭାବେ ଦୃଢ଼ ଅଛନ୍ତି ଓ ସୋନାଲି ସାହସର ସହ କ୍ୟାନ୍ସର୍ର ମୁକାବିଲା କରୁଛନ୍ତି। ସେ ବର୍ତ୍ତମାନ ତାଙ୍କ ସ୍ୱାମୀ ଗୋଲ୍ଡି ବେହଲ ଓ ପୁଅ ରଣବୀରଙ୍କ ସହ ଅଛନ୍ତି। ପରିବାର ସହ ଥିବାରୁ ସେ କ୍ୟାନ୍ସର୍ ସହ ଲଢ଼େଇ କରିବାର ଶକ୍ତି ପାଇଛନ୍ତି । ସେ କ୍ୟାନସରରେ […]
ଭୁବନେଶ୍ୱର : ଟିଟୋ ଲିଙ୍କ୍ରେ STF ଅାଉ ଜଣଙ୍କୁ ଗିରଫ କରିଛି। ତା ନାଁ ଶେଖ୍ ଅାସାଦୁଲ୍ କାଦିର ଓରଫ ମାଛୁ। ଗତକାଲି ରାତିରେ ମାଛକୁ ଏସ୍ଟିଏଫ୍ ଗିରଫ କରିଥିଲା। ସେପଟେ ଟିଟୋକୁ ଅାଉ ଏକ ମାମଲାରେ ପକ୍ଷଭୁକ୍ତ ପାଇଁ କଟକ SDJM କୋର୍ଟ ଅନୁମତି ପ୍ରଦାନ କରିଛନ୍ତି। ୨୦୧୬ରେ ଚାଉଳିଅାଗଞ୍ଜ ବଟି, ଟେଣ୍ଡର ଫିକ୍ସିଂ ମାମଲାରେ ଟିଟୋକୁ ପକ୍ଷଭୁକ୍ତ କରାଯାଇଛି। ଏଥିପାଇଁ କମିଶନରେଟ୍ ପୁଲିସ କୋର୍ଟରେ ଅାବେଦନ କରିଥିଲା।
ଉତ୍ତର ପ୍ରଦେଶ : ଉତ୍ତର ପ୍ରଦେଶରେ ଜାରି ରହିଛି ବର୍ଷା ବିତ୍ପାତ। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷାଜନିତ ଅଘଟଣ ଘଟି ୧୨ ଜଣ ପ୍ରାଣ ହରାଇଛନ୍ତି। ଏଥି ସହିତ ରାଜ୍ୟରେ ବର୍ଷା ଜନିତ ମୃତ୍ୟୁ ସଂଖ୍ୟା ଗତ ୬ ଦିନରେ ୮୫କୁ ଛୁଇଁଲାଣି ବର୍ଷା ଯୋଗୁ ୬୦୦ରୁ ଉର୍ଦ୍ଧ୍ୱ ଘର ଭାଙ୍ଗିଥିବାବେଳେ ଅନେକ ଗୋରୁଗାଈଙ୍କର ମଧ୍ୟ ମୃତ୍ୟୁ ହୋଇଛି। ପ୍ରଶାସନ ପକ୍ଷରୁ ହାଇ ଅାଲର୍ଟ ଜାରି କରାଯାଇଛି। ବିପର୍ଯ୍ୟୟ ମୁକାବିଲା ଲାଗି […]
ଭଦ୍ରକ : ଭଦ୍ରକ ତାଳସିଠା ଜଘନ୍ୟ ଡବଲ ମର୍ଡର ଓ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ବବୁଅା ମହାନ୍ତିକୁ ଅାଜି କୋର୍ଟରେ ହାଜର କରାଯାଇଛି। କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ତାକୁ ଭଦ୍ରକ ଏଡିଜେ କୋର୍ଟରେ ହାଜର କରାଯାଇଛି। ବବୁଅାକୁ ପୁଲିସ୍ ରିମାଣ୍ଡରେ ନେବାର ସମ୍ଭାବନା ଅଛି। ଯେଉଁ କାରଣ ପାଇଁ ଧରମ ବାପା ମାଅାଙ୍କୁ ହତ୍ୟା କରିଥିବା କଥା ବବୁଅା କହିଥିଲା, ତାହା ମନଗଢ଼ା ବୋଲି ପୁଲିସ୍ କହିଥିଲା। ତେଣୁ ରିମାଣ୍ଡରେ ତାକୁ ନେଇ ଜେରା କରି […]
ନୂଆପଡ଼ା: ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଡଙ୍ଗାର ଗାଁରେ ଅଛି ନା ଅଙ୍ଗନଓ୍ୱାଡି ନା ଅଛି ସ୍କୁଲ ଘର। ଗୁହାଳ ଘର ପାଲଟିଛି ପିଲାଙ୍କ ଶିକ୍ଷାକେନ୍ଦ୍ର। କେବଳ ପାଠ ପଢା ନୁହେଁ ପିଲାଙ୍କୁ ଅସ୍ୱାସ୍ଥ୍ୟକର ପରିବେଶରେ ଖାଇବା ବି ଦିଆଯାଉଛି। ଲୋକଙ୍କ ଅଭିଯୋଗ ଯେ ଗତ ୧୨ ବର୍ଷ ହେଲା ଅବସ୍ଥା ସୁଧୁରିପାରୁନି। ଏନେଇ ନୂଆପଡ଼ା ଡିଏସଡ଼ବ୍ଲୁଙ୍କ କହିବା କଥା, ଖୁବ୍ ଶୀଘ୍ର ଅଙ୍ଗନଓ୍ୱାଡି କେନ୍ଦ୍ରର ବ୍ୟବସ୍ଥା କରାଯିବ। ଅନ୍ୟପକ୍ଷେ ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକ ନୂଆକୋଶଳା […]
ମୁମ୍ବାଇ: ତେଜୁଛି ମରାଠା ସଂରକ୍ଷଣର ଆନ୍ଦୋଳନ। ମରାଠା କ୍ରାନ୍ତି ମୋର୍ଚ୍ଚା ପକ୍ଷରୁ ଜେଲ୍ ଭରୋ ଆନ୍ଦୋଳନ ଡାକରା ଦିଆଯାଇଛି। ଏଥିପାଇଁ ମୁମ୍ବାଇର ଆଜାଦ୍ ମଇଦାନରେ ପ୍ରତିବାଦ ସଭାର ଡାକରା ଦିଆଯାଇଛି। ମରାଠାମାନଙ୍କୁ ସଂରକ୍ଷଣ ସହ ବିକ୍ଷୋଭକାରୀଙ୍କ ବିରୋଧରେ ହୋଇଥିବା ମାମଲାର ପ୍ରତ୍ୟାହାର ପାଇଁ ସେମାନେ ଦାବି କରୁଛନ୍ତି। ଏଥିସହ ଜୁଲାଇ ୨୫ରେ ହୋଇଥିବା ପ୍ରତିବାଦ ବେଳେ ବିକ୍ଷୋଭକାରୀଙ୍କ ଉପରକୁ ଗୁଳି ଚାଳନାର ଦାୟୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ପାଇଁ ସେମାନେ ଅଡ଼ି ବସିଛନ୍ତି। ସେପଟେ ଦାବି ପୂରଣ […]
ନୂଆଦିଲ୍ଲୀ: ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କୁ ଆଜି ଦିଲ୍ଲୀରେ ଭେଟିବେ ବିଭିନ୍ନ ରାଜ୍ୟର ପଦାଧିକାରୀ। ଓଡିଶାରୁ ରାଷ୍ଟ୍ରୀୟ ସମ୍ପାଦକ ସୁରେଶ ପୂଜାରୀ ଅମିତ ଶାହଙ୍କୁ ଭେଟିବା କାର୍ଯ୍ୟକ୍ରମ ରହିଛି। ବୈଠକରେ ଅଗଷ୍ଟ ୧୮ ଓ ୧୯ରେ ହେବାକୁ ଥିବା ରାଷ୍ଟ୍ରୀୟ କାର୍ଯ୍ୟକାରିଣୀରେ ବିଭିନ୍ନ ପ୍ରସ୍ତାବ ଉପରେ ଆଲୋଚନା ହୋଇପାରେ। ସେହିପରି ଓଡିଶା ଗସ୍ତ ସମୟରେ ଅମିତ ଶାହ ରାଜ୍ୟ ପଦାଧିକାରୀଙ୍କୁ ଦେଇଥିବା ଟାସ୍କର ମଧ୍ୟ ହିସାବ ମାଗିପାରନ୍ତି। ବୁଥ୍ ସ୍ତରରେ ବିଜେପି କିପରି କାର୍ଯ୍ୟ କରୁଛି, […]
ଝାରସୁଗୁଡ଼ା: ଖୁବ୍ ଶୀଘ୍ର ଝାରସୁଗୁଡ଼ା ବିମାନ ବନ୍ଦରରୁ ଉଡାଣ ଆରମ୍ଭ ହୋଇପାରେ। ଏୟାରବସ୍-୩୨୦ ଚଳାଚଳ ପାଇଁ ଝାରସୁଗୁଡ଼ା ବିମାନ ବନ୍ଦରକୁ ଏବେ 4-C କ୍ୟାଟାଗୋରୀ ଲାଇସେନ୍ସ ମିଳିଛି । ଡିଜିସିଏ ପକ୍ଷରୁ ଏହି ଲାଇସେନ୍ସ ମିଳିବା ପରେ ଏୟାରବସ୍-୩୨୦ ଚଳାଚଳ ପାଇଁ ବାଟ ଫିଟିଲା ବୋଲି ଝାରସୁଗୁଡ଼ା ବିମାନ ବନ୍ଦର ନିର୍ଦ୍ଦେଶକ ଏସ.କେ ଚୌହାନ କହିଛନ୍ତି। ୨ ମାସ ପୂର୍ବରୁ ଏହି ବିମାନବନ୍ଦରକୁ 2B ବର୍ଗର ଲାଇସେନ୍ସ ମିଳିଥିଲା। ବିମାନବନ୍ଦରକୁ 2B ବର୍ଗ ଲାଇସେନ୍ସରେ ଛୋଟ ଛୋଟ […]